Indus Valley Times

ବୌଦ୍ଧରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ : ଆଧୁନିକ ମତ୍ସ୍ୟଚାଷ ମାଧ୍ୟମରେ ଆର୍ଥିକ ସମୃଦ୍ଧି ଉପରେ ଗୁରୁତ୍ୱ

 Breaking News

ବୌଦ୍ଧରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ : ଆଧୁନିକ ମତ୍ସ୍ୟଚାଷ ମାଧ୍ୟମରେ ଆର୍ଥିକ ସମୃଦ୍ଧି ଉପରେ ଗୁରୁତ୍ୱ

ବୌଦ୍ଧରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ : ଆଧୁନିକ ମତ୍ସ୍ୟଚାଷ ମାଧ୍ୟମରେ ଆର୍ଥିକ ସମୃଦ୍ଧି ଉପରେ ଗୁରୁତ୍ୱ
July 10
20:04 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୦/୭ : ବୌଦ୍ଧ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଆଜି ଆର୍‌.ଏମ୍‌.ସି. ସମ୍ମିଳନୀ କକ୍ଷଠାରେ ଜାତୀୟ ମତ୍ସ୍ୟଚାଷୀ ଦିବସ–୨୦୨୬ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଇଥିଲା।
ମତ୍ସ୍ୟଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ଆଧୁନିକ ମତ୍ସ୍ୟଚାଷ, ସରକାରୀ ସହାୟତା ଏବଂ ରୋଜଗାର ସୃଷ୍ଟି ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା।
ଏଥିରେ ଜିଲ୍ଲାର ପ୍ରାୟ ୫୦ ଜଣ ମତ୍ସ୍ୟଚାଷୀ ଓ ମହିଳା ଝଐଏ ସଦସ୍ୟା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିଶା ବେହେରା ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ ।
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ମତ୍ସ୍ୟଚାଷ ଆଜି କେବଳ ଏକ ପାରମ୍ପରିକ ଜୀବିକା ନୁହେଁ, ବରଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାର ଏକ ପ୍ରମୁଖ ମାଧ୍ୟମ।
ଆଧୁନିକ ବୈଜ୍ଞାନିକ ପଦ୍ଧତି ଓ ସରକାରୀ ଯୋଜନାର ସଠିକ୍ ସଦୁପଯୋଗ ମାଧ୍ୟମରେ ଚାଷୀମାନେ ଅଧିକ ଆୟ ହାସଲ କରି ଆତ୍ମନିର୍ଭରଶୀଳ ହୋଇପାରିବେ ।
ସମ୍ମାନିତ ଅତିଥି ଭାବେ ମୁଖ୍ୟ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡଃ ତପନ କୁମାର ଦ୍ୱିବେଦୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଇତିଶ୍ରୀ ସେଠୀ ଯୋଗଦେଇ ମତ୍ସ୍ୟଚାଷ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁଯୋଗ ନେଇ ଆର୍ଥିକ ଉନ୍ନତି ଦିଗରେ ଆଗେଇବାକୁ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ।
ସମନ୍ୱିତ କୃଷି କୁ ଆପଣେଇ ମତ୍ସ୍ୟଚାଷୀ ମାନେ ଆର୍ଥିକ ସମୃଦ୍ଧ ହୋଇପାରିବେ ବୋଲି କହିଥିଲେ କ୍ଷସମାରୋହରେ କୃତ୍ରିମ ପ୍ରଜନନ (ଓଦ୍ଭୟଙ୍କମରୟ ଈକ୍ସରରୟସଦ୍ଭଶ) କ୍ଷେତ୍ରରେ ଐତିହାସିକ ସଫଳତା ହାସଲ କରିଥିବା ବିଶିଷ୍ଟ ବୈଜ୍ଞାନିକ ଡ଼. କେ. ଏଚ୍. ଆଲିକୁନ୍ହି ଓ ଡ଼. ଏଚ୍. ଏଲ୍. ଚୌଧୁରୀଙ୍କ ଅବଦାନକୁ ଶ୍ରଦ୍ଧାର ସହ ସ୍ମରଣ କରାଯାଇଥିଲା, ଯାହାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳନ କରାଯାଉଛି। ସେମାନଙ୍କ ଗବେଷଣା ଭାରତର ମତ୍ସ୍ୟଚାଷ କ୍ଷେତ୍ରକୁ ନୂତନ ଦିଗ ପ୍ରଦାନ କରିଥିବା ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲାର ସଫଳ ମତ୍ସ୍ୟଚାଷୀ ମାରୁତି ନନ୍ଦନ ତ୍ରିପାଠୀ,
ସୁବିଜ୍ଞାନ ରଞ୍ଜନ ପ୍ରଧାନ,ଖଗେଶ୍ୱର ରଣା,ମହତାବ କହଁର ଏବଂ ମା ତାରିଣୀ ଡଝଐଏ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା କ୍ଷ ଏହା ସହିତ ବିଭିନ୍ନ ମତ୍ସ୍ୟ ଚାଷ ଯୋଜନାରେ ମନୋନୀତ ହିତାଧିକାରୀ ରଞ୍ଜିତା ସାହୁ ଙ୍କୁ ୬୦ ହଜାର, ଅଶୋକ କୁମାର ବେହେରାଙ୍କୁ ୧,୧୯,୦୦୦ ଏବଂ ରଜନୀ ମଲ୍ଲିକଙ୍କୁ୧,୮୯,୦୦୦ ଟଙ୍କା ସବ୍‌ସିଡି ସହାୟତା ପ୍ରଦାନ କରାଯାଇଥିଲା। ବାୟୋଫ୍ଲକ୍ ମତ୍ସ୍ୟଚାଷ ସମେତ ଆଧୁନିକ ମତ୍ସ୍ୟଚାଷ ପଦ୍ଧତିକୁ ପ୍ରୋତ୍ସାହନ ଦେବା ପାଇଁ ଏହି ସହାୟତା ବଣ୍ଟନ କରାଯାଇଥିଲା।
ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗର ଅଧିକାରୀମାନେ ଚାଷୀମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମତ୍ସ୍ୟ ଉନ୍ନୟନ ଯୋଜନା, ବାୟୋଫ୍ଲକ୍ ମତ୍ସ୍ୟଚାଷ, ପୋଖରୀ ପରିଚାଳନା, ଉନ୍ନତ ମାଛ ବିହନ ବ୍ୟବହାର, ସମନ୍ୱିତ କୃଷି ଓ ଆର୍ଥିକ ସହାୟତା ସମ୍ପର୍କରେ ବିସ୍ତୃତ ଭାବରେ ସଚେତନ କରାଇଥିଲେ। ଏଥିସହ ଚାଷୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କ ସନ୍ଦେହ ଦୂର କରାଯାଇଥିଲା।
କାର୍ଯ୍ୟକ୍ରମରେ ସହକାରୀ ମତ୍ସ୍ୟ ଅଧିକାରୀ ଚିନ୍ମୟୀ ଶୁଭସ୍ମିତା ମଞ୍ଚ ପରିଚାଳନା କରିଥିବାବେଳେ, ଜିଲ୍ଲା ମତ୍ସ୍ୟ ବିଭାଗର ଅଧିକାରୀ ଅଂଶୁମାନ ପଣ୍ଡା, ଲିଲିପ୍ତା ଦାଶ, ରାକେଶ ସ୍ୱାଇଁ ଓ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
ଶେଷରେ ସମସ୍ତ ଅତିଥି, ମତ୍ସ୍ୟଚାଷୀ ଏବଂ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930