Indus Valley Times

ବୌଦ୍ଧରେ ଜାମୀୟା ମସଜିଦ ପକ୍ଷରୁ ଇଫତାର ପାର୍ଟି ପାଳିତ

 Breaking News

ବୌଦ୍ଧରେ ଜାମୀୟା ମସଜିଦ ପକ୍ଷରୁ ଇଫତାର ପାର୍ଟି ପାଳିତ

May 05
14:30 2022

୍‌ବୌଦ୍ଧ,୫/୫: ବୌଦ୍ଧ ଜାମୀୟା ମସଜିଦ ପକ୍ଷରୁ ଇଫତାର ପାର୍ଟି ମସଜିଦ ପରିସରରେ ପାଳିତ ହୋଇଯାଇଛି । ମସଜିଦ ସଭାପତି ଅବଦୁଲ କଲିମ ଖାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପାର୍ଟିରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ରମଜାନ ମାସରେ ଶେଷ ଦିନରେ ସମସ୍ତ ମୁସଲିମ ଭାଇ ଭଉଣୀଙ୍କୁ ଶୁଭେଛା ଜଣାଇବା ସହିତ ଇଦପର୍ବର ଶୁଭେଛା ଜଣାଇଥିଲେ ।
ବୌଦ୍ଧରେ ହିନ୍ଦୁ ମୁସଲମାନ ମାନଙ୍କ ମଧ୍ୟରେ ଭାଇଚାରା ସ୍ଥାପନ କରିବାରେ ଏହା ମୁଖ୍ୟ ସୁତ୍ର ହେବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ । ଜାମୀୟା ମସଜିଦର ମୌଲବୀ ରମଜାନ ମାସର ବିଶେଷତ୍ୱ ଉପରେ ଅବଗତ କରାଇବା ସହ ରୋଜା ରଖିବାର ଉଦେଶ୍ୟ ଏବଂ ରୋଜାର ମହ୍‌ତ୍ୱ ବିଷୟରେ ବୁଝାଇଥିଲେ ।
ଏହି ପାର୍ଟିରେ ଅନ୍ୟମାନଙ୍କ ମଧ୍ୟରେ ଏସପି ଜ୍ଞାନରଂଜନ ମହାନ୍ତି, ବିଜ୍ଞାପିତ ଅଞ୍ଚଳର ପରିଷଦର ଅଧ୍ୟକ୍ଷ ମୃତ୍ୟୁଜଂୟ ମିଶ୍ର, ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଇଂ ମନରଂଜନ ପଣ୍ଡା, ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ପ୍ରମୁଖ ଯୋଗ ଦେଇଥିଲେ ।
ପାର୍ଟିରେ ହଲିମ ଖାନ, ଅବଦୁଲ ମହସିନ ଖାନ, ଜାହିର ଖାଁ , ସର୍ଫୁଦିନ ଖାନ, ମହମ୍ମଦ ସଫିଉଲ, ସେକ ସମ୍ମିଉଲ୍ଲା, ନିଉଦିନ ଖାନ,ନିଜାର ଖାନ, ରହିମ ଖାନ, ଅବଦୁଲ ସଲାମଙ୍କ ସମେତ ବସ୍ତିର ଭାଇ ମାନେ ସାମିଲ ଥିଲେ ।
ବୌଦ୍ଧରେ ବିଧାୟକ କଲେ ଅଖିମୁଠି ଅନୁକୂଳ
ବୌଦ୍ଧ/ବଘିଆପଡା ,୩ା୫: ପବିତ୍ର ଅକ୍ଷିତୃତୀୟା ଅବସରରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଅଖିମୁଠି ଅନକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ବଘିଆପଡା ସ୍ଥିୁତ ପାଲଝର କୃଷିଫାର୍ମଠାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ପିଡିଡିଆରଡିଏ ଅଶ୍ୱିନ କୁମାର ମେହେର ଯୋଗଦେଇ ଭୂମିପୂଜନ ସହିତ ବିହନ ଅଖିମୁଠି ଅନୁକୂଳ କରିଥିଲେ ।
ଜିଲ୍ଲାପାଳ ଶ୍ରୀ ମିଶ୍ର ଆଜି ଦିନଟି ହେଉଛି ସମସ୍ତ ଓଡିଆ ଜାତିର ସ୍ମରଣ ଦିନ ଓ ଆମ ବୌଦ୍ଧ ଜିଲ୍ଲା କୃଷି ପ୍ରଧାନ ଜିଲ୍ଲା କହିବା ସହ ଉକ୍ତ ଦିନରେ ସମସ୍ତ କୃଷକ ଭାଇମାନଙ୍କୁ ଶୁଭକାମନା ଜଣାଇଥିଲେ ।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନାରାୟଣ ମହାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ବ୍ଳକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବୌଦ୍ଧ ବ୍ଲକ ବିଡିଓ ଦେବୀ ପ୍ରସାଦ ଦାଶ ପ୍ରମୁଖ ଯୋଗଦେଇ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ଚାଷୀମାନେ ଉପସ୍ଥିତ ରହି ଭୂମି ପୂଜନ ଓ ଅଖିମୁଠି ଅନକୂଳ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଜିଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ
ବୌଦ୍ଧ,୫/୫: ବୌଦ୍ଧ ଟାଉନହଲଠାରେ ଜିଲା ଶ୍ରମ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଓ ସମ୍ମାନିତ ଅତିଥି ଭାବରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା ଓ ମୁଖ୍ୟବକ୍ତା ଭାବରେ ଜିଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝୀ ଯୋଗଦେଇଥିଲେ ।
ଜିଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ ସଭାରେ ନିଜ ବିଭାଗର ବିବରଣୀ ପ୍ରଦାନ କରିବା ସହିତ ଶ୍ରମ ଆଇନ ଓ ସରକାରଙ୍କ ବିଭିନ୍ନ ଯୋଜନାରେ ଶ୍ରମିକମାନଙ୍କ ପାଇଁ ରହିଥିବା ସହାୟତା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ ଶ୍ରମିକମାନେ ହେଉଛନ୍ତି ଦେଶ ପ୍ରଭତିର ପ୍ରାଣକେନ୍ଦ୍ର । ଶ୍ରମିକମାନଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ଶ୍ରମ ଆଇନ ପ୍ରଣୟନ କରି ସେମାନଙ୍କୁ ସାମାଜିକ ନିରାପତ୍ତା
ଯୋଗାଇଦେଉଥିବାବେଳେ ଚାଳଘର ହେଉ କି ସହରର ବଡ ବଡ କୋଠାଘର ସବୁଠି ଶ୍ରମିକମାନଙ୍କ ହାତସ୍ପର୍ଶ ଲାଗିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଜିଲାରେ ଶ୍ରମିକମାନେ ଜିଲା ପ୍ରଶାସନ ସହ ଯୋଗାଯୋଗ ରଖି ବିଭିନ୍ନ ଯୋଜନାରୁ ଶ୍ରମିକମାନେ ଉପକୃତ ହେବାକୁ ଜିଲାପାଳ ଶ୍ରୀମିଶ୍ର ପରାମର୍ଶ ଦେବା ସହିତ ଯେକୌଣସି ସମସ୍ୟା ଥିଲେ ଜିଲା ପ୍ରଶାସନର ଦ୍ୱାର ଶ୍ରମିକମାନଙ୍କ ପାଇଁ ସବୁବେଳେ ଖୋଲା ରହିଛି ବୋଲି ପ୍ରକାଶ କରିଥିଲେ ।
ପରେ ଶ୍ରମିକମାନଙ୍କୁ ଶ୍ରମକାର୍ଡ ଏବଂ ବିଭିନ୍ନ ଯୋଜନାରେ ସହାୟତା ରାଶି ବଣ୍ଟନ କରାଯାଇଥିବାବେଳେ ଖବରକାଗଜ ବିକ୍ରେତାମାନଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା । ପ୍ରସୂତୀକାଳୀନ ସହାୟତାରେ ୧୧୯ ଜଚ୍ଚଙ୍କୁ ୧୧୯୦୦୦୦ ଟଙ୍କା,ମୃତ୍ୟୁକାଳୀନ ସହାୟତା ଭାବରେ ୨୨୬ ଜଚ୍ଚଙ୍କୁ ୪୨୯୦୦୦୦୦ ଟଙ୍କା,ଅନ୍ତେଷ୍ଟି କ୍ରିୟା ପାଇଁ ୨୨୬ ଜଚ୍ଚଙ୍କୁ ୧୧୩୦୦୦୦ ଟଙ୍କା,ନିର୍ମାଣ ଶ୍ରମିକ ଯୋଜନାରେ ୨୦୦ ଜଣଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଡିଭିଜନାଲ ଶ୍ରମ କମିଶନରଙ୍କ ପକ୍ଷରୁ ୨୩୩ ଜଣଙ୍କୁ ଶିକ୍ଷା ପାଇଁ ୧୦୨୭୨୦୦ ଟଙ୍କା,୧୦ ଜଣଙ୍କୁ ବିବାହ ସହାୟତା ପାଇଁ ୫୦୦୦୦୦ ଟଙ୍କା,ପ୍ରସୂତୀ କାଳୀନ ସହାୟତାରେ ୧୫୯ ଜଣଙ୍କୁ ୧୫୯୦୦୦୦ ଟଙ୍କା, ମୃତ୍ୟୁକାଳୀନ ସହାୟତା ପାଇଁ ୨୭୭ ଜଣଙ୍କୁ୫୨୨୦୦୦୦୦ ଟଙ୍କା,ଅନ୍ତେଷ୍ଟି କ୍ରିୟା ପାଇଁ ୨୭୭ ଜଣଙ୍କୁ ୧୩୮୫୦୦୦ ଟଙ୍କା ଏହିଭଳି ସର୍ବମୋଟ ୯୫୬ ଜଣ ଶ୍ରମିକଙ୍କୁ ୫୬୭୦୨୨୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବାନେନଇ ଜିଲା ଶ୍ରମ ଅଧିକାରୀ ଶ୍ରୀପ୍ରଧାନ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରମିକ,ବିଭିନ୍ନ ଟ୍ରେନ ୟୁନିୟନର କର୍ମକର୍ତ୍ତା,ଗଣମାଧ୍ୟମ ପ୍ରତିନିଧି,ୟୁଥ ରେଡକ୍ରସର ସଂପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ,ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମର ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ, ସ୍ଥପତି ସୁମନ ଷଡଙ୍ଗୀଙ୍କ ସମେତ ବୁଦ୍ଧିଜିବୀମାନେ ଯୋଗଦେଇଥିଲେ ।
ଅଜଣା ଗାଡି ଧକ୍କାରେ ୩ ଗୋରୁ ମୃତ, ଉତ୍ୟକ୍ତ ଗ୍ରାମବାସୀଙ୍କ ୪ ଘଣ୍ଟା ଜାତୀୟ ରାଜପଥ ଅବରୋଧ
ବୌଦ୍ଧ,୫/୫: ଖୋର୍ଧା ବଲାଙ୍ଗୀର ଜାତୀୟ ରାଜପଥର ବୌଦ୍ଧଜିଲା ଖଜୁରୀପଡା ଛକଠାରେ ଏକ ଅଜଣା ଗାଡି ଧକ୍କାରେ ୩ ଗୋରୁଙ୍କ ମୃତ୍ୟୁ ହେବାଫଳରେ ଉତ୍ୟକ୍ତ ଗ୍ରାମବାସୀମାନେ ଦୀର୍ଘ ୪ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ ।
ସୂଚନା ମୁତାବକ ସୋମବାର ସକାଳୁ ଖଜୁରୀପଡା ଗ୍ରାମର ପରମାନନ୍ଦ ପ୍ରଧାନ ନିଜର ଗାଈ ଚରାଇବାକୁ ନେଉଥିବାବେଳେ ଜାତୀୟ ରାଜପଥ ଉପରେ ପୁରୁଣାକଟକ ପଟରୁ ବୌଦ୍ଧ ଆଡକୁ ଆସୁଥିବା ଏକ ଟ୍ରକ ୩ ଟି ଗୋରୁଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଗାଡି ଧକ୍କାରେ ୩ ଟି ଗୋରୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।
ଏହି ଘଟଣା ପରେ ଗରିବ ପରମାନନ୍ଦଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଥିଲେ । ବୌଦ୍ଧଥାନାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀମାନଙ୍କୁ ଅନେକ ବୁଝାଶୁଝା କରିବାପରେ ମଧ୍ୟ ସେମାନେ ଦୀର୍ଘ ୪ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିବା ଦ୍ୱାରା ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା । ପରେ ଜିଲା ରେଡକ୍ରସ ପାଣ୍ଠିରୁ ଗାଈମାଲିକ ପରମାନନ୍ଦଙ୍କୁ ୧୦ ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବା ପରେ ରାସ୍ତା ଅବରୋଧ ହଟିଥିଲା ।

ସଂପାଦକ ଦେବାଶିଷ ପୁରୋହିତ ଓଡିଶା ବ୍ରାହ୍ମଣ ମହାସଂଘର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବା ସହିତ ବୈଦିକ କର୍ମକାଣ୍ଡି ଓ ଆଧ୍ୟାତ୍ମୀକ ବିଦ୍ୟାଳୟର ସୁପରିଚାଳନା ଏବଂ ଆସନ୍ତା ଦିନରେ ଆଧ୍ୟାତ୍ମୀକ କାର୍ଯ୍ୟକ୍ରମ ଓ ମହାଯଜ୍ଞ ସଂପର୍କରେ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମାଜ ଓ ପଣ୍ଡିତ ସଂଘର ବରିଷ୍ଠ କାର୍ଯ୍ୟକର୍ତାମାନେ ନିଜ ନିଜ ମତାମତ ପ୍ରକାଶ କରିଥିଲେ । ଆସନ୍ତା ମେ ୨୦ ତାରିଖରେ ରାୟଗଡା ଠାରେ ରାଜ୍ୟସ୍ତରୀୟ ବ୍ରାହ୍ମଣ ମହାସଭାରେ ବୌଦ୍ଧର ପ୍ରତିନିଧିମାନେ ଯୋଗ ଦେବାପାଇଁ ନିଷ୍ପତି ହୋଇଥିଲା । ଏଥିରେ ପଣ୍ଡିତ ସଂଘ ପକ୍ଷରୁ ସଂପାଦକ ହରିବନ୍ଧୁ ଶତପଥି, କୋଷାଧ୍ୟକ୍ଷ ମାନସ ରଂଜନ ମିଶ୍ର, ଶିବ ପ୍ରସାଦ ପାଣିଗ୍ରାହୀ, ସମାଜ ତରଫରୁ ଆବାହକ ଶଙ୍କର ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ଶଶାଙ୍କ ଶେଖର ମିଶ୍ର, ଆଶୁତୋଷ ମହାପାତ୍ର, ଉପଦେଷ୍ଟା ସିଦ୍ଧେଶ୍ୱର ଯୋଶୀ, ଶକ୍ତିବାହିନୀ ପକ୍ଷରୁ ଝରଣା ମିଶ୍ର, ସଂଯୁକ୍ତାରାଣୀ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଶେଷରେ ବ୍ରାହ୍ମଣ ସମାଜର ସଦସ୍ୟ ମୃତ୍ୟୁଜଂୟ ମିଶ୍ର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀ ମିଶ୍ର ବ୍ରାହ୍ମଣ ସମାଜର ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ନିଜର ମତାମତ ପ୍ରକାଶ କରିଥିଲେ ।

ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜୟନ୍ତୀ ଓ ଅକ୍ଷୟ ତୃତୀୟା ଉତ୍ସବ ଅନୁଷ୍ଠିତ,ପୌରାଧ୍ୟକ୍ଷ ମୃତ୍ୟୁଜଂୟ ମିଶ୍ରଙ୍କୁ ସମ୍ବର୍ଦ୍ଧନା
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୫/୫ : ବୌଦ୍ଧ ସହରର ବାବା ଚନ୍ଦ୍ରଚୂଡ ମନ୍ଦିର ପରିସରରେ ବ୍ରାହ୍ମଣ ସମାଜ ଓ ଶ୍ରୀ ଲକ୍ଷ୍ମୀ ବାସୁଦେବ ପଣ୍ଡିତ ସଂଗଠନର ମିଳିତ ଆନୁକୂଲ୍ୟରେ ଅଖିମୁଠି ଉତ୍ସବ ପାଳନ କରାଯାଇଥିଲା । ପଣ୍ଡିତ ସଂଘର ସଭାପତି ସଂଜିବ କୁମାର ପଣ୍ଡା ନୀତିକାନ୍ତି ଅନୁସାରେ ପୁଜାଧ୍ୱଜା କରିବା ସହିତ ବିଶ୍ୱଶାନ୍ତି ଯଜ୍ଞ କରିଥିଲେ ।
ଏଥିରେ ବ୍ରାହ୍ମଣ ସମାଜର ବରିଷ୍ଠ ସଦସ୍ୟ ସୂର୍ଯ୍ୟେନ୍ଦ୍ର କୁମାର ଶତପଥି କର୍ତାଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ଏକ ଆଲୋଚନା ସଭା ସଭାପତି ଗୁରୁ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031