Indus Valley Times

ବୌଦ୍ଧରେ ଡ୍ରାଇଭରଙ୍କ ଷ୍ଟିଅରିଙ୍ଗ ଛାଡ ଆନ୍ଦୋଳନ, ଗାଡି ଚଳାଚଳ ଠପ , ଯାତ୍ରୀ ହନ୍ତସନ୍ତ

 Breaking News

ବୌଦ୍ଧରେ ଡ୍ରାଇଭରଙ୍କ ଷ୍ଟିଅରିଙ୍ଗ ଛାଡ ଆନ୍ଦୋଳନ, ଗାଡି ଚଳାଚଳ ଠପ , ଯାତ୍ରୀ ହନ୍ତସନ୍ତ

January 06
11:35 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୬/୧: କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନକୁ ନେଇ ହୋଇଥିବା ନୂଆ ଆଇନ ଓ ଡ୍ରାଇଭରଙ୍କ ଦୀର୍ଘ ଦିନର ବିଭିନ୍ନ ଦାବୀ ନେଇ ରାଜ୍ୟ ସରକାର ଚୁପ ଥିବା ବେଳେ ଏହାକୁ ଘୋର ବିରୋଧ କରି ସାରା ଓଡିଶାରେ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଙ୍ଗ ଛାଡ ଆନ୍ଦୋଳନ ଡାକାରା ଦେଇଛନ୍ତି । ଯାହାଫଳରେ ଶୁକ୍ରବାର ଦିନ ସାରା ଜିଲ୍ଲାରେ ଡ୍ରାଇଭର ସଂଘ ପକ୍ଷରୁ ଆନ୍ଦୋଳନ କରିବା ସହ ଷ୍ଟିଅରିଙ୍ଗ ଛାଡ ଆନ୍ଦୋଳନ କରିଛନ୍ତି ।
ଫଳରେ ଜିଲ୍ଲାର ସମସ୍ତ ବେସରକାରୀ ଯାତ୍ରୀ ବାହୀ ବସ, ଟ୍ରକ,ଟ୍ୟାକ୍ସି ଚଳାଚଳ ବନ୍ଦ ରହିଛି । ପୁରାପୁରି ବେସରକାରୀ ବସ ଗୁଡିକ ଚଳାଚଳ ସଂପୁର୍ଣ୍ଣ ବନ୍ଦ ହୋଇପଡିଥିଲା । ଫଳରେ ଯାତ୍ରୀ ମାନେ ନାହି ନଥିବା ହଇରାଣ ହେବାକୁ ପଡିଛି । କେବଳ ହାତ ଗଣତି କିଛି ସରକାରୀ ବସ ଚଳାଚଳ କରିଛି ।
ଡ୍ରାଇଭର ସଂଘର ଦାବି ହେଲା ଭାରତ ସରକାରଙ୍କ ମୋଟର ଆଇନ ବିଲ ପ୍ରତ୍ୟାହର ଓ ରାଜ୍ୟ ସରକାର ଡ୍ରାଇଭର ମହାସଂଘ ଦାବୀ ପୂରଣ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବାକୁ ଚେତାବନୀ ଦେଇଛନ୍ତି । ଏନେଇ ଡ୍ରାଇଭରସଂଘ ପକ୍ଷରୁ ବସଷ୍ଟାଣ୍ଡ ପରିସରରେ ଧାରଣାରେ ବସିରହିଥିବା ଦେଖିବାକୁ ମିଳିଥିଲା । ଧାରଣାରେ ବୌଦ୍ଧ ଜିଲ୍ଲା ଡ୍ରାଇଭର ସଂଘର ସଭାପତି ବିପିନି ବିହାରୀ ବ୍ରହ୍ମ, ସମ୍ପାଦକ ସୁଜିତ କୁମାର ସ୍ୱାଇଁ , ସୁଶୀଲ ଦାସ, ସଦର ସଭାପତି ଅସିତ ରଂଜନ ସାହୁ, ସଦର ସମ୍ପାଦକ ରାଜଶ ଦିଗାଲ, ଚରଣ ସେଠୀ, ଶ୍ରବଣ ସେଠୀ, ରାକେଶ ମାହାନ୍ତି, ରାକେଶ ବେହେରା, ଉପଦେଷ୍ଠା ଜୟନାରାୟଣ ମହାନ୍ତି ଧାରଣାରେ ସାମିଲ ଥିଲେ ।
ବୌଦ୍ଧ ମହୋତ୍ସବ ପଲ୍ଲି ଶ୍ରୀମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ ଚତୁର୍ଥ ସନ୍ଧ୍ୟା :ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ
ବୌଦ୍ଧ,୬/୧: ବୌଦ୍ଧ ପ୍ୟାରେଡ ପଡିଆ ଠାରେ ଚାଲିଥିବା ବୌଦ୍ଧ ମହୋତ୍ସବ, ପଲ୍ଲି ଶ୍ରୀମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀର ଆଜି ହେଉଛି ଚତୁର୍ଥ ସନ୍ଧ୍ୟା । ଆଜିର ସନ୍ଧ୍ୟାରେ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନିରଂଜନ ପୂଜାରୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରିତା ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ଯୋଗଦେଇଥିଲେ ।
ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଂଜନ ମଦନ ମୋହନ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଆରସିଏସ ହାଡିବନ୍ଧୁ ମହାକୁଡ ମଂଚ ପରିଚାଳନା କରିଥିଲେ । ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ।
ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ବୌଦ୍ଧର ଗେହ୍ଲାମାଁ କଳାନିକେତନ ପକ୍ଷରୁ କ୍ଲାସିକାଲ ଫୁଜନ, ଲୋଇସିଙ୍ଗାର ସଙ୍କର ଏଣ୍ଡ ଗୃପ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ବୌଦ୍ଧର ଗନ୍ଧରାଡୀ କଳାପରିଷଦ,କ ଚାରିଶମ୍ଭୁର ଲୋକନୃତ୍ୟ, ସୋନପୁରର ନୂର ବେଗମଙ୍କ ଦ୍ୱାରା ସଂଗୀତ, ବଲାଙ୍ଗିର ତୁସୁରାର ଘୁଡୁକା ନାଚ,କୋରାପୁଟ ଜୟପୁରର ପ୍ରେରଣା ଡେନ୍ସ ଏକାଡେମୀ ପକ୍ଷରୁ ଓଡିଶୀ, ବୌଦ୍ଧର ଢୋଲନିଶାନ କଳା ପରିଷଦ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା । ବରଗଡର ଅର୍ଚ୍ଚନା ପାଢୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଂଚ ପରିଚାଳନା କରିଥିଲେ ।
ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାକୁ ଅଧିକ ସରସ ସୁନ୍ଦର କରିବାକୁ ଯୋଡି ହୋଇଛି ବୟନିକାର ରାଜ୍ୟସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀ । କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରମୋଦ ପ୍ରଧାନ ମଂଚ ପରିଚାଳନା କରିଥିଲେ । ମହୋତ୍ସବରେ ଏଥର ୧୬୦ଗୋଟି ଷ୍ଟଲ ଖୋଲାଯାଇଛି ।
ମନମୁଣ୍ଡା ଥାନା ବାତେପଙ୍ଗା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଆଇଡି ବିସ୍ପୋରଣରେ ୩ ଏସଓଜି ଜବାନ ଆହତ,କୁମ୍ବିଂକୁ ଯୋରଦାର କଲା ପୁଲିସ !
ବୌଦ୍ଧ,୬/୧: ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅଂଚଳରେ ମାଓବାଦୀ ସକ୍ରିୟ ହୋଇଥିବା ବେଳେ ପୁଲିସ ପକ୍ଷରୁ ମାଓ ଦମନ ପାଇଁ ଯୋରଦାର ଉଦ୍ୟମ ଜାରି ରହିଛି । ଗତ ଦୁଇ ମାସ ମଧ୍ୟରେ ମାଓବାଦୀ ଓ ଜବାନଙ୍କ ମଧ୍ୟରେ ଦୁଇ ଧର ମୁହାଁ ମୁହିଁ ହୋଇଛନ୍ତି । ଯାହାଫଳରେ ଜବାନଙ୍କ ଦ୍ୱାରା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।
ଆଜି ବୌଦ୍ଧ-କନ୍ଧମାଳ ଜିଲ୍ଲାର ସୀମାନ୍ତ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ବାତେପଙ୍ଗା ଜଙ୍ଗଲରେ ଏସଓଜି ଜବାନଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଇଡି ବିସ୍ପୋରଣ ଘଟି ତିନି ଏସଓଜି ଜବାନ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଏହାପରେ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଯୋରଦାର କରାଯାଇଛି ।
ଆହତ ଜବାନମାନେ ମଧ୍ୟ କୁମ୍ବିଂରେ ସାମିଲ ହୋଇଥିବା ଜଣାପଡିଛି । ସୂଚନା ମତେ ମନମୁଣ୍ଡା ଥାନା ଶଗଡା ଫାଣ୍ଡି ବାତେପଙ୍ଗା ନିକଟରେ ଥିବା ଜଙ୍ଗଲରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଏହି ଆଇଡି ବିସ୍ପୋରଣ ଘଟିଥିଲା । ଏଥିରେ ୩ ଜଣ ଜବାନ ସାମାନ୍ୟ ଆହତ ହୋଇଥିଲେ । ଆହତ ସେତେ ଗୁରୁତର ନ ଥିବା ଜଣାପଡିଛି । ଆହତ ଜବାନ ମାନେ ମଧ୍ୟ ଅପରେସନରେ ସାମିଲ ହୋଇଛନ୍ତି । ପୁଲିସ ପକ୍ଷରୁ କୁମ୍ବିଂକୁ ଯୋରଦାର କରାଯାଇଛି । ମାଓଙ୍କ ଆହତ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ । ଗତ ନଭେମ୍ବର ମାସରେ ଜିଲ୍ଲାର ମନମୁଣ୍ଡା ଥାନା ଅର୍ନ୍ତଗତ ଶଗଡା ଫାଣ୍ଡି ଅଂଚଳରେ ଥିବା ରାବେଣଶ୍ୱର ଜଙ୍ଗଲରେ ଏସଓଜି ଓ ମାଓ ମାଧ୍ୟରେ ଗୁଳିବିନିମୟ ହୋଇଥିଲା ।
ଏଥିରେ ମାଓମାନେ ପଛଘୁଂଚା ଦେଇଥିଲେ । ପୁଲିସ ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିବାରେ ସଫଳ ହୋଇଥିଲା । ତାର ପରବର୍ତ୍ତି ସମୟରେ ଗତ ଡିସେମ୍ବର ମାସରେ ପୁଣି ଥରେ ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ନଳିକୁପା ଗାଁ ନିକଟ ଜଙ୍ଗଲରେ ଜବାନ ଓ ସଶସ୍ତ୍ରମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଏକ ମାଓକ୍ୟାମ୍ପ ନଷ୍ଟ କରାଯିବା ସହିତ ବିପୁଳ ପରିମାଣର ମାଓସାମଗ୍ରୀ ଜବତ କରାଯାଇଥିଲା । ଏହି ଅଂଚଳରେ ୩୦ରୁ ୩୫ ମାଓ ଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ଦୁର୍ଗମ ଅଂଚଳ ଗୁଡିକରେ ମାଓ ସକ୍ରିୟ ହେବା ଫଳରେ ସାଧାରଣ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ବୌଦ୍ଧଜିଲ୍ଲାରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ: ଜିଲ୍ଲାରେ ତିନି ମାସ ମଧ୍ୟରେ ୬୧୬୩ ଭୋଟର ସଂଖ୍ୟା ବଢିଛି
ବୌଦ୍ଧ,୬ /୧: ବୌଦ୍ଧଜିଲ୍ଲାରେ ଚୂଡାନ୍ତ ଭୋଟର ତାଲିକା ଶୁକ୍ରବାର ପ୍ରକାଶ ପାଇଛି । ଜିଲ୍ଲାରେ ତିନି ମାସ ମଧ୍ୟରେ ୬୧୬୩ ଭୋଟର ସଂଖ୍ୟା ବଡିଛି ।
ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଥିଲା । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନୃସିଂହ ଚରଣ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇଥିଲେ ।
ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଭୋଟର ତାଲିକାର ଚୂଡାନ୍ତ ପ୍ରକାଶନ ନେଇ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାରେ ପୁରୁଷଙ୍କ ଅନୁପାତରେ ମହିଳା ଭୋଟରଙ୍କ କମ ରହିିଛି । ସୂଚନା ମୁତାବକ ପ୍ରକାଶ ପାଇଥିବା ଚୂଡାନ୍ତ ଭୋଟର ତାଲିକା ଅନୁଯାୟୀ ୮୫ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ମହିଳା ଭୋଟରଙ୍କ ସଂଖ୍ୟା ୮୧୯୧୦ ପୁରୁଷ ଭୋଟରଙ୍କ ସଂଖ୍ୟା ୮୫୯୨୭ ହୋଇଥିବାବେଳେ ତୃତୀୟ ଲିଙ୍ଗି ଭୋଟରଙ୍କ ସଂଖ୍ୟା ୧ଗୋଟି ରହିଛି ।
କଟାଂମାଳ ନିର୍ବଚନ ମଣ୍ଡଳୀରେ ସମୁଦାୟ ୧୬୭୬୩୮ ଭୋଟର ରହିଛନ୍ତି । ସେହିପରି ୮୬ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ମହିଳା ଭୋଟରଙ୍କ ସଂଖ୍ୟା ୮୦୦୭୨ ଓ ପୁରୁଷ ଭୋଟରଙ୍କ ସଂଖ୍ୟା ୮୪୭୭୪ ହୋଇଥିବାବେଳେ ତୃତୀୟ ଲିଙ୍ଗି ଭୋଟରଙ୍କ ସଂଖ୍ୟା ୮ ରହିଛି ।
ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା ୧୬୪୮୫୪ ରହିଅଛି । ଚୂଡାନ୍ତ ଭୋଟର ତାଲିକା ଅନୁଯାୟୀ ସମୁଦାୟ ଭୋଟରଙ୍କ ସଂଖ୍ୟା ୩୩୨୬୯୨ ବୋଲି ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଥିଲା ।
ଜିଲ୍ଲାରେ ଦୁଇଗୋଟି ନିର୍ବାଚନ ମଣ୍ଡଳିରେ ସମୁଦାୟ ବୁଥ ସଂଖ୍ୟା ୪୧୧ ରହିଥିବା ବେଳେ କଂଟାମାଳ ନିର୍ବାଚନ ମଣ୍ଡଳିରେ ବୁଥ ସଂଖ୍ୟା ୨୧୭ ରହିଥିବା ବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୧୯୪ ଗୋଟି ରହିଅଛି ।
ଗତ ୨୭.୧୦.୨୩ ତାରିଖରେ ପ୍ରକାଶ ପାଇଥିବା ଭୋଟର ତାଲିକାରେ ୩୨୬୫୨୯ ଭୋଟର ରହିଥିଲେ । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧୬୭୮୭୮ ଥିବା ବେଳେ ମହିଳା ଭୋଟର ୧୫୮୬୪୨ ଭୋଟର ଥିଲେ । ଜିଲ୍ଲାରେ ତିନି ମାସ ମଧ୍ୟରେ ୬୧୬୩ ଭୋଟର ସଂଖ୍ୟା ବଢିଥିବା ଜଣାପଡିଛି ।
ପ୍ରକାଶିତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟଭଂଜନ ମଦନମୋହନ ପାତ୍ର, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ଡେପୁଟି କଲେକ୍ଟର ସାଶ୍ୱତ ପ୍ରଧାନ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ବିଜେପି ପକ୍ଷରୁ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି,ଜାତୀୟ କଂଗ୍ରେସ ତରଫରୁ ଜିଲ୍ଲା ମୁଖ୍ୟ ପ୍ର୍ରବକ୍ତା ଶାନ୍ତନୁ ମହାପାତ୍ର, ବିଜେଡି ପକ୍ଷରୁ ଶିତାଂଶୁ ଶେଖର ମହାକୁଡ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ବୌଦ୍ଧରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ
ବୌଦ୍ଧ,୬/୧: ଯୁବଗୋଷ୍ଠୀଙ୍କ ମଧ୍ୟରେ ଥିବା ଲୁକାୟତ ପ୍ରତିଭାକୁ ଚିହ୍ନଟ କରି ଲୋକଲୋଚନକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ସମନ୍ୱିତ ଯୁବ ବିକାଶ ଅନ୍ତର୍ଗତ ଯୁବ ଓଡିଶା ନବୀନ ମାଧ୍ୟମରେ ବୌଦ୍ଧଜିଲ୍ଲାର ମହାବିଦ୍ୟାଳୟସ୍ତରରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ ପ୍ରତିଭା ମାନଙ୍କୁ ଚିହ୍ନଟ କରିଛନ୍ତି ।
ସେହି କୃତି ପ୍ରତିଭାମାନଙ୍କୁ ଆଜି ପୁରୁସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ବୌଦ୍ଧ ସହର ସ୍ଥିତ ଜିଲ୍ଲା ଷ୍ଟାଡିୟମ ପରିସରରେ ନୂଆଁ –ଓ , ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।
ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିଥିଭାବେ ଜଙ୍ଗଲ ପରିବେଶ , ପଞ୍ଚାୟତରାଜ. ପାନୀୟଜଳ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି , ଗୃହ ରାଷ୍ଟ୍ର ଓ କ୍ରୀଡା ଯୁବ ବ୍ୟାପର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ ।
ମନ୍ତ୍ରୀ ଶ୍ରୀ ଅମାତ ଯୁବ ଓଡିଶା ନବୀନ ଓଡିଶା ଦ୍ୱାରା ଯୁବଗୋଷ୍ଠି ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରାଯାଇଛି । ଏହା ସହ ବୁଦ୍ଧଙ୍କ ମାଟି ଏହି ବୌଦ୍ଧ ମାଟି ଶାନ୍ତିର ମାଟି ଏଣୁ ଛାତ୍ରଛାତ୍ରୀମାନେ ଜଣେ ଜଣେ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ ।
ଅତ୍ୟତମ ଅତିଥି ମନ୍ତ୍ରୀ ଶ୍ରୀ ମାରାଣ୍ଡି ମୁଖ୍ୟମନ୍ତ୍ରୀ ଯୁବ ଗୋଷ୍ଠିଙ୍କୁ ଏକ ଯୁବ ଓଡିଶା , ସଶକ୍ତ ଓଡିଶା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଯୁବଗୋଷ୍ଠୀ ନିଜର କଳା କୌଶଳକୁ ରାଜ୍ୟ ବାହାରେ ପ୍ରଦର୍ଶିତ କରିବା ସହ ବଡ ମଣିଷ ହେବା ପାଇ ଆତ୍ମ ବିଶ୍ୱାସ ସହ କଠିନ ପରିଶ୍ରମ କରି ବଡ ମଣିଷ ହୋଇ ଆଗକୁ ଯାଇ ପାରିବ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ସାମିଲ ଥିଲେ । ଯୁବ ଓଡିଶା ନବୀନ ଓଡିଶା ମାଧ୍ୟରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀଙ୍କୁ ନେଇ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ କୃତି ପ୍ରତିଯୋଗିଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କୃତ କରାଯାଇଥିଲା । ବୌଦ୍ଧର ବାଲୁକା ଶିଳ୍ପି ଅଭିଷେକ ସିଂ ଅତିଥିମାନଙ୍କୁ ବାଲୁକା କଳାର ଫଟୋ ଚିତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ୮ ହଜାରରୁ ଅଧିକ ଛାତ୍ର ଛାତ୍ରୀ ସାମିଲ ଥିଲେ ।
ସାମ୍ବାଦିକମାନଙ୍କ ସହ ବିଜେଡି ପର୍ଯ୍ୟବେକ୍ଷକଙ୍କ ସୌଜନ୍ୟମୂଳକ ଆଲୋଚନା
ବୌଦ୍ଧ,୬/୧: ବୌଦ୍ଧଜିଲ୍ଳା ପାଇଁ ବିଜେଡିର ନବନିଯୁକ୍ତ ପର୍ଯ୍ୟବେକ୍ଷକ ଅମରେଶ ଜେନା ଦାୟିତ୍ୱ ଗ୍ରହଣ କରିବାପରେ ଆଜି ସକାଳେ ସର୍କିଟ ହାଉସ ଠାରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସହିତ ସୌଜନ୍ୟମୂଳକ ଆଲୋଚନା କରିଛନ୍ତି । ଆଲୋଚନା ବୈଠକରେ ପର୍ଯ୍ୟବେକ୍ଷକ ଶ୍ରୀଜେନା ଜିଲ୍ଲାରେ ବିଜେଡିର ସୀଂଗଠନିକ ସ୍ଥିତି ସଂପର୍କରେ ପଚାରିବୁଝିଥିଲେ ।
ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜେଡି ଦିର୍ଘ ୧୯ବର୍ଷ ହେଲା କ୍ଷମତାରେ ରହିଥିବାବେଳେ ଗଣମାଧ୍ୟମ ସବୁବେଳେ ଦଳ ପକ୍ଷରୁ ଉପେକ୍ଷିତ ହୋଇଆସିଥିବା ନେଇ ସମ୍ବାଦିକମାନେ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଦଳର ପ୍ରତିଷ୍ଠା ଦିବସ ହେଉକି ଅନ୍ୟ କୌଣସି ଦଳୀୟ କାର୍ଯ୍ୟ ସଂପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଉନଥିବା ନେଇ ସାମ୍ବାଦିକମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।
ଗଣମାଧ୍ୟମକୁ ଉପଯୁକ୍ତ ସମ୍ମାନ ମିଳିବା ଉଚିତ ବୋଲି ପର୍ଯ୍ୟବେକ୍ଷକ ଶ୍ରୀଜେନା କହିବା ସହିତ ଆଗାମୀ ଦିନରେ ସମସ୍ତ ବୁଝାମଣା ଦୂର କରାଯିବ ଓ ସମସ୍ତ ଦଳୀୟ କାର୍ଯ୍ୟକ୍ରମର ସୂଚନା ଗଣମାଧ୍ୟମକୁ ଆଗୁଆ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।
ଏହି ଆଲୋଚନା ବୈଠକରେ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ, ଏନଏସି ସଂଯୋଜକ ଅଶୋକ କୁମାର ସାହୁ, ବୌଦ୍ଧ କେନ୍ଦ୍ରିୟ ସମବାୟ ବ୍ୟାଙ୍କ ସଭାପତି ଅରୁଣ କୁମାର ପ୍ରଧାନ ଓ ଯୁବନେତା ପ୍ରଭାତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031