Indus Valley Times

ବୌଦ୍ଧରେ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି

 Breaking News

ବୌଦ୍ଧରେ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି

July 18
10:43 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୭: ତିନି ଠାକୁର ମାଉସୀ ମାଙ୍କ ଘରେ ନଅ ଦିନ ଲୀଳାଖେଳା ପରେ ସୋମବାର ଶ୍ରୀ ମନ୍ଦିର କୁ ବାହୁଡିଅଛନ୍ତି । ମଙ୍ଗଳବାର ରଥରେ ରହିଥିବା ବେଳେ ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ବୌଦ୍ଧର ଜଗନ୍ନାଥ ମନ୍ଦିର ଆଗରେ ଥିବା ରଥ ଖଳାରେ ଅଭଙ୍ଗ ରଥରେ ସୁନାବେଶ ସଜ୍ଜିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।
ରଥ ଉପରେ ବେଶକାରୀ ସେବାୟତ ମାନେ ପ୍ରଭୂଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧାଇ ସଜ୍ଜିତ କରିଥିଲେ । ପାଗ ଅନୁକୁଳ ଥିବାରୁ ସୁନା ବେଶ ଦେଖିବା ପାଇଁ ହଜାର ହଜାର ଭକ୍ତ ଲମ୍ବା ଧାଡିରେ ରହି ପ୍ରଭୁଙ୍କ ଦର୍ଶନ କରିଥିଲେ । ରଥ ଖଳାରେ ଭଜନ ସମାରୋହ ଅନୁଷ୍ଟିତ ହୋଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତ ମାନେ ପ୍ରଭୁଙ୍କ ସୁନାବେଶ ଦର୍ଶନ କରିଥିଲେ ।
ଏହା ସହ ହରିଗୁଢି ରଥରେ ମଧ୍ୟ ପ୍ରଭୁଙ୍କ ସୁନାବେଶ ଓ ଫୁଲ ବେଶ ହେବା ସହ ଭକ୍ତ ମାନେ ଦର୍ଶନ କରିଥିଲେ । ରାତିରେ ଅଧରପଣା ନୀତି ଶେଷ ହେବାପରେ ପହଣ୍ଡିକରି ଚତୁର୍ଦ୍ଦାମୁତ୍ତିଙ୍କ ନିଳାଦ୍ରୀ ବିଜେ କରାଯାଇଥିଲା ।
ମନ୍ଦିରକୁ ପ୍ରବେଶ ବେଳେ ମା ଲକ୍ଷ୍ମୀ ବାଟ ଓଗାଳି ପ୍ରଭୁଙ୍କସହ କଳି କରିଥିଲେ ପରେ ବଡ ଠାକୁରଙ୍କ ଅନୁରୋଧ କ୍ରମେ ମନ୍ଦିର ଦ୍ୱାର ଖୋଲାଯାଇଥିଲା । ଏହି ସମସ୍ତ ନୀତି ବ୍ରାହ୍ମଣ ସମାଜ ଓ ମନ୍ଦିର ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁରୁଖୁରୁରେ ସମାପନ ହୋଇଥିଲା ।
ଅବସରପ୍ରାପ୍ତ ଶାରୀରିକ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବୌଦ୍ଧ,୧୮/୭: ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି ଅନ୍ତର୍ଗତ ଲୁଣିବାହାଲ୍ ସ୍ଥିତ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ପରିସରରେ ବୌଦ୍ଧ ଜିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ, ଶିକ୍ଷୟିତ୍ରୀ ସମୂହ ତରଫରୁ ଅବସରପ୍ରାପ୍ତ ଶାରିରୀକ ଶିକ୍ଷା ଶିକ୍ଷକ ପ୍ରଦୀପ୍ତ କୁମାର ସାହୁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀସାହୁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚାରିଛକ ରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ।
ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବ ରେ ହରଭଙ୍ଗା ବ୍ଲକ ଶାରିରୀକ ଶିକ୍ଷା ଶିକ୍ଷକ ସଂଘ ର ସଂପାଦକ ଉମା ଶଙ୍କର ରାଉତ ସଭାପତିତ୍ବ କରିଥିଲାବେଳେ, ବୌଦ୍ଧ ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ଆନନ୍ଦ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି, ସ୍ଥାନୀୟ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ମୃତ୍ୟୁଞ୍ଜୟ ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ।
ଉତ୍ସବରେ ହରଭଙ୍ଗା ବ୍ଲକ , ବୌଦ୍ଧ ବ୍ଲକ ଓ କଣ୍ଟାମାଳ ବ୍ଲକ ର ଉଚ୍ଚ ବିଦ୍ୟାଳୟ ମାନଙ୍କର ଶାରିରୀକ ଶିକ୍ଷା ଶିକ୍ଷକ ଉପସ୍ଥିତ ରହି ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ସେବାନିବୃତ୍ତୋତ୍ତର ଜୀବନ ନିରୋଗ ,ସୁଖମୟ ଓ ସମାଜ ପାଇଁ ଉତ୍ସର୍ଗୀକୃତ ହେଉବୋଲି କାମନା କରିଥିଲେ । ଅବସରପ୍ରାପ୍ତ ଶାରିରୀକ ଶିକ୍ଷା ଶିକ୍ଷକଙ୍କୁ ସଂଗଠନ ତରଫରୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଶାରିରୀକ ଶିକ୍ଷାଶିକ୍ଷକ କୃଷ୍ଣଚନ୍ଦ୍ର ସେଠି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ , ବିଦାୟବନ୍ଧୁ ପୁରୋହିତ ଶାରିରୀକ ଶିକ୍ଷା ଶିକ୍ଷକ ମଥୁରା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ସଭା ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିକ୍ଷକ ଦଶରଥ ଭୋଇ ଓ ବିଜୟାନନ୍ଦ ସାହୁ ସମ୍ୱର୍ଦ୍ଧନା ମାନପତ୍ର ପାଠ କରିଥିଲେ । ଶ୍ରୀକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ବୌଦ୍ଧ ଓ କଣ୍ଟାମାଳ ବିଧାୟକଙ୍କୁ ସମବାୟ ସମିତି ସଭାପତି ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ

ବୌଦ୍ଧ,୧୮/୭: ବୌଦ୍ଧ ସହର ସ୍ଥିତ ବୌଦ୍ଧ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ଠାରେ ବୌଦ୍ଧ ଜିଲ୍ଲା ସମବାୟ ସମିତି ସଭାପତି ସଂଘ ପକ୍ଷରୁ ବୌଦ୍ଧ ଓ କଣ୍ଟାମାଳ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ସମବାୟ ସଭାପତି ପୟୋଧର ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ, ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ ଓ ଜିଲ୍ଲା ପରିଷଦ ସଦସ୍ୟ ରାକେଶ କୁମାର ତ୍ରିପାଠୀ ଅତିଥି ଭାବରେ ଯୋଗ ଦେଇଥିଲେ ।
ପ୍ରାରମ୍ଭରେ ସଂଘ ପକ୍ଷରୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ଉଭୟ ବିଧାୟକ ଓ ଅତିଥିବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ତତପରେ ବୌଦ୍ଧ ପେକ୍ସ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ସମ୍ପାଦକ ତଥା ବୌଦ୍ଧ ପେକ୍ସ ସଭାପତି ସତ୍ୟଜିତ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସମବାୟ ସମିତିର ସଭାପତି ମାନେ ଉପସ୍ଥିତ ଥିଲେ । ବୌଦ୍ଧ ପେକ୍ସ ସମ୍ପାଦକ ସତ୍ୟଜିତ କର ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930