Legatus

ବୌଦ୍ଧରେ ସୂଚନା ଅଧିକାର ଆଇନ ସଚେତନତା ସମ୍ପର୍କିତ କର୍ମଶାଳା

 Breaking News

ବୌଦ୍ଧରେ ସୂଚନା ଅଧିକାର ଆଇନ ସଚେତନତା ସମ୍ପର୍କିତ କର୍ମଶାଳା

ବୌଦ୍ଧରେ ସୂଚନା ଅଧିକାର ଆଇନ ସଚେତନତା ସମ୍ପର୍କିତ କର୍ମଶାଳା
February 03
20:30 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩/୨ :ସୂଚନା ଅଧିକାର, ପ୍ରଚାର ଅଭିଯାନ ପରିପ୍ରେକ୍ଷୀରେ ସରକାରଙ୍କ ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହରେ ଭିଡିଓ କନଫରେନ୍ସି ମାଧ୍ୟମରେ ସୂଚନା ଅଧିକାର ଆଇନ- ୨୦୦୫ ଧାରା ୪(୧) ଖ ହୋଇଯାଇଛି ।
ଏହି କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଉପ- ଜିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ କାହଁର ଯୋଗଦେଇ ଉଦଘାଟନ କରିଥିଲେ ।
କର୍ମଶାଳା ଆରମ୍ଭରେ ଫେବୃଆରୀ ୩ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଳନ ପରିପ୍ରେକ୍ଷୀରେ “ବନ୍ଦେ ଉତ୍କଳ ଜନନୀ ” ପରିବେଷଣ କରାଯାଇଥିଲା ।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ କାହଁର ଓଡ଼ିଆ ଭାଷାର ବ୍ୟବହାରକୁ ଗୁରୁତ୍ୱ ପ୍ରଦାନ କରିବା ପୂର୍ବକ ଏହି ସମ୍ମିଳନୀର ସଫଳ ରୂପାୟନ ନିମନ୍ତେ ସମସ୍ତେ ଆଗେଇ ଆସିବା ପାଇଁ ଆହ୍ୱାନ କରିଥିଲେ ।
ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଭିଡିଓ କନଫରେନ୍ସ ଦ୍ୱାରା କର୍ମଶାଳାରେ ସୂଚନା ଅଧିକାର ଆଇନ ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା ।
ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ସହକାରୀ ଲୋକ ସୂଚନା ଅଧିକାରୀ, ଲୋକ ସୂଚନା ଅଧିକାରୀ ଏବଂ ପ୍ରଥମ ଅପିଲଅଧିକାରୀସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ ।
ଏଥିରେ ସୂଚନାର ଅଧିକାର ଏବଂ ସରକାରୀ କର୍ତୃପକ୍ଷଙ୍କ କର୍ତ୍ତବ୍ୟ, ସମସ୍ତ ରେକର୍ଡ ସଠିକ କ୍ରମରେ ତାଲିକାଭୁକ୍ତ କରି ସଜାଡି ରଖିବେ ଯାହା ଫଳରେ ଏହି ଅଧିନିୟମ ଅନୁଯାୟୀ ସୂଚନା ଅଧିକାରକୁ ସହଜରେ ଉପଲବ୍ଧ କରାଯାଇପାରିବ ଏବଂ ଆବଶ୍ୟକୀୟ ରେକର୍ଡଗୁଡିକୁ କମ୍ପୁଟରୀକରଣ କରିବା, ମାନୁଆଲ ନମ୍ବର ୧ ରୁ ନଂ ୧୭ ଯାଏଁ, ସାଇଟ ରେ ସମସ୍ତ ସରକାରୀ ଲୋକ ସୂଚନା ଅଧିକାରୀ, ପ୍ରଥମ ଅପିଲ ଅଧିକାରୀ, ଲୋକ ସୂଚନା ଅଧିକାରୀ ଙ୍କ ସମସ୍ତ ତଥ୍ୟ, ମୋବାଇଲ ନଂ, ଇ- ମେଲ ଆଇଡି, ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ, ସମସ୍ତ ବ୍ଲକ ସ୍ତରୀୟ କାର୍ଯ୍ୟାଳୟର ସମସ୍ତ ସଠିକ ତଥ୍ୟ ପୂରଣ କରିବା ପାଇଁ RTI ବିଶେଷଜ୍ଞ ହର୍ଷ ପରିଚ୍ଛା ସମସ୍ତଙ୍କୁ ଆହ୍ୱାନ କରିଥିଲେ ।
ପରେ ପରେ ସମସ୍ତ ଅଧିକାରୀ, କର୍ମଚାରୀ ପ୍ରଶ୍ନ ପଚାରି ଶ୍ରୀଯୁକ୍ତ ପରିଚ୍ଛାଙ୍କ ଠାରୁ ପ୍ରଶ୍ନର ଉତ୍ତର ରଖିଥିଲେ । ତହସିଲଦାର ଅନିତା କୁମାରୀ ସାହୁ,ଡି.ପି.ଏମ.ଓ., ଡ଼. ମଦନ ମୋହନ ପ୍ରଧାନ, ଡେପୁଟି କଲେକ୍ଟର ଅଞ୍ଜଳି ମାଝୀ, ଟ୍ରେନିଂ ଅଫିସର ଜ୍ୟୋତି ରଞ୍ଜନ ପ୍ରଧାନ,ଜିଲ୍ଲା ମଙ୍ଗଳ ଅଧିକାରୀ ଏସ. ଏନ. ବେହେରା, ଡ଼ି. ଏସ.ଆର ମନୋରଞ୍ଜନ ବଘାର, ଅତିରିକ୍ତ କୋଷାଗାର ଅଧିକାରୀ ଅଜୟ କୁମାର ମଲ୍ଲିକ, ଏ. ସି. ଏଫ. ଆଶିଷ କୁମାର କହଁର, A.D.S.W.O ଗୋପଳ ଚରଣ ମଲ୍ଲିକଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନେ କର୍ମଶାଳାରେ ସାମିଲ ଥିଲେ ।
କର୍ମଶାଳା ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31