Indus Valley Times

ବୌଦ୍ଧରେ ୭୩ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

 Breaking News

ବୌଦ୍ଧରେ ୭୩ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

January 28
21:11 2022

କମ୍ଭୁ କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୮/୧: ବୌଦ୍ଧରେ ୭୩ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବୌଦ୍ଧ କଚେରୀ ପଡିଆଠାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବାସହିତ ଜିଲ୍ଲାବାସୀଙ୍କ ଉାଦ୍ଦେଶ୍ୟରେ ଉଦବୋଧନ ଦେଇ ସ୍ୱାଧୀନତା ସଂଗ୍ରାମୀ ଓ ସମ୍ବିଧାନ ପ୍ରଣେତାଙ୍କ ସ୍ମୃତି ଚାରଣ କରିଥିଲେ । ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଂଜନ ମହାନ୍ତି ଯୋଗଦେଇଥିଲେ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବରେ ପାଳନ କରାଯାଇଥିବା ଏହି ଜାତୀୟ ଉତ୍ସବ ଅବସରରେ ଆଇଆରବି ୫ମ ବାଟାଲିୟନ,ଜିଲ୍ଲା ପୋଲିସ ଓ ଗୃହରକ୍ଷୀ ବାହିନୀର ଯବାନମାନେ ଅଂଶଗ୍ରହଣ କରି ଜାତୀୟ ପତାକାକୁ ଅଭିଭାଦନ ଜଣାଇଥିଲେ । ରିଜର୍ଭ ଇନିସପେକ୍ଟର ମଧୁସୁଦନ ମହାପାତ୍ର ଆୟୋଜିତ ପେରେଡର ନେତୃତ୍ୱ ନେଇଥିବାବେଳେ କମାଣ୍ଡର କେ.ବି.ଭୋଇ,ଏକେ ମଲ୍ଲିକ,ପି.କେ.ମଲ୍ଲିକ ଓ ବାବୁଲି ହାତୀ ବିଭିନ୍ନ ଦଳର ନେତୃତ୍ୱ ନେଇଥିଲେ ।
ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ରାମଧୂନ ପ୍ରଚାର କରାଯିବାପରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟପତାକା ଉତ୍ତୋଳନ କରାଯାଇଥିଲା । ପରେ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥିଙ୍କ ଦ୍ୱାରା ବିଭିନ୍ନ ଛକରେ ସ୍ଥାପିତ ମହାତ୍ମା ଗାନ୍ଧୀ,ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ,ବାବା ସାହେବ ଆମ୍ବେଦକର, ଗଙ୍ଗାଧର ମେହେର,ବିଜୁ ପଟ୍ଟନାୟକ ଓ ନଟବର ପ୍ରଧାନଙ୍କ ପ୍ରମତିମୂତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀମହାନ୍ତିଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର,ତହସିଲଦାର ଅବିନାଶ ପାଣ୍ଡିଆ,ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ଉତ୍ସବର ସମସ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାରପ୍ରାରପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଓ ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ ।
ବୌଦ୍ଧ ତହସିଲ ନୂତନ କାର୍ଯ୍ୟାଳୟ ପାଇଁ ସ୍ଥାନ ଚିହ୍ନଟ
ବୌଦ୍ଧ,୨୮/୧ : ଦିର୍ଘଦିନର ପ୍ରତୀକ୍ଷା ପରେ ବୌଦ୍ଧ ତହସିଲ ର ନୂତନ କାର୍ଯ୍ୟାଳୟ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନର କାର୍ଯ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ଯୋଗାଇଦେଉଥିବା ତହସିଲ କାର୍ଯ୍ୟାଳୟରେ ସ୍ଥାନାଭାବ ଦେଖାଯିବା ସହିତ ବିକ୍ଷିପ୍ତ ଭାବରେ ସମସ୍ତ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଫଳରେ ତହସିଲ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ମଧ୍ୟ ହଇରାଣ ହେବାକୁ ପଡୁଅଛି ।
ଗୋଟିଏ ପଟେ ବର୍ତମାନର ତହସିଲ କାର୍ଯ୍ୟାଳୟ ଜିଲ୍ଲା ସଂଗ୍ରହାଳୟ ନିକଟରେ କାର୍ଯ୍ୟ କରୁଥିବାବେଳେ ସଂଗ୍ରହାଳୟ ସଂପ୍ରସାରଣ ପାଇଁ ମଧ୍ୟ ଅଧିକ ସ୍ଥାନର ଆବଶ୍ୟକତା ରହିଥିଲା । ତେଣୁ ନୂତନ ସ୍ଥାନକୁ ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ହୋଇଗଲେ ସଂଗ୍ରହାଳୟ ପରିସରକୁ ମଧ୍ୟ ନୂତନ ରୂପ ଦିଆଯାଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ତହସିଲଦାର ଅବିନାଶ ପାଣ୍ଡିଆ ଦାୟିତ୍ୱ ଗ୍ରହଣ କରିବାପରେ ନୂତନ ତହସିଲ କାର୍ଯ୍ୟାଳୟ ପାଇଁ ମାଉସୀ ମା ମନ୍ଦିର ନିକଟରେ ସ୍ଥାନ ଚିହ୍ନଟ କରାଯାଇଛି । ପ୍ରସ୍ତାବିତ ନୂତନ କାର୍ଯ୍ୟାଳୟକୁ ନେଇ କର୍ମଚାରୀ ମହଲରେ ମଧ୍ୟ ଉତ୍ସାହ ଦେଖାଯାଇଛି ।
ବୌଦ୍ଧ ମହାନଦୀ ବାଲିପଠାରେ ଆଜାଦୀ କା ଅମୃତ ମହୋତ୍ସବ ୭୫ କୋଟି ସୂର୍ଯ୍ୟ ନମସ୍କାର
ବୌଦ୍ଧ,୨୮/୧: ଭାରତ ସ୍ୱାଧିନ ହେବାର ୭୫ବର୍ଷ ପୁର୍ତି ଓ ୭୩ତମ ସାଧାରଣତନ୍ତ୍ର ଦିବସରେ ସୂର୍ଯ୍ୟ ନମସ୍କାର ଆୟୋଜନ ସମିତି ପକ୍ଷରୁ ଶ୍ରୀଚନ୍ଦ୍ରଚୂଡ ମନ୍ଦିର ନିକଟ ମହାନଦୀ ବାଲିପଠାରେ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅବସରରେ ୭୫କୋଟି ସୂର୍ଯ୍ୟ ନମସ୍କାର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଂଯୋଜକ ଦେବାଶିଷ ପୁରୋହିତ, ବରିଷ୍ଠ ନାଗରିକ ସୂର୍ଯ୍ୟକାନ୍ତ ଦଳବେହେରା, ଅଧ୍ୟାପକ ପ୍ରବୀର କୁମାର ଦାସ ଭାରତମାତାଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଉଦ୍‌ଘାଟନ କରିଥିଲେ । ନଗର ସଂଯୋଜକ ବିଜୟ କୁମାର ସାହୁ ଏବଂ ପ୍ରଚାର ପ୍ରସାର ପ୍ରମୁଖ ପଦ୍ମ ଚରଣ ମେହେର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆଜାଦୀ କା ଅମୃତ ମହୋତ୍ସବ ଆୟୋଜନ ପାଇଁ ଭାରତ ସରକାରଙ୍କ ଆୟୁଷ ବିଭାଗ ନେତୃତ୍ୱରେ ରାଜ୍ୟରେ ଯୋଗାସନ ର୍ସ୍ପୋଟ୍ସ ଆସୋସିଏସନ୍ ଅଫ ଓଡିଶା ତରଫରୁ ବିଭିନ୍ନ ସଙ୍ଗଠନମାନଙ୍କୁ ନେଇ ୭୫ କୋଟି ସୂର୍ଯ୍ୟ ନମସ୍କାର କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଛି । ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ସକାଳେ ଅନୁଷ୍ଠିତ ହେଉଥିବା ଯୋଗକେନ୍ଦ୍ରରେ ସୂର୍ଯ୍ୟ ନମସ୍କାର ଅଭ୍ୟାସ କରାଇବା ସହିତ ସମସ୍ତଙ୍କୁ ପଂଜିକରଣ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ୭୫ଜଣଙ୍କୁ ନେଇ ୧୩ ଆବୃତି ସୂର୍ଯ୍ୟ ନମସ୍କାର ମିଳିତ ଭାବେ କରାଯାଇଥିଲା । ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଶରୀରର ବିକାଶ ହେବା ସହିର ରାଷ୍ଟ୍ରର କିପରି ଉନ୍ନତି ହୋଇପାରିବ ସେ ସଂପର୍କରେ ଡ. ଦିଲ୍ଲୀପ କୁମାର ଖୁଂଟିଆ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତ ସ୍ୱାଭିମାନ ଟ୍ରଷ୍ଟ, ପତଞ୍ଜଳି ଯୋଗ ସମିତି, କ୍ରୀଡା ଭାରତୀ, ଗାୟତ୍ରୀ ପରିବାର, ଗୀତା ପରିବାର, ଶ୍ରୀଜଗନ୍ନାଥ ଚେତନା ସେବା ସମିତିର କାର୍ଯ୍ୟକର୍ତାମାନଙ୍କ ସହିତ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ଶମ୍ଭୁପ୍ରସାଦ ମିଶ୍ର, ରଘୁନାଥ ଷଡଙ୍ଗୀ, ନିରଞ୍ଜନ ଦାନୀ, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି, ପ୍ରଭାତ କୁମାର ସାହୁ, ସତ୍ୟାନନ୍ଦ ପାଣ୍ଡେ, ବସନ୍ତ କୁମାର ସାହୁ, ପ୍ରଦିପ କୁମାର ସାଥୁଆ ପ୍ରମୁଖ ପରିଚାଳନା କରିଥିଲେ । ଅଭ୍ୟାସ ପରେ ସମସ୍ତଙ୍କୁ ୭୫କୋଟି ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମରେ ପଂଜିକୃତ କରାଯାଇଥିଲା । ପ୍ରତିଦିନ ସକାଳେ ୧୩ ଆବୃତି ସୂର୍ଯ୍ୟ ନମସ୍କାର ଅଭ୍ୟାସ କରି ଆୟୁଷ ,ମନ୍ତ୍ରଣାଳୟ ପକ୍ଷରୁ ମାନପତ୍ର ହାସଲ କରିବା ସହିତ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ସାମିଲ କରିବା ପାଇଁ ପ୍ରକାଶ କରାଯାଇଥିଲା । ଏହି ପଂଜିକରଣ କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କରିବା ସହିତ ସୂର୍ଯ୍ୟ ନମସ୍କାର ଅଭ୍ୟାସକୁ ଆସନ୍ତା ଫେବୃଆରୀ ୨୦ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ କରାଯିବ ବୋଲି ଆୟୋଜନ ସମିତି ପକ୍ଷରୁ ସୂଚନା ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031