Legatus

ବୌଦ୍ଧରେ ୭୫ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

 Breaking News

ବୌଦ୍ଧରେ ୭୫ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

January 28
10:38 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୭/୧ : ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରେ ୭୫ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଶୁକ୍ରାବର ମହାସମାରୋହରେ ପାଳିତ ହୋଇଯାଇଛି ।
ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଯୋଗଦେଇ ମିଳିତ ପ୍ୟାରେଡରେ ମଧ୍ୟ ଅଭିବାଦନ ଗ୍ରହଣ କରିଥିଲେ ।
ଏହି ଜାତୀୟ ଉତ୍ସବ ଅବସରରେ ଆଇଆରବି ୫ମ ବାଟାଲିୟନ,ଜିଲ୍ଲା ପୁଲିସ ଓ ଗୃହରକ୍ଷୀ ବାହିନୀଙ୍କ ସମେତ ବିଭିନ୍ନ ଶିକ୍ଷା ଅନୁ୍ଷ୍ଠାନ ଗୁଡିକରୁ ୩୮ ଟି ଦଳ ଅଂଶଗ୍ରହଣ କରି ଜାତୀୟ ପତାକାକୁ ଅଭିବାଦନ ଜଣାଇଥିଲେ ।
ରିଜର୍ଭ ଇନିସପେକ୍ଟର କୁଳମଣୀ ଗିରି ପ୍ୟାରେଡକୁ ପରିଚାଳନା କରିଥିବା ବେଳେ ସର୍ଜେଣ୍ଟ ଦୁଷ୍ମନ୍ତ ସାହୁ ସହଯୋଗ କରିଥିଲେ । ସମ୍ମିଳିତ ପ୍ୟାରେଡରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନନସିଭିଲିଆନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ,ଷ୍ଟେଟବ୍ରିଗେଡ ସ୍କୁଲ ଦ୍ୱିତୀୟ, ମହିଳା ମହାବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଜୁନିୟର ବିଭାଗରେ ଆର୍ଯ୍ୟନ ଏକାଡେମୀ କୁମୁରୁସିଙ୍ଗା ପ୍ରଥମ,କେନ୍ଦ୍ରୀୟ ବିଦ୍ୟାଳୟ ଦ୍ୱିତୀୟ ଏବଂ ସବଜୁନିୟର ବିଭାଗରେ ଗୌରୀଶଙ୍କର ପବ୍ଲିକ ସ୍କୁଲ ପ୍ରଥମ ଓ ସେଣ୍ଟ ଜାଭିୟର ସ୍କୁଲ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ।
ସେହିପରି ଶାରିରୀକ କ୍ରୀଡା ପ୍ରଦର୍ଶନରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଥମ,ସେଣ୍ଟ ଜାଭିୟର ଦ୍ୱିତୀୟ ଓ ଗୌରୀଶଙ୍କର ପବ୍ଲିକ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ । ଏଥିସହିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତକାର‌୍ୟ୍ୟ ହୋଇଥିବା ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ରାମଧୂନ ଗାନ କରାଯିବାପରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟପତାକା ଉତ୍ତୋଳନ କରାଯାଇଥିଲା । ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥିଙ୍କ ଦ୍ୱାରା ସହରର ବିଭିନ୍ନ ଛକରେ ସ୍ଥାପିତ ବରପୁତ୍ରମାନଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଂଜନ ମଦନ ମୋହନ ପାତ୍ର, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗଦେଇଥିଲେ ।
ଏହି ଅବସରରେ ବିଭାଗୀୟ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ମୁଖ୍ୟଅତିଥିଙ୍କ ଦ୍ୱାରା ରକ୍ତଦାନ ଶିବିର, ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ, ଟାଉନହଲ ଠାରେ ପୁଷ୍ପ ପ୍ରଦର୍ଶନୀ, କବିତାପାଠୋତ୍ସବ,କୌତୁକପୋଷାକ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ,ଜବାହର ନବୋଦୟ ବିଦ୍ୟାଳୟର ଶିକ୍ଷକ ଦିଲ୍ଲିପ କୁମାର ବଡତ୍ୟା,ପ୍ରେମଜିତ ଝାଙ୍କର,କ୍ରିଷ୍ଣାମୟୀ ମହାକୁଡ,ପ୍ରଶାନ୍ତ ଭାଇନା,ଯୋଗପ୍ରଶିକ୍ଷିକା ସୁନୀତା ଦାଶ, ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ ମଣ୍ଟୁ ପାଣ୍ଡେ, ଲାଇବ୍ରେରିଆନ ଅକ୍ଷୟ ମହାକୁଡ, ସଂସ୍କୃତି ବିଭାଗର ଜିତେନ୍ଦ୍ର କୁମାର ମହାନ୍ତ.ବିରକିଶୋର କର୍ମୀ, ଅମରେଶ ପାଣିଗ୍ରାହୀ ଓ ପ୍ରତ୍ୟୁଷ ଦାନୀ ପ୍ରମୁଖ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31