Indus Valley Times

ବୌଦ୍ଧର ଟିଟସ ମହାନନ୍ଦିଆ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ

 Breaking News

ବୌଦ୍ଧର ଟିଟସ ମହାନନ୍ଦିଆ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ

October 17
17:58 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୬/୧୦:ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ବୌଦ୍ଧର ଟିଟସ ମହାନନ୍ଦିଆ । ସେ ଓଏଏସ ପରୀକ୍ଷାରେ ୭୬ ନମ୍ବର ରଖି ଏହି ଗୌରବ ଅର୍ଜନ କରିଛନ୍ତି । ତାଙ୍କ ଘର ବୌଦ୍ଧଜିଲ୍ଲା ବଢିଗାଁ ପଂଚାୟତ ସାଲିଗାଁ ଗ୍ରାମ ଏବଂ ୧୯୯୯୪ ମସିହାରେ ତାଙ୍କର ଜନ୍ମ । ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟରେ ୨୦୦୯ ମିହାରେ ୧୦ମ ଶ୍ରେଣୀ ପାଶ କରିଥିବା ବେଳେ ୨୦୧୧ ସମ୍ବଲପୁର ଜବାହାର ନବୋଦୟ ବିଦ୍ୟାଳୟରୁ ଯୁକ୍ତ ଦୁଇ ପାଶ କରିଥିଲେ । ସେ ୨୦୧୫ ମସିହାରେ ନବରଙ୍ଗପୁର ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ବର୍ତ୍ତମାନ ସେ ବଲାଙ୍ଗିର ଜିଲ୍ଲା ସଇଁତଳା ଓଡିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ତାଙ୍କ ବାପା ଚାଷକାମ କରୁଛନ୍ତି । ଟିଟସ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି ।
ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଅସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୬/୧୦: ବୌଦ୍ଧଜିଲ୍ଲାର ୯ ଗୋଟି ଜିଲ୍ଲା ପରିଷଦ ଜୋନ ଓ ୬୯ ଗୋଟି ଗ୍ରାମ ପଂଚାୟତର ସମିତି ସଭ୍ୟ ଓ ସରପଂଚ ସଂରକ୍ଷଣ ତାଲିକା ଗତ ୮ ତାରିଖରେ ପ୍ରକାଶ ପାଇଥିବା ବେଳେ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ତାଲିକା ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଅସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଜଣାପଡିଛି । ଏସଂପର୍କରେ କାହାର କୌଣସି ଆପତି ଅଭିଯୋଗ ଥିଲେ ଆସନ୍ତା ୨୫ ତାରିଖ ମଧ୍ୟରେ ଜଣାଇବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବୌଦ୍ଧଜିଲ୍ଲାର ୯ ଗୋଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ସେଥିମଧ୍ୟରୁ ୧ ନମ୍ବର ଜିଲ୍ଲା ପରିଷଦ ଜୋନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ ୨ ନମ୍ବର ଜୋନ ଅସଂରକ୍ଷିତ ମହିଳା , ୩ ନମ୍ବର ଜୋନ ଅସଂରକ୍ଷିତ, ୪ ନମ୍ବର ଜୋନ ପଛୁଆ ବର୍ଗ ମହିଳା, ୫ ନମ୍ବର ଜୋନ ଅସଂରକ୍ଷିତ ମହିଳା , ୬ନମ୍ବର ଜୋନ ଅସଂରକ୍ଷିତ, ୭ ନମ୍ବର ଜୋନ ଅନୁସୂଚିତ ଜାତି ମହିଳା, ୮ ନମ୍ବର ଜୋନ ଅସଂରକ୍ଷିତ ଓ ୯ ନମ୍ବର ଜୋନ ଅନୁସୂଚଚିତ ଜାତି ପାଇଁ ସଂରକ୍ଷିତ ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031