Indus Valley Times

ବୌଦ୍ଧର ନୂତନ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟଭାର ଗ୍ରହଣ

 Breaking News

ବୌଦ୍ଧର ନୂତନ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟଭାର ଗ୍ରହଣ

ବୌଦ୍ଧର ନୂତନ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟଭାର ଗ୍ରହଣ
June 02
22:49 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨/୬ : ମଙ୍ଗଳବାର ଦିନ ୧୦ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ ଭାବରେ ଭାରତୀୟ ପୋଲିସ ସେବାର ଅଧିକାରୀ କୁଲଦୀପ୍ ମୀନା କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
ଆଜି ଆରକ୍ଷୀ ଅଧୀକ୍ଷକ ଶ୍ରୀ ମୀନା କାର୍ଯ୍ୟାଳୟଠାରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯିବା ସହ ଗାର୍ଡ ଅଫ୍ ଅନର ପ୍ରଦାନ କରା ଯାଇଥିଲା ।
ଶ୍ରୀ ମୀନା ବିଦାୟୀ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । ବୌଦ୍ଧ ଜିଲ୍ଲା ପୋଲିସର ସମସ୍ତ ଅଧିକାରୀ ଓ ବିଭିନ୍ନ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମୀନାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930