Indus Valley Times

ବୌଦ୍ଧର ଲିପସା ମିଶ୍ର ଆମେରିକାର ଟେକ୍ସାସ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଡକ୍ଟରେଟ ଡିଗ୍ରୀ ପାଇଁ ଯୋଗ୍ୟ ବିବେଚିତ ପରେ ଏନଏସି ପକ୍ଷରୁ ସମ୍ବର୍ଦ୍ଧିତ

 Breaking News

ବୌଦ୍ଧର ଲିପସା ମିଶ୍ର ଆମେରିକାର ଟେକ୍ସାସ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଡକ୍ଟରେଟ ଡିଗ୍ରୀ ପାଇଁ ଯୋଗ୍ୟ ବିବେଚିତ ପରେ ଏନଏସି ପକ୍ଷରୁ ସମ୍ବର୍ଦ୍ଧିତ

ବୌଦ୍ଧର ଲିପସା ମିଶ୍ର ଆମେରିକାର ଟେକ୍ସାସ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଡକ୍ଟରେଟ ଡିଗ୍ରୀ ପାଇଁ ଯୋଗ୍ୟ ବିବେଚିତ ପରେ ଏନଏସି ପକ୍ଷରୁ ସମ୍ବର୍ଦ୍ଧିତ
October 15
11:03 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୧୦: ବୌଦ୍ଧ ବାବୁସାହିର ବାସିନ୍ଦା ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାଜେନ୍ଦ୍ର କୁମାର ମିଶ୍ର ଓ ସ୍ନିଗ୍ଧାରାଣୀ ଶୁକ୍ଳଙ୍କ ଝିଅ ଡ. ଲିପସା ମିଶ୍ର ଆମେରିକାର ଟେକ୍ସାସ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଡକ୍ଟରେଟ ଡିଗ୍ରୀ ପାଇଁ ଯୋଗ୍ୟ ବିବେଚିତ ହେବାପରେ ଶନିବାର ଦିନ ବୌଦ୍ଧଗଡ ଏନଏସି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ରଙ୍କ ତତ୍ୱାବଧାନରେ ଆୟ।।ଜିତ ଉତ୍ସବରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର ଓ ପରିଷଦର ଉପାଧ୍ୟକ୍ଷା ସୁବାସିନୀ ସେଠୀ ଯୋଗଦେଇ ସୁଶ୍ରୀ ଲିପସା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ କାଉନସିଲର ସ୍ୱର୍ଣ୍ଣଲତା ଦଳେଇ, ସନ୍ତୋଷିନୀ ନେପାକ , ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମଜା ପତି, ଶିକ୍ଷକ ପ୍ରମୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଲିପସା ପ୍ରାଥମିକ ଶିକ୍ଷା ଠାରୁ ଉଚ୍ଚତର ଶିକ୍ଷା ବିଭିନ୍ନ ସରକାରୀ ଅନୁଷ୍ଠାନରୁ ଶିକ୍ଷା ଲାଭ କରିଥିବାବେଳେ ଆଇଆଇଟି ବିହାର ପାଟଣାରୁ ଡକ୍ଟରେଟ ଲାଭ କରିଥିଲେ । ସେ ୨୦୨୧ ମସିହାରେ ଆର୍ନ୍ତଜାତିୟ ସମ୍ମିଳନୀରେ ଯୋଗଦେଇ ନିଜର ଗବେଷଣା ଉପରେ ତଥ୍ୟ ଉପସ୍ଥାପନ କରି ଭାରତ ସରକାରଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବା ସହ ଆର୍ଥିକ ପ୍ରୋତ୍ସାହନ ପାଇଥିଲେ । ଏହା ସହ ୨୦୨୨ ମସିହାରେ ଭାରତ ସରକାରଙ୍କ ଏମଏସଏମି ମନ୍ତ୍ରଣାଳୟ ପକ୍ଷରୁ କନିଷ୍ଠ ଗବେଷିକା ଭାବେ ସମ୍ବର୍ଦ୍ଧିତ ହୋଇଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଭାନେ ତାଙ୍କର ଉତ୍ତରତ୍ତୋର ଉନ୍ନତି କାମନା କରିବାସହ ପୁଷ୍ଫଗୁଛ , ମାପନତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ସାଇବର ସଚେତନତା ପଦଯାତ୍ରା
ବୌଦ୍ଧ,୧୫/୧୦: ବୌଦ୍ଧଜିଲ୍ଲା ପୁଲିସ ପକ୍ଷରୁ ସାଇବର ସଚେତନତା ନେଇ ଶନିବାର ଦିନ ବୌଦ୍ଧ ସହରର ବରିଷ୍ଠ ନାଗରିକ,ମହିଳା ଓ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମର୍ଯ୍ୟାକୁଦ ବ୍ରିଜ ଛକଠାରେ ଶନିବାର ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟଭଂଜନ ମଦନ ମୋହନ ପାତ୍ର ଅତିଥି ଭବେ ଯୋଗ ଦେଇଥିଲେ ।
ଏଥିରେ ସହରର ବରିଷ୍ଠ ନାଗରିକ ତଥା ସ୍ୱାଧିନତା ସଂଗ୍ରାମୀ ଗୌରମୋହନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ସାଂନ୍ଧ୍ୟ ପଦଯାତାକୁ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ସହରର ବହୁ ବରିଷ୍ଠ ନାଗରିକ , ଯୁବକ, ଛାତ୍ର, ମହିଳାମାନେ ସାମିଲ ହୋଇ ସାଇବର ସଚତନତା ବାର୍ତ୍ତା ନେଇ ଏକ ପଦଯାତ୍ରାରେ ସହର ପରିକ୍ରମା କରିଥିଲେ । ଲୋକମାନେ ସଚେତନ ହେଲେ ସାଇବର ଠକେଇ ଠାରୁ ଦୂରେଇ ପାରିବା ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ପୋଲିସ ଅଧିକାରୀ, କର୍ମଚାରୀ ମାନେ ସାମିଲ ଥିଲେ ।
ବୌଦ୍ଧ ଜିଲ୍ଲା ସମିତି ସଭ୍ୟ ସଂଘ ଗଠିତ
ବୌଦ୍ଧ,୧୫/୧୦: ବୌଦ୍ଧ ଜିଲ୍ଲା ସମିତି ସଭ୍ୟମାନଙ୍କୁ ନେଇ ଏକ ବୈଠକ ବୌଦ୍ଧ ଜଗନ୍ନାଥ ମନ୍ଦିର ପରିସରରେ ଗୁଡଭେଲି ପଦର ସମିତିସଭ୍ୟ ଦୁର‌୍ୟ୍ୟୋଧନ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲା ପ୍ରଶାସନ ସମିତି ସଭ୍ୟମାନଙ୍କୁ କୌଣସି କାର୍ଯ୍ୟରେ ଗୁରୁତ୍ୱ ଦେଉନାହିଁ । ତା ସହିତ ସମିତି ସଭ୍ୟଙ୍କ ବସିବା କିମ୍ବା ଆଲୋଚନା କରିବା ପାଇଁ କୌଣସି ଜାଗାର ବ୍ୟବସ୍ଥା ନାହିଁ ସେଥିପାଇଁ କ୍ଷୋଭ ପ୍ରକାଶ କରିଥିଲେ । ଏଥିପାଇଁ ଜିଲ୍ଲାସ୍ତରରେ କମିଟିର ଆବଶ୍ୟକତା ଅନୁଭବ କରି ଜିଲ୍ଲା କମିଟି ଗଠନ ପାଇଁ ନିଷ୍ପତି ନିଆଯାଇଥିଲା ।
ସଭାପତି ଭାବରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଉପସଭାପତି ଭାବରେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ସଂପାଦକ ଭାବରେ ଖଲିଆପାଲି ସମିତି ସଭ୍ୟ କେଦାରନାଥ ସାହୁ, ସହସଂପାଦକ ଭାବରେ ବ୍ରାହ୍ମଣୀପାଲି ସମିତି ସଭ୍ୟ ସୁମନ୍ତ ସାହୁ, ସହ ସଂପାଦିକା ଶୁଣ୍ଡିପଦର ସମିତି ସଭ୍ୟା ସିଲାବତୀ ସାହୁ ,ସୋସିଆଲ ସଂଯୋଜକ ଭାବରେ ତେଲିବନ୍ଧ ସମିତି ସଭ୍ୟ ସୁନୀଲ କୁମାର ସେଠୀ, କୋଷାଧ୍ୟକ୍ଷ ଭାବରେ କୁଶଙ୍ଗ ସମିତି ସଭ୍ୟ କାହ୍ନୁ ଚରଣ ନାଥ, ଉପଦେଷ୍ଟା କମିଟି ଭାବରେ ବାଣିଭୂଷଣ ପୁର ସମିତି ସଭ୍ୟ ପ୍ରଶାନ୍ତ ପ୍ରଧାନ, ସମିତି ସଭ୍ୟ ଗୁଡଭେଲିପଦର ଦୁର୍ଯ୍ୟାଧନ ଭୋଇ, ଖଟଖଟିଆ ସମିତି ସଭ୍ୟା ଆଲ୍ଲାଦିନୀ ମହାଲିକ, ରକ୍ସା ସମିତି ସଭ୍ୟ ଦଳଗଞ୍ଜନ ବେହେରା, କୋଳତାଯୋର ସମିତି ସଭ୍ୟ ମହେନ୍ଦ୍ର ରଣାଙ୍କୁ ସର୍ବସମ୍ମତି ମନୋନୀତ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031