Indus Valley Times

ବୌଦ୍ଧ : ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ

 Breaking News

ବୌଦ୍ଧ : ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ

December 29
22:12 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୧୨: ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ୍ ଓଡ଼ିଶା ଲେଡିଜ୍ ୱାର୍କର୍ସ ଆସୋସିଏସନ ପକ୍ଷରୁ ବୁଧବାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି, ଆଠଟି ଦାବି ନେଇ ସଂଘର ସଦସ୍ୟାମାନେ ୨୧ ଦିନ ହେଲା କାର‌୍ୟ୍ୟବନ୍ଦ କରି ଆଇସିଡିଏସ ଅଫିସ ସମ୍ମୁଖରେ ଧାରଣାରେ ବସି ଆସୁଛନ୍ତି ।
ତଥାପି ଦାବି ପୂରଣ ନହେବାରୁ ବୁଧବାର କଚେରୀ ଛକରୁ ବିରାଟ ପଟୁଆରରେ ଆସି ଧାରଣାରେ ବସିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଆଠ ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି,ଦାବି ଗୁଡ଼ିକ ହେଲା ୨୦୧୮ ଆନ୍ଦୋଳନ ସମୟରେ ବହିଷ୍କୃତ ଛ’ ଜଣ କର୍ମୀଙ୍କ ନିଯୁକ୍ତି, ସରକାରୀ ଚାକିରି ମାନ୍ୟତା ,୧୮ ହଜାର ଟଙ୍କା ଓ ସହାୟିକାଙ୍କୁ ୯ ହଜାର ଟଙ୍କା ମାସିକ ଦରମା ସହ ଇପିଏଫ, ଇଏସଆଇସି ଓ ଗ୍ରାଚୁଟିରେ ସାମିଲ, ମିନି ଅଙ୍ଗନୱାଡ଼ି କେନ୍ଦ୍ର ଉଚ୍ଛେଦ, ଅବସର ସହାୟତା ପାଞ୍ଚ ଲକ୍ଷ ଟଙ୍କା ଓ ମାସିକ ପେନସନ ପାଞ୍ଚ ହଜାର ଟଙ୍କା ପ୍ରଦାନ, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ହେଲେ ପାଞ୍ଚ ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣଙ୍କୁ ଚାକିରି, ଗାଁ କଲ୍ୟାଣ ସମିତିରୁ ବାଦ ଦେଇ ପୋଷଣ ଟ୍ରାକରରେ ଜିପିଏସ ବ୍ୟବସ୍ଥା ବନ୍ଦ ସହ ପୂର୍ବ ଭଳି ଗ୍ରୀଷ୍ମ ଅବକାଶ ଲାଗୁ, ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମା ନରଖି ପ୍ରାକ୍ ପ୍ରାଥମିକ ଶିକ୍ଷକ ମାନ୍ୟତା ଓ ଯୋଗ୍ୟ କର୍ମୀଙ୍କୁ ପରିଦର୍ଶିକା ଭାବରେ ପଦନ୍ନୋତି ଆଦି ଦାବି କରଯାଇଥିଲା।
ବୌଦ୍ଧ :ବଲାସିଙ୍ଗା ଠାରେ ଆଜାଦି ପାର୍କର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ
ବୌଦ୍ଧ,୨୯/୧୨: ବୌଦ୍ଧ ରେଞ୍ଜ ବଲାସିଙ୍ଗା ଠାରେ ବୁଧବାର ଆଜାଦି ପାର୍କର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ଉଦଘାଟନ କରିଥିଲେ ।
ବୌଦ୍ଧରେ ଏନଏସି ଏଥଲେଟିକ୍ ମିଟ୍ ଉଦଯାପିତ
ବୌଦ୍ଧ,୨୯/୧୨: ବୌଦ୍ଧଗଡ ଏନଏସି ପକ୍ଷରୁ ଜିଲ୍ଲା ଷ୍ଟାଡିୟମଠାରେ ଚାଲିଥିବା ଏଥଲେଟିକ୍ ମିଟ୍ ବୁଧବାର ଦିନ ଉଦଯାପିତ ହୋଇଯାଇଛି, ଉଦଯାପନି ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରିଡା ସଂଘର ସାଧାରଣ ସମ୍ପାଦକ ରବିନ୍ଦ୍ର କୁମାର ରାଉତ ଯୋଗ ଦେଇଥିବାବେଳେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର , ଉପାଧ୍ୟକ୍ଷା ସୁଭାଷିନୀ ସେଠୀ ,ନିର୍ବାହୀ ଅଧିକାରୀ ଏନଏସି ଇ. ମନୋରଞ୍ଜନ ପଣ୍ଡା ଓ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟାମାନେ ଯୋଗଦେଇଥିଲେ ।
ଏହି ଏଥେଲେଟିକ ମିଟରେ ୩୦୦ରୁ ଅଧିକ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ ,୧୨, ୧୪, ୧୬, ୧୮ ଓ ୨୦ ବର୍ଗର ପ୍ରତିଯୋଗି ମାନେ ଭାଗ ନେଇଥିବା ବେଳେ ୭୭ ଟି ଇଭେନ୍ତ ରେ ଖେଳ ହୋଇଥିଲା, ଏଥିରେ ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଜେଡି ହାଇସ୍କୁଲ, ବାଳିକା ଉଚ୍ଚ ବୀଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ, ସମତେ ଏନଏସିର ବହୁ କ୍ଳବ ଭାଗ ନେଇଥିଲା, କୃତି ପ୍ରତିଯୋଗିମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯିବସହ ପୁରସ୍ମୃତ କରାଯାଇଥିଲା ।
କୃତି ପ୍ରତିଯୋଗିମାନେ ଜିଲାର ସ୍ତରରେ ହେବାକୁ ଥିବା ଆଥଲେଟିକ ମିଟରେ ଭାଗ ନେବେ, ଖେଳକୁ ଖେଳ ଶିକ୍ଷକ ରଂଜିତ କୁମାର ରାଉତ, ଅମରେଶ ପ୍ରଧାନ, ନୀରଞ୍ଜନ ବେହେରା, ସୁରେନ୍ଦ୍ର ସାହୁ, କୃଷ୍ନଚନ୍ଦ୍ର ସେଠୀ, ଆଦିକନ୍ଦ ଦାସ, ଗାୟତ୍ରୀ ବେହେରା , ମମତା ଦାସଙ୍କ ସମତେ ବହୁ ଖେଳ ଶିକ୍ଷକ ପରିଚାଳନା କରିଥିଲେ, ଆଗାମୀ ଦିନରେ ଏନଏସି ପକ୍ଷରୁ ଆହୁରୀ ଅନେକ ଖେଳ ଖେଳାଯିବ ବୋଲି ଏନଏସି ଅଧ୍ୟକ୍ଷ ଶ୍ରୀ ମିଶ୍ର ସୁଚନା ଦେଇଥିଲେ ।
ବଘିଆପଡ଼ା ସେକସନ୍ ରେ ୨ଟି ବନରକ୍ଷୀ ବାସଗୃହ ଉଦଘାଟିତ
ବୌଦ୍ଧ, ୨୯/୧୨:ବୌଦ୍ଧ ବନଖଣ୍ଡ ର ବୌଦ୍ଧ ରେଞ୍ଜ୍ ଅନ୍ତର୍ଗତ ବଘିଆପଡ଼ା ସେକସନ୍ ରେ ୨ଟି ବନରକ୍ଷୀ ବାସଗୃହ ଉଦଘାଟିତ ହୋଇଯାଇଛି,ବ୍ରହ୍ମପୁର ବନ ମଣ୍ଡଳ ର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ବଘିଆପଡ଼ା ଠାରେ ଜାମୁଖୋଲ ଏବଂ ମଲ୍ଲିକପଡ଼ା ବନରକ୍ଷୀ ବାସଗୃହ ଉଦ୍ ଘାଟନ କରିଛନ୍ତି ।
ଉଦଘାଟନ ଉତ୍ସବରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ, ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ର ବେହେରା, ଓଏଫଡିଶି ର ଡିଏମ ପିଟର୍ ଟିଗା, ବନାଞ୍ଚଳ ଅଧିକାରୀ ନିହାର ରଞ୍ଜନ ମଲ୍ଲିକ, ଶ୍ରୀବତ୍ସ କୁମୁରା, କ୍ଷିରାବ୍ଧୀ ପ୍ରଧାନ, ବନପାଳ ଏମ୍ ପ୍ରସାଦ ରାଓ ପ୍ରମୁଖ ଉପସ୍ଥିତ ଥିଲେ, ଉତ୍ସବ କୁ ବନରକ୍ଷୀ ସୁଶାନ୍ତ କୁମାର ସାହୁ, ଦିପକ କୁମାର ନାୟକ, ସନ୍ତୋଷ ମଲ୍ଲିକ ପରିଚାଳନା କରିଥିଲେ ।
ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ବୌଦ୍ଧଜିଲ୍ଲା ଗସ୍ତ
ବୌଦ୍ଧ,୨୯/୧୨: ଆଜି ପୂର୍ବାହ୍ନରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ବୌଦ୍ଧ ଅତିଥି ଭବନଠାରେ ପହଞ୍ଚିବାପରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପରେ ରାଜସ୍ୱ କମିଶନର ଶ୍ରୀଦଳେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ପଦାଧିକାରୀମାନଙ୍କ ସହିତ ଜିଲ୍ଳାର ଭିତିଭୂମି ସଂପର୍କରେ ଆଲୋଚନା କରିଥିଲେ,ସେଠାରୁ ମହାନଦୀ ପାର୍କ ମଧ୍ୟରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଶକ୍ତି କାଫେରେ ପହଞ୍ଚି ମହିଳା ଗୋଷ୍ଠୀ ସଦସ୍ୟାମାନଙ୍କ ସହିତ ଆଲୋଚନା କରିଥିଲେ, କାଫେ ର ସୁପରିଚାଳନା ସହିତ ଏଥିରୁ ମିଳୁଥିବା ଲାଭାଂଶକୁ ପୁନଃ ବିନିଯୋଗ କରି ଆର୍ଥିକ ସ୍ୱାବଲମ୍ବି ହେବାକୁ ପରାମର୍ଶ ଦେଇଥିଲେ ।
ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ରାଜସ୍ୱ କମିଶନର ଶ୍ରୀ ଦଳେଇ ଯୋଗଦେଇ ଜିଲ୍ଲାର ସମସ୍ତ ଅଧିକାରୀମାନଙ୍କ ସହିତ ବିଭାଗୀୟ କାର‌୍ୟ୍ୟକ୍ରମ ନେଇ ସମୀକ୍ଷା କରିଥିଲେ । ସମସ୍ତ କାର୍ଯ୍ୟାଳୟରେ ମୋ ସରକାର ସେଲ ଖୋଲାଯିବ । ବିଶେଷ କରି ସମସ୍ତ ବ୍ଲକ ଏବଂ ତହସିଲରେ ଏହାକୁ ପ୍ରାଧାନ୍ୟ ଦିଆଯିବା ସହିତ ପ୍ରତିଦିନ ବିଭିନ୍ନ କାର୍ଯ୍ୟରେ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣଲୋକଙ୍କୁ ଉଚିତ ସେବା ଯୋଗାଇଦେବା ସହିତ ପାନୀୟଜଳ,ବିଶ୍ରାମ କକ୍ଷ ଆଦି ମୌଳିକ ସୁବିଧା ଯୋଗାଇଦେବାକୁ କମିଶନର ନିର୍ଦ୍ଦେଶ ଦେଇଥିଲେ ।
ବିଦ୍ୟାଳୟ ଗୁଡିକର ରୁପାନ୍ତରିଣ କାର୍ଯ୍ୟକ୍ରମ ଫେବୃୟାରୀ ୧୫ ତାରିଖ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେବା ସହିତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ପ୍ରତ୍ୟେକ ବିଦ୍ୟାଳୟ ପରିଦର୍ଶନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପରିଦର୍ଶନ ସମୟରେ ପ୍ରତ୍ୟେକ ବିଦ୍ୟାଳୟର ପରିଶ୍ରାଗାର,ଶ୍ରେଣୀ କକ୍ଷ,ପରିଷ୍କାର ପରିଛନ୍ନତା,ସ୍ମାର୍ଟ କ୍ଲାସରୁମ ଓ ବିଦ୍ୟାଳୟକୁ ମିଳିଥିବା ଅନୁଦାନ ସଂପର୍କରେ ମଧ୍ୟ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା,ଜିଲ୍ଲାରେ ଚାଲିଥିବା ମେଗା ଉଠାଜଳସେଚନ ପ୍ରକଳ୍ପ ଗୁଡିକ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ଜିଲ୍ଲାରେ ଶତପ୍ରତିଶତ ଚିକତ୍ସାଳୟରେ ପ୍ରସବ କରାଇବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେବା ସହିତ ଚିକିତ୍ସାଳୟରେ ଡାକ୍ତର,ଆୟୁଷ ଡାକ୍ତର,ଷ୍ଟାଫନର୍ସ ପଦବୀ କେତେ ଖାଲି ରହିଛି ସମୀକ୍ଷା କରିଥିଲେ ।
ନିରାମୟ ଓ କାୟାକଳ୍ପ ଯୋଜନାର କାର‌୍ୟ୍ୟକାରିତା ସଂପର୍କରେ ସମୀକ୍ଷା କରିବା ସହିତ ସମସ୍ତ ଚିକିତ୍ସାଳୟରେ ବିଦ୍ୟୁତ , ପାନୀୟଜଳ ଓ ପରିଶ୍ରାଗାର ସୁବିଧା ନିଶ୍ଚିତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହାବ୍ୟତୀତ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିବା ସହିତ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା,ମତ୍ସ୍ୟ ପୋଖରୀ ଯୋଜନା,ବାୟୋଫ୍ଲକ,ଫାର୍ମପଣ୍ଡ,ପାଣିପଞ୍ଚାୟତ,ମିଶନ ଶକ୍ତି, ମୃତ୍ତିକା ସଂରକ୍ଷଣ,ଗ୍ରାମ୍ୟ ଉନ୍ନୟନ,ବୟନ ଶିଳ୍ପ, କୃଷି,ଉଦ୍ୟାନ କୃଷି,ଗ୍ରାମ୍ୟ ପାନୀୟଜଳ ଯୋଗାଣ,ସଂସ୍କୃତି,ଜଳସେଚନ,ଧାନମଣ୍ଡି,ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ନିର୍ମାଣାଧିନ ପ୍ରକଳ୍ପର କାମ ତ୍ୱରାନ୍ୱିତ କରି ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ଅଧିକାରୀମାନଙ୍କୁ ତାଗିଦ କରିଥିଲେ, ସମସ୍ତ ବିଭାଗ ଜନସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାକୁ ରାଜସ୍ୱ କମିଶନର ପରାର୍ଶ ଦେଇଥିଲେ,ପୁର୍ତ୍ତ ବିଭାଗ ପକ୍ଷରୁ ଚାଲିଥିବା ୩ଶହ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ,କଣ୍ଟାମାଳ ତେଲନେଦୀ ସେତୁ,ବୌଦ୍ଧରେ ବସ ଟର୍ମିନାଲ ଆଦି ସମସ୍ତ ନିର୍ମାଣାଧିନ ପ୍ରକଳ୍ପ ସବୁ ଧାର‌୍ୟ୍ୟ ସମୟ ସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଏନଏସି ପକ୍ଷରୁ ଚାଲିଥିବା ମୁକ୍ତା ଯୋଜନା,ପଶ୍ଚିମା ଭବନ,ରାଜସ୍ୱ ଆଦାୟ,ଜରିଖଣ୍ଡିର ପୁନରୁଦ୍ଧାର,ବସ୍ତି ଅଞ୍ଚଳ,ଜଳାଶୟ ଆଦି ସଂପର୍କରେ ସମୀକ୍ଷା କରିଥିଲେ, ଜିଲ୍ଲାର ବିକାଶ ପାଇଁ ସମସ୍ତ ଅଧିକାରୀମାନେ ସମନ୍ୱୟ ରଖି କାର‌୍ୟ୍ୟ କରିବା ପାଇଁ ରାଜସ୍ୱ କମିଶନର ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହିତ ମିଶି ସେମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ ଏବଂ ଠିକ୍ ଭାବରେ ନିଜର ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ, ପରେ ରାଜସ୍ୱ କମିଶନର ନିର୍ମାଣାଧିନ ୩ଶହ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ କାର୍ଯ୍ୟ ବୁଲି ଦେଖିବା ସହିତ ବାଉଁଶୁଣି ଚିକିତ୍ସାଳୟ ମଧ୍ୟ ପରିଦର୍ଶନ କରିଥିଲେ ।
ରାଜସ୍ୱ କମିଶନରଙ୍କ ସହିତ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ,ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହାପରେ ପାର୍କ ପରିସର ବୁଲି ଦେଖିଥିଲେ । ଏଥିରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାସ,ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତକାନ୍ତି ବଳୀଆର ସିଂ, ଅଧ୍ୟାପକ ପ୍ରବୀର ଦାସ ଯୋଗ ଦେଇଥିଲେ ।
ବୌଦ୍ଧ ବନ ଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବନବିଭାଗ ର ସମସ୍ତ ରେଞ୍ଜର, ଫରେଷ୍ଟର ,ଫରେଷ୍ଟ ଗାର୍ଡ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ,ବୌଦ୍ଧ ରେଞ୍ଜ ବଲାସିଙ୍ଗା ଗ୍ରାମ ରେ ସାଲୁଙ୍କି ଓ ମହାନଦୀ କୂଳରେ ହୋଇ ଥିବା ଗ୍ରୀନ ମହାନଦୀ ମିଶନ ଅରବାନ ପ୍ଲାଣ୍ଟେସନ ୨.୫ ହେକ୍ଟର ଏରିଆ ରେ ଲାଗିଥିବା ଚାରି ହଜାର ଗୋଟି ଚାରା କୁ ଆଜି ୭୫ ତମ ଆଜାଦୀ ପାର୍କ ରେ ନାମିତ କରି ଶୁଭ ଉଦଘାଟନ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031