Legatus

ବୌଦ୍ଧ ଆର୍ଟ ଅଫ ଲିଭିଂ ପରିବାର ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ବୌଦ୍ଧ ଆର୍ଟ ଅଫ ଲିଭିଂ ପରିବାର ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ ଆର୍ଟ ଅଫ ଲିଭିଂ ପରିବାର ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
May 15
10:17 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୫: ବୌଦ୍ଧ ଆର୍ଟ ଅଫ ଲିଭିଂ ପରିବାର ତରଫରୁ ବିଶ୍ୱ ଯୋଗ ଗୁରୁ ରବି ଶଙ୍କର ଜି ଙ୍କ ୬୮ ତମ ଜନ୍ମଦିନ ଅବସରରେ ବୁଟୁପାଳି ସେବା ବିହାରରେ ସତସଙ୍ଗ ଓ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପରେ ସନ୍ଧ୍ୟାରେ ମହାନଦୀ ଆରତୀ ଘାଟରେ ମହାନଦୀ ଆଳତୀ,ସତସଙ୍ଗ ଓ ଅନ୍ନ ସେବା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଧର୍ମ ସଭା ଓ ସତସଙ୍ଗ ଅନୁଷ୍ଠିତ ହୋଇଥିଲା ।
ଅତିଥି ଭାବେ ପୁନଃ ଗଠନ ଓଡିଶା ର ଆବାହକ ମଧୁ ସୂଦନ ଦାସ, ଅଧ୍ୟାପକ ପ୍ରବୀର କୁମାର ଦାସ, ଜିଲ୍ଲା ଉନ୍ନୟନ ପରିଷଦ ସଭାପତି ଚିତ୍ତରଞ୍ଜନ ଦାଶ, ଯୋଗ ଦେଇଥିଲେ ।
ଶ୍ରୀ ଶ୍ରୀ ରବି ଶଙ୍କର ଙ୍କ ସୁଦର୍ଶନ କ୍ରିୟା ଯୋଗ ମାଧ୍ୟମରେ ଆନନ୍ଦ ର ଅନୁଭୂତି ଦ୍ୱାରା ଜୀବନରେ ବଞ୍ଚିବାର କଳା ଶିଖିବାର ଶୈଳୀ, ସାଧାନା, ଯୋଗ ଓ ପ୍ରାଣାୟକ୍ଷମ ସହିତ ସେବା କରିବା ପାଇଁ କହିଛନ୍ତି ।
ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ରାଜଲଷ୍ମୀ ବିଶ୍ୱାଳ, ବିଜୟ କୁମାର ପ୍ରଧାନ, ସୁଜ୍ଞାନ କୁମାର ପାତ୍ର, ସୁନିତା ଦାସ, ଦେବାଶିଷ ପୁରୋହିତ, ସୂର‌୍ୟ୍ୟନ୍ଦୁ ଶତପଥି,ଆସମାନ ମହାକୁଡ଼, କୃତ୍ତିବାସ ପଲିଆ ସହଯୋଗ କରିଥିଲେ ।
ମହିଳା ଭୋଟ ହାତେଇବାକୁ ତିନି ଦଳର ନଜର
ବୌଦ୍ଧ,୧୫/୫ : ବୌଦ୍ଧଜିଲ୍ଲାରେ ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ବେଳେ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ତିନି ପ୍ରମୁଖ ରାଜନୈତିକ ଦଳ ନେତାମାନେ ଏବେ ମହିଳା ଭୋଟ ହାତେଇବାକୁ ଉଦ୍ୟମ ଜାରି ରଖିଛନ୍ତି ।
ବୌଦ୍ଧ ଜିଲ୍ଲାରେ ଆସନ୍ତା ୨୦ ତାରିଖରେ ଭୋଟ ଗ୍ରହଣ ହେବ । ବୌଦ୍ଧ ନିର୍ବାଚନ ମଣ୍ଡଳିରେ ୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ମଧ୍ୟ ୬ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଜିଲ୍ଲାରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମେତ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ୬ ଜଣ ଲେଖାଁଏ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ତିନି ରାଜନୈତିକ ଦଳ ମହିଳା ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ସମାବେଶ ମାନ କରୁଛନ୍ତି । ଏହି ସମାବେଶରେ କିପରି ଅଧିକରୁ ଅଧିକ ମହିଳା ଯୋଗଦେବେ ସେଥି ପାଇଁ ବିଭିନ୍ନ ରଣନିତି ଆପଣାଉଛନ୍ତି । ଜିଲ୍ଲାର ବୌଦ୍ଧ ନିର୍ବାଚନ ମଣ୍ଡଳିରେ ୧୬୪୮୫୪ ରୁ ଉର୍ଦ୍ଧ୍ୱ ଭୋଟର ରହିଥିବା ବେଳେ ସେଥିମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୮୦୦୭୨ ଉର୍ଦ୍ଧ୍ୱ ଭୋଟ ରହିଛି ।
ସେହିପରି କଣ୍ଟାମାଳ ନିର୍ବାଚନ ମଣ୍ଡଳିରେ ୧୬୭୬୩୮ ଉର୍ଦ୍ଧ୍ୱ ଭୋଟର ରହିଛନ୍ତି । ସେଥିମଧ୍ୟରୁ ୮୧୯୧୦ ଉର୍ଦ୍ଧ୍ୱ ମହିଳା ଭୋଟ ରହିଥିବା ଜଣାପଡିଛି । ଜିଲ୍ଲାରେ ଗତ ୨୬ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିବାର ପ୍ରକ୍ରିୟା ରହିଥିବା ବେଳେ ନାମାଙ୍କନ ଶୋଭାଯାତ୍ରା ସମୟରେ ଶହଶହ ସଂଖ୍ୟାରେ ମହିଳା ଭୋଟର ସାମିଲ ହୋଇଥିଲେ ।
ଜିଲାରେ ବିଜୁଜନତା ଦଳ ମହିଳା ସମାବେଶ କରି ଭୋଟ ହାତେଇବା ପାଇଁ ରଣତିନି କରିଥିବାବେଳେ ବିଭିନ୍ନ ସମାବେଶ ଗୁଡିକରେ ମହିଳାଙ୍କୁ ଅଧିକା ଦେଖିବାକୁ ମିଳୁଛି । ଏପେଟ ବିରୋଧି କଂଗ୍ରେସ ଓ ବିଜେପି ମହିଳା ଭୋଟ ହାତେଇବା ପାଇଁ ଗାଁ ଗାଁ ବୁଲି ୨୫ ବର୍ଷର ସରକାରଙ୍କ ବିଫଳତା ନେଇ କହିବା ସହ ଭୋଟ ଦେବାକୁ ନିବେଦନ କରୁଛନ୍ତି । ଜିଲ୍ଲାରେ ୧୫ ହଜାରରୁ ଉର୍ଦ୍ଧ୍ୱ ସ୍ୱଂୟ ସହାୟୀକା ଗୋଷ୍ଠୀ ରହିଥିବା ବେଳେ ଏଥିରେ ୯୦ ହଜାରରୁ ଅଧିକ ମହିଳା ରହିଛନ୍ତି । ଦେଖାଯାଉ ବୌଦ୍ଧ ଓ କଂଟାମାଳ ନିର୍ବାଚନ ମଣ୍ଡଳିରେ ମହିଳାଙ୍କ ଭୋଟ କେଉଁ ଦଳ କେତେ ମହିଳା ଭୋଟର ହାତେଇପାରୁଛି ତାହା ଆଗାମୀ ଫଳାଫଳରୁ ହିଁ ଜଣାପଡିବ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31