Indus Valley Times

ବୌଦ୍ଧ : ଆର୍ନ୍ତଜାତିକ କ୍ଷୁଦ୍ରଶସ୍ୟ ବର୍ଷ ଓ ପୋଷଣ ବଗିଚା ଉତ୍ସବ ପାଳିତ

 Breaking News

ବୌଦ୍ଧ : ଆର୍ନ୍ତଜାତିକ କ୍ଷୁଦ୍ରଶସ୍ୟ ବର୍ଷ ଓ ପୋଷଣ ବଗିଚା ଉତ୍ସବ ପାଳିତ

ବୌଦ୍ଧ : ଆର୍ନ୍ତଜାତିକ କ୍ଷୁଦ୍ରଶସ୍ୟ ବର୍ଷ ଓ ପୋଷଣ ବଗିଚା ଉତ୍ସବ ପାଳିତ
September 17
21:39 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୯: ବୌଦ୍ଧବ୍ଲକ ଅନ୍ତର୍ଗତ ପାଲଝାରଠାରେ କୃଷି ବିଜ୍ଞାନ କେନ୍ଦ୍ର ଓ ଇଫକୋର ମିଳିତ ସହଯୋଗରେ ଆର୍ନ୍ତଜାତିକ କ୍ଷୁଦ୍ରଶସ୍ୟ ବର୍ଷ ୨୦୨୩ ଓ ପୋଷଣ ବଗିଚା ମହାଅଭିଯାନ ଏବଂ ବୃକ୍ଷ ରୋପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତପନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଗ୍ରାମରୁ ୧୦୦ ଜଣ ଚାଷୀ,ମହିଳା ଚାଷୀ ଓ ୫୦ ଜଣ ଶିଶୁ କନ୍ୟା ଯୋଗଦେଇଥିଲେ ।
ମୁଖ୍ୟଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ବବିତା ରାଣୀ ଦଳବେହେରା ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସାରଦା ପ୍ରସାଦ ମିଶ୍ର,ମିଶନ ଶକ୍ତି ଜିଲ୍ଲା ସଂଯୋଜକ ଦେବଦତ୍ତ ମିଶ୍ର ଓ ରାଷ୍ଟ୍ରିୟ ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର ବଘିଆପଡାର ସହକାରୀ ନିର୍ଦ୍ଦେଶକ ଡ. ରଜନୀଶ ମିଶ୍ର ପ୍ରମୁଖ ଯୋଗଦେଇ ଚାଷୀମାନଙ୍କୁ ଅନେକ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ ।
ଏହି ଅବସରରେ ଶହେ ଗୋଟି ଫଳଗଛ ଓ ପନିପରିବା କିଟ୍ ବଣ୍ଟନ କରାଯାଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ସୁସ୍ମିତା ପ୍ରୟଦର୍ଶିନୀ,ମୟୁରୀ ସିଂହଦରଦାର,ବିକ୍ରମ କେଶରୀ ପରମାଣିକ,ସଦାକତ ଅଲ୍ଲୀ,ବିଜୟ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ବୌଦ୍ଧରେ ବିଶ୍ୱକର୍ମା ପୂଜା ପାଳିତ
ବୌଦ୍ଧ,୧୭/୯: କରୋନା କଟକଣାକୁ ଦୃଷ୍ଟିରେ ରଖି ବୌଦ୍ଧଜିଲ୍ଲାରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ବିଦ୍ୟୁତ ବିଭାଗ,ଜନସ୍ୱାସ୍ଥ୍ୟ ବିଭାଗ,ଜଳସଂପଦ ବିଭାଜନ,ପୁର୍ତ୍ତ ବିଭାଗ,ଉଠାଜଳସେଚନ ବିଭାଗ ଆଦି ସରକାରୀ କାର୍ଯ୍ୟାଳୟ ସମେତ ଜିଲ୍ଲା ଟ୍ରକମାଲିକ ସଂଘ, ଘରୋଇ ବସ ମାଲିକ ସଂଘ, ଟାକ୍ସି ମାଲିକ ସଂଘ ଓ ବିଭିନ୍ନ ଗ୍ୟାରେଜରେ ନିରାଡମ୍ବର ଭାବରେ ବିଶ୍ୱକର୍ମାଙ୍କ ପୂଜାତ୍ସୋବ ପାଳନ କରାଯାଇଛି । ପୂଜା ମଣ୍ଡକୁ ଭକ୍ତଙ୍କୁ କଟକଣା ରହିଥିବାବେଳେ କେବଳ ନିତିକାନ୍ତି ପାଳନ ସହିତ ପୂଜା କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031