Indus Valley Times

ବୌଦ୍ଧ : ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ଜିଲା ପ୍ରଶାସନ ସମତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ

 Breaking News

ବୌଦ୍ଧ : ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ଜିଲା ପ୍ରଶାସନ ସମତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ

October 10
10:09 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୦/୧୦ : ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ଜିଲା ପ୍ରଶାସନ ସମତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି କ୍ଷ ଜିଲ୍ଲା ପ୍ରଶାସନ ତରଫରୁ ଜିଲା ପାଠାଗାର ଠାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ ଅଧକ୍ଷତରେ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି ।
ବୌଦ୍ଧ ଗୋପବନ୍ଧୁ ଛକ ସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ।
ଅତିଥି ଭାବରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଗୋପବନ୍ଧୁଙ୍କ ନୀତି ଆଦର୍ଶ ନେଇ ବିସ୍ତୃତ ଆଲୋଚନା କରିଥିଲେ ।
ଅନ୍ୟତମ ଅତିଥି ଭାବରେ ଜିଲା ସାମ୍ବାଦିକ ସଂଘ ସଭାପତି ଶଶାଙ୍କ ଶେଖର ମିଶ୍ର , ବୌଦ୍ଧ ଣିକ ସଂଘ ସଭାପତି ସୁବାଶ ଚନ୍ଦ୍ର ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ ଙ୍କ ସମତେ ଅନ୍ୟମାନେ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଦେବାଶିଷ ପୁରୋହିତ, ଧବଳେଶ୍ୱର ମହାପାତ୍ର , ସଜନ ଅଗ୍ରୱାଲ, ଶ୍ରୀନିବାସ ମିଶ୍ର, ଅକ୍ଷୟ ମହାକୁଡ଼ ଙ୍କ ସମତେ ଅନ୍ୟମାନେ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031