Indus Valley Times

ବୌଦ୍ଧ : ଉତ୍କଳ ଗ୍ରାମ୍ୟବ୍ୟାଙ୍କ ବନ୍ଦ ନକରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନକଲେ ଗ୍ରାମବାସୀ

 Breaking News

ବୌଦ୍ଧ : ଉତ୍କଳ ଗ୍ରାମ୍ୟବ୍ୟାଙ୍କ ବନ୍ଦ ନକରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନକଲେ ଗ୍ରାମବାସୀ

August 26
21:13 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୬/୮: ବୌଦ୍ଧଜିଲ୍ଲା ସରସରା ଗ୍ରାମରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ବନ୍ଦ କରିବାକୁ କର୍ତ୍ତୃପକ୍ଷ ନିଷ୍ପତି ନେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆସନ୍ତା ୨୮ ତାରିଖରୁ ଏହି ବ୍ୟାଙ୍କ ଶାଖା ବନ୍ଦ କରାଯିବାକୁ କର୍ତ୍ତୃପକ୍ଷ ନିଷ୍ପତି ନେଇଥିବାବେଳେ ଦୀର୍ଘ ଏକ ସପ୍ତାହ ହେଲା ଗ୍ରାମବାସୀମାନେ ସ୍ଥାନୀୟ ନେତା,ଜିଲ୍ଲା ପ୍ରଶାସନ ପାଖକୁ ଧାଇଁ ଧାଇଁ ନିରାଶ ହେବାପରେ ବ୍ୟାଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଗୁରୁବାର ଗ୍ରାମବାସୀମାନେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ସରସରା ଶାଖାରେ ତାଲା ପକାଇଦେବା ସହିତ ଯଦି ଏହି ବ୍ୟାଙ୍କ ବନ୍ଦ କରିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତି ନେଇସାରିଛନ୍ତି ତେବେ ସମସ୍ତ ଜମାକାରୀଙ୍କ ଜମାଖାତା ସବୁ ବନ୍ଦ କରି ସମସ୍ତ ଟଙ୍କା ପ୍ରଦାନ କରିବା ପରେ ବ୍ୟାଙ୍କ ବନ୍ଦ କରାଯାଉ ବୋଲି ଦାବି କରିଥିଲେ ।ଗୁରୁବାର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏକ ଶୋଭାଯାତ୍ରାରେ ଆସି ଗ୍ରାମରୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ବନ୍ଦ ନକରିବାକୁ ଦାବି କରିଥିଲେ ।
ଏହି ବ୍ୟାଙ୍କ ଉପରେ ସରସରା ସମେତ ଆଖପାଖ ଅଞ୍ଚଳର ୪ ଟି ପଞ୍ଚାୟତର ଜମାକାରୀମାନେ ନିର୍ଭର କରୁଥିବାବେଳେ ବିଶେଷ ଭାବରେ ମହିଳାମାନେ ସିଧାସଳଖ ବ୍ୟାଙ୍କରେ ପହଞ୍ଚି ସେମାନଙ୍କ ଟଙ୍କା ଜମା ଓ ଉଠାଇ ପାରୁଥିଲେ ।
ତେଣୁ ଅଞ୍ଚଳବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବ୍ୟାଙ୍କ ଶାଖାକୁ ବନ୍ଦ ନକରିବାକୁ ଗ୍ରାମବାସୀମାନେ ଅନୁରୋଧ କରିଥିଲେ । ଏଥିସହିତ ଯଦି ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କ ଦାବିକୁ ଅଣଦେଖା କରନ୍ତି ତେବେ ବାଧ୍ୟହୋଇ ଗ୍ରାମବାସୀମାନେ ଆଇନ ହାତକୁ ନେବା ସହିତ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ମଧ୍ୟ ଚେତବାନୀ ଦେଇଛନ୍ତି ।
ତେବେ ଜିଲ୍ଲାପାଳ ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ସରସରା ଗ୍ରାମରୁ ବ୍ୟାଙ୍କ ଶାଖା ବନ୍ଦ ନକରିବାକୁ ପ୍ରତିଶୃତି ଦେଇଥିବା ଜଣାଯାଇଛି ।
ବୌଦ୍ଧ : କୃଷିବିଜ୍ଞାନ କେନ୍ଦ୍ରରେ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ
ବୌଦ୍ଧ,୨୬/୮: ଜିଲ୍ଲାର ପାଲଝାର ଥିବା କୃଷିବିଜ୍ଞାନ କେନ୍ଦ୍ର ପରିରସରରେ ଗୁରୁବାର ଦିନ ଆଜାଦିର ଅମୃତ ମହୋତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ତପନ କୁମାର ଦାସଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଖାଦ୍ୟ ସୁରକ୍ଷା ଯୋଜନାର ଉଦ୍ଦେଶ୍ୟ ଉପରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଉଦବୋଧନର ସିଧାପ୍ରସାରଣ କରାଯାଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ଚାଷୀମାନଙ୍କର ଓ ପୋଷତା ତତ୍ୱର ସୁରକ୍ଷା ପାଇଁ କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ଦେବଦତ୍ତ ମିଶ୍ର ଯୋଗ ଦେଇଥିଲେ ।
କୃଷି ବିଜ୍ଞାନ କେନ୍ଦ୍ରର ସସ୍ମିତା ପ୍ରିୟଦର୍ଶନୀ ସ୍ୱାଗତ ଭାଷଣ ଦେବା ସହ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ବୁଦ୍ଧିଜୀବି , ମହିଳା, ଚାଷୀମାନେ ଯୋଗ ଦେଇଥିଲେ । ଚାଷୀଭାଇମାନଙ୍କୁ ପନିପରିବା ମଞ୍ଜି ବିତରଣ କରାଯାଇଥିଲା । କୃଷିବିଜ୍ଞାନ କେନ୍ଦ୍ରର ମୟୁରୀ ସିଂ ସରଧାର , ହରପ୍ରିୟା ସେଠୀ ଓ ବିଜୟ ବେହେରା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
କଂଗ୍ରେସର ଜୋନ ସ୍ତରୀୟ ବୈଠକ, ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚାୟତସ୍ତରରୁ ସଂଗଠନକୁ ସୁଦୃଢ କରିବା ପାଇଁ ଗୁରୁତ୍ୱ
ବୌଦ୍ଧ,୨୬/୮: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ହରଭଙ୍ଗା ବ୍ଳକର କୁଟିଗାଡୁ ଗ୍ରାମରେ ୯ ନମ୍ବର ଜୋନସ୍ତରୀୟ କାର୍ଯ୍ୟକାରୀଣୀ ବୈଠକ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ହରଭଙ୍ଗା ବ୍ଳକ ସଭାପତି ପଙ୍କଜ କୁମାର କର୍ଣ୍ଣଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଅଗାମୀ ପଞ୍ଚାୟତ ନିର୍ବାଚନ ନେଇ ଆଲୋଚନା ହେବାସହ ଦଳକୁ କିପରି ପଞ୍ଚାୟତସ୍ତରରୁ ମଜଭୁତ କରାଯାଇପାରିବ ଆଲୋଚନା ହୋଇଥିଲା ।
ପ୍ରାରମ୍ଭରେ ଜିଲ୍ଲା କଂଗ୍ରେସ ଉପସଭାପତି ସମରେଶ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏନେଇ ଆମେ ଆଗକୁ କିପରି ବଢିବା ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନାରେ ରମାକାନ୍ତ ଭୋକ୍ତା, ବାଜି ନାୟକ, ଚିତ୍ରସେନ ମଲିକ, ଗଣେଶ୍ୱର ଲଉରିଆ, ବିଜୟ ଦୀପ, ନାରାୟଣ ଦେହୁରୀ, ନିରାକାର ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ବୈଠକରେ ଗଣେଶ ଲଉରିଆଙ୍କୁ ହରଭଙ୍ଗା ବ୍ଳକର ଓବିସି ସେଲ ଅଧକ୍ଷ୍ୟ, ୯ ନଂ ଜୋନର ବ୍ଳକ କଂଗ୍ରେସର ବ୍ଳକ ସଂଯୋଜକ ଭାବେ ବିଜୟ ଦୀପ, କୃଷକ ସେଲର ସଂଯୋଜକ ଭାବେ ବାଲି ନାଏକ, ରାଜୀବ ଗାନ୍ଧି ପଞ୍ଚାୟତର ରାଜର ସଂଗଠକ ଭାବେ ପଦ୍ମଚରଣ ରଣା, ଈଶ୍ୱର ଜାନୀଙ୍କୁ ବରିଷ୍ଠ କଂଗ୍ରେସ ସେଲର ସଂଯୋଜକ , ଆଦିବାସୀ ସେଲର ହରଭଙ୍ଗା ବ୍ଳକ ଅଧକ୍ଷ୍ୟ ଭାବେ ନାରାୟଣ ଦେହୁରୀ, ହରିଜନ ସେଲର ଅଧକ୍ଷ୍ୟ ଭାବେ ରମାକାନ୍ତ ବେହେରା, ମହିଳା କଂଗ୍ରେସ ସଂଯୋଜିକା ଭାବେ ଝୁନୁ ବଘାରଙ୍କୁ ଅବସ୍ଥାପିତ କରାଯାଇଥିଲା ।
ବୈଠକରେ ହରଭଙ୍ଗା ବ୍ଳକ କଂଗ୍ରେସ ଉପସଭାପତି ବେଣୁଧର ମେହେର,କୋଷାଧକ୍ଷ୍ୟ ପୋଲସ୍ତି ପ୍ରଧାନ ,ଜିଲ୍ଲା କିଷାନ କଂଗ୍ରେସ ସାଧାରଣ ସଂପାଦକ ବୁଦ୍ଧଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031