Indus Valley Times

ବୌଦ୍ଧ : କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି

 Breaking News

ବୌଦ୍ଧ : କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି

ବୌଦ୍ଧ : କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି
December 13
11:19 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/୧୨ : କଣ୍ଟାମାଳ ବ୍ଳକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସତ୍ୟରଂଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନାଙ୍କ ଉପସ୍ଥିତିରେ ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଶିବିରରେ ସମୁଦାୟ ୪୪ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୩୩ ଗୋଟି ବ୍ୟକ୍ତିଗତ ମାମଲା ଓ ୧୧ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା ।
ସେଥିମଧ୍ୟରୁ ୧୦ ଜଣଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୩୪ ହଜାର ଟଙ୍କା ଓ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା ।
ଏହି ଶିବିରରେ ୨୨ ଗୋଟି ଅଭିଯୋଗର ôତତକାଳ ସାମଧାନ କରାଯାଇଥିଲା । ଏହି ଯୁଗ୍ମ ଜନ ଶୁଣାଣୀ କାର୍ଯ୍ୟକ୍ରମରେ ବିଳାସପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ପଦରପଡା ର କଲ୍ୟାଣ ବେହେରା, ଖଟଖଟିଆ ଗ୍ରାମ ପଂଚାୟତ ଶଙ୍କରପୁର ଗ୍ରାମ ର ଗୌର ଖେତୀ ଏବଂ ଖୁଣ୍ଟିଗୁରା ଗ୍ରାମ ପଂଚାୟତ ଅନ୍ତର୍ଗତ ମସିଣାଗୁରା ଗ୍ରାମ ର ଦୁର୍ଜନ ଭେସ୍ରା ଙ୍କୁ ତିନି ଚକିଆ ସାଇକେଲ ଜ଼ିଲ୍ଲାପାଳ ପ୍ରଦାନ କରିଥିଲେ ।
ଏଥି ସହିତ ଦାମୋଦର ବିଭାର, ଘଣ୍ଟାପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ସୁର୍କକ୍ଷ ଭଟା ଙ୍କୁ ତିନି ଚକିଆ ସାଇକେଲ ସହ ଆଶା ବାଡ଼ି ପ୍ରଦାନ କରାଯାଇଥିଲା ।
ଜନଶୁଣାଣୀ କାର୍ଯ୍ୟକ୍ରମ ପରେ ଜ଼ିଲ୍ଲାପାଳ ଓଡିଶା ଆଦର୍ଶ ବିଦ୍ୟାଳୟ, ଅଇଁଲାଚୁଆଁ ରେ ପହଂଚି ଥିଲେ କ୍ଷ ବିଦ୍ୟାଳୟ ପରିସରରେ ନିର୍ମାଣକ୍ଷ ଧୀନ ଶ୍ରେଣୀ ଗୃହ ନିମ୍ନ ମାନ ର ଇଟା ରେ ନିର୍ମିତ ହେଉଥିବା ବେଳେ ସେଠାରେ ଆଦୌ ପାଣି ଦିଆ ଯାଉନଥିବା ଦେଖିବାକୁ ମିଳିଥିଲା କ୍ଷ କ୍ୱାଲିଟି ଖରାପ ଥିବାରୁ କାମ ବନ୍ଦ କରିବାକୁ କଣ୍ଟ୍ରାକ୍ଟର ଙ୍କୁ ନିର୍ଦେଶ ଦେଇଥିଲେ ।
ଜ଼ିଲ୍ଲାପାଳ ସମସ୍ତ ଶ୍ରେଣୀ ଗୃହ କୁ ଯାଇ ସେମାନଙ୍କ ସୁବିଧା, ଅସୁବିଧା ବିଷୟରେ ବୁଝିବା ସହ ଭଲ ପାଠ ପଢି, ଭଲ ମାର୍କ ରଖି ବଡ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ କ୍ଷ ସୁଷମ ଖାଦ୍ୟ, ଉତ୍ତମ ସ୍ୱାସ୍ଥ୍ୟ, ଭଲ ପାଠ, ଭଲ ପୋଷାକ, ଜୀବନ ଚର୍ଯ୍ୟାଠିକ ରଖିବା, କ୍ରୀଡା ସହ ନିଜ ନିଜ କ୍ୟାରିଅର ଗଢିବା ପାଇଁ ପରାମର୍ଶ ଦେଇଥିଲେ ।
ଏଥିସହିତ ପରିସ୍ରା ଗାର, ଶୌଚାଳୟ ସଫା ସୁତରା ରଖିବା, କବାଟ ଏବଂ ଝରକା ଠିକ ରଖିବା ସହିତ ଖିଡ଼ିକି ଲାଗୁ ନ ଥିବାରୁ ସେଗୁଡିକ ଠିକ ଠାକ କରିବା, ପିଲାଙ୍କୁ ଦୈନନ୍ଦିନ ତାଲିକା କରି ସେ ହିସାବରେ ସୁଷମ ଖାଦ୍ୟ ତଥା ପୃଷ୍ଟିକର ଖାଦ୍ୟ ଦେବାପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ନିର୍ଦେଶ ଦେଇଥିଲେ ।
ପରେ ବିଦ୍ୟାଳୟ ଶିକ୍ଷକମାନଙ୍କ ଗ୍ରୀଭାନ୍ସ ଶୁଣିଥିଲେ କ୍ଷ ଓଡିଶା ଆଦର୍ଶ ବିଦ୍ୟାଳୟ ର ୪ ଗୋଟି ସ୍ମାର୍ଟ ବୋର୍ଡ ମଧରୁ ୨ ଟି ଚାଲୁଥିବା ବେଳେ ଭୋଲଟେଜ କମ କାରଣରୁ ଆଉ ୨ଟି ଚାଲୁ ନ ଥିବା ସ୍କୁଲ କର୍ତ୍ତୃପକ୍ଷ ଜ଼ିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କ୍ଷବିଦ୍ୟାଳୟ ର ସୁପରିଚାଲନା ପାଇଁ ସମସ୍ତେ ମିଳିମିଶି ଏକଜୁଟ ଭାବେ କାମ କରିବା ପାଇଁ ସମସ୍ତ ଶିକ୍ଷକ ଙ୍କୁ ନିର୍ଦେଶ ଦେଇଥିଲେ । ପରେ ପରେ ମନମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ଡାକ୍ତରଖାନା ପରିସରକୁ ସଫାସୁତରା ରଖିବା ସହ ଅବ୍ୟବହୃତ ସାମଗ୍ରୀ ଉଠାଇ ପରିଷ୍କାର ରଖିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କୁ ନିର୍ଦେଶ ଦେଇଥିଲେ ।
ଏଥିସହିତ ଜ଼ିଲ୍ଲାପାଳ ହସ୍ପିଟାଲ ପରିସର ବୁଲି ଦେଖିଥିଲେ । ଏହି ପରିଦର୍ଶନ ସମୟ ରେ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ନୂତନ ଉପ -ଜ଼ିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଉପସ୍ଥିତ ଥିଲେ । ଏହି ଶୁଣାଣି କାର୍ଯ୍ୟକ୍ରମରେ କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନ,ତହସିଲଦାର କର୍ଣ୍ଣ ମଲ୍ଲିକ,ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୂର୍ଯ୍ୟ ନାରାୟଣ ଦାଶ,ବ୍ଲକ ସଂପ୍ରସାରଣ ଅଧିକାରୀ ଜେ. ବେହେରା,ବ୍ୟକ୍ତିଗତ ସହାୟକ ନିରୋଜ ପାତ୍ର,ଡାଟା ଏଣ୍ଟ୍ରି ଅପରେଟର ଅରୁଣ ବେହେରା ଓ ରାଜକିଶୋର କର୍ଣ୍ଣ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031