Indus Valley Times

ବୌଦ୍ଧ: ଗ୍ରେଡ ପେ ବୃଦ୍ଧି ଦାବିକଲା ଅମଲା ସଂଘ

 Breaking News

ବୌଦ୍ଧ: ଗ୍ରେଡ ପେ ବୃଦ୍ଧି ଦାବିକଲା ଅମଲା ସଂଘ

ବୌଦ୍ଧ: ଗ୍ରେଡ ପେ ବୃଦ୍ଧି ଦାବିକଲା ଅମଲା ସଂଘ
October 30
18:48 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୧୦: ଓଡିଶା ଅମଲା ସଂଘ ବୌଦ୍ଧଜିଲ୍ଲା ଶାଖା ପକ୍ଷରୁ ହୋଟେଲ ପାରିଜାତ ପେଲେସ ଠାରେ ୪୨୦୦ ଟଙ୍କା ଗ୍ରେଡ ପେ ଦାବିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଅମଲା ସଂଘର ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସୁଦାମ ଚରଣ ମିଶ୍ର ଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ଅମଲା ସଂଘର ବରିଷ୍ଠ ସଦସ୍ୟା ସୁପ୍ରଭା ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ବୈଠକରେ ରାଜସ୍ୱ, ଶିକ୍ଷା,କୃଷି, ସ୍ୱାସ୍ଥ୍ୟ, ଜଙ୍ଗଲ,ମୃତିକା ସଂରକ୍ଷଣ, ସାମାଜିକ ସୁରକ୍ଷା, ଉଦ୍ୟାନ କୃଷି ଆଦି ୪୦ରୁ ଉର୍ଦ୍ଧ୍ୱ ବିଭାଗର କାର୍ଯ୍ୟରତ ଅମଲାମାନେ ଯୋଗଦେଇଥିଲେ । ଅମଲା ମାନଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ କରାଯାଇଥିବା ବେଳେ ଯୋଗ୍ୟତା ଆଧାରରେ ଗ୍ରେଡ ପେ ଦିଆଯାଉନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ଶିକ୍ଷାଗତ ଯୋଗ୍ୟତା ଆଧାରରେ ୪୨୦୦ ଟଙ୍କା ଗ୍ରେଡ ପେ ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯିବା ସହ ଆସନ୍ତା ୩୦ ତାରିଖରେ ଭୂବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଅମଲା ସଂଘର ବୈଠକରେ ସାମିଲ ହେବାକୁ ନିଷ୍ପତି ନିଆଯାଇଥିଲା । ଏହା ବ୍ୟତିତ ପୁରୁଣା ପେନସନ ଓ ନିୟମିତ ପ୍ରମୋସନ ଯଥା ସମୟରେ କରିବା ପାଇଁ ଦାବି ହୋଇଥିଲା । ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଅମଲାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତିା ବୈଠକରେ ବରିଷ୍ଠ ସଦସ୍ୟ ସୁଧାଂଶୁ ଶେଖର ଦଲାଲ, ସଂଜିବ ବସ୍ତିଆ,ଶ୍ରୀ ଧର ରଥ, ସଂଜିତ ସାହୁ, ସତ୍ୟବ୍ରତ ସାହୁ,ଲୋକେଶ ଭୋଇ, ପ୍ରିତିରଂଜନ ମହାଲିଙ୍ଗ, ଦ୍ୱିତୀୟା ମହାଲିକ, କୃଷ୍ଣଚନ୍ଦ୍ର ସାହୁ,ପ୍ରବୀଣ ରଂଜନ ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ । ପ୍ରହଲ୍ଲାଦ ମିର୍ଦ୍ଧା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଶତ୍ରୁଜିତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ବାଲ୍ୟ ବିବାହ ପ୍ରତିରୋଧକ ମଂଚର ଜିଲ୍ଲାସ୍ତରୀୟ ବୈଠକ
ବୌଦ୍ଧ,୩୦/୧୦: ବୌଦ୍ଧଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କନଫରେନଓ ହଲ ଠାରେ ଜିଲ୍ଲା ପ୍ରଶାସନ ଓ ଆକସନ ଏଡ ପକ୍ଷରୁ ବାଲ୍ୟ ବିବାହ ପ୍ରତିରୋଧକ ମକ୍ଟକ୍ଟ୍ରର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଚିକିତ୍ସା ଅଧିକାରୀ ସଂଘମିତ୍ରା ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କିଶୋର ମାନଙ୍କୁ ସୁଷମ ଖାଦ୍ୟ, ଆତ୍ମ କୌଶଳ ଓ ଶସକ୍ତି କରଣ ଉପରେ ବୁଝାଇଥିଲେ । ଲୋକକଳା ଅନୁଷ୍ଠାନର ପୁଷ୍ପିତା ପ୍ରଧାନ ନିମନ୍ତ୍ରିତ ଅତିଥି ଭାବରେଯୋଗଦେଇ କିଶୋରମାନଙ୍କୁ ବିଭିନ୍ନ କଳା କୌଶଳ ଓ ଆତ୍ମ ନିର୍ଭର ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଡିପିସି ମିଶନଶକ୍ତି ଦେବ ବ୍ରତ ମିଶ୍ର କିଶୋର ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଦକ୍ଷତା ବିକାଶ ତାଲିମ ବିଷୟରେ ସୂଚନା ଦେଇଥିଲେ । ସିଡିପିଓ ହରଭଙ୍ଗା କିଶୋରୀମାନଙ୍କୁ ବାଲ୍ୟ ବିବାହ ସଚେତନତା କରାଇଥିଲେ । ସିଡିପିଓ ବୌଦ୍ଧ ଘରେ ଅଦରକାରୀପଦାର୍ଥରୁ କିପରି ସାଜସଜା ସାମଗ୍ରୀ ପ୍ରସ୍ତୁତ ହୋଇ ପାରିବ ସେ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା ବାଳିକା ସଂଯୋଜିକା ରାଜଲକ୍ଷ୍ମୀ ପଣ୍ଡା ପିଲାଙ୍କୁ ସେମାନଙ୍କ ଅଂଚଲରେବଥିବା ତହସିଲଭୂକ୍ତ ଜାତି ଓ ଉପଜାତି ର ପିଲାଙ୍କୁ ଜିଲ୍ଲା ଅଫିସ ସହିତ ଯୋଗାଯୋଗ କରିବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମକ ପ୍ରବିଜ୍ଞା ଦାସ ପରିଚାଳନା କରିଥିଲେ ।
ପ୍ରଶାସନ ପକ୍ଷରୁ ୩ ବେଆଇନ କି୍ଳନିକ ସିଲ
ବୌଦ୍ଧ,୩୦/୧୦: ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ସହରର ୩ ଗୋଟି ବେଆଇନ ଭାବେ ଚାଲିଥିବା କ୍ଳିନିକକୁ ସିଲ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ସହରର ନଟରାଜ ଗାଇନୋଷ୍ଟିକ ଓ ପ୍ରଧାନ ଡେଣ୍ଟାଲ କ୍ଳିନିକ ଓ ସାଇ ଡେଣ୍ଟାଲ କ୍ଳିନିକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଉକ୍ତ କ୍ଳିନିକ ଗୁଡିକ ସରକାରଙ୍କ ନିୟମ ଅନୁଯାୟୀ ଚଳାଉ ନଥିବା ଯୋଗୁଁ ସିଲ କରାଯାଇଥିବା ଜଣାପଡିଛି । ଚଢାଉ ସମୟରେ ଉପଜିଲ୍ଲାପାଳ ସତନ କୁମାର ନାଏକ, ଡା .ବିଜୟ କୁମାର ଦାସ ,ଜିଲ୍ଲା ଡ୍ରଗ ଇନିସପେକଟର ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ । ଏନେଇ ଜିଲ୍ଲା ଡ୍ରଗ ଇନିସପେକଟର ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ସରକାରଙ୍କ ନିୟମ ଅନୁଯାୟୀ ଚାଲୁନଥିବାରୁ ସିଲ କରାଯାଇଥିବା ସୁଚନା ଦେଇଛନ୍ତି । ଉକ୍ତ କ୍ଳିନିକ ଗୁଡିକ ପ୍ରାୟ ୧ବର୍ଷ ହେବ ସହରରେ ଚାଲିଥିବା ବେଳେ ଆଜି ପର୍ଯ୍ୟନ୍ତ କିପରି ପ୍ରଶାସନ ଜାଣିପାରିଲାନାହିଁ ଏନେଇ ପ୍ରଶାସନର ଚଢାଉ ଉପରେ ପ୍ରଶ୍ନବାଚୀ ଦେଖାଦେଇଛି ।
ଜାତୀୟ ପେନସନ ଭୁକ୍ତ ଶିକ୍ଷକ ସଂଘ ର ବିଶାଳ ଶୋଭାଯାତ୍ରା
ବୌଦ୍ଧ ;୩୦/୧୦ : ବୌଦ୍ଧ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୪ ଦଫା ସମ୍ବଳିତ ଦାବି ପତ୍ର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ୟେଶ ରେ ଜ଼ିଲ୍ଲାପାଳ ଙ୍କ ଜରିଆ ରେ ପ୍ରଦାନ କରିଛି, ଦାବିଗୁଡିକ ହେଲା ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି (୨୦୦୧)ଠାରୁ ସ୍ବେଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ, ଜୁନିୟର ଟିଚର ଚୁକ୍ତି ଭିତ୍ତିକ ଭାବେ ବିଭିନ୍ନ ନାମରେ ନିୟୋଜନ ହୋଇଥିବା ଶିକ୍ଷକ ଙ୍କ ଚୁକ୍ତି ଭିତ୍ତିକ ଅବଧି କୁ ମୂଳ ଚାକିରୀ ରେ ଗଣନା ସହ ୬ ଟି ଇଂକ୍ରିମେଣ୍ଟ ପ୍ରଦାନ କରାଯାଉ,ଜାତୀୟ ପେନସନ ଯୋଜନା କୁ ଉଛେଦ କରି ପୁରୁଣା ପେନସନ ଲାଗୁ କରାଯାଉ, ପ୍ରାଥମିକ ଶିକ୍ଷକ ଙ୍କୁ ୨୮୦୦ ଗ୍ରେଡ଼ ପେ ପ୍ରଦାନ କରାଯାଉ, ଏକ୍ସ୍ କେଡର ଉଛେଦ କରାଯାଉ,ଉପୋରକ୍ତ ସମସ୍ତ ଦାବିନେଇ ପ୍ରାୟ ସାହସ୍ରାଧିକ ଶିକ୍ଷକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ବାହାରି ଜ଼ିଲ୍ଲାପାଳ ଙ୍କ କାର‌୍ୟ୍ୟାଳୟ ପର‌୍ୟ୍ୟନ୍ତ ଶୋଭାଯାତ୍ରା ରେ ଯାଇଥିଲେ, ବୌଦ୍ଧ ଜ଼ିଲ୍ଲାପାଳ ଙ୍କ କାର‌୍ୟ୍ୟାଳୟ ସମ୍ମୁଖ ରେ ଏନପିସି ସଂଘ ର ବ୍ଲକ ସଭାପତି ରାଜକୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରତିବାଦ ସଭା ହୋଇଥିଲା,ଉକ୍ତ ସଭା ରେ ରାଜ୍ୟ ଏନପିସି ସଂଘ ଉପ -ସଭାପତି ଶମ୍ଭୁ ଗିରି, ପ୍ରାଥମିକ ଶିକ୍ଷକ ଜ଼ିଲ୍ଲା ସଭାପତି ଦିଲୀପ ପ୍ରଧାନ, ଉପଦେଷ୍ଟା ବିରଞ୍ଚି ପ୍ରଧାନ, ମିଳିତ ଶିକ୍ଷକ ସଂଘ କଣ୍ଟାମାଲ ବ୍ଲକ ସଭାପତି ନୀଳାଞ୍ଚଳ ଭୋଇ, ଜ଼ିଲ୍ଲା ଗଣ ଶିକ୍ଷକ ସଂଘ ର ସଭାପତି ବିରେନ ଦାସିଆ, ଜ଼ିଲ୍ଲା ବିଇଡି ସଂଘ ସଭାପତି ସୌମିତ୍ରୀ ପୋଲିଆ, ଜ଼ିଲ୍ଲା ସମ୍ପାଦକ ମହେଶ ସେଠି ପ୍ରମୁଖ ଉଦବୋଧନ ଦେଇ ସରକାର ତୁରନ୍ତ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଛେଦ ପ୍ରକିୟା ରେ ଏନପିସି ଶିକ୍ଷକ ଙ୍କୁ ସାମିଲ କରା ନ ଗଲେ ରାଜ ରାସ୍ତା କୁ ଓଲ୍ହାଇବା ସହ ସରକାରୀ କଲ କୁ ସମ୍ପୂର୍ଣ ଅଚଳ କରାଯିବ ବୋଲି ମତ ପ୍ରକାଶ କରିଥିଲେ, କାର‌୍ୟ୍ୟକ୍ରମ ରେ ଜ଼ିଲ୍ଲା ଉପସଭାପତି ରଂଜିତା ମିଶ୍ର, ବସନ୍ତ ବିଶ୍ୱାଳ, ସାଙ୍ଗଠନିକ ସମ୍ପାଦକ ଧରଣୀ ଧର ମେହେର, ଅନାଦି ଚରଣ ବେହେରା, କୋଷାଧକ୍ଷ ସନ୍ତୋଷ କର୍ଣ୍ଣ, ମିଡ଼ିଆ ସଂଯୋଜକ ବିଜୟ କୁମାର ସାହୁ, କାର‌୍ୟ୍ୟକାରି ସଭ୍ୟ ରେଣୁପ୍ରଭା ବେହେରା, ଚାପାଧାରୀ ପତ୍ର, ପ୍ରଦୀପ କୁମାର ସାହୁ, ବ୍ଲକ କର୍ମକର୍ତ୍ତା ରଜତ କୁମାର ନାଏକ, ପ୍ରସନ୍ନ ଭୁକ୍ତା, ଅଜୟ ମିଶ୍ର, ଉତ୍ତମ ନାଏକ, ବିଜୟିନୀ ପାତ୍ର, ମମତା ବେରିହା, ସୁଶାନ୍ତ ପଣ୍ଡା ମିଳିତ ଶିକ୍ଷକ ସଂଘ ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ, ସୁଶାନ୍ତ ଅମାତ, ବୀର ବିକ୍ରମ ପ୍ରଧାନ,ଉପଦେଷ୍ଟା ଲୋକନାଥ, ଗୌରୀ ପ୍ରସାଦ ସାହୁ, ନିରାକାର ସାହୁ, ପଞ୍ଜନା ପଢି, ଜୟନ୍ତୀ କାନୁନଗୋ ପ୍ରମୁଖ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ କ୍ଷ

୩୦୩ ଏସଏଚଜି ଙ୍କୁ ୭ କୋଟି ୭୯ ଲକ୍ଷ ଟଙ୍କା ଋଣ ପ୍ରଦାନ
ବୌଦ୍ଧ,୩୦/୧୦:ବୌଦ୍ଧ ବ୍ଲକ ପରିସରରେ ଆଜି ବ୍ଲକ ସ୍ତରୀୟ ମିଶନ ଶକ୍ତି ଲୋନ ମେଳା ଅନୁଷ୍ଠିତ ହୋଇଯାଇଛି . ଏହି ଋଣ ମେଳାରେ ୩୦୩ ଏସଏଚଜି ଙ୍କୁ ୭ କୋଟି ୭୯ ଲକ୍ଷ୍ ଟଙ୍କା ଋଣ ପ୍ରଦାନ କରାଯାଇଛି,ମିଶନ ଶକ୍ତି ଜରିଆ ରେ ଏସ ଏଚ ଜି ମହିଳା ମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଲୋନ ପ୍ରଦାନ କରାଇବା ଉଦ୍ଦେଶ୍ୟ ରେ ଏହି ଲୋନ ମେଳା ର ଆୟୋଜନ କରା ଯାଇଛି ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ ଯୋଗ ଦେଇ ଉଦବୋଧନ ଦେଇଥିଲେ ।.ଏହି ମେଳା ରେ ୩୦୩ ଏସଏଚଜି ଙ୍କୁ ୭ କୋଟି ୭୯ ଲକ୍ଷ୍ ଟଙ୍କା ଋଣ ପ୍ରଦାନ କରାଯାଇଛି ।
ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ ଏଲଡିଏମ ରବୀନ୍ଦ୍ର ସେଠି, ଡିପିଏମ ଓ ଡିପିସି ଦେବଦତ୍ତ ମିଶ୍ର, ସିଡିପିଓ ମିନତୀ ଦେଓ ମଞ୍ଚ ରେ ଉପସ୍ଥିତ ଥିଲେ.ଏହି ମେଳା ରେ ୧୦୦ ଏସଏଚଜି ମହିଳା ତଥା ମିଶନ ଶକ୍ତି ର ବ୍ଲକ ଓ ପଂଚାୟତ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ବ୍ଲକ କର୍ମକର୍ତ୍ତା ସତ୍ୟପ୍ରିୟ ବଘାର, ବିଜୟ କୁମାର ଭୋଇ ଓ ସସ୍ମିତା ବାଦୀ ସମନ୍ୱୟ ମେଳା ର ଆୟୋଜନ ରେ ସହଯୋଗ ପ୍ରଦାନ କରିଥିଲେ ।
ଜିଲାସ୍ତରୀୟ ଧାନକ୍ରୟ କମିଟି ବୈଠକ:କଣ୍ଟାମାଳରେ ଡିସେମ୍ବର ୬ ଏବଂ ବୌଦ୍ଧ ଓ ହରଭଙ୍ଗାରେ ଡିସେମ୍ବର ୧୩ ରୁ ଖୋଲିବ ମଣ୍ଡି ବୌଦ୍ଧ,୩୦/୧୦: ବୌଦ୍ଧ ଜିଲ୍ଲାସ୍ତରୀୟ ଧାନକ୍ରୟ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଡିସେମ୍ବର ୬ ତାରିଖରୁ କଣ୍ଟାମାଳ ବ୍ଲକରେ ଏବଂ ଡିସେମ୍ବର ୧୩ ତାରିଖରୁ ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ଧାନମଣ୍ଡି ଖୋଲିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ଚଳିତବର୍ଷ ଧାନକ୍ରୟ ବ୍ୟବସ୍ଥାକୁ ସ୍ୱଛ କରାଯିବାକୁ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇ ସେଟେଲାଇଟ ମାଧ୍ୟମରେ ଜିଲ୍ଲାରେ ଚାଷ ହୋଇଥିବା ଜମି ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇଛି । ଫଳରେ ଚାଷ ନକରି ଟାର୍ଗେଟ ପୂରଣ ପାଇଁ ହେଉଥିବା ଉଦ୍ୟମରେ ରୋକ ଲାଗିପାରିବ । ଜିଲ୍ଲାରେ ଚାଷୀ ପଂଜିକରଣ ପ୍ରକ୍ରିୟା ସରିଥିଲେ ମଧ୍ୟ ସେଟଲାଇଟ ତଥ୍ୟ ଆଧାରରେ ତଦନ୍ତ ଚାଲିଥିବାରୁ ଚୁଡାନ୍ତ ଚାଷୀ ପଂଜିକରଣ ତାଲିକା ଏଯାଏ ପ୍ରକାଶ ପାଇନଥିବା ଜଣାଯାଇଛି ।
ମିଳିଥିବା ସୂଚନା ମୁତାବକ ଜିଲ୍ଲାରେ ୪୨୬୬୫ ଜଣ ଚାଷୀ ଧାନ ବିକ୍ରୟ କରିବା ପାଇଁ ନାମ ପଂଜିକରଣ କରିଥିବାବେଳେ ସେଟଲାଇଟ ତଥ୍ୟ ଆଧାରରେ ୧୬୯ ଜଣ ଚାଷୀଙ୍କ ନାମକୁ ତାଲିକାରୁ ବାଦ ଦିଆଯାଇଛି । ଫଳରେ ୪୨୪୮୭ ଜଣ ଚାଷୀଙ୍କ ନାମ ତାଲିକାରେ କାଏମ ରହିଥିବା ଜଣାଯାଇଛି । ଚାଷୀ ତାଲିକା ଚୂଡାନ୍ତ ହୋଇପାରିନଥିବାରୁ ଖରିଫ ଧାନକ୍ରୟ ନେଇ ଲକ୍ଷଧାର୍ଯ୍ୟ ହୋଇନଥିଲେ ମଧ୍ୟ ଚଳିତବର୍ଷ ଭଲବର୍ଷା ସହିତ ଚାଷ ଭଲ ହୋଇଥିବାରୁ ଗତବର୍ଷଠାରୁ ଧାନ ଅମଳ ମଧ୍ୟ ଭଲ ହେବ ବୋଲି ଆକଳନ କରାଯାଇଛି ।
ଗତ ଖରିଫରେ ପ୍ରାୟ ୧୪ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିବାବେଳେ ୧୬ ଲକ୍ଷ କୁଇଣ୍ଟାଲ ଧାନକ୍ରୟ ହୋଇଥିଲା । ତେଣୁ ଚଳିତ ଖରିଫରେ ଭଲ ଅମଳ ହୋଇଥିବାରୁ ପ୍ରାୟ ୧୮ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ହେବାର ସମ୍ଭାବନା ପ୍ରକାଶ ପାଇଛି । ତେଣୁ ଚାଷୀମାନଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇଲେ ଧାନକ୍ରୟ ଲକ୍ଷ ଧାର୍ଯ୍ୟ କରାଯିବ ବୋଲି ଜଣାପଡିଛି । ଧାନକ୍ରୟ ପ୍ରକ୍ରିୟାରେ କୌଣସି ଚାଷୀ କିମ୍ବା ମିଲର ଯେପରି କ୍ଷତିଗ୍ରସ୍ତ ନହେବେ ତେଣୁ ମଣ୍ଡି ଗୁଡିକରେ ଏଫଏକ୍ୟୁ ମାନର ଧାନ କିଣାକୁ କଡାକଡି ଭାବରେ ଲାଗୁ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ପୂର୍ବରୁ ଧାନ କୁଇଣ୍ଟାଲ ପ୍ରତି ୧୯୪୦ ଟଙ୍କା ଦର ଧାର୍ଯ୍ୟ ହୋଇଥିବାବେଳେ ଚଳିତବର୍ଷ ଏହା ୧୦୦ ଟଙ୍କା ବୃଦ୍ଧି ପାଇ ୨୦୪୦ ଟଙ୍କା କରାଯାଇଛି । ଧାନ କିଣା ସମୟରେ କଟନି ଛଟନୀ କରୁଥିବା ଅଭିଯୋଗ ହୋଇଆସୁଥିବାବେଳେ ଚଳିତବର୍ଷ ଏହା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ଶ୍ରୀସାହୁ ପରାମର୍ଶ ଦେଇଛନ୍ତି । ତେଣୁ ଚାଷୀମାନେ ଏଫଏକ୍ୟୁ ମାନ ଅନୁଯାୟୀ ଧାନ ପ୍ରଦାନ କରିବେ ଓ ସେହି ଅନୁଯାୟୀ ନିର୍ଦ୍ଧାରିତ ମୂଲ୍ୟ ପାଇବେ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।
ସେଥିପାଇଁ ଏଫଏକ୍ୟୁ ମାନ ନିର୍ଣ୍ଣୟ ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କର୍ମଚାରୀମାନଙ୍କୁ ଆବଶ୍ୟକୀୟ ତାଲିମ ବ୍ୟବସ୍ଥା ଓ ଯନ୍ତ୍ରପାତି ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଧାନକ୍ରୟ ବ୍ୟବସ୍ଥାରେ ଅଂଶଗ୍ରହଣ କରୁଥିବା ଜିଲ୍ଲାର ୧୨ ଜଣ ମିଲରଙ୍କ ମଧ୍ୟରୁ ୧୦ ଜଣ ମିଲର ଟାର୍ଗେଟ ପୂରଣ କରି ଧାନ କ୍ରୟ କରିବାକୁ ଯୋଗ୍ୟ ବିବେଚିତ ହୋଇଥିବା ଜଣାଯାଇଛି । ଅନ୍ୟ ଦୁଇଗୋଟି ମିଲ ନିର୍ଦ୍ଧାରିତ ସମୟ ମଧ୍ୟରେ କାଗଜପତ୍ର ପ୍ରସ୍ତୁତ କରି ଧାନକ୍ରୟ ପାଇଁ ଆବେଦନ କଲେ ସେମାନଙ୍କୁ ମଧ୍ୟ ସୁଯୋଗ ଦିଆଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଜିଲ୍ଲାରେ ମିଲରମାନଙ୍କ ଧାନ ସଂଗ୍ରହ କ୍ଷମତା ବୃଦ୍ଧି ଘଟିଥିବାବେଳେ ବାହାର ମିଲରମାନଙ୍କୁ ଧାନ କିଣାରେ ସୁଯୋଗ ନଦେବାକୁ ମିଲର ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ମିଲରମାନେ ଠିକ୍ ସମୟରେ ଧାନମଣ୍ଡିରେ ଗାଡି ପହଞ୍ଚାଇବା ନେଇ ବୈଠକରେ ପ୍ରତିଶୃତି ଦେଇଥିଲେ । ଚଳିତବର୍ଷ ସମସ୍ତ ୪୨ ଗୋଟି ସୋସାଇଟି ସମେତ ୫୬ଗୋଟି ମଣ୍ଡିରେ ଧାନକ୍ରୟ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ସମବାୟ ସମିତି ଗୁଡିକରେ ଚାଷୀମାନଙ୍କଠାରୁ ସଂଗୃହୀତ ଧାନ ଗଛିତ ରଖିବା ପାଇଁ ଆବଶ୍ୟକୀୟ ଗୋଦାମ ବ୍ୟବସ୍ଥା ,ତାରପୋଲିନ,ପାନୀୟଜଳ ଆଦି ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛିି ।
ଧାନ କିଣାକୁ ଜିଲାରେ ସୁବ୍ୟବସ୍ଥିତ ଭାବରେ କରିବା ସହିତ ଚାଷୀମାନଙ୍କ ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ବୈଠକରେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ତାରେଣି ମହାପାତ୍ର,ବୌଦ୍ଧ ବିଧାୟକ ପ୍ରତିନିଧି ଶିତାଂଶୁ ମହାକୁଳ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲାପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶି୍ୱନୀ କୁମାର ମେହେର,ଉପଜିଲ୍ଲାପାଳ ସନତ କୁମାର ନାଏକ, ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ,ଅତିରିକ୍ତ ଜିଲ୍‌ଲା ଯୋଗାଣ ଅଧିକାରୀ ବିଷ୍ଣୁପ୍ରସାଦ ପ୍ରଧାନ,ମିଲ ମାଲିକ ସଂଘ ସଭାପତି ଅଶୋକ କୁମାର ଅଗ୍ରୱାଲା ଓ ସଂପାଦକ ଶଙ୍କର ପ୍ରସାଦ ମେହେରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଚାଷୀ ସଂଗଠନର ପ୍ରତିନିଧିମାନେ ଯୋଗଦେଇଥିଲେ ।
ବୌଦ୍ଧଜିଲ୍ଲା ଉପଭୋକ୍ତା ସୁରକ୍ଷା ପରିଷଦ ବୈଠକ
ବୌଦ୍ଧ,୩୦/୧୦:ବୌଦ୍ଧରେ ଜିଲ୍ଲାସ୍ତରୀୟ ଉପଭୋକ୍ତା ସୁରକ୍ଷା ପରିଷଦ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦୈନନ୍ଦିନ ଜୀବନରେ ଉପଭୋକ୍ତାମାନେ ବଜାରରୁ ବିଭିନ୍ନ ସାମଗ୍ରୀ କ୍ରୟ ସମୟରେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ବଜାରରେ ନିମ୍ନମାନର ଖାଦ୍ୟ ବିକ୍ରୟଠାରୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଓ ଦୋକାନ ଗୁଡିକରେ ଓଜନ ମାପରେ ବ୍ୟାପକ ଠକେଇ ହେଉଥିବା ବୈଠକରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ଉପଭୋକ୍ତାମାନଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ସାମଗ୍ରୀ ଗୁଡିକର କ୍ରୟ ବିକ୍ରୟ ଓ ସେବା ବାବଦରେ ସ୍ୱାର୍ଥରକ୍ଷା କରିବା,ଉପଭୋକ୍ତାମାନଙ୍କୁ ଆବଶ୍ୟକୀୟ ସାମଗ୍ରୀଗୁଡିକର ପରିମାଣ,ଗୁଣ,ସାମର୍ଥ୍ୟ,ବିାୁଦ୍ଧତା,ମାନ ଓ ମୂଲ୍ୟ ସଂପର୍କରେ ସଚେତନ କରାଇ ଅସାଧୁ ବ୍ୟବସାୟୀଙ୍କ କବଳରୁ ରକ୍ଷା କରିବା,ଉପଭୋକ୍ତାମାନଙ୍କୁ ବିଭିନ୍ନ ସାମଗ୍ରୀକୁ ପ୍ରତିଯୋଗିତାମୂଳକ ମୂଲ୍ୟରେ ଉପଲବ୍ଧ କରାଇ ସେମାନଙ୍କ ସ୍ୱାର୍ଥ ରକ୍ଷା କରିବା,ଉପଭୋକ୍ତାମାନଙ୍କ ବିଭିନ୍ନ ମୌଳିକ ଦାବିଗୁଡିକ ଉପଯୁକ୍ତ ଫୋରମ ଦ୍ୱାରା ବିଚାର କରାଯିବାକୁ ସେମାନଙ୍କୁ ସୁବିଧା ସୁଯୋଗ ଦେବା,ଅସାଧୁ ତଥା ମୁନାଫାଖୋର ବ୍ୟବସାୟୀଙ୍କ ଦ୍ୱାରା ଉପଭୋକ୍ତାମାନଙ୍କୁ ଶୋଷଣ କରାଯିବା ବିରୁଦ୍ଧରେ ପ୍ରତିକାର ବ୍ୟବସ୍ଥା କରାଇବା ଓ ଉପଭୋକ୍ତାମାନଙ୍କୁ ସେମାନଙ୍କ ଅଧିକାର ସଂପର୍କରେ ସଚେତନ କରାଇବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା ।
ବିଶେଷ ଭାବରେ ଓଜନ ମାପରେ ଠକେଇ ହେଉଥିବା ଓ ଅପମିଶ୍ରିତ ଖାଦ୍ୟ ବିକ୍ରୟ ଅଭିଯୋଗ ହେଉଥିବାବେଳେ ଉଭୟ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ଶ୍ରୀସାହୁ ତାଗିଦ କରି କ୍ଷେତ୍ର ପରିଦର୍ଶନ ସହିତ ବିଭିନ୍ନ ସ୍ଥାନରେ ଚଢାଉ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ନିର୍ଦ୍ଦେଶ ଦେଇଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ତାରେଣି ମହାପାତ୍ର,ବୌଦ୍ଧ ବିଧାୟକ ପ୍ରତିନିଧି ଶିତାଂଶୁ ମହାକୁଳ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲାପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶି୍ୱନୀ କୁମାର ମେହେର,ଉପଜିଲ୍ଲାପାଳ ସନତ କୁମାର ନାଏକ,ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୁକ୍ତର ସଭାପତି ହିମାଂଶୁ ନାୟକ, ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ଉପଭୋକ୍ତା ସୁରକ୍ଷା ପରିଷଦ ସଦସ୍ୟ ଶଶାଙ୍କ ଶେଖର ମିଶ୍ର,ବୌଦ୍ଧ ବଣିକ ସଂଘର ଉପସଭାପତି ପ୍ରବଳ କୁମାର ପାତ୍ର ଓ ଡିଏସପି ସାଲେଷ୍ଟିନ ଟିଗା ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ: ଜିଲ୍ଲାସ୍ତରୀୟ ଭିଜିଲାନ୍ସ କମିଟି ବୈଠକ
ବୌଦ୍ଧ,୩୦/୧୦: ବୌଦ୍ଧରେ ଜିଲ୍ଲାସ୍ତରୀୟ ଭିଜିଲାନ୍ସ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ଖାଦ୍ୟ ସୁରକ୍ଷା ନିୟମ ୨୦୨୦ ସଂପର୍କରେ ଆଲୋକପାତ କରାଯାଇ ଶୃଙ୍ଖଳିତ ଓ ଲକ୍ଷ ଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ଯୋଗ୍ୟ ହିତାଧିକାରୀ ଚୟନ କରାଯାଇ ଅଯୋଗ୍ୟ ହିତାଧିକାରୀମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରୁ ବାଦ ଦେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବିଶେଷ ଭାବରେ ଅନ୍ତୋଦୟ ଯୋଜନାରେ ଅନେକ ଯୋଗ୍ୟ ହିତାଧିକାରୀ ରହିଥିଲେ ମଧ୍ୟ ପୂର୍ବରୁ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ରହିଥିବାରୁ ଏ ସଂପର୍କରେ ବ୍ଲକ ଓ ପଞ୍ଚାୟତସ୍ତରରେ ସମୀକ୍ଷା କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ ଦେବାକୁ ପରାମର୍ଶ ଦିଆଯାଇଥିଲା ।
ସମସ୍ତ ଅନ୍ତୋଦୟ ଓ ଅନ୍ନପୂର୍ଣ୍ଣା ହିତାଧିକାରୀଙ୍କ ନାମ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସଂପୃକ୍ତ ପଞ୍ଚାୟତ କାନ୍ଥରେ ଲେଖାଯିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯିବା ସହିତ ଅଯୋଗ୍ୟ ହିତାଧିକାରୀ ଏହି ତାଲିକାରେ ଥିବାର ଅଭିଯୋଗ ଆସିଲେ ସେ ସଂପର୍କରେ ତଦନ୍ତ କରାଯାଇ ତାଙ୍କୁ ତାଲିକାରୁ ବାଦ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ପ୍ରତ୍ୟେକ ପଞ୍ଚାୟତରେ ସାମାଜିକ ସମୀକ୍ଷା କରାଯିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ତାରେଣି ମହାପାତ୍ର,ବୌଦ୍ଧ ବିଧାୟକ ପ୍ରତିନିଧି ଶିତାଂଶୁ ମହାକୁଳ,ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ,ଉପଜିଲ୍ଲାପାଳ ସନତ କୁମାର ନାଏକ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ,ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଯୋଗଦେଇଥିଲେ ।
ବଲାସିଙ୍ଗା କସ୍ତୁରବା ଗାନ୍ଧୀ ସରକାରୀ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ସଚେତନତା ତାଲିମ
ବୌଦ୍ଧ,୩୦/୧୦: ବୌଦ୍ଧ ବ୍ଲକ ଅନ୍ତର୍ଗତ ବଲାସିଙ୍ଗା ଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ତରଫରୁ ଆତ୍ମ ସୁରକ୍ଷା ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ କସ୍ତୁରବା ଗାନ୍ଧୀ ହଷ୍ଟେଲରେ ରହୁଥିବା ଛାତ୍ରୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର ଦାସ ତାଙ୍କର ବିଭାଗୀୟ ତାଲିମପ୍ରାପ୍ତ କର୍ମଚାରୀ ଓ ବିଭିନ୍ନ ଉପକରଣ ନେଇ ପିଲାମାନଙ୍କୁ ମକ୍‌ଡ୍ରିଲ ମାଧ୍ୟମରେ ପ୍ରଦର୍ଶନ କରାଇଥିଲେ । ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ତାଲିମ ଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟତ୍ରୀ ନମ୍ରତା ସାହୁ, ୱାର୍ଡେନ ତପସ୍ୱୀନି ମହାପାତ୍ର, ସୁନୀତା ସାହୁ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ । ଉକ୍ତ ତାଲିମ ଛାତ୍ରଛାତ୍ରୀମାନେ ଉପସ୍ଥିତ ହୋଇଥିବାରୁ ଆସନ୍ତା ଦିନରେ ଆୟୋଜନ କରିବା ପାଇଁ ଅନୁରୋଧ କରିବା ସହିତ ତାଲିମଦାତାମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031