Indus Valley Times

ବୌଦ୍ଧ: ଚଣ୍ଡିଗଡ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

 Breaking News

ବୌଦ୍ଧ: ଚଣ୍ଡିଗଡ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

September 05
21:48 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୫/୯: ବୌଦ୍ଧବ୍ଲକ ଚଣ୍ଡିଗଡ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ କୋଭିଡ ନିୟମ ଅନୁଯାଇ ଗୁରୁଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରଶ୍ମୀ ରଂଜନ ଦାଶ, ଶିକ୍ଷକ ଗୋପାଳ ଅମାତ, ଶିକ୍ଷୟତ୍ରୀ ସୁପ୍ରିୟା ଡାଙ୍ଗ,ସଂଯୁକ୍ତା ଗାଇଗୌରିଆ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚନ୍ଦ୍ରଶେଖର ଦେହୁରୀ ପ୍ରମୁଖ ଯୋଗଦେଇ ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ ।
ବୌଦ୍ଧ: ପ୍ରକଳ୍ପସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ
ବୌଦ୍ଧ,୫/୯ : ବୌଦ୍ଧଜିଲ୍ଲା ମହିଳା ଓ ଶିଶୁ ବିକାଶ ପ୍ରକଳ୍ପରେ ରାଷ୍ଟ୍ରୀୟ ସ୍ତରୀୟ ପୋଷଣ ମାସ ପାଳିତ ହୋଇଯାଇଛି । ପ୍ରକଳ୍ପ ଅଧିକାରୀ ମିନତୀ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାମାନଙ୍କ କିପରି ଯତ୍ନ ନିଆଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମହିଳାମାନେ ଯେତେବେଳେ ଗର୍ଭବତୀ ହୋଇଥାନ୍ତି ସେମାନେ ଏହି ସମୟରେ ସାଧାରଣତଃ ରକ୍ତହୀନତା ରୋଗର ଶିକାର ହୋଇଥାନ୍ତି ।
ତେଣୁ ଏହି ସମୟରେ ଗର୍ଭବତୀ ମହିଳାମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ସଜାଗ ହୋଇ ସମସ୍ତ ସବୁଜ ପନିପରିବା ସମେତ ଡାଲି, କ୍ଷୀର, ଅଣ୍ଡା ଏବଂ ମାଛମାଂସ ଆଦି ଖାଦ୍ୟ ସେବନ କରିବା ଦିଗରେ ଗୁରୁତ୍ୱ ଦେବାକଥା, ଯେଉଁ କାରଣରୁ ସମସ୍ତ ଗର୍ଭବତୀ ମହିଳାମାନଙ୍କୁ ବିଭାଗ ତରଫରୁ ପାଂଚ ହଜାର ଟଙ୍କା ପ୍ରତ୍ୟକ ମହିଳାଙ୍କୁ ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରିଥିଲେ । ଏହା ବ୍ୟତୀତ ସାତ ମାସର ଗର୍ଭବତୀ ମହିଳାମାନଙ୍କୁ ନେଇ ନେଇ ସାଦ ଖିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେମାନଙ୍କୁ ବିଭିନ୍ନ ପିଠାପଣା, ମିଠା, ସାଙ୍ଗକୁ ଫଳମୂଳ ଖାଇବାକୁ ଦିଆଯାଇଥିଲା ଏବଂ ସାତମାସର ଶିଶୁମାନଙ୍କୁ ନେଇ ଅନ୍ନପ୍ରାସନ କାର୍ଯ୍ୟକ୍ରମ କରାଯାଇ ସେମାନଙ୍କୁ ବିଭାଗ ଦ୍ୱାରା ପ୍ରସ୍ତୁତ ଖିରି ଖାଇବାକୁ ଦିଆଯାଇଥିଲା ।
କାର୍ଯ୍ୟକ୍ରମରେ ୱାହିଦା ବେଗମ, ଗୀତାଜଂଳୀ ଦଲାଲ, ଗୀତାଜଂଳି ପ୍ରଧାନ, ଲିଲି ବେରିହା, ସତ୍ୟଭାମା ନାୟକ,କମଳିନୀ ମିଶ୍ର, ରୋଜାଲିନ ମିଶ୍ର, ସଂଯୁକ୍ତା ସାମଲ,କଲ୍ୟାଣୀ ଶତପଥି ପ୍ରମୁଖ ମାର୍ଗଦର୍ଶିକା ଓ ଅଙ୍ଗନୱାଡିର ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଗର୍ଭବତୀ, ପ୍ରସୂତି ଏବଂ କିଶୋରୀ ବାଳିକାମାନେ ଉପସ୍ଥିତଥିଲେ ।
ବୌଦ୍ଧ: ଅବକାରୀ ବିଭାଗ ପକ୍ଷରୁ ମଦ ଜବତ ଜଣେ ଗିରଫ
ବୌଦ୍ଧ,୫/୯: ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କଂଟାମାଳ ଥାନା ନାରାୟଣ ପ୍ରସାଦ ଗ୍ରାମରେ ମଦ ବିକ୍ରି ହେଉଥିବା ଖବର ପାଇ ଏକ ଟିମ ଚଢାଉ କରି ୪୪ ଲିଟର ଦେଶୀ ମଦ ଜବତ କରିବା ସସହିତ ୨୩ ଲିଟର ବିୟର ଜବତ କରିଛି । ଏଥିô ସହିତ ଏହି କାରବାରରେ ଜଡିତ ଥିବା ଅଭିଯୋଗରେ ଉଦୟ ନାଥ ସାହୁ ନାମକ ଜଣେ ବ୍ୟକ୍ତିକୁୁ ଗିରଫ କରିଛି । ଚଢାଉରେ ଅବକାରୀ ଇନ୍ସିପେକ୍ଟର ସାଗରିକା ପ୍ରଧାନ,ସବ ଇନ୍ସିପେକ୍ଟର ରମେଶ ମହାନ୍ତି,ରୂପେଶ ମୁଖୀ ପ୍ରମୁଖ ସାମିଲଥିଲେ ।
ବୌଦ୍ଧ : କରାଟେ ଆସୋସିଏସନ ପକ୍ଷରୁ ବେଲ୍ଟ ଗ୍ରେଡିଙ୍ଗ ଟେଷ୍ଟ
ବୌଦ୍ଧ,୫/୯: ଆର୍ଟସ ଟେମ୍ପୁଲ କରାଟେ ଆସୋସିଏସନ ପକ୍ଷରୁ ସ୍ଥାନିୟ ରାମଲୀଳା ପଡିଆ ଠାରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବେଲ୍ଟ ଗ୍ରେଡିଙ୍ଗ ଟେଷ୍ଟ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ୨୫ଜଣ ଛାତ୍ର ଛାତ୍ରୀ ଏହି ପରିକ୍ଷା ଦେଇଥିଲେ । ସପ୍ତମ ଡନ ବ୍ଲାକବେଲ୍ଟ ପ୍ରାପ୍ତ ଜ୍ଞାନ ରଂଜନ ମହାନ୍ତି ପରୀକ୍ଷକଭାବେ ଯୋଗଦେଇ ପିଲାଙ୍କ ପରିକ୍ଷା କରାଇ ଉତିର୍ଣ୍ଣ ପରିକ୍ଷାର୍ଥୀଙ୍କୁ ବେଲ୍ଟ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମର ଉଦଘାଟକ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଅଭୟ କୁମାର ଦାସ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥିଭାବେ ରାମଲୀଳା ନାଟ୍ୟ ସଂସଦ ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ସାମ୍ବାଦିକ ରଘୁନାଥ ଷଡଙ୍ଗୀଙ୍କ ସମେତ ଅନୁଷ୍ଠାନର ଉପଦେଷ୍ଠା ସ୍ୱରୁପ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପରିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ଶିକ୍ଷକ ତୃତୀୟ ଡନ ବ୍ଲାକବେଲ୍ଟ ସୁଧିର ବାରିକ ଓ ସୁବର୍ଣ୍ଣପୁର କରାଟେ ଆସୋସିଏସନର ଶିକ୍ଷକ ତୃତୀୟ ଡନ ବ୍ଲାକବେଲ୍ଟ ସରୋଜ ପୁଜାହାରୀ ପ୍ରମୁଖ ଏହି ପରିକ୍ଷାକୁ ପରିଚାଳନା କରିଥିବାବେଳେ ଖେଳ ଶିକ୍ଷକ ରଂଜିତ କୁମାର ରାଉତ ସହଯୋଗ କରିଥିଲେ ।
ଏହି ପରିକ୍ଷାରେ ଜନିୟର ଗ୍ରୁପରେ ୟୋଲୋରେ ୧୧ଜଣ, ଅରେଞ୍ଜରେ ୭ଜଣ, ବ୍ଲ୍ୟୁରେ ୨ଜଣ ପରିକ୍ଷାର୍ଥୀ ପରିକ୍ଷା ଦେଇ କୃତକାର୍ଯ୍ୟ ହୋଇଥିବାବେଳେ ସିନିୟର ଗୃପରେ ବ୍ଲ୍ୟୁରେ ୩ଜଣ, ଗ୍ରିନରେ ୨ଜଣ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ । ପରିକ୍ଷା ଶେଷରେ ପରିକ୍ଷାର୍ଥୀଙ୍କୁ ଅତିଥି ଓ ଶିକ୍ଷକଙ୍କ ଦ୍ୱାରା ବେଲ୍ଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆର୍ଟ ଟେମ୍ପୁଲର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଗୁରୁଦିବସ ପାଳନ
ବୌଦ୍ଧ, ୫/୯:ବୌଦ୍ଧଜିଲ୍ଲା ସଦର ମହକୁମାସ୍ଥିତ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ପରିସର ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱରା ଗୁରୁପୂଜନ ଉତ୍ସବ ବା ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି, ଏହି ଅବସର ରେ ବୌଦ୍ଧପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ବିଭାଗୀୟ ମୂଖ୍ୟ ଶରତ ଚନ୍ଦ୍ର ପତି. ଓଡିଆ ଅଧ୍ୟାପିକା ବାସନ୍ତି ପଧାନ . ଓଡିଆ ଅଧ୍ୟାପିକା ତପସ୍ବିନୀ ପ୍ରଧାନ . ଓଡିଆ ଅଧ୍ୟାପକ ଦାଶରଥି ବିଶ୍ବାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ
ବିଶିଷ୍ଟ ଶିକ୍ଷାବିତ ଦାର୍ଶନିକ.ରାଜନେତା ତଥା ପୁର୍ବତନ ରାଷ୍ଟ୍ରପତି ମହାମହିମ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପବିତ୍ର ଜନ୍ମତିଥିରେ ତାଙ୍କର ତୈଳଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣକରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।
ଆୟୋଜିତ ସଭାରେ ମହାବିଦ୍ୟାଳୟର ଓଡିଆ ବିଭାଗ ଛାତ୍ର ଛାତ୍ରୀ ମାନେ ଗୁରୁ ମାନଙ୍କୁ ଉପଢୌକନ ଦେଇ ଚରଣଶ୍ପର୍ଶ କରି ଆର୍ଶିବାଦ ଭିକ୍ଷା କରିଥିଲେ । ମୁଖ୍ୟଅତିଥି ଅଧକ୍ଷ ଶ୍ରୀ ବେହେରା ଗୁରୁ ଶିଶ୍ୟ ପରମ୍ପରା କୁ ଅଧାର କରି ଛାତ୍ର ଛାତ୍ରୀମାନଙ୍କ ଭବିଷ୍ୟତ ଗଠନ ଓ ଦକ୍ଷତା ବିକାଶପ୍ରତି ଗୁରୁ ମାନଙ୍କ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଓ ଭୁମିକା ଉପରେ ଅଲୋକପାତ କରିଥିବା ବେଳେ ଅଧ୍ୟାପିକା ବାସନ୍ତି ପଧାନ ସାମ୍ପ୍ରତିକ ସ୍ଥିତିରେ ଗୁରୁଶିଶ୍ୟ ପରମ୍ପରାରେ ଗୁରୁ ଓ ଶିଶ୍ୟ ମାନଙ୍କ ଭିତରେ ରହିଥିବା ସମ୍ପର୍କ ଓ ଏହାର ଆବଶ୍ୟକତା. ଉପାଦେୟତା ଉପରେ ଆଲୋକପାତ କରି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପରେ ଚଳିତ ଶିକ୍ଷାବର୍ଷ ରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଯୁକ୍ତ ତିନି ଓଡିଆ ସମ୍ମାନର ଶେଷବର୍ଷର ଛାତ୍ରୀ କୁମାରୀ ନିତୁ ବେହେରା ସମ୍ବଲପୁର ବିଶ୍ବ ବିଦ୍ୟାଳୟରେ ତୃତୀୟ ସ୍ଥାନ ଗ୍ରହଣକରି କୃତିତ୍ବ ଅର୍ଜନ କରି ଥିବାରୁ ତାଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ବାରା ସମ୍ମାନିତ କରାଯାଇ ଥିବା ବେଳେ ଏହି ଉତ୍ସବରେ ଓଡିଆ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତଥିଲେ କ୍ଷ

ବୌଦ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ
ବୌଦ୍ଧ, ୫/୯ : ବୌଦ୍ଧ ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଗୁରଦିବସ ପାଳିତ ହୋଇଯାଇଛି କ୍ଷ ସଭା କାର୍ଯ୍ୟ ପ୍ରାରମ୍ଭରେ ଛାତ୍ରୀ ମାନଙ୍କଦ୍ୱାରା ଗୁରୁପୂଜନ କାର‌୍ୟ୍ୟକ୍ରମ କରାଯାଇଥିଲା କ୍ଷ
ଉତ୍ତମ ଶିକ୍ଷକ ହୋଇ ଉଦାହରଣ ସୃଷ୍ଟି କରିବା,ନିଜ ନିଜର କାର୍ଯ୍ୟପ୍ରତି ସଚେତନ ରହିବା,୫ଟି ସମ୍ପର୍କରେ ଆଲୋଚନା କରି ଯେଉଁମାନଙ୍କର ସମୟ ଜ୍ଞାନ ଥାଏ ସିଏ ଜୀବନରେ ସଫଳତା ହାସଲ କରେ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ଘିବେଲା ବକ୍ତବ୍ୟ ରଖିଥିଲେ କ୍ଷ
ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ଦଳବେହେରା,ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ସତ୍ୟନାରାୟଣ ଦେହୁରୀ, ଶିକ୍ଷୟିତ୍ରୀ ସୁଧା ହୋତା, କନକପ୍ରଭାଦେବୀ ପଟ୍ଟନାୟକ, ସୁଜାତା ପୁରୋହିତ, ସି ଆର ସି ସି ରାଜକୁମାର ପ୍ରଧାନ, ଦଶମ ଶ୍ରେଣୀ ଛାତ୍ରୀ ଶ୍ରୀଓ଼ମଦେବୀ ମେହେର, ତୁଳସୀ ସାହୁ, ସ୍ମୁତି ପଟ୍ଟନାୟକ, ସୁନେଲି ବାଘ, ରେଖା ପ୍ରଧାନ, ପ୍ରିୟଙ୍କା ମେସୁଆ ପ୍ରମୁଖ ଗୁରୁଦିବସର ମହତ୍ତ୍ୱ, ଶିକ୍ଷକ ଛାତ୍ରଙ୍କ କର୍ତ୍ତବ୍ୟ ଉପରେ ବକ୍ତବ୍ୟ ଦେଇଥିଲେ କ୍ଷ ଛାତ୍ରୀ ସ୍ମୃତି ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ କ୍ଷ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ କ୍ଷ

ବୌଦ୍ଧ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ
ବୌଦ୍ଧ, ୫/୯: ବୌଦ୍ଧ ସହର ସର୍ବପୁରାତନ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ସଭାପତିତ୍ବରେ ଗୁରୁଦିବସ ପାଳିତ ହୋଇଯାଇଛି କ୍ଷ ଗୁରୁବିନା ମୋକ୍ଷ ହୁଏନାହିଁ, ସମାଜର ଆଦ୍ୟଗୁରୁ ଵ୍ୟାସଦେବ,ପିଲାମାନଙ୍କ ଠାରୁ ମଧ୍ୟ ଶିଖିବାର ଅଛି, ନିଜକୁ ଶିଷ୍ୟରୁପେ ଗଣିବା ଆବଶ୍ୟକ, ଦେଶର ଭବିଷ୍ୟତ ଶ୍ରେଣୀ କୋଠରୀରେ ତିଆରି ହୁଏ, କାମ କଥା କହୁ, ଗହଳ ଗୁରଙ୍କ ଭିତରେ ପରିଚୟ ସୃଷ୍ଟି କରିବା,ଆଜିର ଦିନରେ ଶିକ୍ଷକ ମାନଙ୍କର ଭୂମିକା ଅଧିକ ଆବଶ୍ୟକ ରହିଛି ବୋଲି ପ୍ରଧାନ ଶିକ୍ଷକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା କହିଥିଲେ କ୍ଷ
ଗୁରୁଦିବସର ମହତ୍ୱ ତଥା ସମାଜକୁ ଶିକ୍ଷକ ମାନଙ୍କର ଅବଦାନ ସମ୍ୱନ୍ଧରେ ବରିଷ୍ଠ ଶିକ୍ଷକ ଟଙ୍କଧର ସାହୁ, ବିଜୟ କୁମାର କ୍ଷେତି, ସି ଆର ସି ସି ରାଜକୁମାର ପ୍ରଧାନ ବକ୍ତବ୍ୟ ରଖିଥିଲେ କ୍ଷ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ କଲ୍ୟାଣୀ ପାଣିଗ୍ରାହୀ, ଅର୍ଚ୍ଚନା ମହାନ୍ତି, ରାଜଲଷ୍ମୀ ମିଶ୍ର, ବିଜୟ କୁମାର ପ୍ରଧାନ, ମାନସରଞ୍ଜନ ପୁରୋହିତ, ରଞ୍ଜିତକୁମାର ରାଉତ ଓ ଏକାଦଶୀ ପ୍ରଧାନ ସହିତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ କ୍ଷ

ବୌଦ୍ଧ : ବଙ୍କାପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ
ବୌଦ୍ଧ, ୫/୯:ହରଭଙ୍ଗା ବ୍ଲକ ର ସରସରା ପଞ୍ଚାୟତ ଅନ୍ତର୍ଗତ ବଙ୍କାପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଚିନ୍ତାମଣି ସ୍ୱାଇଁ ସର୍ବ ପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଫୋଟୋ ଚିତ୍ରରେ ଧୂପଦୀପ ପ୍ରଜ୍ୱଳନ କରିବାସହ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।
ଅଳ୍ପ ସଂଖ୍ୟକ ବରିଷ୍ଠ ଛାତ୍ର ଛାତ୍ରୀ ମାନଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଶିକ୍ଷକ ବିଜୟ କୁମାର ସାହୁ ଗୁରୁ ଶିଷ୍ୟ ପରାୟଣ ଓ ଶିଷ୍ୟ ଗୁରୁ ପରାୟଣ ଏବଂ ଉଭୟେ ବିଦ୍ୟା ପରାୟଣ ହେଲେ ଏକ ସମୃଦ୍ଧ ସମାଜ ଗଠନ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ।
ଶିକ୍ଷୟିତ୍ରୀ ଶ୍ୟାମାମଣି ପଣ୍ଡା, ଅଞଳିପ୍ରଭା ବହିଦାର,ମାନିନୀ ବାଦି, ସୌମ୍ୟାଶ୍ରୀ ନନ୍ଦ ପ୍ରମୁଖଙ୍କ ସହ ସମସ୍ତ ଅତିଥି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାନୁରାଗି ,ସମୟ।ନୁବର୍ତ୍ତୀ,କର୍ତ୍ତବ୍ୟ ପରାୟଣ ହେବ। ପାଇଁ ନିଜ ନିଜ ଆଲୋଚନାରେ ମତ ରଖିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031