Indus Valley Times

ବୌଦ୍ଧ : ଚାଷୀ ଓ ଚାଷକୁ ଜଳଯୋଗାଣ ଦାବିରେ ଭାରତୀୟ କିଶାନ ସଂଘ ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

 Breaking News

ବୌଦ୍ଧ : ଚାଷୀ ଓ ଚାଷକୁ ଜଳଯୋଗାଣ ଦାବିରେ ଭାରତୀୟ କିଶାନ ସଂଘ ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ବୌଦ୍ଧ : ଚାଷୀ ଓ ଚାଷକୁ ଜଳଯୋଗାଣ ଦାବିରେ ଭାରତୀୟ କିଶାନ ସଂଘ ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ
June 24
09:45 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୪/୬ : ବୌଦ୍ଧ ଜିଲ୍ଲାରେ ଜଳ ଉତ୍ସ ଭରପୁର ରହିଥିଲେ ମଧ୍ୟ ଚାଷୀ ମାନେ ଚାଷ ପାଇଁ ପାଣି ପାଉନଥିବା ବେଳେ ପ୍ରତିବର୍ଷ ମରୁଡିର ଶୀକାର ହେଉଛନ୍ତି । ବୌଦ୍ଧ ଜିଲ୍ଲା ଭାରତୀୟ କିସାନ ସଂଘ ଜିଲ୍ଲାରେ ଚାଷ ଜମିକୁ ଜଳ ଯୋଗାଇ ଦେବାପାଇଁ ବହୁବାର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଆଗରେ ଦାବୀ କରିଆସୁଛି । ଏହା ସହ କିସାନ ସଂଘ ପକ୍ଷରୁ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ କରିବାକୁ ଦାବୀ କରିଆସୁଥିଲେ ମଧ୍ୟ କିଛି ହୋଇପାରୁନାହିଁ ।
ଫଳରେ ଭାରତୀୟ କିସାନ ସଂଘର ଜିଲ୍ଲା ସଭାପତି ସୁର୍ଯ୍ୟନାରାୟଣ ମହାପାତ୍ରଙ୍କ ନେତ୍ୟତ୍ୱରେ ଶୁକ୍ରବାର ବୌଦ୍ଧ କିସାନ ସଂଘ ପକ୍ଷରୁ ସାଲୁଙ୍କି ନଦୀର ଗୁରୁଜିମୁଣ୍ଡା ଗ୍ରାମର ଗମ୍ଭିରାଦରହ ଠାରେ ଜଳଭଣ୍ଡାର ନିର୍ମାଣ , ଖଡଙ୍ଗ ନଦୀର ସାଡଙ୍ଗ ଠାରେ ଜଳଭଣ୍ଡାର ନିର୍ମାଣ , ଲକ୍ଷ୍ମୀପଥର ନାଳର କୀଟାଙ୍ଗପଡା ଠାରେ ଆନିକଟ ନିର୍ମାଣ ଓ ବିଭିନ୍ନ ଜଳପ୍ରକଳ୍ପ ନେଇ ସମବେତ ଚାଷୀ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିବା ସହ ଏକ ଦାବୀ ପତ୍ର ମୁଖ୍ୟ ମନ୍ତ୍ରୀ ଓ ଜଳସେଚନ ମନ୍ତ୍ରୀଙ୍କୁ ଦିଆଯାଇଥିଲା ।
ଏହି ୫ଦଫା ଦାବି ଗୁଡିକ ତୁରନ୍ତ ପୁରଣ କରାନଗଲେ ଆଗାମୀ ଦିନରେ ଚାଷୀ ବିରାଟ ଆନ୍ଦୋଳନ କରିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ ସହ ସଂପାଦକ ବିଶିକେଷନ ପ୍ରଧାନ, ଜିଲ୍ଲା ପ୍ରମୁଖ କାର୍ଯ୍ୟକର୍ତା ନବୀନ ପ୍ରଧାନ, ଦୁତି ବାହାନ କମ୍ପ, ଶ୍ରୀକାନ୍ତ ମିଶ୍ର, ସୁଧାଶୁଂ ଡାଙ୍ଗ, ଦାଶରଥି ବାରିକ, ଶମ୍ଭୁ ପ୍ରଧାନ, ଲବ ପ୍ରଧାନ, କୃଷ୍ଣଚନ୍ଦ୍ର ବାରିକ,ଭୋଳାଗିରି ସାହୁ, ତ୍ରୀପୁର ମହାକୁଡ, ବିକାଶ ମହାକୁଡ, କୁନା ମାହାର, ବୈକୁଣ୍ଠ ପ୍ରଧାନ, ନବିନ ହୋତା, ବିକ୍ରମ ପ୍ରଧାନ, ତରଣୀ ମେହେର ପ୍ରଭୃତି ଚାଷୀ ନେତାଙ୍କ ସମେତ ଶତାଧିକ ଚାଷୀ ଯୋଗଦେଇଥିଲେ ।
ପୃଷ୍ଠପୋଷକତା ସହାୟତା ପାଉଥିବା ଶିଶୁ ଓ ଅଭିଭାବକଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜାନା ଉପରେ କର୍ମଶାଳା
ବୌଦ୍ଧ,୨୪/୬ : ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ପୃଷ୍ଠପୋଷକତା ସହାୟତା ପାଉଥିବା ଶିଶୁ ଓ ଅଭିଭାବକଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜାନା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । କର୍ମଶାଳାରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶିଶୁମାନଙ୍କୁ ସୁରକ୍ଷା ବଳୟ ମଧ୍ୟରେ ରଖିବା ପାଇ ସରକାର ଅନେକ ଜନହିତକାରୀ ଯୋଜନା କାର୍ଯ୍ୟକାରୀ କରିଅଛନ୍ତି ।
ସମସ୍ତ ଯୋଜନା ଗୂଡିକର ସାମିଲ ହୋଇ ଏହାର ଫାଇଦା ନେବାକୁ କହିଥିଲେ । ଏହା ସହ ଶିଶୁ ମାନେ କଠିନ ପରିଶ୍ରମ କରି ଜଣେ ଜଣେ ଭଲ ମଣିଷ ହେବାକୁ କହିଥିଲେ । ସମ୍ମାନୀତ ଅତିଥି ଭାବେ ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ଦାମୋଦର ସାହୁ ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ନିତନ୍ତ ଆବଶ୍ୟକ ବୋଲି କହିଥିଲେ ।
ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କୁ ଚି÷ହ୍ନଟ କରି ପୃଷ୍ଠପୋକତା ଯୋଗାଇ ଦିଆଯିବାକୁ କହିଥିଲେ । ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଓ ପରିବାର ମଙ୍ଗଳ ଯୋଜନା ଉପରେ ସାମିଲ ହେବା ପକ୍ର୍ରିୟା ଉପରେ ମତ ବ୍ୟକ୍ତ କରିଥିଲେ । ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ସ୍ୱାଗତ ଭାଷଣ , ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିଶୁସୁରକ୍ଷା ୟୁନିଟର ରାଜେନ୍ଦ୍ର ମଲିକ, ବସନ୍ତ ଦିଶିରି, ଧନଂଜୟ ଖମ।।ରୀ ପ୍ରମୁଖ ସହଯୋଗ କରିଥିଲେ ।
ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ
ବୌଦ୍ଧ,୨୪/୬ : ଚତୁର୍ଦ୍ଧାମୁର୍ତ୍ତି ଏବେ ଗୁଣ୍ଡିଚା ମନ୍ଦିରରେ ପୁଜା ପାଉଛନ୍ତି । ଆଡପ ମଣ୍ଡପରେ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ । ପ୍ରତ୍ୟେହ ଠାକୁରଙ୍କ ଭୋଗ ଲାଗି ହେବା ପରେ ବେଶକାରୀ ମାନେ ଠାକୁରଙ୍କୁ ସଜାଇ ଦେଉଛନ୍ତି ବିଭିନ୍ନ ବେଶରେ । ପ୍ରଭୁଙ୍କ ଏହି ର୍ଦୁଲଭ ବେଶକୁ ଦର୍ଶନ କରିବା ପାଇଁ ଗୁଣ୍ଡିଚା ମନ୍ଦିର ପରିସରରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ଲାଗିରହୁଛି । ଜଗତର ଶତ୍ରୁଙ୍କୁ ସଂହାର କରିବା ପାଇଁ ପ୍ରଭୁ ଯୁଗେ ଯୁଗେ ବିଭିନ୍ନ ଅବତାର ଗ୍ରହଣ କରିଛନ୍ତି ।
ସେହି ଅବତାର ସମୟକୁ ମନେ ପକାଇବା ପାଇଁ ଆଡପ ମଣ୍ଡପରେ ବିଭିନ୍ନ ଅବତାରରେ ଦର୍ଶନ ଦେଉଛନ୍ତି ପ୍ରଭୁ । ପ୍ରତ୍ୟେହ ମାଉସୀ ମା ମନ୍ଦିରରେ ବ୍ରାହ୍ମଣ ଭୋଜନ,ଭଜନ ସମାରୋହ, ସଂକିର୍ତ୍ତନ୍ୟ, ଭୋଗବିକ୍ରି ବ୍ୟବସ୍ଥା କରାଯାଇଥବବାରୁ ଭକ୍ତଙ୍କ ସମାଗମ ବିଳମ୍ବିତ ରାତ୍ରୀ ଯାଏଁ ଲାଗିରହୁଛି ।
ଘୁଲଘୁଲାପଦର ଶାନ୍ତନୁ ହତ୍ୟାକାଣ୍ଡ ମାମଲା, ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୨୪/୬ : କଂଟାମାଳ ଅତିରିକ୍ତ ଜିଲ୍ଲା ଦୌରାଜଜ ଶିବପ୍ରସାଦ ମହାପାତ୍ର ଗୁରୁବାର ଦିନ ଏକ ମାମଲାର ବିଚାର କରି ଅଭିଯୁକ୍ତକୁ ପ୍ରମାଣ ଅଭାବରୁ ନିଦ୍ଦୋର୍ଷରେ ଖଲାସ କରିଥିବା ଜଣାପଡିଛି । ମାମଲାରୁ ପ୍ରକାଶ ଯେ ମନମୁଣ୍ଡା ଥାନା ଅନ୍ତର୍ଗତ ଘୁଲଘୁଲାପଦର ଗ୍ରାମର ଶାନ୍ତନୁ କହଁର ଜୈନିକ ମହିଳାଙ୍କ ସହ ପ୍ରେମ ସଂପର୍କ ରହିଥିଲା । କିନ୍ତୁ ମହିଳା ଜଣକ ଘଟଣାର ଦୁଇମାସ ପୁର୍ବରୁ ପିପିଲିପାଲି ଗ୍ରାମର ସୁବ୍ରତ ବାଘଙ୍କ ସହିତ ପଳାଇ ପିପିଲିପାଲି ଗ୍ରାମରେ ରହୁଥିଲା ।
ଗତ ୧୧.୪ ୨୦୧୮ ରିଖରେ ରାତି ୩ ଟା ସମୟରେ ଶାନ୍ତନ୍ତୁ ବିଲ ଆଡକୁ ଯାଇଥିବା ବେଳେ ଆଉ ଫେରିନଥିଲେ । ଶାନ୍ତନ୍ତୁ ବିଲରେ ମରିପଡିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ସୁବ୍ରତ ଚକ୍ରାନ୍ତ କରି ଡାକି ନେଇ ଶାନ୍ତନୁକୁ ହତ୍ୟା କରିଥିବା ନେଇ ଶାନ୍ତନୁର ବାପା ଶ୍ରୀ ବତ୍ସ କହଁର ଉକ୍ତ ଦିନ ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମନମୁଣ୍ଡା ପୁଲିସ ଥାନା କେସ ନଂ ୬୨/୧୫ରେ ଏକ ହତ୍ୟା ମାମଲା ରୂୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ପୁଲିସ ଏହି ଘଟଣାରେ ଅଭିଯୁକ୍ତ ସୁବତ୍ର ବାଘକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରବର୍ତ୍ତି ସମୟରେ ମାମଲାଟି ଜିଲ୍ଲା ଦୌରଜଜଙ୍କ ଅଦାଲତରେ ଏସଟି କେସ ନଂ ୭୫/୧୮ ହୋଇ ବିଚାର ହୋଇଥିଲା । ପୁନଶ୍ଚ ମାମଲାଟି ସ୍ଥାନାନ୍ତର ହୋଇ କଂଟାମାଳ ଅତିରିକ୍ତ ଜିଲ୍ଲାଦୌରଜଜଙ୍କ ଅଦାଲତରେ ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୧୬ ଜଣ ସାକ୍ଷୀଙ୍କ ବୟାନଙ୍କୁ ଭିତ୍ତି କରି ପ୍ରମାଣ ଅଭାବରୁ ଅଦାଲତ ଅଭିଯୁକ୍ତ ସୁବ୍ରତ ବାଘଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ରାଜୀବ କୁମାର ଦଲାଲ ପରିଚାଳନା କରୁଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031