Indus Valley Times

ବୌଦ୍ଧ : ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରିଡା ଉତ୍ସବ ପାଳନ

 Breaking News

ବୌଦ୍ଧ : ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରିଡା ଉତ୍ସବ ପାଳନ

ବୌଦ୍ଧ : ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରିଡା ଉତ୍ସବ ପାଳନ
May 14
20:32 2022

କମ୍ଭୁଧର କ୍ଷତିଙ୍କ ରିପୋର୍ଟ
ବୌଦ୍ଧ,୧୪/୫: ବୌଦ୍ଧ ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରିଡା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷା ଜଲି ଟମିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀମିଶ୍ର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରି ଉତ୍ସାହିତ କରିଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷା ଜଲି ଟମି ଛାତ୍ରଛାତ୍ରୀମାନେ ବର୍ଷ ତମାମ ପାନୀୟଜଳ ସଙ୍କଟରେ ରହୁଥିବାରୁ ମହାନଦୀରୁ ପାନୀୟଜଳ ଯେଗାଇଦେବା ସହିତ ବାରମ୍ବାର ହେଉଥିବା ବିଦ୍ୟୁତ କାଟର ସମାଧାନ କରିବାକୁ ମଧ୍ୟ ମୁଖ୍ୟଅତିଥି ଶ୍ରୀମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ବିଧାୟକଙ୍କ ସହିତ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ଶ୍ରୀମିଶ୍ର ପ୍ରତିଶୃତି ଦେବା ସହିତ ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଉତ୍ସବରେ ଅନ୍ୟତମ ଅତିଥି ଭାବରେ ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ବିବେକ କୁମାର ଓ ଆଲୋକ ରଞ୍ଜନ ମଞ୍ଚ ପରିଚାଳନା କରିଥିବାବେଳେ ଉପପ୍ରାଚାର୍ଯ୍ୟ ସୁରେଶ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ବୌଦ୍ଧ: ଖାଦ୍ୟ ସୂରକ୍ଷା ଉପଦେଷ୍ଟା କମିଟି ବୈଠକ
ବୌଦ୍ଧ,୧୪/୫: ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ତାଲିମ କେନ୍ଦ୍ରଠାରେ ଖାଦ୍ୟ ସୂରକ୍ଷା ଉପଦେଷ୍ଟା କମିଟି ବୈଠକ ଅତରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଖାଦ୍ୟ ସୂରକ୍ଷା ଅଧିକାରୀ ଧରଣୀଧର ନାୟକ ଜନସାଧାଣଙ୍କ ଖାଦ୍ୟ ସୂରକ୍ଷା ଦିଗରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।
ଚଳିତବର୍ଷ ଖାଦ୍ୟ ସୂରକ୍ଷା କମିଟି ପକ୍ଷରୁ ୬ଜଣ ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ଆଗକୁ ଲଗାତାର ଭାବରେ ବଜାରରେ ବିକ୍ରୟ କରାଯାଉଥିବା ଖାଦ୍ୟ ସାମଗ୍ରୀର ଯାଞ୍ଚ କରାଯିବ ବୋଲି ସୂଚନା ଦିଆଯାଇଥିଲା ।
ତେବେ ଏହି ବୈଠକରେ ବଜାରରେ ଅତି ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରୟ କରାଯାଉଥିବାବେଳେ ସାଧାରଣଲୋକ ସେସବୁ ଗ୍ରହଣ କରି ରୋଗର ଶିକାର ହେଉଥିବା ନେଇ ଉଦବେଗ ପ୍ରକାଶ କରାଯାଇଥିଲା ।
ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସନ୍ତୋଷଜନକ ରହୁନଥିବାରୁ ଲଗାତାର ଭାବରେ ବିକ୍ରୟ ହେଉଥିବା ଖାଦ୍ୟ ସମାଗ୍ରୀର ମାନ ଯାଞ୍ଚ କରାଯାଇ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ମତପ୍ରକାଶ ପାଇଥିଲା । ବ୍ୟବସାୟୀମାନେ ଟ୍ରେଡ ଲାଇସେନ୍ସ ସହିତ ଫୁଡ ଲାଇସେନ୍ସ କରିବାକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ସାଧାରଣଲୋକଙ୍କୁ ମଧ୍ୟ ଖାଦ୍ୟ ସୂରକ୍ଷା ଆଇନ ଓ ଖାଦ୍ୟରେ କେଉଁ କେଉଁ ରାସାୟନର ମିଶ୍ରଣ ଦ୍ୱାରା କେଉଁ ରୋଗର ଶୀକାର ହେବାର ସମ୍ଭାବନା ରହିଛି ସେ ସଂପର୍କରେ ସଚେତନ କରାଯିବା ସହିତ ଅପମିଶ୍ରିିତ ଖାଦ୍ୟ ବିକ୍ରୟ ନେଇ ଅଭିଯୋଗ ପାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଏନେଇ ଗଠିତ କମିଟି ନିର୍ଦ୍ଦିଷ୍ଟ ବ୍ୟବଧାନରେ ବିକ୍ରୟ ହେଉଥିବା
ଖାଦ୍ୟ ପଦାର୍ଥର ଯାଞ୍ଚ କରିବାକୁ ଏବଂ ନିମ୍ନମାନର ଖାଦ୍ୟ ବିକ୍ରୟ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଦେଷ୍ଟା କମିଟିରେ ପରାମର୍ଶ ଦିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ,ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରଦୋଷ କୁମାର ମହାପାତ୍ର, ବିକେଆରସି ହେମ୍ବ୍ରମ ଓ ଅତରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।
ତମାଖୁ ନିୟନ୍ତ୍ରଣ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ : ସମସ୍ତ ଶିକ୍ଷାନୁଷ୍ଠାନରେ ତମାଖୁ ସେବନ ବର୍ଜନ ନେଇ ହେବ ସଚେତନତା
ବୌଦ୍ଧ,୧୪/୫: ତମାଖୁ ନିୟନ୍ତ୍ରଣ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତାଲିମ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ପରାମର୍ଶଦାତା ଆଲୋକ କୁମାର ମିଶ୍ର ପାୱାର ପଏଣ୍ଟ୍ ଜରିଆରେ ଜିଲ୍ଲାରେ ଚାଲିଥିବା ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।
ନିଷିଧ ତମାଖୁ ସେବନ ଦ୍ୱାରା ବହୁ ସଂଖ୍ୟାରେ ଲୋକ କେନସର ଭଳି ଦୁରାରୋଗରେ ପିଡିତ ହେବା ସହିତ ମୃତ୍ୟୁର ଶୀକାର ହେଉଥିବା ନେଇ ବୈଠକରେ ଉଦବେଗ ପ୍ରକାଶ କରାଯାଇଥିଲା । ବିଶେଷ ଭାବରେ ଯୁବଗୋଷ୍ଠୀ ତମାଖୁ ସେବନ କରୁଥିବାରୁ ବ୍ୟାପକ ଭାବରେ ସଚେତନତା କାର୍ଯ୍ୟକ୍ରମ ପାଇଁ ବୈଠକରେ ମତପ୍ରକାଶ ପାଇଥିଲା ।
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାୟକୁ ସଂପୁର୍ଣ୍ଣ ଭାବରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଭାବରେ ଘୋଷଣା କରାଯାଇଥିବାବେଳେ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକରେ ବ୍ୟାପକ ଭାବରେ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।
ଶିକ୍ଷାନୁଷ୍ଠାନର ବିଭିନ୍ନ ସ୍ଥାନରେ କୋଟପା ନିୟମ ତମାଖୁର କ୍ଷତିକାରକ ସୂଚନା ଫଳକ ଲଗାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ସେହିପରି ବଜାରରେ ନିଷିଧ ତମାଖୁର ବିକ୍ରୟ କରୁଥିବା ବ୍ୟବସାୟୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜୋରିିମାନା ଆଦାୟ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଭୟ କୁମାର ଦାଶ, ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ କୁମାର ମହାପାତ୍ର, ଏଡିଏମଓ ମେଡିକାଲ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାଏକ,ଅଧ୍ୟାପକ ପ୍ରବୀର କୁମାର ଦାସ ପ୍ରମୁଖ ଯୋଗଦେଇ ତମାଖୁ ସେବନର ଅପକାରୀତା ସଂପର୍କରେ ସଚେତନ କରାଇଥିଲେ ।
ବୌଦ୍ଧରେ ଯୋଗଦେଲେ ୩ ଅଧିକାରୀ
ବୌଦ୍ଧ,୧୪/୫: ବୌଦ୍ଧଜିଲ୍ଲାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ୩ ଜଣ ଅଧିକାରୀ ଯୋଗଦେଇଛନ୍ତି । ମିଳିଥିବା ସୂଚନା ମୁତାବକ ପ୍ରମୋଦ କୁମାର ମିଶ୍ର ବୌଦ୍ଧ ବ୍ଲକର ବିଡିଓ ଭାବରେ ଯୋଗଦେଇଥିବାବେଳେ ଦେବୀ ପ୍ରସାଦ ଦାଶ ବୌଦ୍ଧ ତହସିଲଦାର ଭାବରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି ।
ସେହିପରି ଆଞ୍ଚଳିକ ପରିବହନ ଅଧିକାରୀ ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ବସନ୍ତ କୁମାର ମହାନ୍ତି କାର୍ଯ୍ୟରେ ଯୋଗଦେଇଥିବା ଜଣାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031