Indus Valley Times

ବୌଦ୍ଧ: ଜମି ମାପ କରିବାକୁ ଟଙ୍କା ମାଗି ଦ୍ୱିତୀୟ ଥର ଭିଜିଲାନ୍ସ ଜାଲରେ ଦହ୍ୟା ରାଜସ୍ୱ ନୀରିକ୍ଷକ

 Breaking News

ବୌଦ୍ଧ: ଜମି ମାପ କରିବାକୁ ଟଙ୍କା ମାଗି ଦ୍ୱିତୀୟ ଥର ଭିଜିଲାନ୍ସ ଜାଲରେ ଦହ୍ୟା ରାଜସ୍ୱ ନୀରିକ୍ଷକ

ବୌଦ୍ଧ: ଜମି ମାପ କରିବାକୁ ଟଙ୍କା ମାଗି ଦ୍ୱିତୀୟ ଥର ଭିଜିଲାନ୍ସ ଜାଲରେ ଦହ୍ୟା ରାଜସ୍ୱ ନୀରିକ୍ଷକ
July 16
21:57 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୬/୭: ବୌଦ୍ଧଦ୍ଧଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଦହ୍ୟା ଆରଆଇ ଗଜେନ୍ଦ୍ର ଦିଗାଲ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୌଦ୍ଧ ଭିଜଲାନ୍ସ ହାତରେ ଧରାପଡିଛନ୍ତି । ସେ ପୂର୍ବରୁ ମଧ୍ୟ ଲାଞ୍ଚ ନେଇ ଭିଜଲାନ୍ସ ହାତରେ ଧରାପଡିଥିବା ବେଳେ ଶୁକ୍ରବାର ପୁଣି ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି । ଭିଜିଲାନ୍ସ ବିଭାଗ ସୁତ୍ରରୁ ମିଳିଥିବା ସୁଚନା ମୁତବାକ ଜିଲ୍ଲାର ମନମୁଣ୍ଡା ଥାନା ଅର୍ନ୍ତଗତ ଖଲିଆପାଲି ପଞ୍ଚାୟତର ପୁଡୁଗପଥର ଗ୍ରାମର ସୁଶାନ୍ତ ଥାଟି (୩୩) ନିଜ ବାପାଙ୍କ ନାମରେ ଥିବା ବାସଗୃହ ଜମିକୁ ମାପ କରିବାକୁ ଦୀର୍ଘ ୨୦୧୯ ମସିହା ଠାରୁ ଦହ୍ୟା ରାଜସ୍ୱ ନୀରିକ୍ଷକ ଗଜେନ୍ଦ୍ର ଦିଗାଲ (୫୪)ଙ୍କୁ କହିଆସୁଥିଲେ । କିନ୍ତୁ ଶ୍ରୀ ଦିଗାଲ ଜମି ମାପ ହେବା ପାଇଁ ବହୁ ହଇରାଣ କରିବାପରେ ୧୫ ହଜାର ଟଙ୍କା ଦେଲେ ଯାଇ ମାପ କରିବାକୁ କହିଥିଲେ । ଏନେଇ ଶ୍ରୀ ଥାଟି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଶୁକ୍ରବାର ଦିନ ରାଜସ୍ୱ ନୀରିକ୍ଷକ ଶ୍ରୀ ଦିଗାଲ ପୁରୁମୁଣ୍ଡା ଗୁଦଗୁଦା ବଜାର ଠାରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଯୋଜନା ମୁତାବକ ପୁର୍ବରୁ ଜଗି ରହିଥିବା ଭିଜିଲାନ୍ସ କର୍ମଚାରୀଙ୍କ ହାତରେ ଧରାପଡିଥିଲେ । ଭିଜିଲାନ୍ସ କର୍ମଚାରୀ ତାଙ୍କ ପାଖରୁ ୧୫ ହଜାର ଟଙ୍କା ଜବତ କରିବା ସହ ବ୍ରହ୍ମପୁର ଭିଜିଲାନସ କେସ ନଂ ୧୧/୨୧ ରେ ମାମଲା ରୁଜ କରି ଗିରଫ କରିଛନ୍ତି । ଏହି ଚଡାଉରେ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାଏକ , ଇନିସପେକ୍ଟର ପୌଲସ୍ତି ଛତ୍ରିଆ, ଏଏସଆଇ ସୁବୋଧ ମିଶ୍ର, ନରେନ୍ଦ୍ର ନାଏକ, କନେଷ୍ଟବଳ ଦିଲିପ ପ୍ରଧାନ ଓ ସନ୍ତୋଷ ସାହୁ ସାମିଲ ଥିଲେ । ପ୍ରକାଶ ଥାଉକି ରାଜସ୍ୱ ନୀରିକ୍ଷକ ଶ୍ରୀ ଦିଗାଲ ପୂର୍ବରୁ ବୌଦ୍ଧ ଜିଲ୍ଲାର ବଘିଆପଡା ଠାରେ ରାଜସ୍ୱନୀରିକ୍ଷକ ଥିବା ବେଳେ ୨୦୧୭ ମସିହାରେ ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଥିଲେ ଓ ସେହି ମାମଲା ବର୍ତ୍ତମାନ ଭିଜିଲାନ୍ସ ଅଦାଲତରେ ବିଚାରଧିନ ରହିଛି । ଏହି ଘଟଣାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ହେବା ସହିତ ଭିଜିଲାନ୍ସ ହାତରେ ଧରାପଡି ଆଉଥରେ ସରକାରୀ ଚାକିରୀରେ ଅବସ୍ଥାପିତ ହେଉଥିବା ସରକାରୀ ଅବ୍ୟବସ୍ଥା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031