Indus Valley Times

ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଆନୁକୂଲ୍ୟ ରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଅନୁଷ୍ଠିତ

 Breaking News

ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଆନୁକୂଲ୍ୟ ରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଅନୁଷ୍ଠିତ

October 29
19:33 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୧୦: ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଆନୁକୂଲ୍ୟ ରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଅନୁଷ୍ଠିତ ହୋଇଯାଇଛି ।
ଏହି ପରିପ୍ରେକ୍ଷୀରେ ସକାଳ ୯ ଘଟିକା ସମୟରେ ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଏହି ସଚେତନତା ରା଼ଲି ର ଶୁଭ ଉଦଘାଟନ କରିଥିଲେ । ଏହି ରା଼ଲି ଜ଼ିଲ୍ଲା ସଂଗ୍ରହାଳୟ ଠାରୁ ବାହାରି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା ।
ଏହି ଶୋଭାଯାତ୍ରା ରେ ବୌଦ୍ଧ ସହର ସ୍ଥିତ ବିଭିନ୍ନ ବିଦ୍ୟାଳୟ ର ବିଦ୍ୟାଳୟ, ମହାବିଦ୍ୟାଳୟ ର ଏନ. ସି. ସି., ଏନ. ଏସ. ଏସ, ରେଡ଼କ୍ରସ ଛାତ୍ରଛାତ୍ରୀ, ଓଡ୍ରାଫଟ,ଅଗ୍ନିଶମ ଟିମ, ସମସ୍ତ ଅଧିକାରୀ, କର୍ମଚାରୀ ଙ୍କ ସହ ଜ଼ିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ , ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ , ଅତିରିକ୍ତ ଜ଼ିଲ୍ଲାପାଳ ଦାରିଦ୍ର‌୍ୟ ଭଂଜନ ମଦନ ମୋହନ ପାତ୍ର, ମୁଖ୍ୟ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ରବି ନାରାୟଣ ତ୍ରିପାଠୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପ୍ରମୁଖ ଏହି ରା଼ଲି ସହ ଜ଼ିଲ୍ଲାପାଳ ଙ୍କ କାର‌୍ୟ୍ୟାଳୟ ଠାରେ ପହଂଚି ଥିଲେ ।
ସେଠାରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସ୍ୱାଇଁ ସମସ୍ତ ଙ୍କୁ ବିପର୍ଯ୍ୟୟ ର ପ୍ରସ୍ତୁତି ଏବଂ ମୁକାବିଲା ପାଇଁ ସମସ୍ତ ଙ୍କୁ ଶପଥ ପାଠ କରାଇଥିଲେ । ପରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ରେ ଏକ ସଚେତନତା ସଭା ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ।
ସଭା ଆରମ୍ଭ ରେ ସହକାରୀ ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା ଜରୁରୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ସମସ୍ତ ଙ୍କୁ ସ୍ୱାଗତ କରିବା ସହ ଏହି ଦିବସ ପାଳନ ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ ।
ଜ଼ିଲ୍ଲାପାଳ ଶ୍ରୀ ସ୍ୱାଇଁ ୧୯୯୯ ମସିହା ଭୟ ବହତା, ନିଜସ୍ୱ ଅନୁଭୂତି ବର୍ଣନା କରିବା ସହ ପରିବେଶ କୁ ସବୁଜ, ସୁନ୍ଦର ରଖିବା, ଗୋଷ୍ଠୀ ସହଯୋଗ ର ଆବଶ୍ୟକତା, ପ୍ରଚାର, ପ୍ରସାର ଫଳରେ ଆମେ ବିପର‌୍ୟୟ ର ମୁକାବିଲା କରିବାକୁ ସକ୍ଷମ ହୋଇପାରିବା ବୋଲି ମତବ୍ୟକ୍ତ କରିଥିଲେ ।
ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରସାଦ ବିପର୍ଯ୍ୟୟ ପୂର୍ବ ରୁ ଏବଂ ବିପର୍ଯ୍ୟୟ ପରେ ଧନ, ଜୀବନ ର ସୁରକ୍ଷା ପାଇଁ ପ୍ରସ୍ତୁତି, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କ ରେ ଏ ନେଇ ସଚେତନତା, ସାଇକେଲ ର ବ୍ୟବହାର ଉପଯୁକ୍ତ ବୋଲି ମତବ୍ୟକ୍ତ କରିବା ସହ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ସମସ୍ତ ଙ୍କୁ ଆହ୍ୱାନ କରିଥିଲେ ।
କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ରୀ ସଂତୃପ୍ତି ସାହୁ ଶସକ୍ତ ଗୋଷ୍ଠି ସୁରକ୍ଷିତ ଓଡିଶା ବିଷୟରେ ନିଜ ର ବକ୍ତବ୍ୟ ରଖିଥିଲେ ।
ଅଧ୍ୟାପକ ଡ଼. ପ୍ରବୀର ଦାଶ ଏହି ସଭା ସଂଯୋଜନା କରିବା ସହ ଘରପୋଡି, ନଈବଢ଼ି ଆଦି ବିପର‌୍ୟୟ ର ମୁକାବିଲା,ଏନ. ସି. ସି., ଏନ. ଏସ. ଏସ, ରେଡ଼କ୍ରସ ଟିମ କୁ ତାଲିମ ଦେବା ସହ ସଂଗଠିତ କରିବା ବିଷୟରେ ମତବ୍ୟକ୍ତ କରିଥିଲେ ।
ପରେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ବକ୍ତୃତା, ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ କେନ୍ଦ୍ରୀୟ ବିଦ୍ୟାଳୟ ର ତୃପ୍ତିମୟୀ ଭଞ୍ଜ -ପ୍ରଥମ, ସଂତୃପ୍ତି ସାହୁ -ଦ୍ଵିତୀୟ, ନିତିସ କୁମାର ବେହେରା ଏବଂ ସେଣ୍ଟ ଜାଭିୟର ସ୍କୁଲ ର ଋତୁପର୍ଣ୍ଣା ସାମଲ -ତୃତୀୟ, ଏବଂ ପ୍ରବନ୍ଧ ପ୍ରତିଯୋଗିତା ରେ କେନ୍ଦ୍ରୀୟ ବିଦ୍ୟାଳୟ ର ପୂଜାରାଣୀ ସାହୁ – ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟ ର ବିୟୁଟି ସାହୁ -ଦ୍ଵିତୀୟ, ବାଳିକା ଉଚ୍ଚ ବିଦ୍ୟାଳୟ ର ଦୀପିକା ବାରିକ – ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।
ପରେ ପରେ ଇନସ୍ପେକ୍ଟର,ଓଡ୍ରାଫଟ ଶ୍ରୀ ଅଶ୍ୱିନୀ କୁମାର ମାଝୀ, ହାବିଲଦାର ସୁବ୍ରତ ଝାଙ୍କର, ଗିରିଧାରୀ ଖମାରୀ ଏବଂ ସମସ୍ତ ଓଡ୍ରାଫ୍ଟ ଟିମ ଉଚ୍ଚ ଅଟ୍ଟାଳିକା ରୁ ଉଦ୍ଧାର କାର୍ଯ୍ୟର କଳା କୌଶଳ ଏବଂ ଅନ୍ୟାନ୍ୟ ଉଦ୍ଧାର ଜ୍ଞାନ କୌଶଳ ଡେମୋନଷ୍ଟ୍ରେସନ ମାଧ୍ୟମ ରେ ଦେଖାଇଥିଲେ ।
ପରେ ସହ ଅଗ୍ନି ସମାଧିକାରୀ, ବୌଦ୍ଧ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ଦାଶ, ଏଲ. ଏଫ. ଏମ. ମାୟାଧର ବେହେରା, ଶିବରାମ ସ୍ୱାଇଁ, ଅମିତ ସୋରେଙ୍ଗ ଏବଂ ଜ଼ିଲ୍ଲା ଅଗ୍ନିଶମ ଟିମ ଗ୍ୟାସ ରୁ ନିଆଁ ଲିଭାଇବା, ୨ ମହଲା ବିଲଡିଂ ରେ ନିଆଁ ଲାଗିଲେ ଲିଭାଇବା ଏବଂ ଉଦ୍ଧାର କାର୍ଯ୍ୟ ଏବଂ ଅନ୍ୟାନ୍ୟ ଜ୍ଞାନ କୌଶଳ,ବିପର୍ଯ୍ୟୟ ରୁ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ସରଞ୍ଜାମ ବିଷୟରେ ଉପସ୍ଥିତ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଙ୍କୁ ଅବଗତ କରିଥିଲେ ।
ଏଥି ସହିତ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଉଦ୍ଧାର ଏବଂ ସାହାଯ୍ୟ କରିବା, ଅଗ୍ନି ନିରାପତ୍ତା, ବିଜୁଳି, ଭୂମିକମ୍ପ ରୁ ସୁରକ୍ଷା ଉପରେ ମକଡ୍ରିଲ ମାଧ୍ୟମ ରେ ଓଡ୍ରାଫଟ ଏବଂ ଅଗ୍ନିଶମ ଟିମ ସଚେତନତା ସୃଷ୍ଟି କରିଥିଲେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ, ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଝା ଏବଂ ଜ଼ିଲ୍ଲା ଜରୁରୀ କାଳୀନ ଶାଖା ର ସମସ୍ତ ଟିମ ପରିଚାଳନା କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ଶ୍ରୀ ସିଂ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ କ୍ଷ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031