Indus Valley Times

ବୌଦ୍ଧ ଜ଼ିଲ୍ଲା ରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ପ୍ରସ୍ତୁତିର ସମୀକ୍ଷା କଲେ ଜ଼ିଲ୍ଲାପାଳ

 Breaking News

ବୌଦ୍ଧ ଜ଼ିଲ୍ଲା ରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ପ୍ରସ୍ତୁତିର ସମୀକ୍ଷା କଲେ ଜ଼ିଲ୍ଲାପାଳ

September 13
20:46 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୩/୯ : ଶନିବାର ଦିନ ସକାଳ ୯ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭା ଗୃହ ଠାରେ ଏକ ପେଡ ମା କେ ନାମ କାର‌୍ୟ୍ୟକ୍ରମ ପ୍ରସ୍ତୁତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି ।
ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ,ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ପରିଷଦ ଚାର୍ଲ ସ ନାଏକ, ସମସ୍ତ ବ୍ଲକର ବିଡ଼ିଓ, ତହସିଲଦାର, ସି ଡ଼ି ପି ଓ ଓ ଅନ୍ୟ ଜ଼ିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଆସନ୍ତା ୧୭ ତାରିଖ ଦିନ ଏକା ସାଙ୍ଗରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନ୍ତର୍ଗତ ୧ ଲକ୍ଷ ୮୩ ହଜାର ବୃକ୍ଷ ରୋପଣ ପାଇଁ ଜିଲ୍ଲାରେ ଧାର୍ଯ୍ୟ କରାଯାଇଥିବା ବେଳେ ହୋଇଥିବା ପ୍ରସ୍ତୁତିର ଜିଲ୍ଲାପାଳ ସମୀକ୍ଷା କରିଥିଲେ ।
ଆସନ୍ତାକାଲି ତା. ୧୪.୯.୨୦୨୫ ରିଖ ଦିନ ଠାରୁ ୩ ଦିନ ପର୍ଯ୍ୟନ୍ତ ସମସ୍ତ ୨୫ ଜଣ ନୋଡାଲ ଅଫିସର ପ୍ରତ୍ୟେକ ପଂଚାୟତ(ସମସ୍ତ ୬୯ ପଂଚାୟତ) କୁ ଗସ୍ତ କରି ଏହି କାମ ର ତଦାରଖ କରି ଜ଼ିଲ୍ଲା ସ୍ତରୀୟ ନୋଡାଲ ଅଫିସର ଙ୍କୁ ଜଣାଇବେ ।
ତା.୧୬.୯.୨୦୨୫ ରିଖ ଦିନ ରାଜ୍ୟ ସ୍ତରୀୟ ଅଧିକାରୀ ଏହି କାର୍ଯ୍ୟକ୍ରମ ର ତଦାରଖ କରିବେ କ୍ଷ ସେପ୍ଟେମ୍ବର ୧୭ ତାରିଖ ଦିନ ଦିନ ସମସ୍ତ ସ୍ଥାନରେ ଏକ ସାଙ୍ଗରେ ବୃକ୍ଷରୋପଣ କରାଯିବ କ୍ଷ ଏଥି ପାଇଁ ଜ଼ିଲ୍ଲା ସ୍ତରୀୟ ନୋଡାଲ ଅଫିସର ଭାବରେ ସି ଡ଼ି ଇ ଓ ଏବଂ ସମସ୍ତ କାର୍ଯ୍ୟ ର ତଦାରଖ ପାଇଁ ଅତିରିକ୍ତ ଜ଼ିଲ୍ଲାପାଳ ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଜ଼ିଲ୍ଲା ର ସମସ୍ତ ସ୍ଥାନ ରେ ଏହି ଉପଲକ୍ଷେ ସଚେତନତା ରାଲି, ପ୍ଲା କାର୍ଡ ସହ ସ୍ଲୋଗାନ, ସଂକୀର୍ତନ୍ୟ, ସଚେତନତା ସଭା, ସାଂସ୍କୃତିକ କାର‌୍ୟ୍ୟକ୍ରମ,ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ତା. ୧୬.୯.୨୦୨୫ ରିଖ ଦିନ ଏକ ସଚେତନତା ରାଲି ଜ଼ିଲ୍ଲା ଷ୍ଟାଡିୟମ ପଡିଆ ରୁ ବାହାରି ୱାରଲେସ ଛକ, ପୋଷ୍ଟ ଅଫିସ ଛକ, ଗାନ୍ଧି ଛକ, ବାଘ ଗୁଡା ଛକ ଦେଇ ଜ଼ିଲ୍ଲା ସଂଗ୍ରହାଳୟ ରେ ପହଂଚିବ ।
ଏହି ରାଲି ର ସଫଳତା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୌଦ୍ଧ, ଜ଼ିଲ୍ଲା ଶିକ୍ଷା ଅଧିକାରୀ, ନିର୍ବାହୀ ଅଧିକାରୀ ଏ ନ. ଏ. ସି. ବୌଦ୍ଧଗଡ଼, ଜ଼ିଲ୍ଲା ସଂସ୍କୃତି ଅଧିକାରୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କୁ ଜ଼ିଲ୍ଲାପାଳ ଦାୟିତ୍ୱ ନ୍ୟସ୍ତ କରିଥିଲେ ।
ସମସ୍ତ ସ୍ଥାନ ରେ ରାଲି ଏବଂ ବୃକ୍ଷ ରୋପଣ ସମୟରେ ମଧ୍ୟ ବରିଷ୍ଠ ନାଗରିକ, ଯୁବକ, ବୁଦ୍ଧିଜୀବୀ କଳାକାର, ସ୍ଥାନୀୟ ବାସିନ୍ଦା, ଜନ ପ୍ରତିନିଧି, ବିଦ୍ୟାଳୟ, ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସାମିଲ କରାଯିବ ।
ଏହି ସମୀକ୍ଷା ବୈଠକ କୁ ସି ଡ଼ି ଓ ଶ୍ରୀଯୁକ୍ତ ଦଣ୍ଡସନା ପରିଚାଳନା କରିଥିଲେ କ୍ଷ ଏ ସି ଏଫ ମିନାକ୍ଷୀ କୁମୁରା ମେରୀ ଲାଇଫ ପୋର୍ଟାଲ ବିଷୟରେ ପାୱାର ପଏଣ୍ଟ ମାଧ୍ୟମ ରେ ଉପସ୍ଥାପନ କରିଥିଲେ କ୍ଷ ଏହି କାର‌୍ୟ୍ୟକ୍ରମ ର ପ୍ରଚାର, ପ୍ରସାର ପାଇଁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କୁ ନିର୍ଦ୍ଦେଶ ଦେବା ସହ ଗଣମାଧ୍ୟମ ପ୍ରତିନିଧି ଙ୍କୁ ମଧ୍ୟ ସାମିଲ କରି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଅନୁରୋଧ କରିଥିଲେ ।
ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ କାମରେ କୌଣସି ଭୁଲ କୁ ବରଦାସ୍ତ କରାଯିବ ନାହିଁ ଏବଂ ଭୁଲ କଲେ ସମ୍ପୃକ୍ତ ଅଧିକାରୀ ଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦେବା ସହ ଆସନ୍ତା ୧୭ ତାରିଖ ପର‌୍ୟ୍ୟନ୍ତ କେହି ମଧ୍ୟ ଛୁଟି ରେ ନ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930