Indus Valley Times

ବୌଦ୍ଧ : ଜ଼ିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ସମାରୋହ

 Breaking News

ବୌଦ୍ଧ : ଜ଼ିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ସମାରୋହ

ବୌଦ୍ଧ : ଜ଼ିଲ୍ଲା ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ସମାରୋହ
August 16
21:21 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୬/୮ : ବୌଦ୍ଧ ଜ଼ିଲ୍ଲା ରେ ମହା ସମାରୋହରେ ୭୮ ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି । ଆନୁଷ୍ଠାନିକ ପ୍ୟାରେଡ ତଥା ଦିବସ ର ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ର ଅଭିବାଦନ ଗ୍ରହଣ ପୂର୍ବକ ଉଦବୋଧନ ଦେଇଥିଲେ ।
ପ୍ୟାରେଡ ପରିଚାଳନା କରିଥିଲେ ରିଜର୍ଭ ଇନସ୍ପେକ୍ଟର କୁଳମଣି ଗିରି, ସର୍ଜେଣ୍ଟ ଖଗେଶ୍ୱର ବିଶ୍ୱାଳ । କ୍ୟାଡେଟ ପ୍ରଦୋଷ ମଲ୍ଲିକ ଏବଂ ଓ଼ମକାର ଦେହୁରୀ ମଧ୍ୟ ଉପସ୍ଥିତ ଥିଲେ ।
ସ୍ୱାଧୀନତା ଦିବସ ଅବସରରେ ପ୍ରାତଃ ୪.୩୦ ମି ସମୟରେ ରାମଧୁନ, ପରେ ପରେ ଶିକ୍ଷ । ନୁଷ୍ଠାନ ର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ପ୍ରଭାତଫେରି, ସକାଳ ୭.୩୦ ସୁଦ୍ଧା ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମାନଙ୍କ ରେ ଜାତୀୟ ପତାକା ଉତ୍ତୋଳନ, ପରେ ପରେ ବୌଦ୍ଧ ସହରସ୍ଥିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟା ର୍ପଣ, ପରେ ଜାତୀୟ ପତାକା ଉତ୍ତୋଳନ, ପୋଲିସ ଏବଂ ଆଇ ଆର ବି ଏନ ର ବ୍ୟାଣ୍ଡ କଣ୍ଟିଜେଣ୍ଟ ଙ୍କ ଦ୍ୱାରା ବ୍ୟାଣ୍ଡ ମାଧ୍ୟମ ରେ ଜାତୀୟ ସଂଗୀତ ବାଦନ ଅନୁଷ୍ଠିତ ହୋଇଥିଲା । ସର୍ବମୋଟ ୪୨ ଟି ପ୍ୟାରେଡ ଦଳ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଙ୍କ ପ୍ଲାଟୁନ ପରିଦର୍ଶନ ପରେ ପରେ ମାର୍ଚ୍ଚ ପାଷ୍ଟ ଅନୁଷ୍ଠିତ ହୋଇଥିଲା । ପରେ ପରେ ଶାରି ରୀ କ କ୍ରୀଡା କୌଶଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ୟାରେଡ଼ ରେ ନନ ସିଭିଲିଆନ ରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପ୍ରଥମ, ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଦ୍ଵିତୀୟ, ସିନିୟର ଗ୍ରୁପ ରେ ଓଡିଶା ଷ୍ଟେଟ ବ୍ରିଗେଡ ସ୍କୁଲ ପ୍ରଥମ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ଦ୍ଵିତୀୟ, ଜୁନିୟର ଚିଭିଲିଆନ ଗ୍ରୁପ ରେ ଗୌରୀ ଶଙ୍କର ପବ୍ଲିକ ସ୍କୁଲ ପ୍ରଥମ, ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲ ଦ୍ଵିତୀୟ, ଶାରିରୀକ କ୍ରୀଡା କୌଶଳ ପ୍ରଦର୍ଶନୀ ପ୍ରତିଯୋଗିତା ରେ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଥମ, ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲ – ଦ୍ଵିତୀୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର – ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।
ପ୍ୟାରେଡ ଏବଂ ପି ଇ ଟି ଡିସପ୍ଲେ ର ବିଚାରକ ଭାବେ ୫ ମ ବା ଟା ଲି ଆନ ର ଡେପୁଟି କାମାଣ୍ଡେଣ୍ଟ ବେଳାର ମେହେର, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ବ୍ରହ୍ମା ନନ୍ଦ ମଲ୍ଲିକ, ଇନ୍ସ୍ପେକଟର ସତ୍ୟ ନାରାୟଣ ବିନ୍ଧାଣି ଏବଂ ଜୁନିୟର ୱାରେଣ୍ଟ ଅଫିସର , ଭାରତୀୟ ବାୟୁସେନା ସୂର‌୍ୟ୍ୟ ନାରାୟଣ ପଣ୍ଡା ଯୋଗ ଦେଇ ବିଚାର କାର‌୍ୟ୍ୟ ତୁଲାଇ ଥିଲେ ।
ପରେ ପରେ ସ୍ୱାଧୀନତା ସଂଗ୍ରାମୀ ଙ୍କ ଦାୟାଦ, ଜ଼ିଲ୍ଲା ର କୃତିତ୍ୱ ଅର୍ଜନ କରିଥିବା ୨୦ ଜଣଙ୍କୁ ଉପଢୌକନ ପୁଷ୍ପ ଗୁଚ୍ଛ, ମାନ ପତ୍ର , ବିଭିନ୍ନ ପ୍ରତିଯୋଗିତା ର ୬୦ ଟି ପୁରସ୍କାର ସହିତ ସମସ୍ତ ଙ୍କ ଉତ୍କଳ ପ୍ରସଙ୍ଗ ଏବଂ ୨୦୦ ଟି ଗଛ ଦିଆଯାଇଥିଲା କ୍ଷ ପରେ ମୁଖ୍ୟ ଅତିଥି ଙ୍କ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ରକ୍ତ ଭଣ୍ଡାର ରେ ରକ୍ତଦାନ ଶିବିର, ପରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ଫଳ ବଣ୍ଟନ, କୁଷ୍ଠା ଶ୍ରମ ରେ ଫଳ ବଣ୍ଟନ, ଉପ କାରାଗାର ରେ ଅନ୍ତେବାସୀ ଙ୍କୁ ଫଳ ବଣ୍ଟନ, ଅପରାହ୍ନ ରେ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ, ଟାଉନ ହଲ ରେ କବିତା ପା ଠୋ ଶ୍ଚ ବ, ପରେ ପରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଦ୍ୱାରା କୌତୁକ ବେଶ ପୋଷାକ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ବେଶ ପୋଷାକ ପ୍ରତିଯୋଗିତା ର ବିଚାରକ ଭାବେ ଲିନା ପ୍ରଧାନ, ଗୀତାଞ୍ଜଳି ପଣ୍ଡା, ପ୍ରଜ୍ଞା ଦାସ, ଲଳିତା ଅଗ୍ରୱାଲ, ଆଶା ରାଣୀ ମିଶ୍ର ଯୋଗ ଦେଇଥିଲେ । ସହକାରି ଶିକ୍ଷକ ନବ କୁମାର ଦୀପ ସହଯୋଗ କରିଥିଲେ ।
ଆନୁଷ୍ଠାନିକ ପ୍ୟାରେଡ କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଜବାହାର ନବୋଦୟ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଦିଲ୍ଲୀପ ବଡ଼ତ୍ୟା, ରା ଷ୍ଟ୍ର ପତି ପୁରସ୍କାର ପ୍ରାପ୍ତ (ଅବସର ପ୍ରାପ୍ତ ଶିକ୍ଷକ ) ବସନ୍ତ କୁମାର ସାହୁ ପରିଚାଳନା କରିଥିଲେ । ସନ୍ଧ୍ୟା କାର୍ଯ୍ୟକ୍ରମ କୁ ଗେଲ୍ହା ମାଆ କଳା ନିକେତନ ର ସଭ୍ୟା ମାନେ ପରିଚାଳନା କରିଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମ ହର ଘର ତ୍ରିରଙ୍ଗା କାର‌୍ୟ୍ୟକ୍ରମ ରେ ସଂଗୀତାୟନ ଟ୍ରୁପ, ସଂଗୀତଜ୍ଞ କାବୁ ବୋଷ,.ସାରଦା ପ୍ରସନ୍ନ ବୋଷ, ବିଭିନ୍ନ ଶିକ୍ଷା ନୁଷ୍ଠା ନ ର ୨୦ ଟି ଦଳ ଯୋଗ ଦେଇ ଅତିଥି ଙ୍କ ଠାରୁ ପୁରସ୍କାର, ସାର୍ଟିଫିକେଟ ଗ୍ରହଣ କରିଥିଲେ ।
କବିତା ପାଠୋ ଉତ୍ସବ ରେ ୪୦ ଜଣ କବି, କବିୟତ୍ରୀ ଙ୍କୁ ଉପଢୌକନ, ସାର୍ଟିଫିକେଟ ଦେଇ ସମ୍ବର୍ଦ୍ଧିତ କରକ୍ଷ ଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ବବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ହର ଘର ତ୍ରିରଙ୍ଗା ଉପଲକ୍ଷେ ଗଣ ଦୌଡ଼ ର କୃତୀ ପ୍ରତିଯୋଗୀ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30