Legatus

ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ

 Breaking News

ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ

ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ
January 17
10:30 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୧: ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ୨୦୨୩- ୨୪ କ୍ରମରେ ଅଦ୍ୟ ତା.୧୬.୧.୨୦୨୪ ରିଖ ମଙ୍ଗଳବାର ସକାଳ ଘ ୧୧.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାରୁ ୬୫ ଜଣ ତୀର୍ଥଯାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୨ଗୋଟି ବସ୍ ଯୋଗେ ବ୍ରହ୍ମପୁର ଗସ୍ତ କରିଥଲେ ।
ସେଠାରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ବାରଣାସୀ ଓ ପ୍ରୟାଗ୍ ରାଜ୍ କୁ ଯାଇ ଜାନୁଆରୀ ତା. ୨୨ରିଖ ଦିନ ବୌଦ୍ଧକୁ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
ରାଜ୍ୟସରକାରଙ୍କ ଦ୍ୱାରା ଆୟୋଜିତ ଏହି ତୀର୍ଥ ଯାତ୍ରୀ ଯୋଜନାରେ ତିନୋଟି ବ୍ଲକରୁ ୬୫ ଜଣ (ପୁରୁଷ – ୧୮, ମହିଳା-୧୧ ଏବଂ ସ୍ୱାମୀ ସ୍ତ୍ରୀ -୧୮ ଜଣ )ବରିଷ୍ଠ ନାଗରିକ ବୌଦ୍ଧ ଜିଲ୍ଲାରୁ ତୀର୍ଥଯାତ୍ରା ରେ ଯାଇଛନ୍ତି । ତୀର୍ଥଯାତ୍ରୀଙ୍କୁ ସହଯୋଗ କରିବାକୁ ସେମାନଙ୍କ ସହ ଗାଇଡ ବରିଷ୍ଠ ରାଜସ୍ବ ସହାୟକ ପ୍ରମୋଦ ସେଠୀ ଏବଂ ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସହଦେବ ନାୟକ ମଧ୍ୟ ଯାଇଛନ୍ତି ।
ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ, ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ସବୁଜ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ।
ଏଥି ସହିତ ସମସ୍ତ ବରିଷ୍ଠ ନାଗରିକଙ୍କୁ ଫୁଲମାଳ ଓ ଚନ୍ଦନ ଦେଇ ସ୍ୱାଗତ କରିବା ସହ ସେମାନଙ୍କ ଯାତ୍ରା ଶୁଭମୟ ତଥା ସଫଳ ହେଉ ବୋଲି ମଙ୍ଗଳ କାମନା କରିଥିଲେ ।
ଏହି ଅବସରରେ ବୌଦ୍ଧ ବ୍ଲକ ଅଧକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ସାଂସଦଙ୍କ ପ୍ରତିନିଧି ତାରେଣୀ ମହାପାତ୍ର, ବୌଦ୍ଧ ର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତନିଧି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଡେପୁଟୀ କଲେକ୍ଟର ଶୁଭଶ୍ରୀ ରଥ, ଅଞ୍ଜଳୀ ମାଝୀ, ସୁଚିସ୍ମିତା ବେହେରା, ଶାଶ୍ଵତ ପ୍ରଧାନ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କୁମୁଦଚନ୍ଦ୍ର ଦଳବେହେରା,ସହକାରୀ ଜିଲ୍ଲାପାଳ ଚାନ୍ଦିନୀ ମେହେର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ସେକ୍ସନ୍ ଅଫିସର, ସମସ୍ତ ବରିଷ୍ଠ ଓ କନିଷ୍ଠ ରାଜସ୍ବ ସହାୟକ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମ କୁ ସହକାରୀ ଜିଲ୍ଲାପାଳ ତଥା ଟୁରିଷ୍ଟ ଅଫିସର କୁମୁଦଚନ୍ଦ୍ର ଦଳବେହେରା ଏବଂ କନିଷ୍ଠ ରାଜସ୍ବ ସହାୟକ ସୋମେଶ ନାଏକ ଏବଂ ବଶିଷ୍ଠ ରାଜସ୍ୱ ସହାୟକ ପ୍ରମୋଦ କୁମାର ସେଠୀ ପରିଚାଲନା କରିଥିଲେ ।
ଏହି ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ବ୍ଲକ୍ କଳା ସଂସ୍କୃତି ସଂଘର ଉପ ସଭାପତି ସ୍ଵାଧୀନ ପରିଡ଼ାଙ୍କ ସହଯୋଗରେ କୃଷ୍ଣ ଗୁରୁ କୀର୍ତ୍ତନ ମଣ୍ଡଳୀ ରାଜନପାଲି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ନୋଡାଲ ଅଧିକାରୀ ଭାବରେ ଡେପୁଟୀ କଲେକ୍ଟର ରାମକୃଷ୍ଣ ସତ୍ୟରାଜଗୁରୁ, ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା ଏବଂ ଭଗବାନ ଜାନୀ ଏବଂ DIPRO ରୀତାକାନ୍ତି ବଳିୟାର ସିଂହ, କର୍ମଚାରୀ ସୁନୀଲ କୁମାର ବେହେରା, ପ୍ରେମାନନ୍ଦ ମେହେର, ଦିବ୍ୟସିଂହ ମଲ୍ଲିକ, ମହେଶ୍ୱର ମହାରଣା, ମଣ୍ଟୁ ପାଣ୍ଡେ ସହଯୋଗ କରିଥିଲେ ।
ହରିବୋଲ, ହୁଳହୁଳି ଏବଂ ବାଦ୍ୟ ସହ ଏହି ଯାତ୍ରା ର ଶୁଭାରମ୍ଭ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31