Indus Valley Times

ବୌଦ୍ଧ ଜିଲ୍ଲାପାଲଙ୍କ ସହ ସାକ୍ଷାତ କରି ବିଭିନ୍ନସମସ୍ୟା ଉପରେ ଆଲୋଚନା କଲେ ନଗରପାଳ

 Breaking News

ବୌଦ୍ଧ ଜିଲ୍ଲାପାଲଙ୍କ ସହ ସାକ୍ଷାତ କରି ବିଭିନ୍ନସମସ୍ୟା ଉପରେ ଆଲୋଚନା କଲେ ନଗରପାଳ

August 20
10:03 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/. ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ସହିତ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଶୁକ୍ରବାର ସୌଜନ୍ୟ ମୂଳକ ସାକ୍ଷାତ କରି ବୌଦ୍ଧ ସହର ବିକାଶ ଉପରେ ଆଲୋଚନା କରିଛନ୍ତି ।
ସହର ଉନ୍ନତି କରଣ,ପାର୍କିଂ ସୁବିଧା, କାନ୍ଥ ପେଣ୍ଟି ,ବସସ୍ତାଣ୍ଡ ର ସ୍ଥାନାନ୍ତରୀକରଣ ,ମର୍ଯାକୁଦରେ ଆଲୋକି କାରଣ, ପର୍ଯ୍ୟଟନର ଉନ୍ନତି କରଣ, ସହର ସୌନ୍ଦର୍ଯ୍ୟ କରନ ,ମିନିଯିମ ୱାର୍କସ କ୍ଳବ ଉପରେ ଆଲୋଚନା କରିଥିଲେ ।
କାଉନସିଲ ବୈଠକ ପରେ ସହରର ବିଭିନ୍ନ ସ୍ଥାନକୁ ଯାଇ ଉନ୍ନତି କରାଯିବ ସେନେଇ ଆଲୋଚନା କରିଥିଲେ ।ରାସ୍ତା କଡରେ ବାଲି ମାଟି ନ ପକାଇବା ଉପରେ ଗୁରୁତ୍ୱରପ ଓ ହେଲମେଣ୍ଟ ଚେକିଂ ଉପରେ ଗୁରୁତ୍ୱ ଦେବା ବିଷୟରେ
ଆଲୋଚନା କରିଥିଲେ ।
ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁକୃ ସ୍ଵାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତକାନ୍ତି ବଳିଆରସିଂ ଥିଲେ ।ଏହି ବୈଠକରେ ୨୦୨୨,୨୩ ମସିହାର କଲଚର କ୍ୟାଲେଣ୍ଡରକୁ ସୁକୃ ସ୍ଵାଇଁ ଉପସ୍ଥାପନ କରିଥିଲେ ।
ସ୍ୱାଧୀନତା ର୭୫ ବର୍ଷ ପୂର୍ତ୍ତି ଅବସରରେ ଆମ ଜିଲ୍ଲା କୁ ଦୁଇଦିନ ବ୍ୟାପି ଅହିଂସା ରଥ ବୌଦ୍ଧ ଜିଲ୍ଲା ପରିକ୍ରମା କରିବାର ଉପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୁଟଚାର୍ଟ ଉପସ୍ଥାପନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031