Indus Valley Times

ବୌଦ୍ଧ ଜିଲ୍ଲାରୁ ଅ।ଉ ୭ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୫୦କୁ ବୃଦ୍ଧି

 Breaking News

ବୌଦ୍ଧ ଜିଲ୍ଲାରୁ ଅ।ଉ ୭ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୫୦କୁ ବୃଦ୍ଧି

November 10
21:29 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ,୧୦/୧୧: ବୌଦ୍ଧଜିଲ୍ଲାରେ ମଙ୍ଗଳବାର ଦିନ ଆଉ ୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ମଙ୍ଗଳବାର ଦିନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ହରଭଙ୍ଗା ବ୍ଲକ୍ ଲୋକାପଡା ଗ୍ରାମରୁ ୧ ଜଣ, ଚାରିଛକରୁ ୧ ଜଣ, ଛତ୍ରଙ୍ଗ ଗ୍ରାମରୁ ୨ ଜଣ, ବୌଦ୍ଧବ୍ଲକ୍ ଖମାରୀପଡା ଗ୍ରାମରୁ ୧ ଜଣ, ବକପାଲି ଗ୍ରାମରୁ ୧ ଜଣ ଓ ଅନ୍ୟ ଜଣେ ବ୍ୟକ୍ତି ବାହାରେ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୫୦ରେ ପହଞ୍ଚିଛି ।

ବୈାଦ୍ଧ: ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀୁ ଓ ଉଠା ଦୋକାନୀମାନଙ୍କୁ ଆର୍ଥିକ ସହାୟତା  ପ୍ରଦାନ

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ

ବୈାଦ୍ଧ,୧୦/୧୧: ଭାରତୀୟ ଷ୍ଟେଟ ବ୍ୟାଙ୍କ ବୁଟୁପାଲି  ଶାଖା ପକ୍ଷରୁ ବ୍ୟାଙ୍କ ପରିସରରେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟେ।।ତି  ଯୋଜନାରେ ମହିଳାମାନଙ୍କୁ ସହାୟତା ପ୍ରଦାନ  କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଜିିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଟୁଟୁସିଙ୍ଗା ଗ୍ରାମରର ସବିତା ସାହୁଙ୍କୁ ଦୁଇଲକ୍ଷ ଟଙ୍କାର ଏକ ଚେକ ପ୍ରଦଦ।।ନ କରିଥିଲେ । ଶ୍ରୀମତୀ ସାହୁଙ୍କ  ସ୍ୱାମୀ ଗୋପବନ୍ଧୁ ସାହୁ ବିଗତ ବର୍ଷ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟେ।।ତି ବୀମା ବୁଟୁପାଲି ଶାଖ।।ରେ ୩୩୦ ଟଙ୍କା  ବାର୍ଷିକ ପ୍ରୀମିୟମ ଜମାକରି ବୀମାଭୂକ୍ତ ହୋଇଥିଲେ । ତାଙ୍କର ଅକାଳ ବିୟୋଗରେ  ବ୍ୟାଙ୍କ  ପକ୍ଷରୁ ତାଙ୍କର ବିଧବା ପତ୍ନୀଙ୍କୁ ଦୁଇଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ଆଂଚଳିକ ପ୍ରବନ୍ଧକ  ବିକ୍ରମ କେଶରୀ ମାନ୍ଧାତା ଉପସ୍ଥିତ ରହି ପିଏମଏଏସୱାଇ, ପିଏମଜେଜେବିୱାଇ,ଏବଂ ଏପିୱାଇ ଆଦି ବିଭିନ୍ନ ସାମାଜିକ ବୀମାର ଉପକାରିତା ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାସ ଯୋଗଦେଇ ବୀମାର ଉପକାରିତା ସଂପର୍କରେ ବୁଝାଇଥିଲେ । ବୁଟୁପାଲି ଶାଖାର ମୁଖ୍ୟ ପ୍ରବନ୍ଧକ ସଂଜୟ ସାହୁ  ସମସ୍ତ ଜନସାଧାରଣ ଏଭଳି ଯୋଜନାର ଫାଇଦା ନେବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଓ ଉଠା ଦୋକାନୀମାନଙ୍କୁ ଆର୍ଥିକ ସହାୟତା  ପ୍ରଦାନ କରାଗଲା   

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031