Indus Valley Times

ବୌଦ୍ଧ ଜିଲ୍ଲାରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ

 Breaking News

ବୌଦ୍ଧ ଜିଲ୍ଲାରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ

October 08
21:22 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ

ବୌଦ୍ଧ,୮/୧୦: ବୌଦ୍ଧ ଜିଲ୍ଲାରେ ଗୁରୁବାର ଦିନ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଦିନ ବୌଦ୍ଧ ଜିଲ୍ଲାରୁ ଯାଇଥିବା ସ୍ୱାବରୁ କେହି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧର କୌଣସି ବାସିନ୍ଦା ବାହାର ଜିଲ୍ଲାରେ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ତାଙ୍କ ସମ୍ପର୍କରେ କୌଣସି ସୂଚନା ଜିଲ୍ଲା ପ୍ରଶାସନ ନିକଟରେ ଉପଲବଧ ହୋଇପାରିନାହିଁ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୬ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଗତକାଲି ସରକାର ଯେଉଁ ଷଷ୍ଠ ମୃତକଙ୍କ ସମ୍ପର୍କରେ  ଘୋଷଣା କରିଛନ୍ତି ସେ ହେଉଛନ୍ତି ବଘିଆପଡା ଗ୍ରାମ ପଂଚାୟତ ଇଶିରିସିଙ୍ଗା ଗ୍ରାମର ଜଣେ ୬୦ ବର୍ଷୀୟ ବୃଦ୍ଧ ଓ ସେ ଗତ ସେପ୍‌ଟେମ୍ବର ୧୯ ତାରିଖରେ ବୌଦ୍ଧ କୋଭିଡ ହସପିଟାଲରେ ଭର୍ତ୍ତି ହୋଇ ୨୬ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031