Indus Valley Times

ବୌଦ୍ଧ ଜିଲ୍ଲାରେ ‘ଏକ ପେଡ୍ ମା’ କେ ନାମ’ କାର୍ଯ୍ୟକ୍ରମରେ ୪୮,୩୦୦ ବୃକ୍ଷରୋପଣ ହେଲା

 Breaking News

ବୌଦ୍ଧ ଜିଲ୍ଲାରେ ‘ଏକ ପେଡ୍ ମା’ କେ ନାମ’ କାର୍ଯ୍ୟକ୍ରମରେ ୪୮,୩୦୦ ବୃକ୍ଷରୋପଣ ହେଲା

ବୌଦ୍ଧ ଜିଲ୍ଲାରେ ‘ଏକ ପେଡ୍ ମା’ କେ ନାମ’ କାର୍ଯ୍ୟକ୍ରମରେ ୪୮,୩୦୦ ବୃକ୍ଷରୋପଣ ହେଲା
September 26
11:16 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୬/୯ : ପ୍ରକୃତି ସୁରକ୍ଷା, ପରିବେଶ ସନ୍ତୁଳନ ଓ ସବୁଜ ବୌଦ୍ଧ ଗଠନର ଲକ୍ଷ୍ୟ ନେଇ ଆଜି ବୌଦ୍ଧ ଜିଲ୍ଲାରେ ‘ସେବା ସଙ୍କଳ୍ପ ଅଭିଯାନ’ ଅନ୍ତର୍ଗତ ‘ଏକ ପେଡ୍ ମା’ କେ ନାମ’ କାର୍ଯ୍ୟକ୍ରମରେ ମୋଟ ୪୮,୩୦୦ଟି ବୃକ୍ଷରୋପଣ କରାଯାଇଛି।
ଜିଲ୍ଲାର ତିନୋଟି ବ୍ଲକ୍‌ରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବୌଦ୍ଧ ବ୍ଲକ୍‌ର ୨୨ଟି ଗ୍ରାମ ପଞ୍ଚାୟତରେ ୧୬,୦୦୦ଟି, ହରଭଙ୍ଗା ବ୍ଲକ୍‌ର ୨୨ଟି ଗ୍ରାମ ପଞ୍ଚାୟତରେ ୧୫,୪୦୦ଟି ଏବଂ କଣ୍ଟାମାଳ ବ୍ଲକ୍‌ର ୨୪ଟି ଗ୍ରାମ ପଞ୍ଚାୟତରେ ୧୬,୮୦୦ଟି ବୃକ୍ଷ ରୋପଣ କରାଯାଇଛି।
କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ଓ ଅଗ୍ରଗତି ତଦାରଖ ପାଇଁ ଜିଲ୍ଲା ପ୍ରଶାସନ ତଥା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।
ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଗତକାଲି ଜିଲ୍ଲାର ବିଭିନ୍ନ ବୃକ୍ଷରୋପଣ ସ୍ଥଳ ପରିଦର୍ଶନ କରି ଏଥି ପାଇଁ ହୋଇଥିବା ପ୍ରସ୍ତୁତି ଓ ଅଗ୍ରଗତିର ସମୀକ୍ଷା କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ବୌଦ୍ଧ ବ୍ଲକ୍ ବିଡିଓ ଯୁଗଳ କିଶୋର ବିଶ୍ୱାଳ, ହରଭଙ୍ଗା ବ୍ଲକ୍ ବିଡିଓ କର୍ଣ୍ଣ ସୁନା ଏବଂ କଣ୍ଟାମାଳ ବ୍ଲକ୍ ବିଡିଓ ସାମିରେଡି ଜୟଶ୍ରୀଙ୍କ ସମେତ ବିଭିନ୍ନ ବ୍ଲକ୍‌ର ଚେୟାରମ୍ୟାନ, ସରପଞ୍ଚ, ଜନପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
‘ଏକ ପେଡ୍ ମା’ କେ ନାମ’ ଅଭିଯାନ ମାଧ୍ୟମରେ ବୃକ୍ଷକୁ କେବଳ ପରିବେଶ ସୁରକ୍ଷାର ମାଧ୍ୟମ ଭାବେ ନୁହେଁ, ବରଂ ମା’ଙ୍କ ପ୍ରତି ସମ୍ମାନ ଓ ଭଲପାଇବାର ପ୍ରତୀକ ଭାବେ ରୋପଣ କରିବାକୁ ଜନସାଧାରଣଙ୍କୁ ପ୍ରେରିତ କରାଯାଇଛି।
ଜିଲ୍ଲାରେ ଏହି ଅଭିଯାନକୁ ଜନଆନ୍ଦୋଳନର ରୂପ ଦେଇ ଅଧିକରୁ ଅଧିକ ଲୋକଙ୍କୁ ବୃକ୍ଷରୋପଣ ଓ ବୃକ୍ଷର ଯତ୍ନ ପାଇଁ ସାମିଲ କରାଯାଉଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930