Indus Valley Times

ବୌଦ୍ଧ: ଜିଲ୍ଲାରେ ଜଳ ସଂପଦ ଥାଇ ମଧ୍ୟ ଚାଷୀ ପାଇ ପାରୁନାହାନ୍ତି ଜଳସେଚନର ସୁବିଧା

 Breaking News

ବୌଦ୍ଧ: ଜିଲ୍ଲାରେ ଜଳ ସଂପଦ ଥାଇ ମଧ୍ୟ ଚାଷୀ ପାଇ ପାରୁନାହାନ୍ତି ଜଳସେଚନର ସୁବିଧା

July 04
00:22 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୭:ଶିଳ୍ପ ବିହୀନ ବୌଦ୍ଧଜିଲ୍ଲାରେ ଲୋକଙ୍କ ମୁଖ୍ୟ ପେଶା ହେଉଛି ଚାଷ । ଜିଲ୍ଲାରେ ୮୫୧୮୦ ହେକ୍ଟର ଚାଷ ଜମି ରହିଥିବା ୫୯୪୩୯ ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯାଉଛି । ହେଲେ ଜିଲ୍ଲାରେ ପର୍ଯ୍ୟପ୍ତ ପରିମାଣର ଜଳ ସେଚନର ଅଭାବରହିଛି । ଜିଲ୍ଲାରେ ୭୨୪୬୭ ହେକ୍ଟର ଚାଷ ଜମିକୁ ଜଳ ସେଚନର ସୁବିଧା ଥିବା ନେଇ ସରକାରୀ ଭାବରେ ସୂଚନା ଦିଆଯାଇଛି । ଅଧିକାଂଶ ଚାଷ ଜମିକୁ ପାଣି ମାଡୁ ନ ଥିବା ବେଳେ କିପରି ଭାବରେ ୭୨୪୬୭ ହେକ୍ଟର ଚାଷ ଜମିକୁ ଜଳ ସେଚନର ସୁବିଧା ଥିବା ସରକାରୀ କୁହାଯାଉଛି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି । ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଜଳ ସଂପଦ ଭରି ରହିଥିଲେ ମଧ୍ୟ ଚାଷ ପାଇଁ ଜଳ ର ଅଭାବ ରହିଛି । ଜିଲ୍ଲା ଦେଇ ମହାନଦୀ, ତେଲନଦୀ, ସାଲୁଙ୍କି, ବାଘନଦୀ ଆଦି ପ୍ରମୁଖ ନଦୀ ଗୁଡିକ ବୋହି ଯାଇଛି । ହେଲେ ସେହି ଜଳ ଗୁଡିକୁ ଚାଷ ପାଇଁ ସଠିକ ଭାବରେ ବିନିଯୋଗ କରାଯାଇ ପାରୁନାହିଁ । ଯାହାଫଳରେ ଚାଷୀ ସବୁବେଳେ ମରୁଡିର ଆଶା ଆଶଙ୍କା ମଧ୍ୟରେ ଗତି କରୁଛି । ଯାହାଫଳରେ ଚାଷ ପାଇଁ ବର୍ଷା ଜଳ ଉପରେ ନିର୍ଭର କରିବାକୁ ପଡୁଛି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି । ଜିଲ୍ଲା ଦେଇ ଯାଇଥିବା ଦୁଇ ପ୍ରମୁଖ ନଦୀ ସାଲୁଙ୍କି ଓ ବାଘନଦୀର ଜଳକୁ ସଂରକ୍ଷିତ ରଖାଯାଇ ଜଳ ସେଚନ ପାଇଁ ବ୍ୟବହାର କରାଯାଉଥିବା ବେଳେ ମହାନଦୀ ଓ ତେଲନଦୀ ଜଳକୁ କେବଳ ଉଠାଜଳ ସେଚନ ମାଧ୍ୟମରେ ଚାଷ କାର୍ଯ୍ୟରେ ଲଗାଯାଉଛି । ସାଲୁଙ୍କି ଜଳ ସେଚନ ପ୍ରକଳ୍ପ ମାଧ୍ୟମରେ ୨୦୯୧୭ ହେକ୍ଟର ଚାଷ ଜମିକୁ ଜଳ ସେଚନ କରାଯାଉଛି । ଯାହାକି ଜିଲ୍ଲା ସର୍ବାଧିକ ଚାଷୀଙ୍କୁ ଜଳସେଚନର ସୁବିଧା ଦେଉଛି । ସେହିପରି ବାଘ ନଦୀ ଜଳ ସେଚନପ୍ରକଳ୍ପରୁ ୫୨୭୭ ହେକ୍ଟର ଜମିକୁ ଜଳ ସେଚନ କରାଯାଉଛି । ୬୯ଟି ଏମଆଇପି ପ୍ରକଳ୍ପ ମାଧ୍ୟମରେ ୧୫୫୦୭ ହେକ୍ଟର ଜମିକୁ ଜଳ ସେଚନ କରାଯାଉଛି । ୬୩୬ଟଟି ଏଲଆଇପି ପ୍ରକଳ୍ପ ଦ୍ୱାରା ୧୫୯୫୮ ହେକ୍ଟଟର ଜମିକୁ ଜଳ ସେଚନ କରାଯାଉଛି । ମେଗା ଲିଫ୍ଟ ପଏଣ୍ଟ ମାଧ୍ୟମରେ ୬୬୦୦ ହେକ୍ଟଟର ଜମିକୁ ଜଳ ସେଚନ କରାଯାଉଛି । ୫୯୭୫ଟି ବୋର ୱେଲ ଓ ଡଗ ୱେଲ ମାଧ୍ୟମରେ ୭୩୭୦ ହକ୍ଟେର ଜମିକୁ ଜଳ ସେଚନର ସୁବିଧା ରହିଛି । ୨୬୩ ଡବ୍ଲ୍ୟୁଏଚଏସ ଦ୍ୱାରା ୮୩୮ ହେକ୍ଟର ଜମିକୁ ଜଳ ସେଚନ କରାଯାଉଥିବା ଜଣାପଡିଛି । କେନାଲ ମରାମତି ଓ ରକ୍ଷାବେକ୍ଷଣ ପାଇଁ ସରକାର ଜଳ ସେଚନ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ ଆଦି ବିଭିନ୍ନ ବିଭାଗକୁ ପ୍ରତି ବର୍ଷ କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେଉଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଠିକାଦର ପ୍ରିତି ଓ ମନମୁଖୀ କାର୍ଯ୍ୟ ଯୋଗୁଁ ଅନୁଦାନ ସବୁ ପାଣିରେ ଧୋଇ ହୋଇଯାଉଛି । କେଉଁଠି କେନାଲ ପୋତି ହୋଇ ଗଲାଣିତ ଆଉ କେଉଁଠି ଭାଙ୍ଗିବାକୁ ବସିଲାଣି । ଯାହାଫଳରେ ଚାଷୀ ଚାଷ ପାଇଁ ପାଣି ଟିକିଏ ପାଇବା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି । କେବଳ ଜିଲ୍ଲାରେ କାଗଜ କଲମ ମାଧ୍ୟରେ ହଜାର ହଜାର ହେକ୍ଟଟର ଚାଷ ଜମିକୁ ଜଳ ସେଚନ କରାଯାଉ ଥିବା ଦର୍ଶା ଯାଉଥିବା ବେଳେ ପ୍ରକୃତ କ୍ଷେତ୍ରରେ ଚାଷୀ ତାହାର ସୁବିଧା ପାଇପାରୁନ ଥିବାର ଅଭିଯୋଗ ହେଉଛି ।
ବୌଦ୍ଧ ମିଲର୍ସ ସଂଘର କର୍ମକର୍ତ୍ତା ଚୟନ ଓ କାର୍ଯ୍ୟାଳୟ ଉଦଘାଟିତ
ବୌଦ୍ଧ,୩/୭: ବୌଦ୍ଧଜିଲ୍ଲା ମିଲର୍ସ ଆସୋସିଏସନ ଦ୍ୱାରା ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟାଳୟ ଜାମ୍ମୁଛକ ଠାରେ ଏକ ନୂତନ କାର୍ଯ୍ୟାଳୟ ଆଜି ମିଲ୍ ମାଲିକମାନଙ୍କ ଉପସ୍ଥିତିରେ ଉଦଘାଟନ କରାଯାଇଛି । ଅନୁଷ୍ଠିତ ସାଧାରଣ ବୈଠକରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ଅଶୋକ କୁମାର ଅଗ୍ରୱାଲା, ସଂପାଦକ ଶଙ୍କର ମେହେର ଯୁଗ୍ମ ସଂପାଦକ ତଥା କୋଷାଧ୍ୟକ୍ଷ ଭାବେ ଅନିମେଷ ଅଗ୍ରୱାଲା ମନୋନୀତ ହୋଇଛନ୍ତି । ଆଜିର ବୈଠକରେ ବୌଦ୍ଧ ଜିଲ୍ଲାରେ ଚାଷୀମାନେ କିଭଳି ଭାବେ ହଇରାଣ ନହୋଇ ଧାନ ବିକ୍ରୟ କରିପାରିବେ ଓ ମିଲର୍ସମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବୌଦ୍ଧଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇ ବିଭିନ୍ନ ସମସ୍ୟାର ସମାଧାନ କିଭଳି ଭାବେ ହୋଇପାରିବ ସଂଘ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଜିଲ୍ଲାର ସମସ୍ତ ମିଲ୍‌ମାଲିକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031