Indus Valley Times

ବୌଦ୍ଧ ଜିଲ୍ଲାରେ ଦୂର୍ନିତୀ ନିବାରଣ ଦିବସ ଏବଂ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

 Breaking News

ବୌଦ୍ଧ ଜିଲ୍ଲାରେ ଦୂର୍ନିତୀ ନିବାରଣ ଦିବସ ଏବଂ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

October 31
21:04 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୧/୧୦: ଭାରତ ସରକାରଙ୍କର ଯୁବ ବ୍ୟାପାର ଓ ଖେଳ ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର ଓ ଜିଲ୍ଲା ପ୍ରଶାସନ ଏବଂ ଭିଜିଲାନ୍ସ ବିଭାଗ (ବୌଦ୍ଧ ଶାଖା) ତରଫରୁ ଦୂର୍ନିତୀ ନିବାରଣ ଦିବସ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଜନସାଧରଣଙ୍କୁ ସଚେତନ କରାଇବା ପାଇଁ ଏହି ଅବସରରେ ଏକ ରାଲି ଭିଜିଲାନ୍ସ କାର୍ଯ୍ୟାଳୟରୁ ପଦଯାତ୍ରାରେ ବାହାରିଥିଲେ ।
ଏଥିରେ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ, ବିଭିନ୍ନ କ୍ଲବର ସଦସ୍ୟ, ପୋଲିସ ବାହିନୀ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଏନ.ସି.ସି ଛାତ୍ର ଏବଂ ୟୁଥ ରେଡ୍ରକ୍ରସର ଛାତ୍ର ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ଏଥି ସଂପର୍କିତ ପ୍ରଚାରପତ୍ର ବଂଟନ, ମାଇକ୍ ଦ୍ୱାରା ପ୍ରଚାର ସହିତ ଏନ.ଏ.ଏସି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ।
ଏହାକୁ ଡେପୁଟି କଲେକ୍ଟର ଅବନିକାନ୍ତ ସାହୁ, ଏନ.ସି.ସି. ଅଫିସର ମହେନ୍ଦ୍ରନାଥ ଦେବତା, ଅଧ୍ୟାପକ ପ୍ରବୀର କୁମାର ଦାସ ସୁବଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସଚେତନତା ସଭା ଏବଂ ଶପଥପାଠ ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୂଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର, ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ତଥା ଜିଲ୍ଲା ପଂଚାୟତ ଅଧିକାରୀ ଅବନିକାନ୍ତ ସାହୁ, ଭିଜିଲାନ୍ସ ଇନିସ୍ପେକଟର ପୁଲସ୍ତି ଛତ୍ରିଆ, ୟୁଥ ରେଡ୍ରକ୍ରସର ସେକ୍ରେଟେରୀ ତଥା ଅଧ୍ୟାପକ ପ୍ରବୀର କୁମାର ଦାସ, ଏ.ଏସ.ଆଇ ରମାକାନ୍ତ ପ୍ରଧାନ, ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ଆଶମାନ ମହାକୁଡ ଯୋଗ ଦେଇ ଦୂର୍ନିତୀ ନିବାରଣର ସଚେତନତା ବାର୍ତା, ରାଷ୍ଟ୍ରୀୟ ଏକତା ଦିବସର ବାର୍ତା, ଭାରତରେ ଏକତା, ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବା ପାଇଁ ଆହ୍ୱାନ ସହିତ ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଉପଲକ୍ଷେ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ, ଦୂର୍ନିତୀ ମୁକ୍ତ ସମାଜ ଗଠନ ସହିତ ଏହା ବିରୋଧରେ ସ୍ୱର ଉତୋଳନ ସହିତ ଜନସଚେତନତା, ଜନଜାଗରଣ ଫଳରେ ସୁସ୍ଥ ସମାଜ ଓ ସ୍ୱଚ୍ଛ ଶାସନ ପ୍ରତିଷ୍ଠିତ ହୋଇପାରିବ, ନିଷ୍ଠାପର କର୍ତବ୍ୟ ପାଳନ ସହିତ ଗୋଷ୍ଠୀଗତ ସହଯୋଗର ଆବଶ୍ୟକତା ଉପରେ ସମସ୍ତ ଅତିଥି ଗୁରୁତ୍ୱାରୋପ କରିଥିଲେ ।
ଏଥିସହିତ ଅକ୍ଟୋବର ୧ ତାରିଖରୁ କ୍ଲିନ୍ ଇଣ୍ଡିଆ ଡ୍ରାଇଭ ଆରମ୍ଭ ହୋଇ ୩୧ ଅକ୍ଟୋବର ରେ ଶେଷ ହେଉଥିବାରୁ ଏହାର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ । ନେହେରୁ ଯୁବ କେନ୍ଦ୍ର ତରଫରୁ ପ୍ଲାଷ୍ଟିକ୍ ମୁକ୍ତ କାର୍ଯ୍ୟକ୍ରମର ଅନ୍ତିମ ଦିନରେ ଯାହା ପ୍ଲାଷ୍ଟିକ ସଂଗ୍ରହ ହୋଇଥିଲା ତାହା ଅତିଥିଙ୍କୁ ଜଣାଇଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ କାର୍ଯ୍ୟକ୍ରମକୁ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଅଶ୍ୱିନୀ କୁମାର ମେହେର ସଭାରେ ଉପସ୍ଥିତ ସମସ୍ତ କର୍ମକର୍ତାଙ୍କୁ ଦୂର୍ନିତୀମୁକ୍ତ କାର୍ଯ୍ୟ କରିବା ଶପଥ ପାଠ ସହିତ ଜାତୀୟ ଏକତା ଦିବସ ପାଇଁ ଶପଥପାଠ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଭିଜିଲାନ୍ସ କାର୍ଯ୍ୟାଳୟର ମକରଧ୍ୱଜ ଦିଶ୍ରୀ, ସନ୍ତୋଷ କୁମାର ସାହୁ, ଦୟାନିଧି ମେହେର, ସନ୍ତୋଷ ନନ୍ଦ, ବେଣୁଧର ପ୍ରଧାନ, ପଲକ ବେହେରା ଏବଂ ଡି.ଆଇ.ପି.ଆର.ଓ ଅଫିସର କର୍ମଚାରୀ ଯୁଧିଷ୍ଟିର ପ୍ରଧାନି, ଅକ୍ଷୟ ମହାକୁଡ ଏବଂ କର୍ମଚାରୀ ପ୍ରାଣବନ୍ଧୁ ବେହେରା ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଦୂର୍ନିତି ନିବାରଣ ଉପଲକ୍ଷେ ସପ୍ତାହ ବ୍ୟାପି ବିଭିନ୍ନ ସ୍ଥାନରେ ଜନସଚେତନତା ପାଇଁ ସଭା ଏବଂ ଶପଥପାଠ ଅନୁଷ୍ଠିତ ହୋଇଥିଲା ।
ବୌଦ୍ଧ : ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟରେ ୫ ଟି ରୁପାନ୍ତରଣ ବୈଠକ
ବୌଦ୍ଧ,୩୧/୧୦: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଲୁଣିବାହାଲ ଠାରେ ଥିବା ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟଠାରେ ମୋ ସ୍କୁଲ ଯୋଜନା ଅନ୍ତର୍ଗତ ୫ଟି ରୁପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବରାଜ ପ୍ରଧାନ ମୁଖ୍ୟଅତିଥି ଓ ଲୁଣିବାହାଲ ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୃପ୍ତି ରଂଜନ ଦାନୀ ଓ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ଲବ କୁମାର ଅମାତ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟର ବିକାଶ ପାଇଁ ବହୁମୂଲ୍ୟ ପରାମର୍ଶ ଦେଇଥିଲେ ।
ସଭାରେ ବିଦ୍ୟାଳୟର ସମସ୍ତ ଅଭିଭାବକ,ପୂର୍ବତନ ଛାତ୍ରଛାତ୍ରୀ,ବିଦ୍ୟାଳୟ ପରିଚାଳନା ସମିତିର ଶହେରୁ ଉର୍ଦ୍ଧ୍ୱ ସଦସ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫ଟି ରୁପାନ୍ତରଣ ଆଭିମୁଖ୍ୟ ଓ ଏଥିରେ ଜନସାଧାରଣଙ୍କ ସହଭାଗୀତା ଉପରେ ବୈଠକରେ ବିଷଦ ଆଲୋଚନା ହୋଇଥିଲା ।
ପରିଶେଷରେ ଉପସ୍ଥିତ ସଭ୍ୟ/ସଭ୍ୟାଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ସହକର୍ମୀମାନେ ସହଯୋଗ କରିଥିଲେ ।
ବୌଦ୍ଧ : ୪୫ କିଲୋ ଗଞ୍ଜେଇ ସହ ଜଣେ ଗିରଫ
ବୌଦ୍ଧ,୩୧/୧୦: ବୌଦ୍ଧ ପୋଲିସ ୪୫ କିଲୋ ଗଞ୍ଜେଇ ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ବୌଦ୍ଧ ଥାନା ପକ୍ଷରୁ ମିଳିଥିବା ସୂଚନା ମୁତାବକ ହରଭଙ୍ଗା ବ୍ଲକ ଲାଣ୍ଡିବନ୍ଧଠାରେ ଥିବାଏକ ଫାର୍ମହାଉସ ମଧ୍ୟରେ ଗଞ୍ଜେଇ ଗଛିତ କରି ରଖାଯାଇଥିବା ବିଶ୍ୱସ୍ତସୁତ୍ରରୁ ସୂଚନା ପାଇ ବୌଦ୍ଧ ଥାନା ପକ୍ଷରୁ ଏକ ଟିମ ଚଢାଉ କରି ୪୫ କିଲୋ ଗଞ୍ଜେଇ ସହିତ ବୌଦ୍ଧ ମୁସଲିମପଡାର ଶେଖ ଅବଦୁଲ୍ଲାକୁ ଗିରଫ କରିଥିଲେ ।
ଏକଜୁକୁଟିଭ ମାଜିଷ୍ଟ୍ରେଟ ବୌଦ୍ଧ ତହସିଲଦାର ସନତ କୁମାର ନାଏକଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇ ବୌଦ୍ଧଥାନା କେସ ନମ୍ବର ୨୭୦/୨୧ ରେ ମାମଲା ରୁଜୁ କରାଯାଇ ଫାର୍ମହାଉସ ମାଲିକକୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।
ବୌଦ୍ଧ : ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ
ବୌଦ୍ଧ,୩୧/୧୦-ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ୩୭ ତମ ଶ୍ରାଦ୍ଧ ବାର୍ଷିକ ଜିଲ୍ଲା କଂଗ୍ରେସର ଆଇନସେବା କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ କଂଗ୍ରେସ କର୍ମୀ ଯୋଗଦେଇ ସ୍ମୃତି ଚାରଣ କରିଥିଲେ ।
ବୌଦ୍ଧଜିଲ୍ଲା ସାଧାରଣ ପରିଷଦ ବୈଠକ
ବୌଦ୍ଧ,୩୧/୧୦: ବୌଦ୍ଧଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଆଜି ହରଭଙ୍ଗା ବ୍ଲକ ଅନ୍ତର୍ଗତ ନୂଆପଡା ଡେମଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ସଂଘର ଦୁଇଜଣ ବରିଷ୍ଠ ସଦସ୍ୟ ସତୀଶ ଚନ୍ଦ୍ର ପଟ୍ଟନାୟକ ଓ କପିଳେଶ୍ୱର ପ୍ରଧାନଙ୍କ ପରଲୋକ ହୋଇଯାଇଥିବାରୁ ସେମାନଙ୍କର ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
ଜିଲ୍ଲା ସଂଘର ସଭାପତି ରତ୍ନାକର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବିଷଦ ଆଲୋଚନା କରାଯାଇଥିଲା । କୋଭିଡ କଟକଣା ଯୋଗୁଁ ସଂଘର ବାର୍ଷିକ ଉତ୍ସବ ଦୁଇବର୍ଷ ହେଲା ପାଳନ କରାଯାଇନଥିବାରୁ ଆଗକୁ ନେଇ ପ୍ରସ୍ତୁତି ସଂପର୍କରେ ସଦସ୍ୟମାନେ ବ୍ୟକ୍ତିଗତ ମତ ବ୍ୟକ୍ତ କରିଥିଲେ ।
ତେବେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବାର୍ଷିକ ଉତ୍ସବ ଆୟୋଜନ ପାଇଁ ନିଷ୍ପତି ସହିତ ସଂଘର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ କିଣାଯାଇଥିବା ଜମିରୁ ଜବରଦଖଲ ଉଛେଦ କୁ ପ୍ରାଥମିକତା ଦେବାକୁ ମତପ୍ରକାଶ ପାଇଥିଲା । ସଂଘର ସଂପାଦିକା ପ୍ରଣତି ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସମସ୍ତ ସଦସ୍ୟ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031