Indus Valley Times

ବୌଦ୍ଧ ଜିଲ୍ଲାରେ ନିଯୁକ୍ତି ମେଳା ୨୦୨୧-୨୨ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧ ଜିଲ୍ଲାରେ ନିଯୁକ୍ତି ମେଳା ୨୦୨୧-୨୨ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

December 30
09:12 2021

କମ୍ଭୁଧର କ୍ଷତିଙ୍କ ରିପୋର୍ଟ
ବୌଦ୍ଧ,୩୦/୧୨: ବୌଦ୍ଧ ଜିଲ୍ଲାରେ ନିଯୁକ୍ତି ମେଳା ୨୦୨୧-୨୨ ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ବୌଦ୍ଧର ମିଳିତ ସହଯୋଗରେ ବୌଦ୍ଧ ଜିଲ୍ଲାରେ ଦୁଇଟି କ୍ଷୁଦ୍ର ନିଯୁକ୍ତି ମେଳା ଆସନ୍ତା ୧୧.୧ ୨୦୨୨ରିଖରେ ଟାଉନହଲ ପ୍ରାଙ୍ଗଣରେ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଓ ୧୨.୧.୨୦୨୨ ରେ ପଞ୍ଚାୟତ ମହାବିଦ୍ୟାଳୟ କଣ୍ଟମାଳ ଠାରେ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟଯେ, ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ବେସରକାରୀ ସଂସ୍ଥାର ନିଯୁକ୍ତିଦାତା ଓ ଦକ୍ଷତା ବୃଦ୍ଧି ତାଲିମଦାତାମାନେ ଯୋଗଦେବେ ।
ଏହି ମେଳାକୁ ଶାନ୍ତି ଶୃଙ୍ଖଳା ସହିତ କରାଯିବା ନେଇ ପ୍ରସ୍ତୁତି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥି ପାଇଁ ଷ୍ଟଲ ପ୍ରସ୍ତୁତି, ଆଇନ ଶୃଙ୍ଖଳା ନେଇ ପ୍ରସ୍ତୁତି , ପାନୀୟ ଜଳ, ମେଡିକାଲ ସୁବିଧା, ଅଗ୍ନିଶମବାହିନୀର ପ୍ରସ୍ତୁତି ,କୋଭିଡ ନିୟମ ଅନୁପାଳନ ଓ ଆବଶ୍ୟକୀୟ କର୍ମଚାରୀଙ୍କ ଯୋଗଦାନ ଇତ୍ୟାଦି ପାଇଁ ବୈଠକରେ ଆଲୋଚନା କରାଯାଇଥିଲା । ଏହି ମେଳାରେ ଜିଲ୍ଲାର ବହୁ ଯୁୂବକ , ଯୁବତୀ ଯେଉଁଭଳି ଆବେଦନ କରିବେ ସେଥିପାଇଁ ପ୍ରଚାର ପ୍ରସାର କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏହି ନିଯୁକ୍ତି ପାଇଁ ୧୮ରୁ ୩୫ ବର୍ଷ ବୟସ , ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀରୁ ଯୁକ୍ତ୩ କିମ୍ବା ଆଇଟିଆଇ, ଡିପ୍ଳୋମା ସହିତ ଆବଶ୍ୟକୀୟ ପ୍ରମାଣପତ୍ର , ଆଧାର କାର୍ଡ ନକଲ, ଶିକ୍ଷ୍ୟାଗତ ପ୍ରମାଣପତ୍ର ନକଲ . ପାସପୋଟ ଫଟୋ , ଆବଶ୍ୟକ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାଏକ ପ୍ରକାଶ କରିଥିଲେ । ଏଥି ସହିତ ମାସ୍କ ପରିଧାନ କରି ନିଯୁକ୍ତି ମେଳାରେ ଭାଗ ନେବାକୁ ଅନୁରୋଧ କରିଥିଲେ ।
ଏହି ବୈଠକରେ ଜିଲ୍ଲାପାଳ ଶ୍ରୀମିଶ୍ରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହରା, ଉପଜିଲ୍ଲାପାଳ ସନତ କୁମାର ନାଏକ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସାଲଖୁ ମୁର୍ମୁୁ, ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ .ମନୋରଞ୍ଜନ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଳକ୍ଷପତି ଭୋଇ , ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ମେଳାକୁ ସଫଳ କରିବା ପାଇଁ ଜିଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ପଞ୍ଚାୟତିରାଜ ବ୍ୟବସ୍ଥା ପରିଚାଳନାର ତାଲିମ ପାଇଁ ବୌଦ୍ଧରେ ପହଞ୍ଚିଲେ ଜାଭିୟର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ
ବୌଦ୍ଧ, ୩୦/୧୨ : ବୌଦ୍ଧ ଜିଲ୍ଲାକୁ ପଞ୍ଚାୟତିରାଜ ପରିଚାଳନାର ତାଲିମ ପାଇଁ ଆସିଥିବା ଜାଭିୟର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପଞ୍ଚାୟତିରାଜ ବିଭାଗର ବିଭାଗର ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରୀତା ଉପରେ ଏହି ଛାତ୍ରଛାତ୍ରୀ ତଥ୍ୟ ସଂଗ୍ରହ କରିବା ସହିତ ତାଲିମ ଗ୍ରହଣ କରିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେର,ତହସିଲଦାର ଅବିନାଶ ପାଣ୍ଡିଆ,ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ,ଏପିଡି ଗୋଲକ ଚନ୍ଦ୍ର ଦଳେଇ ଛାତ୍ରଛାତ୍ରୀଙ୍କୁ ପଞ୍ଚାୟତସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଇଥିଲେ ।
ଏହି ଛାତ୍ରଛାତ୍ରୀମାନେ ତିନୋଟି ଦଳରେ ବିଭକ୍ତ ହୋଇ ହରଭଙ୍ଗା ବ୍ଲକର ବାମଣ୍ଡା ଓ ସରସରା ଏବଂ ବୌଦ୍ଧ ବ୍ଲକର ମରୁଷୁଣ୍ଢି ଗ୍ରାମପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର ସଫଳତା ନେଇ ଅନୁଧ୍ୟାନ କରିବେ ବୋଲି ଜଣାପଡିଛି । ସରକାରୀ ଯୋଜନା ଗୁଡିକ ଲୋକଙ୍କ ପାଖରେ କିପରି ଠିକ୍ ଭାବରେ ପହଞ୍ଚି ପାରିବ ଏହି ଛାତ୍ରଛାତ୍ରୀମାନେ ବିଭିନ୍ନ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ତଥ୍ୟ ସଂଗ୍ରହ କରିବେ । ଏହି ୭ ଜଣିଆ ଦଳକୁ ତିନୋଟି ଦଳରେ ବିଭକ୍ତ କରାଯାଇଥିବାବେଳେ ପ୍ରଥମ ଦଳରେ ହରସିମରନ କାଉର ଓ ବିଶାଲ କୁମାର ବନଛୋର,ଦ୍ୱିତିୟ ଦଳରେ ମେହେଲି ରାୟଚୌଧୁରୀ,ସୋହମ ପରୀକ୍ଷିତ ମିଶ୍ର ଓ ତୃତୀୟ ଦଳରେ ଭଂସିକା ସିଂହ,ଅନିର୍ବାଣ ଦାଶ ଓ ସତ୍ୟବ୍ରତ ଦାଶ ଥିବା ଜଣାଯାଇଛି ।
ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହି ତାଲିମ ଓ ତଥ୍ୟ ସଂଗ୍ରହ ଅଭିଯାନ ୨୭ ଜାନୁୟାରୀ (ଏକମାସ) ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଆଜି ପ୍ରଥମ ଦିବସରେ ଛାତ୍ରଛାତ୍ରୀମାନେ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ବୁଲି ଦେଖିବାସହ ଜିଲାର ଐତିହ୍ୟ,ପରମ୍ପରା,ସଂସ୍କୃତି,ପର୍ବପର୍ବାଣୀ,ଖାଦ୍ୟ ଓ ଚଳଣି ଉପରେ ତଥ୍ୟ ସଂଗ୍ରହ କରିଥିଲେ । ଛାତ୍ରଛାତ୍ରୀମାନେ ବୌଦ୍ଧର ସଂଗ୍ରହାଳୟ ମଧ୍ୟରେ ସଂରକ୍ଷିତ ଥିବା ବିଭିନ୍ନ ସାମଗ୍ରୀ ଦେଖି ଅଭିଭୁତ ହେବା ସହିତ ଜିଲ୍ଲାପାଳଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ତହସିଲଦାର ଅବିନାଶ ପାଣ୍ଡିଆ, ଜିଲ୍ଲା ସଂସ୍କୃତି ଅଧିକାରୀ ବିରଞ୍ଚି ଧରୁଆ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଓ ସ୍ଥପତି ସୁମନ ଷଡଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ସଂଗ୍ରହାଳୟ ବୁଲାଇବା ସହିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ।
ଡାଙ୍ଗପଡା ଗ୍ରାମରେ ଯୁବଗୋଷ୍ଠୀର ଉଦ୍ୟମ କ୍ରମେ ୩୦ ବର୍ଷର ଦ୍ୱନ୍ଦ ହେଲା ଦୂର
ବୌଦ୍ଧ,୩୦/୧୨:ଯୁବଗୋଷ୍ଠୀର ଉଦ୍ୟମ କ୍ରମେ ୩୦ ବର୍ଷର ଗ୍ରାମର ଦ୍ୱନ୍ଦ ଦୂର ହେଲା, ଡାଙ୍ଗପଡା ଗ୍ରାମବାସୀ ଏକ ହେଲେ ୩୦ ବର୍ଷ ହେଲା ଗ୍ରାମବାସୀମାନେ ଦୁଇ ଭାଗ ହୋଇ ସଦାସର୍ବଦା ନିଜନିଜ ମଧ୍ୟରେ ଗଣ୍ଡଗୋଳ ଓ ମନୋମାଳିନ୍ୟ ଲାଗି ରହିଥିଲା । ଗ୍ରାମର ଉନ୍ନତି ମଧ୍ୟ ଠପ୍ ହୋଇ ରହିଥିଲା ।
ଏହାକୁ ଅନୁଭବ କଲେ ଗ୍ରାମର ଯୁବ ଗୋଷ୍ଠି । ନିଜ ନିଜ ଭିତରେ ବିଚାର ଆଲୋଚନା କରି ଗ୍ରାମର ଉନ୍ନତି ଏବଂ ଭାଇଚାରାର ମାହୋଲ ପ୍ରତିଷ୍ଠା ପାଇଁ ସଂପୂର୍ଣ୍ଣ ଗ୍ରାମକୁ ଏକ କରିବା ସହିତ ଉଭୟ ଗୋଷ୍ଠୀକୁ ମିଶାଇବାକୁ ସକ୍ଷମ ହୋଇପାରିଛନ୍ତି । ଏହା ହୋଇଛି ବୌଦ୍ଧ ଜିଲ୍ଲା ସଦର ବ୍ଳକ ମୁରଷୁଣ୍ଢି ଗ୍ରାମପଂଚାୟତର ଡାଙ୍ଗପଡା ଗ୍ରାମରେ ।
ଡାଙ୍ଗପଡା ଗ୍ରାମରେ ୩୦ ବର୍ଷ ପୂର୍ବେ ଗ୍ରାମବାସୀମାନେ ଦୁଇଭାଗ ହୋଇ ନିଜନିଜ ମଧ୍ୟରେ ସର୍ବଦା ଗଣ୍ଡଗୋଳ ହେଉଥିଲେ । ଫଳରେ ବର୍ଷବର୍ଷ ଧରି ଉକ୍ତଗ୍ରାମରେ ୧୪୪ ଧାରା ଜାରି ହୋଇ ରହିଥିଲା ।
ଏବେ ଯୁବଗୋଷ୍ଠୀର ଉଦ୍ୟମ କ୍ରମେ ୩୦୦ ରୁ ଅଧିକ ପରିବାର ବିଶିଷ୍ଟ ଡାଙ୍ଗପଡା ଗ୍ରାମର ସମସ୍ତେ ଏକ ହୋଇଛନ୍ତି । ବୁଧବାର ଗ୍ରାମର ଭାଗବତ ମନ୍ଦିରରେ ଏନେଇ ଏକ ଉତ୍ସବ ଆୟୋଜିତ ହୋଇଥିଲା ।
ଉତ୍ସବରେ ପୂର୍ବତନ ସରପଂଚ ଘାସି ଭୋଇ, ସୁଧାଂଶୁ ପ୍ରଧାନ, ରଘୁନାଥ କଲତା, ଅବିନାସ ହୋତାଙ୍କ ସମତେ ଅନ୍ୟମାନେ ଗ୍ରାମର ଉନ୍ନତି ପାଇଁ ସମସ୍ତେ ଏକ ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ମନ୍ଦିରରେ ସମସ୍ତେ ଏକତ୍ରିତ ହୋଇ ମିଳିମିଶି ରହିବା ସହିତ ଭାଇଚାରାର ମାହୋଲ ବୃଦ୍ଧି କରିବା ନେଇ ଶପଥ କରିଥିଲେ ।
ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦଳର ପ୍ରତିଷ୍ଠା ଦିବସ ପାଳିତ
ବୌଦ୍ଧ ୩୦/୧୨: ଭାରତୀୟ ଜାତୀୟ କଂଗ୍ରେସ ର ପ୍ରତିଷ୍ଠା ଦିବସରେ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ପରାମର୍ଶ କ୍ରମେ ଜିଲ୍ଲାର ଦୁଇ ସହ (୨୦୦) ଅସହାୟ, ଅକର୍ମଣ୍ୟ ଏବଂ ବୃଦ୍ଧ, ବୃଦ୍ଧା ମାନଙ୍କୁ କଂଗ୍ରେସ କର୍ମୀ ମାନଙ୍କ ଦ୍ୱାରା ଚି଼ହ୍ନଟ କରାଯାଇ ଚନ୍ଦନ ନଗର, ବଡ଼ ବାଗବର, ରାଇପୁର, ଦେବଗଡ଼, ଲାଣ୍ଡିବନ୍ଧ, ଗାନ୍ଧୀଗ୍ରାମ, ରାଧାନଗର, କେଳାକଟା, ମଥୁରା, ଖଜୁରୀ ପଡ଼ା, ଚମ୍ପାପୁର, ବଡ଼ ସୁବଳୟା, ବରଝୁଲି, ନୂଆପଡା, ରାମ୍ଭିକଟା, ବିରନରସିଂହ ପୁର, ହରେକୃଷ୍ଣ ପୁର, କୃଷ୍ଣ ମୋହନ ପୁର, କରଡ଼ି, ମହୁଲ ବୁରି, ଖୁଣ୍ଟ ବନ୍ଧ, ବାଲ ଦୁହୁଲି, ତେଲିବନ୍ଧ, କମଳ ପୁର, ପଦ୍ମନ ପୁର ଆଦି ଗ୍ରାମ ମାନଙ୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ଜଣାଯାଏ ।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମିଶ୍ର ନେତୃତ୍ୱ ନେଇ ଥିବା ବେଳେ ଉପ ସଭାପତି ସମରେଶ ମିଶ୍ର, ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି ପଙ୍କଜ କୁମାର କର୍ଣ୍ଣ, ଜିଲ୍ଲା କଂଗ୍ରେସ କୃଷକ ସଂଯୋଜକ ରୋହିତାଶ୍ଵ ବେହେରା, ଜିଲ୍ଲା ଓ ବି ସି ବିଭାଗ ସମ୍ପାଦକ ବୁଦ୍ଧ ଦେବ ପ୍ରଧାନ, କିଶୋର ହାତୀ, ହରଭଙ୍ଗା ବ୍ଲକ କୋଷାଦ୍ଧକ୍ଷ ପୌଲସ୍ତି ପ୍ରଧାନ, ଜିଲ୍ଲା କଂଗ୍ରେସ ଯୁବ ସଂଯୋଜକ ସୁଶୀଲ ହୋତା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ କବିତା ମହାକୁଳ, ଆଇନ ଜୀବି ତାରିଣୀ ଜେନା, ଅର୍ଜୁନ ମହାନନ୍ଦିଆ, ଶେଷଦେବ ପ୍ରଧାନ ପ୍ରମୁଖ ସାମିଲ ହୋଇ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କୁ ସଫଳ କରାଇ ଥିବା ଜଣାଯାଏ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031