Indus Valley Times

ବୌଦ୍ଧ ଜିଲ୍ଲାରେ ଯୋଗର ପ୍ରଚାର ପ୍ରସାର ପାଇଁ ସ୍ୱାମୀ ରାମଦେବଙ୍କ ପରାମର୍ଶ

 Breaking News

ବୌଦ୍ଧ ଜିଲ୍ଲାରେ ଯୋଗର ପ୍ରଚାର ପ୍ରସାର ପାଇଁ ସ୍ୱାମୀ ରାମଦେବଙ୍କ ପରାମର୍ଶ

ବୌଦ୍ଧ ଜିଲ୍ଲାରେ ଯୋଗର ପ୍ରଚାର ପ୍ରସାର ପାଇଁ ସ୍ୱାମୀ ରାମଦେବଙ୍କ ପରାମର୍ଶ
January 11
11:11 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୧: ପତଞ୍ଜଳି ଯୋଗପୀଠ ହରିଦ୍ୱାର ଠାରେ ତିନିଦିନ ବ୍ୟାପି ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି, ଭାରତକୁ ବିଶ୍ୱ ଗୁରୁ କରିବା ପାଇଁ ଯୋଗର ପ୍ରଚାର ପ୍ରସାର ମୁଖ୍ୟ ମାଧ୍ୟମ ବୋଲି ବୈଠକରେ ଆଲୋଚନା କରିଥିଲେ ।
ପୂର୍ବ କାଳରେ ମୁନି ଋଷି ମାନେ ଯୋଗ କରି ସମସ୍ତ କାର୍ଯ୍ୟରେ ସଫଳ ହେଉଥିଲେ । ବୌଦ୍ଧଜିଲ୍ଲାରେ ଯୋଗ କାର୍ଯ୍ୟକ୍ରମ ସମ୍ପର୍କରେ ଭାରତ ସ୍ୱାଭିମାନ ଟ୍ରଷ୍ଟ ଜିଲ୍ଲା ପ୍ରଭାରୀ ଦେବାଶିଷ ପୁରୋହିତଙ୍କ ସହିତ ଆଲୋଚନା କରିଥିଲେ ।
ଭାରତୀୟ ଶିକ୍ଷା ବୋର୍ଡ଼ ମାଧ୍ୟମରେ ଶିକ୍ଷାର ବିକାଶ ଏବଂ ଯୋଗ, ଯଜ୍ଞ, ପ୍ରାକୃତିକ ଚିକିତ୍ସା ଓ ଆୟୁର୍ବେଦ ମାଧ୍ୟମରେ ଶରୀରକୁ ସୁସ୍ଥ ନିରୋଗ ରଖିପାରିବା ବୋଲି ପ୍ରକାଶ କରିଥିଲେ ।
୨୦୦୭ ମସିହାରେ ବୌଦ୍ଧରେ ପତଞ୍ଜଳି ଯୋଗ ସମିତି ସ୍ଥାପନା ହୋଇଥିଲା, ଆଜି ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାର ଶତକଡା ଷାଠିଏ ଗ୍ରାମ ଓ ଅଶୀଭାଗ ଶିକ୍ଷାନୁଷ୍ଠାନରେ ଯୋଗର ପ୍ରସାର ହୋଇପାରିଛି । ବୌଦ୍ଧଜିଲ୍ଲାରେ ୫୦ ଜଣ ମୁଖ୍ୟ ଯୋଗ ଶିକ୍ଷକ ରହିଥିବା ବେଳେ ଶତାଧିକ ସହ ଯୋଗ ଶିକ୍ଷକ ଅଛନ୍ତି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ୩୦ ଗୋଟି ସ୍ଥାନରେ ଦୈନିକ ଯୋଗାଭ୍ୟାସ କରାଯାଉଛି । ଆସନ୍ତା ଦିନରେ ୧୦୦ ଟି ସ୍ଥାନରେ ଯୋଗକେନ୍ଦ୍ର ଖୋଲିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଚଳିତ ବର୍ଷ ସ୍ୱାମୀଜୀ ଯୋଗ ପ୍ରଚାର ପାଇଁ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାରେ ତ୍ରୀ ଦିବସୀୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଉଦ୍ୟମ କରାଯିବ ବୋଲି ମତ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ପ୍ରଭାରୀ ସୁଧାଂଶୁ ଅଧିକାରୀ, ରାଧାମାଧବ ବହିଦାର, ଗିରିଜା ଦେବୀ, ସ୍ୱୟଂ ପ୍ରକାଶ ମହାପାତ୍ର, ଅମୃତାଂଶୁ ପ୍ରଧାନ, କ୍ଷିତୀଶ ପଟ୍ଟନାୟକଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରଭାରୀ ଉପସ୍ଥିତ ରହିଥିଲେ ।
ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥରେ ପୃଥକ ପୃଥକ ତିନି ଦୁର୍ଘଟଣା:ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଅଳ୍ପକେ ବର୍ତିଲେ ୪୫ ଯାତ୍ରୀ
ବୌଦ୍ଧ,୧୧/୧: ବୌଦ୍ଧ ଜିଲ୍ଲା ଦେଇଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଦିନରେ ପୃଥକ ପୃଥକ ତିନି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ମଧ୍ୟରେ ଏକ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ବସରେ ଥିବା ୪୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତ ଯାଇଛନ୍ତି । ମିଳିଥିବା ସୁଚନା ମୁତାବକ କ୍ରୀଷ୍ଣା ନାମକ ଏକ ଘରୋଇ ବସ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳର ତୀର୍ଥ ଯାତ୍ରୀକୁ ନେଇ ହରିଶଙ୍କରରୁ ତୀର୍ଥ ସାରି ନିଜ ଗାଁକୁ ଫେରୁଥିବା ବେଳେ ଜାତୀୟ ରାଜପଥର ହରଭଙ୍ଗା ବ୍ଳକର ବୀରନରସିଂହପୁର ଠାରେ କଡକୁ ଭାରସାମ୍ୟ ହରାଇ ଖସି ପଡିଥିଲା । କିନ୍ତୁ ଦୁର୍ଘଟଣାରେ କାହାର କିଛି ହୋଇନଥିବା ଜଣାପଡିଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ôଚ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ରହିବା ସହ ଖାଇବାକୁ ଦେଇଥିବା ଜଣାପଡିଛି । ସୋମବାର ଭୋର ଭୋର ଦ୍ୱିତୀୟ ଦୁର୍ଘଟଣାଟା ଜାତୀୟ ରାଜପଥର ପୁରୁଣାକଟକ ଥାନା ଅର୍ନ୍ତଗତ ସିଙ୍ଗାଣିବିଡା ଠାରେ ହୋଇଥିବା ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲା ଧଉଳି ଅଞ୍ଚଳର ଜଣେ ବ୍ୟକ୍ତି ଏକ ମଟର ସାଇକେଲରେ ବୌଦ୍ଧ ଆଡକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଏକ ମଟର ସାଇକେଲ ଦୁର୍ଘଟଣା ହୋଇଥିଲା । ଫଳରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଥିଲେ । ଖବର ପାଇ ହରଭଙ୍ଗା ଦମକଳ ବାହିନୀ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରିଥିଲେ । ପୁଣି ଅପରାହ୍ନରେ ନୟାଗଡ ଜିଲ୍ଲାରୁ ବୌଦ୍ଧ ଆସୁଥିବା ବେଳେ ଏକ ଧାନ ବୋଝେଇ ଟ୍ରକ ଆଡେଣୀଗଡ ଫାଣ୍ଡି ଅର୍ନ୍ତଗତ ରଙ୍ଗମାଟିଆ ଠାରେ ରାସ୍ତା କଡକୁ ଖସି ପଡିଥିଲା ।
ମହାନଦୀରେ ବ୍ଳାଷ୍ଟିଂ ଓ ବିଷ ଯୋଗୁଁ ମାଛ ବଂଶ ଲୋପ ଓ ପାଣି ବିଷାକ୍ତ ଅଭିଯୋଗ ,ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲା ମତ୍ସ୍ୟଜୀବୀ ସଂଘ
ବୌଦ୍ଧ,୧୧/୧: ବୌଦ୍ଧ ଜିଲ୍ଲାରେ ଚିରସ୍ରୋତା ମହାନଦୀ ଦୀର୍ଘ ୧୧୦ କିମି ମନମୁଣ୍ଡା ଠାରୁ ତୀରଡ ପର୍ଯ୍ୟନ୍ତ ପ୍ରବାହିତ ହେଉଛି । ମହାନଦୀ ଜଳରୁ ପ୍ରତିଦନି ମାଛ ,କଙ୍କଡା, ଚିଙ୍ଗୁଡି ଆଦି ମାରି ବଜାରରେ ବିକ୍ରି କରି ଜିଲ୍ଲାର ମସ୍ôୟଜୀବୀ ପରିବାର ଦୀର୍ଘ କାହିଁ କେତେ ବର୍ଷରୁ ପରିବାର ପ୍ରତିପୋଷଣ କରିଆସୁଛନ୍ତି । ବର୍ତ୍ତମାନ ଚିରସ୍ରୋତା ମହାନଦୀ ରେ ଆଉ ଆଗ ପରି ପାଣି ପ୍ରବାହିତ ହେଉନଥିବା ବେଳେ ମତ୍ସ୍ୟଜୀବୀ ପରିବାର ଆଉ ଆଗ ଭଳିଆ ନଦୀରୁ ମାଛ ହେଉନଥିବା ବେଳେ କାଭାଁ ମାଛ ମିଳୁଥିବା ବେଳେ ବର୍ତ୍ତମାନ ମହାନଦୀରେ ବ୍ଳାଷ୍ଟିଙ୍ଗ ଓ ବିଷ ପକାଇ ମାଛ ମାରୁଥିବା ଯୋଗୁଁ ଦିନକୁ ଦିନ ମାଛ ବଂଶ ଲୋପ ପାଉଥିବା ବେଳେ ମହାନଦୀର ପାଣି ମଧ୍ୟ ବିଷାକ୍ତ ହେଉଥିବା ନେଇ ମତ୍ସ୍ୟଜୀବୀ ସୁରକ୍ଷା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଏନେଇ ସୋମବାର ଦିନ ବାଉଁଶୁଣୀ ମତ୍ସ୍ୟଜୀବୀ ସୁରକ୍ଷା ସଂଘ ଏହା ଉପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେବା ସହ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ମତ୍ସ୍ୟଜୀବୀ ସୁରକ୍ଷା ସଂଘର ଦାବୀ ହେଲା ଅସଦ ଉପାୟରେ ମାଛ ମାରୁଥିବା ଯୋଗୁଁ ମାଛ ବଂଶ ଲୋପ ହେବା ସହ ପାଣି ଦୁଷିତ ହେଉଥିବା ଯୋଗୁଁ ଗୋରୁ ଗାଇ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ମତ୍ସ୍ୟଜୀବୀ ପରିବାର ଦିନକୁ ଦିନ ଜୀବୀକା ହରାଇବାକୁ ବସିଥିବା ଅଭିଯୋଗ କରିଛନ୍ତି । ଦାବୀ ପତ୍ର ଦେବା ସମୟରେ ସଂଘର ସଭାପତି ରଙ୍ଗାଧର ଦଣ୍ଡିଆ, ପବିତ୍ର ନାଏକ. ବୃଷଭ ଦଣ୍ଡିଆ, ଦଳଗୋବିନ୍ଦ ବେହେରା, ଗଦାଧର ବେହେରା,ମଦନ ନାଏକ , ଦ୍ରୋଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ବନ ବିଭାଗର ଚଢାଉ, ବିପୁଳ ପରିମାଣର କାଠ ଗଣ୍ଡି ଜବତ
ବୌଦ୍ଧ ୧୧/୧: ବୌଦ୍ଧ ବନଖଣ୍ଡ ଅଧିନସ୍ଥ ବୌଦ୍ଧ ବନାଞ୍ଚଳ ଅନ୍ତର୍ଗତ ଖଜୁରିପଡ଼ା ସେକସନ୍ ର କରଡ଼ାପଡ଼ା ଗ୍ରାମ ନିକଟରେ ୫ ଗୋଟି ଶାଳ ଗଣ୍ଡି ଜବତ କଲା ବନ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍ ସୋମବାର ରାତ୍ର କାଳୀନ ପାଟ୍ରୋଲିଂ କରୁଥିବା ସମୟରେ ଖଜୁରିପଡ଼ା ସେକସନ୍ ର ରାମ୍ଭିକଟା ବିଟ୍ ର କରଡ଼ାପଡ଼ା ଗ୍ରାମ ନିକଟରେ ଚୋରା ଚାଲାଣ କରିବାକୁ ରଖା ଯାଇଥିବା ୫ ଗୋଟି ଶାଳ ଗଣ୍ଡି କୁ ବନବିଭାଗ ଟିମ୍ ଜବତ କରିଛନ୍ତି।
ଜବତ ଗଣ୍ଡି ଗୁଡ଼ିକ ର ଆନୁମାନିକ ମୂଲ୍ୟ ୩୦୦୦୦ ଟଙ୍କା ରୁ ଅଧିକ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି। ଚଢ଼ାଉ ରେ ବନରକ୍ଷୀ ପ୍ରଶାନ୍ତ କୁମାର ସେଠୀ, ସୁଶାନ୍ତ କୁମାର ସାହୁ, ପ୍ରକାଶ କୁମାର ପ୍ରଧାନ, ସନ୍ତୋଷ ମଲ୍ଲିକ ଏବଂ ଫରେଷ୍ଟ ସ୍କ୍ବାଡ଼ ସାମିଲ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031