Indus Valley Times

ବୌଦ୍ଧ : ଜିଲ୍ଲାରେ ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ସୂଚନା ଅଧିକାର ସଚେତନତା ସପ୍ତାହ ପାଳନ କରିବ କଂଗ୍ରେସ

 Breaking News

ବୌଦ୍ଧ : ଜିଲ୍ଲାରେ ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ସୂଚନା ଅଧିକାର ସଚେତନତା ସପ୍ତାହ ପାଳନ କରିବ କଂଗ୍ରେସ

ବୌଦ୍ଧ : ଜିଲ୍ଲାରେ ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ସୂଚନା ଅଧିକାର ସଚେତନତା ସପ୍ତାହ ପାଳନ କରିବ କଂଗ୍ରେସ
September 23
20:52 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୩/୯: ଭାରତୀୟ ଗଣତନ୍ତ୍ରରେ ସୂଚନା ଅଧିକାର ଆଇନ ନାଗରିକମାନଙ୍କ ପାଇଁ ବଡ ଅସ୍ତ୍ର । ଗତ ଉପା ସରକାର ସମୟରେ ଲାଗୁ କରାଯାଇଥିବା ଏହି ଆଇନରେ ନାଗରିକମାନେ ନିଜର ଜାଣିବାର ଅଧିକାର ସାବ୍ୟସ୍ତ କରିବା ସହିତ ସମାଜରୁ ଦୁର୍ନୀତି ଭଳି ବ୍ୟାଧି ହଟାଇବାରେ ଏହା ସହାୟକ ହୋଇପାରିବ । କିନ୍ତୁ ଏହି ଆଇନର ସଠିକ୍ କାର୍ଯ୍ୟକାରୀତା ସଂପର୍କରେ ବତର୍ମାନ ମଧ୍ୟ ସିଂହଭାଗ ଲୋକ ଅଜ୍ଞ ଅଟନ୍ତି ।
ଯେଉଁମାନେ ବି ଏହି ଆଇନ ସଂପର୍କରେ କିଛି ଜ୍ଞାନ ରଖିଛନ୍ତି ସେମାନେ ଏହାକୁ ଅର୍ଥ ଉପାର୍ଜନର ମାର୍ଗ କରିଛନ୍ତି କିମ୍ବା ସମାଜରେ ଶତ୍ରୁ ସଂଖ୍ୟା ବୃଦ୍ଧି ଭୟରେ ସବୁ ଜାଣି ନଜାଣିବାର ଅଭିନୟ କରୁଛନ୍ତି । ତେବେ ବୌଦ୍ଧଜିଲାରେ ଏବେ ସୂଚନା ଅଧିକାର ଆଇନକୁ ଅସ୍ତ୍ର କରି ଜିଲା କଂଗ୍ରେସ କମିଟି ଶାସକ ଦଳର ସବୁ ଦୁର୍ନୀତିର ପୋଲ ଖୋଲିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଜିଲା କଂଗ୍ରେସ କମିଟିର ଆଇନ ସେଲ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ନବ କୁମାର ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୨୪ ତାରିଖ ଠାରୁ ୭ ଦିନ ଧରି ଜିଲା କଂଗ୍ରେସ ସୂଚନା ଅଧିକାର ସପ୍ତାହ ପାଳନ କରିବ । ଏହି ଅବସରରେ ୫୦ ଜଣ କଂଗ୍ରେସ କର୍ମୀଙ୍କୁ ସୂଚନା ଅଧିକାର ଆଇନ ସଂପର୍କରେ ସଂପୁର୍ଣ୍ଣ ତାଲିମ ପ୍ରଦାନ କରାଯିବ ।
ପରବର୍ତ୍ତି ସମୟରେ ଏହି କର୍ମୀମାନଙ୍କ ଜରିଆରେ ସୂଚନା ଅଧିକାର ଆଇନ ବଳରେ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଯୋଜନା,ମିଳିଥିବା ଅନୁଦାନ,ଖର୍ଚ୍ଚ ବିବରଣୀ,ଜିଲାକୁ ଆସି ଫେରିଯାଇଥିବା ଅର୍ଥ,ଜିଲା ର ବିକାଶ ପାଇଁ ସରକାରଙ୍କ ପାଖକୁ ପ୍ରେରଣ କରାଯାଉଥିବା ବିଭିନ୍ନ ପ୍ରସ୍ତାବ ଓ ତାହାର ସ୍ଥିତାବସ୍ଥା ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରାଯିବ । ଏହାବ୍ୟତୀତ ଜିଲାର ବିକାଶ ପାଇଁ କାର୍ଯ୍ୟ କରାଯାଉଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରୀତା ଓ ତାହାର ସ୍ୱଛତା ସଂପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ ।
ଏହି ସମସ୍ତ ତଥ୍ୟକୁ ସମ୍ମିଳିତ କରି ଏକ ବୁକଲେଟ୍ ପ୍ରସ୍ତୁତ କରାଯିବା ସହିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯିବ ଏବଂ ଆବଶ୍ୟକସ୍ଥଳେ ଆଇନର ସାହାଯ୍ୟ ନିଆଯିବ ବୋଲି ଶ୍ରୀମିଶ୍ର ସୂଚନା ଦେଇଥିଲେ । ତେବେ ଜିଲା କଂଗ୍ରେସ ପକ୍ଷରୁ ଏହି ଅଭିନବ ପଦକ୍ଷେପ ଦ୍ୱାରା ଜିଲାରେ ଚାଲିଥିବା ପ୍ରକଳ୍ପ ଗୁଡିକରେ ସ୍ୱଛତା ଆସିବା ସହିତ ଅନେକ ଯୋଜନାରେ ଦୁର୍ନୀତିର ପୋଲ ଖୋଲିବା ମଧ୍ୟ ସମ୍ଭାବନା ରହିଛି ।
ତେଣୁ ଆଗାମୀ ଦିନରେ ଜିଲାରେ କଂଗ୍ରେସ ର ପଦକ୍ଷପ ଜନସାଧାରଣଙ୍କ ମଧ୍ୟରେ ଏକ ନୂତନ ଜାଗରଣ ସୃଷ୍ଟି କରିବା ସହ ରାଜନୈତକ ମହଲରେ ଆଲୋଡନ ସୃଷ୍ଟି କରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏହାବ୍ୟତୀତ ଆସନ୍ତା ଅକ୍ଟୋବର ୧୫ ତାରିଖ ମଧ୍ୟରେ ଜିଲାରେ ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମ ସମାପ୍ତ କରାଯିବା ସହିତ ନଭେମ୍ବର ୧୫ ତାରିଖଠାରୁ ଲଗାତାର ଭାବରେ ଗ୍ରାମ ଗୁଡିକରେ ପଦଯାତ୍ରା କରି ଲୋକଙ୍କୁ କଂଗ୍ରେସର ଆଭିମୁଖ୍ୟ ସଂପର୍କରେ ବାର୍ତ୍ତା ପ୍ରଦାନ କରାଯିବାର ଲକ୍ଷ ରହିଥିବା ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା କଂଗ୍ରେସ କମିଟି ଆଇନ ସେଲର ସଭାପତି ବିଶ୍ୱଜିତ ମିଶ୍ର,ଜିଲା କଂଗ୍ରେସ କମିଟି ଉପସଭାପତି ସମରେଶ ମିଶ୍ର,ଗଣେଷ ଅଗ୍ରୱାଲାଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।
ବୌଦ୍ଧ : ବିଷଧର ସାପ କାମୁଡାରେ ୧୦ ବର୍ଷର ବାଳକର ମୃତ୍ୟୁ
ବୌଦ୍ଧ,୨୩/୯: ବୌଦ୍ଧ ବ୍ଳକ ଟିକରପଡା ପଞ୍ଚାୟତର ମେଣ୍ଡିମାଲ ଗ୍ରାମରେ ବିଷଧର ସାପ କାମୁଡାରେ ଜଣେ ବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି । ମେଣ୍ଡିମାଲ ଗ୍ରାମର ଅଷ୍ଟ ମାଝୀ, ତାଙ୍କ ସ୍ତ୍ରୀ ଓ ୧୦ ବର୍ଷର ପୁଅ ଗତ ବୁଧବାର ରାତିରେ ଖାଇ ସାରି ଶୋଇଥିଲେ । ରାତି ୧୨ ଟା ହେବ ଏକ ବିଷଧର ସାପ ପୁଅ ଆକାଶକୁ କାମୁଡି ଦେଇଥିଲା । ଆକାଶ ବାପାଙ୍କୁ କହିବା ପରେ ସଙ୍ଗେ ସଙ୍ଗେ ପରିବାର ଲୋକ ସ୍ଥାନୀୟ ଗୁଣିଆ ପାଖକୁ ନେଇ ଝଡାଫୁଙ୍କା କରିଥିଲେ ।
ଝଡାଫୁଙ୍କା କରିବା ପରେ ପୁନର୍ବାର ପରିବାର ଲୋକ ଶୋଇଯାଇଥିଲେ । କିନ୍ତୁ ଗୁରୁବାର ସକାଳୁ ଆକାଶ ଗୁରତର ହୋଇପଡିଥିଲେ । ପରିବାର ଲୋକ ଗୁରୁତର ହୋଇଥିବା ଆକାଶକୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ , କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଖବର ପାଇ ବଘିଆପଡା ଫାଣ୍ଡି ଅଧିକାରୀ ତପନ ସ୍ୱାଇଁ ମେଡିକାଳକୁ ଯାଇ ଶବକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।
ବୌଦ୍ଧ : ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ
ବୌଦ୍ଧ,୨୩/୯: ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ନୁଆପଡା ନିକଟସ୍ଥ ତିନିପୁଲିଆ ଠାରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି । ରାଜପଥର ନୁଆପଡା ନିକଟସ୍ଥ ତିନିପୁଲିଆ ଠାରେ ଏକ ଅଜଣା ଶବ ପଡିଥିବା ଦେଖି ସ୍ଥାନୀୟ ଲୋକେ ବୌଦ୍ଧ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ବୌଦ୍ଧ ମେଡିକାଲକୁ ପଠାଇଥିଲା । ଘଟଣା ନେଇ ବୌଦ୍ଧ ଥାନା ଅଧିକାରୀ ତପସ୍ୱନୀ କହଁରଙ୍କୁ ପଚାରିବରୁ ଏହା ଅଜଣା ଗାଡି ଦୁର୍ଘଟଣା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ପ୍ରକାଶ କରିଥିଲେ । ମୃତକ ଜଣକ ବ୍ରହ୍ମପୁର ବିଜିପୁରର ମନୋଜ କୁମାର ସାହୁ (୩୬) ବର୍ଷ । ଏନେଇ ଏକ ମାମଲା ରୁଜୁ କରାଯାଇଥିବା କହିବା ସହ ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031