Legatus

ବୌଦ୍ଧ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ,ବିଏସଏସଏ ବୌଦ୍ଧ ଚାଂପିଆନ

 Breaking News

ବୌଦ୍ଧ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ,ବିଏସଏସଏ ବୌଦ୍ଧ ଚାଂପିଆନ

ବୌଦ୍ଧ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ,ବିଏସଏସଏ ବୌଦ୍ଧ ଚାଂପିଆନ
April 15
22:16 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୪ : ଗତ ୭ ତାରିଖରୁ ଜିଲ୍ଲା ଷ୍ଟାଡିଅମ ବୌଦ୍ଧ ଠାରେ ଚାଲିଥିବା ୧୫ ବର୍ଷରୁ କମ୍ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି ।
ଆଜି ଫାଇନାଲ୍ ମ୍ୟାଚ ବିଏସ୍‌ଏଏ ବୌଦ୍ଧ ଓ ଫ୍ରେଣ୍ଡ କ୍ଲବ ମୁଣ୍ଡାପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଏସ୍‌ଏଏ ବୌଦ୍ଧ ୩-୧ ଗୋଲ୍‌ରେ ମୁଣ୍ଡାପଡାକୁ ହରାଇ ଚଂପିଆନ ହୋଇଛି ।
ଆଜିର ମ୍ୟାଚରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ କହ୍ନାଇଚରଣ ଡାଙ୍ଗ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ଉପ-ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଜିଲ୍ଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ, ସିଏମଟ୍ରଫି ସଂଗଠନ ସଂପାଦକ ଯୁଗଳ କିଶୋର ସାମଲ ଯୋଗଦେଇ ଖେଳାଳୀମାନଙ୍କ ସହିତ ପରିଚିତ ହେବାସହ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।
ଆଜିର ଫାଇନାଲ ମ୍ୟାଚରେ ମ୍ୟାଚ କମିଶନର ଭାବେ ଲମ୍ବୋଦର ପୁରୋହିତ ଦାୟିତ୍ୱ ତୁଲାଇଥିଲେ ।
ମୁଖ୍ୟରେଫରୀ ଭାବେ ଚନ୍ଦନ ମହାରଣା ମ୍ୟାଚ ପରିଚାଳନା କରିଥିବାବେଳେ ଲାଇନରେ ପ୍ରମୋଦ ବେହେରା ଓ ବଳରାମ ବେହେରା ସହାୟତା କରିଥିଲେ ।
ସେହିପରି ଚତୁର୍ଥ ରେଫରୀ ଭାବେ ସମୀର କୁମାର ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ ।
ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ୍ ଆସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ୧୫ ବର୍ଷରୁ କମ୍ ବାଳକ ବିଭାଗର ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ବିଜେତା ବିଏସ୍‌ଏଏ ବୌଦ୍ଧ ଓ ଉପବିଜେତା ଫ୍ରେଣ୍ଡ କ୍ଲବ ମୁଣ୍ଡାପଡା ଦଳକୁ ଅତିଥିମାନେ ଟ୍ରଫିଦେଇ ପୁରସ୍କୃତ କରିଥିଲେ । ସେହିପରି ବେଷ୍ଟ ଡିଫେନସ ଭାବେ ଜୀତେଶ ଭୁକ୍ତା, ବେଷ୍ଟ ଗୋଲକିପର ରାଜୀବ ସାହୁ, ବେଷ୍ଟ ସ୍କୋରର ଓ ପ୍ଲେୟାର ଅଫ୍ ଦି ଫାଇନାଲ ଆଶୀର୍ବାଦ ମହାକୁଡ, ଇମରଜେନସି ପ୍ଲେଆର ଭାବେ ପ୍ରଜ୍ଞା ଭୋକ୍ତା, ଡିସିପ୍ଲିନ ଟିମ୍ ଭାବେ ଜିଏମସି ବୌଦ୍ଧ, ପ୍ଲେଆର ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବେ ବିଶ୍ୱଜିତ ସେଠୀ ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930