Indus Valley Times

ବୌଦ୍ଧ: ଜିଲ୍ଲାସ୍ତରୀୟ ୬୧ତମ ସହିଦ ଦିବସ ପାଳିତ

 Breaking News

ବୌଦ୍ଧ: ଜିଲ୍ଲାସ୍ତରୀୟ ୬୧ତମ ସହିଦ ଦିବସ ପାଳିତ

October 22
12:28 2020

କମ୍ଭୁ ଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୨୧/୧୦: ବୌଦ୍ଧଜିଲ୍ଲା ପୁଲିସ ଓ ଆଇଆରବି ମିଳିତ ଆନୁକୂଲ୍ୟରେ ବଲାସିଙ୍ଗାସ୍ଥିତ ଆଇଆରବି ପ୍ୟାରେଡ ପଡିଆରେ ୬୧ତମ ସହିଦ ଦିବସ ବୁଧବାର ଦିନ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ ଯୋଗଦେଇ ଥିଲେ । ବିଭିନ୍ନ ସମୟରେ ସହିଦ ହୋଇଥିବା ଯବାନମାନଙ୍କୁ ସ୍ମରଣକରିବା ସହିତ ସେମାନଙ୍କ ନାମ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଓ ପଠନ କରିଥିଲେ । ଏହି ଅବସରରେ ସହିଦସ୍ତମ୍ଭରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସହିଦମାନଙ୍କୁ ସ୍ମରଣ କରାଯାଇଥିଲା । ଅତିଥିଭାବେ ଆଇଆରବି କମାଣ୍ଡାଣ୍ଟ ବିଜୟ ପ୍ରକାଶ ବାବୁ, ଡେପୁଟି କମାଣ୍ଡାଣ୍ଟ ଲକ୍ଷ୍ମୀଧର ମହାରଣା ଓ ଲଳିତ କୁମାର ବାଗ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବେଲାର ମେହେର ଯୋଗଦେଇଥିଲେ । ପ୍ୟାରେଡ ପରିଚାଳନା କରିଥିଲେ ଆରଆଇ ରାଜୀବ ଲୋଚନ ସେଠ୍‌୍ । ଏହି କାର୍ଯ୍ୟକ୍ରମରେ ଏସଡିପିଓ ସାଲେଷ୍ଟିନ ଟିଗା, ଆଦର୍ଶ ଥାନା ଅଧିକାରୀ ତପସ୍ୱିନୀ କହଁରଙ୍କ ସମେତ ସମସ୍ତ ପୁଲିସ ଅଧିକାରୀ, କର୍ମଚାରୀ ଯୋଗଦେଇଥିଲେ । କୋଭିଡ ନିୟମ ଅନୁଯାୟୀ ସମସ୍ତେ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷାକରି ଏହି ଦିବସ ପାଳନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031