Indus Valley Times

ବୌଦ୍ଧ ଜିଲ୍ଲା ପ୍ରଶାସନ କାର୍ଯ୍ୟକାରିତାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ- କାର୍ଯ୍ୟର ଗୁଣବତ୍ତା ସହ କୌଣସି ସାଲିସ କରାଯିବ ନାହିଁ

 Breaking News

ବୌଦ୍ଧ ଜିଲ୍ଲା ପ୍ରଶାସନ କାର୍ଯ୍ୟକାରିତାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ- କାର୍ଯ୍ୟର ଗୁଣବତ୍ତା ସହ କୌଣସି ସାଲିସ କରାଯିବ ନାହିଁ

ବୌଦ୍ଧ ଜିଲ୍ଲା ପ୍ରଶାସନ କାର୍ଯ୍ୟକାରିତାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ- କାର୍ଯ୍ୟର ଗୁଣବତ୍ତା ସହ କୌଣସି ସାଲିସ କରାଯିବ ନାହିଁ
May 18
20:05 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର,୧୮/ ୫ : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରି ବୈଠକ ରେ ନିଜର ସନ୍ତୋଷ ପ୍ରକାଶ କରିଛନ୍ତି।
ସମୀକ୍ଷାରୁ ଜଣା ଯାଇଛି ଯେ ବୌଦ୍ଧ ଜିଲ୍ଲାବାସୀଙ୍କୁ ଉନ୍ନତ ଗମନାଗମନ ସୁବିଧା ଉପଲବ୍ଧା କରିବା ପାଇଁ ପ୍ରାୟ ୨୮ କୋଟି ଟଙ୍କା ମୂଲ୍ୟର ସଡ଼କ ପ୍ରକଳ୍ପ ପାଇଁ ନିକଟରେ ଶିଳାନ୍ୟାସ ଦିଆଯାଇଛି ।
ଖୁବ୍‍ ଶୀଘ୍ର ବୌଦ୍ଧରେ ଏକ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ବୌଦ୍ଧର ନୂଆ ବସ୍ଷ୍ଟାକଣ୍ଡ ଏବଂ ବୌଦ୍ଧ ରେଳଷ୍ଟେସନ କାର୍ଯ୍ୟ ପ୍ରାୟତଃ ସଂପୂର୍ଣ୍ଣ ହୋଇଛି। ଖୁବ୍ ଶୀଘ୍ର ଏହି ସବୁ ପ୍ରକଳ୍ପ ଗୁଡ଼ିକ ଉଦ୍ଘାାଟନ ହେବା ପାଇଁ ଯାଉଛି ବୋଲି ବୈଠକର ଆଲୋଚନାରୁ ଜଣାଯାଇଛି ।
ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିଭାଗୀୟ କାର୍ଯ୍ୟ ଗୁଡିକ ସମ୍ବନ୍ଧରେ ଜିଲ୍ଲାପାଳ ଓ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ତଥ୍ୟ ନେବା ସହିତ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ପ୍ରଶ୍ନ କରିଥିଲେ ଏବଂ ଯେଉଁ କାର୍ଯ୍ୟ ଗୁଡିକ ମନ୍ଥର ଗତିରେ କାର୍ଯ୍ୟକାରୀ ହେଉଛନ୍ତି ତାହାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ମୁଖ୍ୟମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ସଡ଼କ, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ମହିଳା ସଶକ୍ତିକରଣ, କୃଷି ସମେତ ଶିଳ୍ପ ସମ୍ବନ୍ଧ ରେ ବିଶଦ ଭାବେ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ କଥା ହୋଇଥିଲେ। ବୌଦ୍ଧ ଜିଲ୍ଲା ରେ ଏହି ସବୁ କାର୍ଯ୍ୟର ଉପଯୁକ୍ତ କାର୍ଯ୍ୟନ୍ୱୟନ ଏବଂ ଏହାର କାର୍ଯ୍ୟକାରୀ ହାର ଦେଖି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଏହାର ଆହୁରି ପ୍ରଗତି ପାଇଁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବୌଦ୍ଧ ଜିଲ୍ଲାରେ ଅନେକ ବିକାଶମୂଳକ ପ୍ରକଳ୍ପ ଯଥା ରାସ୍ତା ଓ ପୋଲ ନିର୍ମାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ପ୍ରଗତି ହୋଇଛି।
ଏହା ସହିତ ଜନ ଶୁଣାଣୀ, ଭତ୍ତା ବଣ୍ଟନ , ବରିଷ୍ଠ ଅଧିକାରୀ ଓ ମାନ୍ୟବର ମନ୍ତ୍ରୀ ଙ୍କ ପରିଦର୍ଶନ, ମଧ୍ୟାହ୍ନ ଭୋଜନ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଯୋଜନା, ମିଶନ ଶକ୍ତି ଇତ୍ୟାଦି ରେ ଉଲ୍ଲେଖନିୟ ସଫଳତା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଏହି କାର୍ଯ୍ୟଗୁଡ଼ିକ ଜନସାଧାରଣଙ୍କ ଜୀବନଧାରାକୁ ଉନ୍ନତ କରୁଛି।
କିଛି ପ୍ରକଳ୍ପରେ ବିଳମ୍ବ ହେଉଥିବା ଜଣାପଡୁଛି। ମୁଁ ନିର୍ଦ୍ଦେଶ ଦେଉଛି ଯେ ସମସ୍ତ ପ୍ରକଳ୍ପ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହେବା ଆବଶ୍ୟକ। ସେହିପରି, କାର୍ଯ୍ୟର ଗୁଣବତ୍ତା ସହ କୌଣସି Compromise କରାଯିବ ନାହିଁ। ଗୁଣବତ୍ତା ଯାଞ୍ଚ ପାଇଁ ନିୟମିତ ନିରୀକ୍ଷଣ ବ୍ୟବସ୍ଥା କଡ଼ାକଡ଼ି କରାଯାଉ।
ବିକାଶ କାର୍ଯ୍ୟ ସଫଳ ହେବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହଭାଗିତା ଅତ୍ୟନ୍ତ ଜରୁରୀ। ପ୍ରକଳ୍ପ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଅବଗତ କରାଯାଉ ଏବଂ ସେମାନଙ୍କ ମତାମତକୁ ଗ୍ରହଣ କରାଯାଉ। ଏହା ଦ୍ୱାରା ପ୍ରକଳ୍ପଗୁଡ଼ିକ ଅଧିକ ସ୍ୱଚ୍ଛ ଓ ଲୋକାଭିମୁଖୀ ହେବ ବୋଲି ସେ କହିଥିଲେ।
ଜମି ଅଧିଗ୍ରହଣ, ଅର୍ଥ ଯୋଗାଣ ଓ ଜନବଳ ଅଭାବ ଭଳି ଚ୍ୟାଲେଞ୍ଜଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ତେଣୁ, ମୁଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଉଛି ଯେ ଏହି ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହ ସମନ୍ୱୟ କରନ୍ତୁ।
ଆବଶ୍ୟକ ହେଲେ ମୁଁ ନିଜେ ଏହି ବିଷୟରେ ହସ୍ତକ୍ଷେପ କରିବି। ବୌଦ୍ଧ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ଓ କୃଷି କ୍ଷେତ୍ରରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସ୍କୂଲ ଓ ହସ୍ପିଟାଲଗୁଡ଼ିକରେ ଭିତ୍ତିଭୂମି ଉନ୍ନତି ଏବଂ କୃଷକମାନଙ୍କ ପାଇଁ ଆଧୁନିକ ସୁବିଧା ଯୋଗାଇ ଦିଆଯାଉ। ଏହି କ୍ଷେତ୍ରଗୁଡ଼ିକୁ ଅଗ୍ରାଧିକାର ଦିଆଯାଇ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ସମସ୍ତ ସରକାରୀ ଯୋଜନା ଓ ପ୍ରକଳ୍ପଗୁଡ଼ିକରେ ସ୍ୱଚ୍ଛତା ବଜାୟ ରଖିବା ଆମର ମୁଖ୍ୟ ଲକ୍ଷ୍ୟ। ସମସ୍ତ ଅଧିକାରୀ ଏହା ନିଶ୍ଚିତ କରନ୍ତୁ ଯେ ସରକାରୀ ଅର୍ଥର ସଠିକ ବ୍ୟବହାର ହେଉଛି ଏବଂ ଜନସାଧାରଣଙ୍କୁ ଏହାର ସୁଫଳ ମିଳୁଛି। କୌଣସି ଅନିୟମିତତା ଦୃଷ୍ଟିଗୋଚର ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସେ ପୁଣି କହିଥିଲେଯେ, ପୂର୍ବ ସରକାର ଏହି ଜିଲ୍ଲା ପ୍ରତି ପାତର ଅନ୍ତର କରିଥିଲେ କିନ୍ତୁ ଆମ ସରକାର, ଏଇ ମୋହନ ସରକାର ପ୍ରତିଶ୍ରୁତିବଦ୍ଧ ଯେ, ଆମେ ବୌଦ୍ଧ ଜିଲ୍ଲାକୁ ଉନ୍ନତିରା ଶିଖର ରେ ପହଞ୍ଚାଇବୁ।ଆଗାମୀ ଦିନରେ ବୌଦ୍ଧ ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା ଭାବେ ଗଢ଼ି ତୋଳିବା ଆମର ଲକ୍ଷ୍ୟ। ଏଥିପାଇଁ ନୂଆ ପ୍ରକଳ୍ପ ଯଥା ଶିଳ୍ପ ସ୍ଥାପନ, ପର୍ଯ୍ୟଟନ ବିକାଶ ଓ ନବୀକରଣୀୟ ଶକ୍ତି ଉପରେ ଧ୍ୟାନ ଦିଆଯାଉ। ଏହା ସମ୍ପର୍କରେ ଏକ ବିସ୍ତୃତ ଯୋଜନା ଆଗାମୀ ଏକ ମାସ ମଧ୍ୟରେ ପ୍ରସ୍ତୁତ କରନ୍ତୁ।
ଉକ୍ତ ସମୀକ୍ଷା ବୈଠକ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ, ବିଧାୟକ, ବୌଦ୍ଧ ତଥା ସରକାରୀ ଦଳ ମୁଖ୍ୟ ସଚେତକ, ଶ୍ରୀ ସରୋଜ କୁମାର ପ୍ରଧାନ, ବିଧାୟକ, କଣ୍ଟାମାଳ, ଶ୍ରୀ କହ୍ନାଇ ଚରଣ ଡାଙ୍ଗ, ଆରକ୍ଷୀ ମହା ନିରୀକ୍ଷକ, ନୀତି ଶେଖର, ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଗୋଏଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପ୍ରଧାନ, ସିଡିଓ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ଶ୍ରୀ ପ୍ରବୀଣ କୁମାର ବାଣୁଆଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ପ୍ରଶାସନିକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930