Indus Valley Times

ବୌଦ୍ଧ : ଜିଲ୍ଲା ସ୍ତରୀୟ ଲିଙ୍ଗଭିତିକ ହିଂସା ନିରାକରଣ ସଚେତନତା ପକ୍ଷ ୨୦୨୫ ପାଳିତ

 Breaking News

ବୌଦ୍ଧ : ଜିଲ୍ଲା ସ୍ତରୀୟ ଲିଙ୍ଗଭିତିକ ହିଂସା ନିରାକରଣ ସଚେତନତା ପକ୍ଷ ୨୦୨୫ ପାଳିତ

December 10
18:58 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୦/୧୨ : ମଙ୍ଗଳବାର ଜିଲ୍ଲା ତାଲିମ କେନ୍ଦ୍ର ବୌଦ୍ଧ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କ ଅଧକ୍ଷତାରେ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରବାର କଲ୍ୟାଣ) ଅମିତାଭ ଦାସ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ସାନ୍ତା ନିବେଦିତା, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ନାରାୟଣପସାୟତ, ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ, ଡାକ୍ତର ବି କେ ଆର୍ ସି ଦେଓ ହେମ୍ବ୍ରମ, ସ୍ବାସ୍ଥ୍ୟବିଭାଗ ର ଅନ୍ୟାନ୍ୟ କର୍ମକର୍ତ୍ତା, ଆଶା ଓ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଡାକ୍ତର ସଂଘମିତ୍ରା ପଣ୍ଡା, ସ୍ବାଗତ ସଂମ୍ଭାସଣ ଦେଇଥିଲେ,ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ନାରାୟଣ ପସାୟତ, ଆଜିର ପକ୍ଷ ପାଳନର ମହତ୍ବ ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ ।
ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଗିରିଜା ପ୍ରସାଦ ମିଶ୍ର, ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସର ମହତ୍ବ ସମ୍ବନ୍ଧିତ ସଚେତନତା ବାର୍ତା ପାଖ ପଡିସା, ସାଂଗ ସାଥି ସମସ୍ତଙ୍କୁ ପହଞ୍ଚାଇବା ପାଇଁ ଅତିଥିମାନେ ମତବ୍ୟକ୍ତ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031