Indus Valley Times

ବୌଦ୍ଧ :ଠିକା ସଂସ୍ଥାର ଗୋଦାମରେ ନିଆ,ଲକ୍ଷ୍ୟାଧିକ ଟଙ୍କାର ପାଇପ ପୋଡି

 Breaking News

ବୌଦ୍ଧ :ଠିକା ସଂସ୍ଥାର ଗୋଦାମରେ ନିଆ,ଲକ୍ଷ୍ୟାଧିକ ଟଙ୍କାର ପାଇପ ପୋଡି

ବୌଦ୍ଧ :ଠିକା ସଂସ୍ଥାର ଗୋଦାମରେ ନିଆ,ଲକ୍ଷ୍ୟାଧିକ ଟଙ୍କାର ପାଇପ ପୋଡି
February 08
21:49 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୨: ବୌଦ୍ଧ ବ୍ଳକରେ କାର୍ଯ୍ୟ କରୁଥିବା ବେସରକାରୀ ଠିକା ସଂସ୍ଥା ଏଲଏଣ୍ଡଟି ପକ୍ଷରୁ ଗାଁ ଗୁଡିକରେ ପାନୀୟ ଜଳ ଯୋଗାଣ ପାଇ ପାଇପ ଲାଇନ କାମ ଚାଲୁଅଛି ।
ଏହି କାର୍ଯ୍ୟ ପାଇଁ କମ୍ପାନୀ ପକ୍ଷରୁ ବହିରା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବହୁ ସଂଖ୍ୟାରେ ପାଇପ ଗଛିତ କରାଯାଇଛି । ହଠାତ ସୋମବାର ଦିନ ପାଇପ ଗଛିତ ସ୍ଥାନରେ ନିଆଁ ଲାଗିଯାଇଥିଲା ।
ଏହି ଅଗ୍ନିକାଣ୍ଡରେ ଠିକା ସଂସ୍ଥାର ଲକ୍ଷ୍ୟାଧିକ ଟଙ୍କାର ପାଇପ ପୋଡି ନଷ୍ଟ ହୋଇଯାଇଛି । ବାଉଁଶୁଣୀ ଠାରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।
ମାଓବାଦୀଙ୍କ ସହ ସଂପର୍କ ଅଭିଯୋଗରେ କାଳିଆ କହଁର ଗିରଫ
ବୌଦ୍ଧ,୮/୨: ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ଶଗଡା ପଞ୍ଚାୟତର କାଳିଆ କହଁରଙ୍କୁ ମାଓବାଦୀଙ୍କ ସହ ସଂପର୍କ ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କାଳିଆଙ୍କ ଘରୁ ୯୪ଟି ଜିଲେଟିନ ଷ୍ଟିକ୍ ଜବତ କରାଯିବା ସହିତ ମାଓବାଦୀଙ୍କ ସହ ସଂପର୍କ ସନ୍ଦେହରେ ଥାନାକୁ ଆଣି ପୋଲିସ ପଚରାଉଚୁରା କରିଥିଲା ।
ଶେଷରେ ଆଜି ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ସୂଚନା ମୁତାବକ କାଳିଆଙ୍କ ଘରେ ବହୁଳମାତ୍ରାରେ ଜିଲୋଟିନ ଗଛିତ ଥିବା ଏବଂ ସେସବୁ ମାଓବାଦୀମାନଙ୍କୁ ବିସ୍ଫୋରକ ପ୍ରସ୍ତୁତି ପାଇଁ ଯୋଗାଇଦେଉଥିବା କୌଣସି ସୁତ୍ରରୁ କନ୍ଧମାଳ ପୋଲିସ ସୂଚନା ପାଇ ଏକ ଟିମ ବୌଦ୍ଧ ପଠାଇଥିଲେ । ବୌଦ୍ଧ ପୋଲିସ ସହାୟତାରେ କାଳିଆଙ୍କ ଘର ଉପରେ ଚଢାଉ କରାଯିବା ପରେ ତାଙ୍କ ଘର ବାରିପଟୁ ତିନୋଟି କାଟୁନରେ ଥିବା ଜଲୋଟିନ ଷ୍ଟିକ୍ ସବୁ ଜବତ ହୋଇଥିଲା ।
ମାମଲାରେ ପୋଲିସ କାଳିଆଙ୍କ ସହିତ ଆଉଜଣେ ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା । ତଦନ୍ତ ପରେ ଯୁବକ ଜଣକୁ ପୋଲିସ ଛାଡି ଦେଇଥିବାବେଳେ କାଳିଆକୁ ଗିରଫ କରିଥିଲା । କାଳିଆଙ୍କ ଘରୁ ୪ ଗୋଟି ମାଓବାଦୀ ପ୍ରଚାରପତ୍ର ମଧ୍ୟ ଜବତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ମନମୁଣ୍ଡା ଥାନା କେସ ନମ୍ବର ୨୪/୨୨ ରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି । ବୌଦ୍ଧ ଓ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଦୀର୍ଘଦିନ ହେଲା ମାଓବାଦୀଙ୍କ ଚଳପ୍ରଚଳ ରହିଥିବା କୁହାଯାଉଥିବାବେଳେ ଏତେ ମାତ୍ରାରେ ଜିଲୋଟିନ ଭଳି ବିସ୍ଫୋରକ ଜବତ ହେବା ଜିଲା ପୋଲିସକୁ ସତର୍କ କରାଇଦେଇଛି ।
ବୌଦ୍ଧ : ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ ସାମ୍ବାଦିକଙ୍କ ଅକାଳ ବିୟୋଗରେ ଗଭିର ଶ୍ରଦ୍ଧାଞ୍ଜଳି
ବୌଦ୍ଧ, ୮/୨: କଳାହାଣ୍ଡି ଜିଲ୍ଲାର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ସମ୍ବାଦ ସଂଗ୍ରହ ନିମନ୍ତେ ଯାଉଥିବାବେଳେ ମାଓବାଦୀଙ୍କ ପକ୍ଷରୁ ବିଛାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ପୋରଣରେ ମୃତ୍ୟୁବରଣ କରିଛନ୍ତି । ତାଙ୍କରି ବିୟୋଗରେ ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ ଏକ ଶୋକସଭା ସ୍ଥାନିୟ ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ଅନୁଷ୍ଟିତ ହୋଇଥିଲା ।
କ୍ଲବର ସଭାପତି ବରଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭା ପ୍ରାରମ୍ଭରେ କ୍ଲବର ସାଧାରଣ ସଂପାଦକ ରଘୁନାଥ ଷଡଙ୍ଗୀ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । ଉପସ୍ଥିତ ସଦସ୍ୟମାନେ ଦିବଙ୍ଗତ ଆତ୍ମାର ସଦଗତି କାମନାକରି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଏପରି ଅକାଳ ବିୟୋଗ ରାଜ୍ୟରେ ପ୍ରଥମ ଘଟଣା ଏହାକୁ ଆମେ ଗମ୍ଭିରତାର ନେବାସହ ରାଜ୍ୟର ସାମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସୁରକ୍ଷା ଆଇନ ପ୍ରଣୟନ କରନ୍ତୁ । ସ୍ୱର୍ଗତ ସାମ୍ବାଦିକଙ୍କ ପରିବାରର ଆବଶ୍ୟକତା ପୁରଣ କରିବାସହ ତାଙ୍କୁ ଆର୍ଥିକ କ୍ଷେତ୍ରରେ ଅଧିକ ସହଯୋଗ କରାଯାଉ ।
ଏଥିସହ ମାଓବାଦୀଙ୍କ ଏଭଳି ବର୍ବରକାଣ୍ଡକୁ ଉପସ୍ଥିତ ସାମ୍ବାଦିକ ମାନେ ନିନ୍ଦା କରିବାସହ ତାଙ୍କର ଏହି ସମାଜ ବିରୋଧି ପଥଭ୍ରଷ୍ଟ ନୀତିକୁ ସରକାର ଦୃଢହସ୍ତରେ ଦମନ କରିବାକୁ ସଭାରେ ଦାବି କରାଯାଇଥିଲା । କ୍ଲବର କାର୍ଯ୍ୟକାରୀ ସଭାପତି ପ୍ରଦୋଷ କୁମାର ମିଶ୍ର, ଉପଦେଷ୍ଠା ତଥା ସଂପାଦକ ଯୁଗଳ କିଶୋର ସାମଲ, ସତ୍ୟ ନାରାୟଣ ପାଣି, ଦିବ୍ୟ ଶଂକର ପଟ୍ଟନାୟକ ପ୍ରମୁଖ ସ୍ୱର୍ଗତ ସାମ୍ବାଦିଙ୍କ ସଂପର୍କରେ ସ୍ମୃତିଚାରଣ କରିଥିଲେ ।
ବୌଦ୍ଧ : ବିଦ୍ୟୁତ ଆଘାତରେ ଯୁବକ ମୃତ
ବୌଦ୍ଧ,୮/୨: ବୌଦ୍ଧ ବ୍ଲକ ଅନ୍ତର୍ଗତ ଟାଇଞ୍ଜନ ଗ୍ରାମରେ ଖମ୍ବରେ ଚଢି ବିଦ୍ୟୁତ ମରାମତି କରୁଥିବାବେଳେ ଖମ୍ବରୁ ପଡି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ବିଦ୍ୟୁତ ସେକ୍ସନ ରେ ଠିକା କର୍ମଚାରୀ ଭାବରେ କାର୍ଯ୍ୟରତ ଥିବା ସୌଭାଗ୍ୟ ପ୍ରଧାନ ତାଳସରଡା ପଞ୍ଚାୟତର ଟାଇଂଜନ ଗ୍ରାମରେ ଖମ୍ବରେ ଚଢି ବିଦ୍ୟୁତ ମରାମତି କରୁଥିବାବେଳେ ଅସାବଧାନତା ବଶତଃ ଗୋଡ ଖସି ଯାଇଥିଲା ।
ସ୍ଥାନୀୟ ଲୋକମାନେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ତାଙ୍କୁ ତୁରନ୍ତ ବାଉଁଶୁଣୀ ଚିକିତ୍ସାଳୟରେ ପହଞ୍ଚାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୌଭାଗ୍ୟ ଏକ ଠିକା ସଂସ୍ଥା ଦ୍ୱାରା ଲାଇନ ମେନ ଭାବରେ ଯୋଗଦେଇଥିଲେ । ତାଙ୍କର ଘର ତେଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ ଧଡୁରୁବାହାଲ ବୋଲି ଜଣାପଡିଛି । ମୃତ ଲାଇନମେନ ସୌଭାଗ୍ୟଙ୍କ ପରିବାରକୁ ଠିକା ସଂସ୍ଥା ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଅଛି ।
ଛିଡା ହୋଇଥିବା ଟ୍ରକ ପଛରେ ପଶିଗଲା ବାଇକ:ଜଣେ ମୃତ , ଜଣେ ଗୁରୁତର
ବୌଦ୍ଧ, ୮/୨: ବୌଦ୍ଧ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ହରଭଙ୍ଗା ବ୍ଲକ ମଥୁରା ଗାମ ଠାରେ ଛିଡା ହୋଇଥିବା ଟ୍ରକ ପଛରେ ଏକ ବାଇକ ପଶି ଯିବାରୁ ଜଣେ ମୃତ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ ମଥୁରା ଛକରେ ଏକ ଟ୍ରକ ଖରାପ ହୋଇଥିବା ଯୋଗୁଁ ରାସ୍ତା କଡରେ ଠିଆ ହୋଇଥିଲା ।
ଗତ ରବିବାର ରାତିରେ ପୁରୁଣାକଟକ ଥାନା ଖଣ୍ଡହତା ଗ୍ରାମର ଫକିର ଷାଣ୍ଡ ଓ ହରଭଙ୍ଗା ଥାନାର ଭେଜିଗୋଡା ଗ୍ରାମର ସଂପର୍କୀୟ ଭାଇ ବିଶ୍ୱଜିତ ଦଳବେହେରାଙ୍କଙ୍କ ସହ ଏକ ବିବାହ ଭୋଜି ଖାଇ ଏକ ମଟର ସାଇକେଲ ଯୋଗେ (ଓଡି-୨୭-ବି- ୧୨୯୬) ଘରକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ମଥୁରା ଠାରେ ଠିଆ ହୋଇଥିବା ଟ୍ରକକୁ ପଛରେ ପଶିଯାଇଥିଲା ।
ଫଳରେ ଏକ ବଡ ଦୁର୍ଘଟଣା ହେବା ସହ ଘଟଣା ସ୍ଥଳରେ ଫକିର ଶାଣ୍ଡଙ୍କ ମୃତ ହୋଇଥିବା ବେଳେ ତାଙ୍କ ସଂର୍ପକୀୟ ଭାଇ ବିଶ୍ୱଜିତ ଗୁରୁତର ହୋଇଥିଲେ । ଗୁରୁତରକୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ବାଇକୁ ଜବତ କରିବା ସହ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବୌଦ୍ଧ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031