Indus Valley Times

ବୌଦ୍ଧ: ତୈଳଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ

 Breaking News

ବୌଦ୍ଧ: ତୈଳଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ

July 09
21:30 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୯/୭: କେନ୍ଦ୍ର ସରକାରଙ୍କ ବିଫଳତା ଯୋଗୁଁ ତୈଳ ଓ ଜାଳେଣି ଗ୍ୟାସ ଦର ହୁହୁ ହୋଇ ବୃଦ୍ଧି ହୋଇଚାଲିଥିବାବେଳେ ଏହାର ପ୍ରଭାବ ଅତ୍ୟାବଶକୀୟ ସାମଗ୍ରୀ ଉପରେ ମଧ୍ୟ ପଡିଛି । ଫଳରେ ବର୍ତମାନ ଗରିବ ଓ ଖଟିଖିଆ ଶ୍ରେଣୀର ଲୋକଙ୍କ ଜୀବନ ଜିବିକା ଦୁର୍ବିସହ ହୋଇସାରିଲାଣି । ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଆଜି ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତୈଳ ଦର ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ପ୍ରତବାଦରେ ବିକ୍ଷୋଭ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ଶୋଭାଯାତ୍ରା ବୁଟୁପାଲି ଠାରୁ ବାହାରି ହାତୀଶାଳ ଛକ,କୋର୍ଟଛକ,ଓୟାରଲେସ ଛକ ଦେଇ ଏନଏସି ଛକ ପର୍ଯ୍ୟନ୍ତ ଯାଇଥିଲା । କଂଗ୍ରେସର ନେତା ଓ କର୍ମୀମାନେ ହାତରେ ଥାଳି ଓ ଚାମଚ ଧରି ବଜାଇବା ସହିତ ଏକ ଶଗଡରେ ବିଭିନ୍ନ ସ୍ଲୋଗାନ ଲେଖି ଟାଣି ଟାଣି ଶୋଭାଯାତ୍ରାରେ ନେଇଥିଲେ । ଏହି ବିକ୍ଷୋଭ ଶୋଭାଯାତ୍ରାରେ ବରିଷ୍ଠ ନେତା ନାରାୟଣ ପ୍ରସାଦ ପରିଜା,ପ୍ରଶାନ୍ତ କୁମାର ସାହୁ, ପିସିସି ସଭ୍ୟ ରାଏ ସଂଜିବ କୁମାର ଦେଓ,ସରୋଜ କୁମାର ପ୍ରଧାନ,ପ୍ରଦିପ କୁମାର ଦାସ,ପଙ୍କଜ କର୍ଣ୍ଣ,ତପନ କୁମାର ରାଉତରାଏ,ବେଣୁଧର ମେହେର,ବୁଧୁ ବେହେରା,ଗଣେଶ ଅଗ୍ରୱାଲା,ପ୍ରଦ୍ୟୁମ୍ନ ଧଳ,ସମରେଶ ମିଶ୍ର,ଅର୍ଜୁନ ମହାନନ୍ଦିଆ, ଉଦୟନାଥ ଶର୍ମା କୁମୁଦ କୁଦେଇ, ଜ୍ୟୋତିନ୍ଦ୍ର ସିହ୍ନା,ତାରେଣି ଜେନା,ଶିବ ବେହେରା ଓ ଚିତ ବେହେରା ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031