Indus Valley Times

ବୌଦ୍ଧ : ଦୁଇବସ୍ତା ଗଂଜେଇ ସହ କାର ଜବତ, ୨ ଗିରଫ

 Breaking News

ବୌଦ୍ଧ : ଦୁଇବସ୍ତା ଗଂଜେଇ ସହ କାର ଜବତ, ୨ ଗିରଫ

ବୌଦ୍ଧ : ଦୁଇବସ୍ତା ଗଂଜେଇ ସହ କାର ଜବତ, ୨ ଗିରଫ
July 17
21:31 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୭: ବୌଦ୍ଧଜିଲ୍ଲା ବାଉଁଶୁଣୀ ଥାନା ପକ୍ଷରୁ ଶନିବାର ପୂର୍ବାହ୍ନ ସମୟରେ ବୌଦ୍ଧ ବ୍ଲକର ଜଡାପାଲ ଗ୍ରାମରୁ ସାହଜପାଲ ଆଡକୁ ଏକ କାର ଯୋଗେ ଗଂଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବାଉଁଶୁଣୀ ପୋଲିସର ଏକ ଟିମ୍ ମୁଣ୍ଡିପଦର ଗ୍ରାମ ନିକଟରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ଗାଡି ଭିତରୁ ଦୁଇଟି ବସ୍ତାରେ ଭର୍ତ୍ତି ହୋଇଥିବା ୪୧ କିଲୋ ୨୦୦ ଗ୍ରାମ ଗଂଜେଇ ଜବତ କରାଯିବା ସହିତ ଗଂଜେଇ ଚାଲାଣ ମାମଲାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗଡିଆ ଗ୍ରାମର ଅଜୟ କୁମାର ସାହୁ(୩୪) ଓ ବାମନାଳୀ ଗ୍ରାମର ଗରିଆ ମାଝି(୩୨)ଙ୍କୁ ଗିରଫ କରିବାସହ ବାଉଁଶୁଣୀ ଥାନା କେସ ନମ୍ବର ୧୧୭/୨୧ ରେ ମୋକଦ୍ଦମା ରୁଜୁ କରିଥିବା ଜଣାଯାଇଛି । ଗଂଜେଇ ଚାଲାଣ ମାମଲାରେ ବ୍ୟବହୃତ କାର(ଓଡ଼ି ୦୨ କ୍ୟୁ ୭୧୦୩)କୁ ମଧ୍ୟ ପୋଲିସ ଜବତ କରିଛି ବୋଲି ବାଉଁଶୁଣୀ ଥାନା ଅଧିକାରୀ ସୁବାସ ଚନ୍ଦ୍ର ରାୟଗୁର ପ୍ରକାଶ କରିଛନ୍ତି ।
ବୌଦ୍ଧ : ହରଭଙ୍ଗା ବ୍ଲକ କଂଗ୍ରେସ କମିଟି ଗଠିତ
ବୌଦ୍ଧ,୧୭/୭: ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ହରଭଙ୍ଗା ବ୍ଲକ କଂଗ୍ରେସ କମିଟିର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ହରଭଙ୍ଗା ବ୍ଲକ କଂଗ୍ରେସ କମିଟିର ସଭାପତି ଭାବରେ ର୍ପୂବତନ ସରସରା ସରପଞ୍ଚ ପଙ୍କଜ କୁମାର କର୍ଣ୍ଣଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଉପସଭାପତି ଭାବରେ ପ୍ରଶାନ୍ତ କର୍ଣ୍ଣ,କୃଷ୍ଣଚନ୍ଦ୍ର ପ୍ରଧାନ ଓ ବେଣୁଧର ମେହେର, କୋଷାଧ୍ୟକ୍ଷ ଭାବରେ ପୋଲସ୍ତି ପ୍ରଧାନ,ସାଧାରଣ ସମ୍ପାଦକ ଭାବରେ କାହ୍ନୁ ଚରଣ ନାଥ,ଗଦାଧର ମେଣ୍ଡିଲି,ବିଚିତ୍ର ମାଝି,ପ୍ରଦିପ ଯୋଷୀ ଓ ଚିତ୍ରସେନ ମଲ୍ଲିକ,ସମ୍ପାଦକ ଭାବରେ ପ୍ରଦୀପ ବେହେରା,ପ୍ରମୋଦ କୁମ୍ଭାର,ସିଦ୍ଧେଶ୍ୱର ବେହେରା,ପ୍ରମିଳା ନାଏକ,ଶୈଳେନ୍ଦ୍ର ଦେହୁରୀ,ନିରାକାର ବେହେରା,ବିଶାଲ ହାତୀ ଓ ରମାକାନ୍ତ ଭୋକ୍ତାଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି କାର୍ଯ୍ୟକାରୀ କମିଟି ସଦସ୍ୟ ସଦସ୍ୟା ଭାବରେ ଶେଷଦେବ ବେହେର.ତ୍ରିଲୋଚନ ସେଠୀ,ଅବନି କୁମାର ପ୍ରଧାନ,ଅଶୋକ ବିଷୋୟୀ,ଜିତେନ୍ଦ୍ର ସାହୁ,କୁନା ସାହୁ,ଗୁଲଜାର ମହମ୍ମଦ ଖାଁ,ଗିରିଧାରୀ ପ୍ରଧାନ,ଝରଣା ହାତୀ,ପ୍ରଦିପ ବାରିକ୍‌,କୃପା ନାଏକ,ନାରାୟଣ ମେହେର,ନିକୁଂଜ ଆଚାର୍ଯ୍ୟ,ମହାଦେବ ମହାନନ୍ଦିଆ,ଭବାନୀ ବିଶ୍ୱାଳ,ରାଜେନ୍ଦ୍ର ତରିଆ,ସବିତା ପ୍ରଧାନ ଓ ଝରିଆ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031