Indus Valley Times

ବୌଦ୍ଧ : ନାଳରୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

 Breaking News

ବୌଦ୍ଧ : ନାଳରୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ : ନାଳରୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର
December 02
11:06 2022

ବୌଦ୍ଧ,୨/୧୨: ମନମୁଣ୍ଡା ବାଇପାସ୍ ର ଏକ ନାଳ ରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ବ୍ୟାଙ୍କ କର୍ମଚାରୀ ଜଣକ ଦେଉଳି ଗ୍ରାମର ଚିତ୍ତରଞ୍ଜନ ନାଏକ।
ଚିତ୍ତରଞ୍ଜନ ସୋନପୁର ୟୁନିୟନ ବ୍ୟାଙ୍କ୍ ରେ କାର୍ଯ୍ୟରତ ଥିଲେ । ତେବେ କର୍ମଚାରୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ସକାଳ ସମୟରେ କିଛି ଲୋକ ପ୍ରାତଃ ଭ୍ରମଣ କରୁଥିବା ସମୟରେ ପୋଲ ତଳେ ନାଳରେ ଏକ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।
ଏହାସହ ପାଖରେ ବାଇକ୍, ମଦ ବୋତଲ, ଗ୍ଲାସ୍, ମୋବାଇଲ୍, ପାୱାର ବ୍ୟାଙ୍କ୍ ଆଦି ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ ସଙ୍ଗେ ମନମୁଣ୍ଡ ପୋଲିସ୍ କୁ ଖବର ଦେବାରୁ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ ଜାରି ରଖିଛି । ତେବେ କେଉଁ କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031