Indus Valley Times

ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଏନସିସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଏନସିସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଏନସିସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
May 14
17:41 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୪/୫ : ରାଜସ୍ଥାନର ପୋଖରାନ ଠାରେ ଗତ ୧୯୭୪ ମସିହାରେ ପ୍ରଥମ ପରମାଣୁ ପରୀକ୍ଷଣ ହୋଇଥିଲା । ଏହି ପରୀକ୍ଷାର ଦୀର୍ଘ ୨୪ ବର୍ଷ ପରେ ୧୯୯୮ ମସିହା ମେ ୧୧ ତାରିଖ ଓ ୧୩ ତାରିଖରେ ମୋଟ ପାଂଚଟି ପରମାଣୁ ପରୀକ୍ଷା କରାଯାଇଥିଲା ।
ଏହି ପରମାଣୁର ସଫଳ ପରୀକ୍ଷଣ ହୋଇଥିଲା । ଏହି ପରୀକ୍ଷଣ ଯୋଗୁଁ ଭାରତ ଏକ ପରମାଣୁ ସଂପର୍ଣ୍ଣ ରାଷ୍ଟ୍ରରେ ପରିଣତ ହୋଇଥିଲା । ଏହି ପରମାଣୁ ପରୀକ୍ଷଣର ସ୍ମୃତିରେ ୨୫ ତମ ବାର୍ଷିକି ଉପଲକ୍ଷେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଏନସିସି କ୍ୟାଡେଡମାନେ ସିଟିଓ ଅଧ୍ୟାପକ ସଦାନନ୍ଦ ମାହାରଙ୍କ ନେତୃତ୍ୱରେ ଏକ ର‌୍ୟାଲିର ଆୟୋଜନ କରାଯାଇଥିଲା । ଏହି ରାଲି ସହରର ପୋଷ୍ଟ ଅଫିସ ଛକ, ଗାନ୍ଧୀଛକ, ବାଘଗୁଡା ଛକ ଦେଇ ମହାବିଦ୍ୟାଳୟରେ ପହଂଚିଥିଲା ।
ଏହାପରେ ମହାବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଛାତ୍ରଛାତ୍ରୀମାନେ ଭାରତ ପରମାଣୁ ଶକ୍ତିସଂପର୍ଣ୍ଣ ରାଷ୍ଟ୍ରରେ ପରିଣତ ହେବାର ଇତିହାସ ଓ ପରମାଣୁ ଶକ୍ତିର ଉପଯୋଗିତା ଓ ଏହାର ଅପକାରିତା ବିଷୟରେ ଆଲୋକପାତ କରିଥିଲେ । ଅଧ୍ୟାପକ ଶ୍ରୀ ମାହାର ପରମାଣୁ ଶକ୍ତି କିପରି ମାନବ ଜାତିର କଲ୍ୟାଣ ଦିଗରେ ଉପ ଯୋଗ କରାଯାଉଛି ସେନେଇ ନିଜର ମତବ୍ୟକ୍ତ କରିଥିଲେ । କ୍ୟାଡେଡ ଅମିତ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।
ଚଞ୍ଚକତା କରି ପଦୋନ୍ନତି ନେବାକୁ ଶିକ୍ଷକକଙ୍କ ମସୁଧା ଅଭିଯ୍ଧେଜ୍ଞ,ଅଭିଯୋଗ ଆଣିଲେ ଶିକ୍ଷକ ସଂଘର ସଭାପତି
ବୌଦ୍ଧ,୧୪/୫ : ଶିକ୍ଷା ନିର୍ଦ୍ଦେଶକଙ୍କ ଆଦେଶ ପରେ ବୌଦ୍ଧଜିଲ୍ଲାରେ ପ୍ରଧାନ ଶିକ୍ଷକ ପଦବିକୁ ପଦୋନ୍ନତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଶିକ୍ଷକ ପଦୋନ୍ନତିରେ ଚଞ୍ଚକତା କରି ପଦୋନ୍ନତି ନେବାକୁ ମସୁଧା ହେଉଥିବା ଅଭିଯୋଗ ହୋଇଛି ।
ପ୍ରାଥମିକ ଶିକ୍ଷାକୁ ଉନ୍ନତମାନର କରିବା ପାଇଁ ମେଧାବି ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଆବଶ୍ୟକତା ମନେକରି ଶିକ୍ଷକମାନଙ୍କ ପଦୋନ୍ନତିରେ ସ୍ୱଚ୍ଛତା ଆଣିବା ପାଇଁ ଶିକ୍ଷାନିର୍ଦ୍ଦେଶାଳୟ ଓଡିଶା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବରେ ସ୍ପଷ୍ଟି କରଣପତ୍ର ପ୍ରେରଣ କରିଥିଲେ ।
କିନ୍ତୁ ପୂର୍ବରୁ ଅସାଧୁ ପ୍ରକ୍ରିୟାରେ ପଦୋନ୍ନତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମହଲରେ ଛନକା ଦେଖା ଦେଇଛି । ସେହି ପୂରୁଣା ଓ ତୃଟିପୂର୍ଣ୍ଣ ପ୍ରକ୍ରିୟା ଅନୁସାରେ ଚଳିତ ପଦୋନ୍ନତି ତାଲିକା ପ୍ରସ୍ତୁତ କରିବା ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷାଧିକାରୀଙ୍କ ପର୍ଯ୍ୟନ୍ତ କେତେକ ଶିକ୍ଷକ ଉଦ୍ୟମ ଆରମ୍ଭ କରିଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ବିରୋଧ କରିବା ସହିତ କିପରି ଜିଲାରେ ପଦୋନ୍ନତି ପ୍ରକ୍ରିୟାରେ ସ୍ୱଚ୍ଛତା ଅଣାଯାଇ ପାରିବ ସେନେଇ ଶୁକ୍ରବାର ଦିନ ଜିଲ୍ଲା ପ୍ରାଥମିକ ସ୍ନାତକ ଶିକ୍ଷକ ସଂଘ ବୌଦ୍ଧର ଏକ ଜରୁରୀ ବୈଠକ ସଂଘର ସଭାପତି ସୌମିତ୍ରୀ ପ୍ରସାଦ ପଲିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ଶିକ୍ଷାନିର୍ଦ୍ଦେଶାଳୟ ଓଡିଶାଙ୍କ ପଦକ୍ଷେପକୁ ସ୍ୱାଗତ କରାଯାଇଥିଲା । ଚଳିତ ପଦୋନ୍ନତି ତାଲିକା ଯଦି ପୂର୍ବର ତୃଟିପୂଣ୍ଣ ପ୍ରକ୍ରିୟାକୁ ଆଧାର କରି ପଦୋନ୍ନତି ଦିଆଯାଏ ତାହାହେଲେ ନ୍ୟାୟାଳୟର ଦ୍ୱାରସ୍ଥ ହେବୁ ବୋଲି ସଭାପତି ଶ୍ରୀ ପଲିଆ ପ୍ରକାଶ କରିଥିଲେ । ବୈଠକରେ ସଂଘର କର୍ମକର୍ତ୍ତା ରଶ୍ମିରଂଜନ ଦାଶ, ବସନ୍ତ ବିଶ୍ୱାଳ, ଶ୍ରୀବନ୍ତ ନାୟକ, ଅଶୋକ ଘିବେଲା,ହୃଦାନନ୍ଦ ପ୍ରଧାନ, ମୋହନ କରଡିଆ, ଶେଷଦେବ ମେହେର, ତ୍ରୈଲକ୍ୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିବା ଜଣାପଡିଛି ।
ଦେଶୀ ବନ୍ଧୁକ ସହ ଶୀକାରୀ ଗିରଫ,ଆଠ କେଜି କୁଟୁରା ମାଂସ ଜବତ
ବୌଦ୍ଧ,୧୪/୫ : ବøଦ୍ଧ ବନବିଭାଗ ପକ୍ଷରୁ ଜଣେ ଶିକାରୀକୁ ଶୁକ୍ରବାର ଦିନ ଗିରଫ କରାଯାଇଥିବା ଜଣାପଡିଛି । ସୁଚନା ମୁତାବକ ବୌଦ୍ଧ ରେଂଜ ପକ୍ଷରୁ ବଘିଆପଡା ସେକସନର ବନ କର୍ମଚାରୀ ମାନେ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ କରୁଥିଲେ । ପେଟ୍ରୋଲିଂ ସମୟରେ ଶିକାରୀ ଜଣକ ଦୌଡିବାକୁ ପଲାଇବାକୁ ଯାଉଥିବା ବେଳେ ବନ କର୍ମଚାରୀ ତାକୁ ଧରିବାକୁ ସଫଳ ହୋଇଥିଲୋ ।
ଶିକାରୀ ଜଣକ ହେଲେ ବୌଦ୍ଧ ଥାନା ନୂଆପଡା ଗ୍ରାମର ସଭାଜନ ପ୍ରଧାନ । ବନକର୍ମଚାରୀ ମାନେ ଶିକାରୀ ସଭାଜନ ଠାରୁ ଏକ ଦେଶି ବନ୍ଧୁକ ଜବତ କରିବା ସହ ୮ କେଜି କୁଟୁରା ମାଂସ,ଗନ ପାଉଡର, ଟାଙ୍ଗିଆ ଜବତ କରିବା ସହ ତାକୁ ଗିରଫ କରିଥିଲେ । ଏହି ଚଢାଉରେ ଏସିଏଫ ଆଶିଷ କହଁର,ଫରେଷ୍ଟର ସ୍ୱାଧୀନ ସାମଲ,ଫରେଷ୍ଟ ଗାର୍ଡ ପ୍ରକାଶ ପ୍ରଧାନ,ପଦ ବାଘ,ମନୋରଂଜନ ନାୟକ ପ୍ରମୁଖ ସାମିଲଥିଲେ ।

ନୂଆଖାଇ ପରଦିନ ବୌଦ୍ଧଜିଲାକୁ ମିଳିଲା ସ୍ୱତନ୍ତ୍ର ଛୁଟି
ବୌଦ୍ଧ,୧୪/୫ : ବୌଦ୍ଧ ଜିଲ୍ଳାପାଳ ସତ୍ୟରଂଜନ ସାହୁଙ୍କ ସୁପାରିଶ କ୍ରମେ ପଶ୍ଚିମ ଓଡିଶାର ପାରମ୍ପାରିକ ଗଣପର୍ବ ନୁଆଁଖାଇ ଉତ୍ସବର ପରଦିନ ବୌଦ୍ଧ ଜିଲ୍ଲକୁ ସ୍ୱତନ୍ତ୍ର ଭାବେ ଛୁଟି ଘୋଷଣା କରିଛନ୍ତି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୋଟିଫିକେସନ ନମ୍ବର ୩୪୦୭୦. ତା ୦୧.୧୧.୨୦୨୨ କ୍ରମେ ଉତରାଞ୍ଚଳ ରାଜସ୍ୱ କମିଶନରଙ୍କ ସାଧାରଣ ଏବଂ ବିବିଧ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୪୬୦୧,ତା ୧୨.୫.୨୩ରେ ବୌଦ୍ଧଜିଲ୍ଲା ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି । ଏହାଦ୍ୱାରା ଜିଲ୍ଲବାସୀ ଧୁମଧାମରେ ନୁଆଁଖାଇ ପର୍ବ ପାଳନ କରିପାରିବେ ।

ଅପରେସନ ସଂଜିବନୀ, ମହାରାଷ୍ଟ୍ରରେ ଫସିରହିଥିବା ୨୪ ପ୍ରବାସୀ ଶ୍ରମିକ ଉଦ୍ଧାର
ବୌଦ୍ଧ,୧୪/୫ : ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ଅପରେସନ ସଂଜିବନୀ ମାଧ୍ୟମରେ ବାହାର ରାଜ୍ୟରେ ନିର୍ଯ୍ୟାତିତ ହେଉଥିବା ୨୪ ଜଣ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଗତ ୭ ମାସ ତଳେ ଦାଦନ ସର୍ଦ୍ଦାର ଦ୍ୱାରା ପ୍ରଲୋଭିତ ହୋଇ କଣ୍ଟାମାଳ ବ୍ଲକର ତିନୋଟି ଗ୍ରାମ ମଲିକୁଦ,ବରଡିପଦର ଓ ବଘାର ରୁ ୧୯ ଜଣ ଶ୍ରମିକ ଇଟାଭାଟିରେ କାର୍ଯ୍ୟ କରିବା ପାଇଁ ଯାଇଥିଲେ ।
ସେମାନଙ୍କ ସହିତ ପରିବାର ସଦସ୍ୟ ଭାବରେ ୫ ଜଣ ନାବାଳକ ଓ ନାବାଳିକା ମଧ୍ୟ ଯାଇଥିଲେ । ଏହି ପ୍ରବାସୀ ଶ୍ରମିକମାନେ ମହରାଷ୍ଟ୍ର ରାଜ୍ୟର ପୁନେଠାରୁ ୮୦ କିଲୋମିଟର ଦୂର ଜାମ୍ବେଠାରେ ଇଙ୍କାଭାଟି ନିର୍ମାଣରେ ନିୟୋଜିତ ହୋଇଥିଲେ ।
ଘରୁ ଯିବା ସମୟରେ ଦାଦନ ସର୍ଦ୍ଦାର ମାସିକ ୪୦ ହଜାର ଟଙ୍କା ପାରିଶ୍ରମିକ ଦେବାକୁ କହିଥିବାବେଳେ ସେଠାରେ ଶ୍ରମିକମାନେ ପହଞ୍ଚିବାପରେ ସେମାନଙ୍କୁ ଦିନ ମଜୁରିଆ ଭାବରେ ପାରିଶ୍ରମିକ ପ୍ରଦାନ କରିବାକୁ ଭାଟି ମାଲିକ କହିଥିଲେ ଏବଂ ଦିନ ରାତି କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲେ । ଫଳରେ ଶ୍ରମିକମାନେ ଦାଦନ ସର୍ଦ୍ଦାର ଦ୍ୱାରା ଠଳାମୀର ଶୀକାର ହେବା ସହିତ ଇଟାଭାଟି ମାଲିକଙ୍କ ଗୁଣ୍ଡାମାନଙ୍କ ଦ୍ୱାରା ନିର୍ଯ୍ୟାତନାର ଶୀକାର ହୋଇଥିଲେ । ଶ୍ରମିକମାନେ ଯେପରି କାର୍ଯ୍ୟସ୍ଥଳରୁ ଖସି ନଯିବେ ସେଥିପାଇଁ ମାଲିକଙ୍କ ଗୁଣ୍ଡାମାନେ ସେଠାରେ ଦିନରାତି ଜଗି ରହିଥିଲେ ।
କୌଣସିମତେ ଏହି ସୂଚନା ପ୍ରବାସୀ ଶ୍ରମିକଙ୍କ ପରିବାର ନିକଟରେ ପହଞ୍ଚିବା ପରେ ସେମାନଙ୍କ ପରିବାର ସଦସ୍ୟମାନେ ଜିଲ୍ଳାପାଳ ସତ୍ୟରଂଜନ ସାହୁଙ୍କୁ ସାକ୍ଷାତ କରି ତାଙ୍କ ପରିବାରଲୋକଙ୍କୁ ବାହାର ରାଜ୍ୟରୁ ଉଦ୍ଧାର କରି ଆଣିବାକୁ ଆକୁଳ ନିବେଦନ କରିଥିଲେ । ଜିଲ୍ଲାପାଳ ଶ୍ରୀ ସାହୁ ତତକ୍ଷଣାତ ପଦକ୍ଷେପ ଗ୍ରହଣ କରି ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଡକାଇ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏ ସଂପର୍କରେ ଜିଲ୍ଲାପାଳଙ୍କ ରିପୋର୍ଟକ୍ରମେ ବାହାରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାର ୮୦ ହଜାର ଟଙ୍କା ମଂଜୁର କରିଥିଲେ ।
ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଅପରେଶନ ସଂଜିବନୀ ମାଧ୍ୟମରେ ଏକ ଟିମ ଗଠନ କରାଯାଇଥିଲା । ଏ ସଂପର୍କରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା ।
ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପାଇକରାୟ,କର୍ମଚାରୀ କାହ୍ନୁଚରଣ ମହାରଣା ଓ ପୁଲିସ ଇନିସପେକ୍ଟର ଗୋପୀନାଥ ପ୍ରଧାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ମହାରାଷ୍ଟ୍ର ପ୍ରେରଣ କରାଯାଇଥିଲା । ଆରକ୍ଷୀ ଅଧିକ୍ଷକ ଶ୍ରୀପ୍ରସାଦ ବ୍ୟକ୍ତିଗତ ଭାବରେ ମହାରାଷ୍ଟ୍ର ପୁଲିସ,ରେଳବିଭାଗ ସହିତ ଯୋଗାଯୋଗ କରି ଏହି ଉଦ୍ଧାର କାର୍ଯ୍ୟକୁ ପରିଚାଳନା କରିଥିଲେ ।
ଉଦ୍ଧାରକାରୀ ଟିମ ପୁନେ ର ଜାମ୍ବେଠାରେ ପହଞ୍ଚିବାପରେ ଇଟାଭାଟି ମାଲିକଙ୍କ ଗୁଣ୍ଡାମାନେ ଶ୍ରମିକମାନଙ୍କୁ ଛାଡୁନଥିବାବେଳେ ଏନେଇ ସେଠାରୁ ବୌଦ୍ଧ ଏସପି ଶ୍ରୀପ୍ରସାଦଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ଶ୍ରୀପ୍ରସାଦ ପୁନେ ପୁଲିସ ସହିତ ଆଲୋଚନା କରି ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ପର୍ଯ୍ୟାପ୍ତ ପୁଲିସ ବଳ ଯୋଗାଇଦେବା ପରେ ଶ୍ରମିକ ପରିବାରମାନେ ଉଦ୍ଧାର ହୋଇପାରିଥିଲେ । ରେଳ ବିଭାଗ ସହିତ ଆଲୋଚନା କରି ଶ୍ରମିକମାନଙ୍କ ଫେରିବା ପାଇଁ ବ୍ୟବସ୍ଥା କରାଯିବାପରେ ସେମାନେ ସୁରକ୍ଷିତ ଭାବରେ ଆସି ଝାରସୁଗୁଡା ଷ୍ଟେସନରେ ଓହ୍ଲାଇଥିଲେ ।
ସେଠାରୁ ଜିଲ୍ଲ ପୁଲିସର ଏକ ସ୍ୱତନ୍ତ୍ର ଗାଡି ଶ୍ରମିକମାନଙ୍କୁ ନେଇ ବୌଦ୍ଧ ଫେରିଥିଲା । ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରମିକମାନଙ୍କୁ ସଫଳତାର ସହିତ ଉଦ୍ଧାର କରାଯାଇପାରିଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର,ଏସଡିପିଓ ଆନନ୍ଦବର୍ଦ୍ଧନ ଗୁରୁ,ଡିଆଇବି ଡିଏସପି ଦେବାଶିଷ ଧଳ,ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପାଇକରାୟ,ସହକାରୀ ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ଅପରେସନ ସଂଜିବନୀରେ ଉଦ୍ଧାର ପରେ ପ୍ରବାସୀ ଶ୍ରମିକଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଥଇଥାନକୁ ଗୁରୁତ୍ୱ

ବୌଦ୍ଧ,୧୪/୫: ଅପରେସନ ସଂଜିବନୀ ମାଧ୍ୟମରେ ରାଜ୍ୟ ବାହାରେ ନିର୍ଯ୍ୟାତନାର ଶିକାର ହେଉଥିବା ୨୪ ଜଣ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲାକୁ ଫେରାଇ ଅଣାଯାଇଛି । ଏଥିପାଇଁ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ପ୍ରତ୍ୟେକ୍ଷ ହସ୍ତକ୍ଷେପ ଫଳରେ ସଫଳତାର ସହିତ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରିଥିବାବେଳେ ସେମାନଙ୍କୁ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲାପାଳ ଶ୍ରୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ମୁତାବକ ଶ୍ରମିକମାନେ ଫେରିବା ପରେ ସେମାନଙ୍କ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଉଦ୍ଧାର କରାଯାଇଥିବା ସମସ୍ତ ଶ୍ରମିକଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀସାହୁ ବ୍ୟକ୍ତିଗତ ଭାବରେ ଆଲୋଚନା କରିଥିଲେ ।ଶ୍ରମିକମାନେ ପ୍ରଶାସନର ତତ୍ପରତା ଯୋଗୁଁ ସେମାନେ ଉଦ୍ଧାର ପାଇପାରିଥିବା ନେଇ ଭାବବିହ୍ୱଳ ହୋଇ କୃତଜ୍ଞତା ପ୍ରକାଶ କରିଥିଲେ । ଜିଲ୍ଲାପାଳ ଶ୍ରମିକମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିବା ସହିତ ସେମାନେ ଅର୍ଥ ଲୋଭରେ ଆଉ ରାଜ୍ୟ ବାହାରକୁ ନଯାଇ କିପରି ସୁରକ୍ଷିତ ଭାବରେ ଜୀବନ ଜିବିକା ନିର୍ବାହ କରିବେ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କୁ ଥଇଥାନ କରାଯିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଶ୍ରମିକମାନଙ୍କ ମଧ୍ୟରେ ୫ ଜଣ ଶିଶୁ ରହିଥିବାବେଳେ ସେମାନଙ୍କ ପାଠପଢା ବ୍ୟବସ୍ଥା କରାଇବାକୁ ଜିଲ୍ଲ ସମାଜ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସମସ୍ତ ଶ୍ରମିକ ପରିବାରକୁ ତତ୍କାଳ ୨ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିଲା ଏବଂ ଜିଲ୍ଲା ଜରୂରୀକାଳୀନ ବିଭାଗ ପକ୍ଷରୁ ଏକ ହାଇଜେନିକ କିଟ୍ ସହ ଗୋଟିଏ ଲେଖାଏଁ ବାଲଟି ଓ ମଗ୍ ପ୍ରଦାନ କରାଯାଇଥିଲା । ସୋମବାର ଦିନ ଏକ ସ୍ୱତନ୍ତ୍ର ଡାକ୍ତରୀଦଳ ଦ୍ୱାରା କଣ୍ଟାମାଳ ଚିକିତ୍ସାଳୟଠାରେ ସମସ୍ତ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହିତ ପ୍ରତ୍ୟେକ ଶ୍ରମିକ ପରିବାରକୁ ଲେବର କାର୍ଡ ପ୍ରଦାନ କରାଯାଇ ମନେରେଗା ଓ ଅନ୍ୟାନ୍ୟ ଯୋଜନାରେ ସେମାନଙ୍କୁ କାମ ଦେଇ ଥଇଥାନ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଯୋଗଣ ବିଭାଗ ପକ୍ଷରୁ ମାର୍କେଟିଂ ଇନସପେକ୍ଟରଙ୍କ ଦ୍ୱାରା ଅନୁଧ୍ୟାନ କରାଯାଇ ଯେଉଁ ପରିବାରମାନେ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ତୁରନ୍ତ ଚାଉଳ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସେହିପରି ଗ୍ରାମାଞ୍ଚଳରେ ମାଇକ୍ରୋ ଫାଇନାନସ କମ୍ପାନୀମାନଙ୍କ ଦ୍ୱାରା ଶୋଷଣର ଶୀକାର ହୋଇ ଶେଷରେ କାମ ଧନ୍ଦା ଅନ୍ୱେଷଣରେ ପରିବାରମାନେ ଗ୍ରାମ ଛାଡି ରାଜ୍ୟ ବାହାରକୁ ଚାଲି ଯାଉଥିବା ଓ ନିର୍ଯ୍ୟାତନାର ଶିକାର ହେଉଥିବା କାରଣରୁ ଏନେଇ ନେଇ ଗ୍ରାମରେ ସଚେତନତା ସଭା କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର,ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟନାରାୟଣ ବେହେରା,ବାଲ୍ୟ ବିବାହ ନିଷେଧ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ, ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପାଇକରାୟ,ସହକାରୀ ଶ୍ରମ ଅଧିକାରୀ କନ୍ୟାକୁମାରୀ ସାହୁ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031