Indus Valley Times

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ

 Breaking News

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ

July 15
20:16 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୭:ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ପରିସର ରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ବୌଦ୍ଧପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହିତ ଶୃଙ୍ଖଳିତ ଜୀବନ ଚରିତ୍ର ଗଠନ କରିବାପାଇଁ ପ୍ରବର୍ତ୍ତାଇଥିବା ବେଳେ ବିଭାଗୀୟ ମୂଖ୍ୟ ଡ.ଶରତ ଚନ୍ଦ୍ର ପତି ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଛାତ୍ର ଜୀବନରେ ଅର୍ନ୍ତଦୃଷ୍ଟି ସମ୍ପନ୍ନ ହୋଇ ଉତ୍ତମ ଚରିତ୍ର ଗଠନ ପୂର୍ବକ ସଫଳତାର ଶିର୍ଷକୁ ପହଞ୍ଚିବାପାଇଁ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଅଧ୍ୟାପିକା ବାସନ୍ତି ପଧାନ . ଓଡିଆ ଅଧ୍ୟାପିକା ତପସ୍ବିନୀ ପ୍ରଧାନ . ଓଡିଆ ଅଧ୍ୟାପକ ଡ.ଦାଶରଥି ବିଶ୍ବାଳ ,ଅଧ୍ୟାପକ ତ୍ରିନାଥ ରଣା ଅତିଥି ଭାବରେ ଯୋଗଦେଇଥିଲେ ।
ଆୟୋଜିତ ସମାରୋହରେ ଯୁକ୍ତ ତିନି ଦ୍ବି୍ତୀୟ ପର୍ଯ୍ୟାୟ ଛାତ୍ରୀ ଶ୍ରଦ୍ଧାଞ୍ଜଳି ସାହୁ ପରିଚାଳନା କରିଥିବା ବେଳେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ବିଦାୟ କାଳୀନ ଉପହାର ପ୍ରଦାନକରି ମହାବିଦ୍ୟାଳୟରେ ବିତିଯାଇଥିବା ବିଗତ ଦିନର ମଧୁର ସ୍ମୃତିକୁ ମନେପକାଇ ସଭିଏଁ ନିଜସ୍ବ ଶୈଳିରେ ଶୃତିଚାରଣ କରି ବିଦାୟକାଳୀନ ସମାରୋହକୁ ବେଶ ଉପଭୋଗ କରିଥିଲେ ।
ଶେଷରେ ଯୁକ୍ତ ତିନି ଚତୁର୍ଥ ପର୍ଯ୍ୟାୟର ଛାତ୍ରୀ ଜୟଶ୍ରୀ ଖେତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ଓଡିଆ ସାହିତ୍ୟ ଓ ଭାଷା ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ ।
ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରୁ ଗଛ କାଟା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଡିଏଫଓ
ବୌଦ୍ଧ,୧୫/୭: ବୌଦ୍ଧ ଜିଲ୍ଲା ବୌଦ୍ଧରେଂଜ ଅନ୍ତର୍ଗତ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରୁ ଦୁବୃର୍ତ୍ତମାନେ ଅବାଧରେ ଗଛ କଟାଯାଇଥିବା ନେଇ ଡିଏଫଓଙ୍କ ଠାରେ ଦେବଗଡ ଗ୍ରାମବାସୀ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଏସିଏଫ ଆଶିଷ କହଁରଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଂଚି ଏହାର ତଦନ୍ତ ଆରମ୍ଭ କରିଛି । କେତେଗଛ କଟିଛି କଟା ଯାଇଥିବା ଖୁଣ୍ଟା ଗଣତି କାର୍ଯ୍ୟ କରାଯାଉଛି । ଟିମରେ ଫରେଷ୍ଟର ସ୍ୱାଧିନ ସାମଲ,ଫରେଷ୍ଟ ଗାର୍ଡ ଦୀପକ ନାଏକ ସାମିଲ ହୋଇଛନ୍ତି ।
ବୌଦ୍ଧ: ସବିତାକୁ କେବେ ମିଳିବ ଭତା
ବୌଦ୍ଧ,୧୫/୭: ସରକାର ବୃଦ୍ଧବୃଦ୍ଧା, ବିଧବାଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତ ଯୋଗାଇ ଦେଉଥିବା ବେଳେ ସେମାନଙ୍କ ସୁବିଧା ପାଇଁ ଭତ୍ତା ମଧ୍ୟ ପ୍ରଦାନ କରୁଛନ୍ତି । ହେଲେ ସରକାରଙ୍କ ଏହି ସୁବିଧା ବିଭିନ୍ନ ସମୟରେ ପ୍ରକୃତ ହିତାଧିକାରୀ ଭତ୍ତା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଏଭଳି ଏକ ଘଟଣା ବୌଦ୍ଧ ଜିଲ୍ଲା ଟିକରପଡା ପଂଚାୟତର ଗୁରୁଜିମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି ।
ଗୁରୁଜିମୁଣ୍ଡା ଗ୍ରାମର ଜଣେ ବିଧବା ମହିଳା ଭତ୍ତା ପାଇବା ପାଇଁ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଭତ୍ତା ପାଇବାରୁ ବଂଚିତ ହୋଇଛନ୍ତି । ସୂଚନା ମତେ, ଗୁରୁଜିମୁଣ୍ଡା ଗ୍ରାମର ସବିତା କହଁରଙ୍କ ସ୍ୱମୀ ଗତ ତିନି ବର୍ଷ ତଳେ ମୃତ୍ୟୁ ଘଟିଥିବା ବେଳେ ଏବେ ସବିତାଙ୍କ ଉପରେ ପରିବାର ବୋଝ ।
ପରିବାର ଚଳାଇବାକୁ ମୁଲ ମଜୁରୀ କରି ଚଳୁଥିବା କହୁଥିବା ବେଳେ ବିଧବା ଭତ୍ତା ପାଇବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ । ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଭତ୍ତା ପାଇବାରୁ ବଂଚିତ ହୋଇଛନ୍ତି ।
ତାଙ୍କର ଦୁଇ ଝିଅ ଥିବା ବେଳେ ସେମାନଙ୍କ ଭବିଶ୍ୟତକୁ ନେଇ ସବିତା ଚିନ୍ତାରେ ପଡିଯାଇଛନ୍ତି । ଏହି ପରିବାରର ଆର୍ଥିକ ସମସ୍ୟା କୁ କିଛିଟା ଦୂର କରିବା ପାଇଁ ତାଙ୍କୁ ବିଧବା ଭତା ପ୍ରଦାନ କରାଗଲେ ତାଙ୍କର ଆର୍ଥିକ ଅବସ୍ଥା ସୁଧରିବାରେ ସହାୟକ ହୁଅନ୍ତା ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।
ପିପଳକଟା ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
ବୌଦ୍ଧ,୧୫/୭:ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପିପଳକଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବିଣ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଂଜୟ ଘିବେଲା, ୱାର୍ଡ ମେମ୍ବର ନନ୍ଦିରାଜ ଜଗଦଲା,ଶ୍ରୀଧର ମୁଦୁଲି,ପ୍ରଶାନ୍ତ ସାହୁ,ପ୍ରବିଣ ପ୍ରଧାନ,କଳ୍ପନା ଭୋଇ, ତିଳତମା ଦେହୁରୀ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031