Indus Valley Times

ବୌଦ୍ଧ : ପରଲୋକରେ ଗିରୀଶ କୁମାରୀ ପ୍ରଧାନ

 Breaking News

ବୌଦ୍ଧ : ପରଲୋକରେ ଗିରୀଶ କୁମାରୀ ପ୍ରଧାନ

ବୌଦ୍ଧ : ପରଲୋକରେ ଗିରୀଶ କୁମାରୀ ପ୍ରଧାନ
January 29
11:02 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୧: ଓଡିଶାର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଟବର ପ୍ରଧାନଙ୍କ ଧର୍ମପତ୍ନୀ ତଥା ବର୍ତମାନ କ୍ୟାବିନେଟ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଶାଶୁ ଗିରୀଶ କୁମାରୀ ପ୍ରଧାନ ଇହଲୀଳା ତ୍ୟାଗ କରିଛନ୍ତି ।
ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ହେତୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ କ୍ଷ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।
ସେ ଜଣେ ଧର୍ମପରାୟଣ ମହିଳା ଥିବା ବେଳେ ୧୯୮୫ ସାଧାରଣ ନିର୍ବାଚନରେ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିବା ବେଳେ ଏ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031