Indus Valley Times

ବୌଦ୍ଧ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ପରିଚାଳନା କମିଟି ବୈଠକ ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲାପାଳ

 Breaking News

ବୌଦ୍ଧ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ପରିଚାଳନା କମିଟି ବୈଠକ ଅନୁଷ୍ଠିତ, ଯୋଗଦେଲେ ଜିଲ୍ଲାପାଳ

August 21
20:11 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୧/୮ : ଗୁରୁବାର ଦିନ ଦିବା ୧୧ ଘଣ୍ଟା ସମୟରେ ବୌଦ୍ଧ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ ବିଦ୍ୟାଳୟର ଅଧ୍ୟକ୍ଷ ସନକ ମେହେର ବିବରଣୀ ଉପସ୍ଥାପନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ସହକାରୀ ଜିଲ୍ଲାପାଳ ଚାନ୍ଦିନି ମେହେର, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେ, ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ବ୍ରମ୍ହଦେଓ ପ୍ରସାଦ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ଓ କମିଟିର ସମସ୍ତ ସଦସ୍ୟ ବୃନ୍ଦ ଓ ଅନ୍ୟ ଅଧିକାରୀ ମାନେ ବୈଠକରେ ଯୋଗ ଦେଇ ବିଦ୍ୟାଳୟ ପରିଚାଳନା ସମ୍ପର୍କିତ ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଏହି ବୈଠକରେ ଛାତ୍ରଛାତ୍ରୀ ମାନଙ୍କ ଶୈକ୍ଷିକ ଅଭିବୃଦ୍ଧି ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସର୍ଗୀକୃତ ଭାବେ ପାଠ ପଢାଇବା , କିଶୋର୍ ବାଳକ ବାଳିକା ମାନଙ୍କ ସ୍ୱାସ୍ଥ୍ୟ ର କାଉନସିଲିଙ୍ଗ କରିବା, ମାଟ୍ରିକ୍ ପରୀକ୍ଷା ରେ ଭଲ ମାର୍କ ରଖିବା ପାଇଁ କ୍ଲାସ ୮ ରୁ ସେମାନଙ୍କ ପାଠ ପଢା ପ୍ରତି ଧ୍ୟାନ ଦେବା ସହିତ ଭଲ ମାର୍କ ନ ରଖୁ ଥିବା ପିଲା ଙ୍କୁ କାଉନସି ଲିଙ୍ଗ କରିବା ଉଭୟ ଶିକ୍ଷାନୁଷ୍ଠାନର ଶିକ୍ଷକ , ଅଭିଭାବକ ଙ୍କ ଦାୟିତ୍ଵ ଓ ଛାତ୍ରଛାତ୍ରୀ, ଶିକ୍ଷକ ଉଭୟ ଧ୍ୟାନ ଦେବା ଉଚିତ ବୋଲି ଶ୍ରୀଯୁକ୍ତ ନାୟକ ମତବ୍ୟକ୍ତ କରିଥିଲେ । ଏଥିସହ ଶିକ୍ଷା ର କ୍ୱାଲିଟି ବଢାଇବା,ଆଲୋଚନା ମାଧ୍ୟମରେ ପିଲାଙ୍କ ଦକ୍ଷତା ବୃଦ୍ଧି କରିବା, ପାଚେରୀ ରେ ବିଭିନ୍ନ ପ୍ରକାର ର ଚିତ୍ର ସ୍ଥାନିତ କରାଯିବା, ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ, ଫୁଲ ଗଚ୍ଛ ଲଗାଇବା, ପିଲାଙ୍କୁ ବିଜୁଳି,ଘଡଘଡି, ଭୂମି କମ୍ପ, ସାପକାମୁଡା , ଜରୁରୀ କାଳୀନ ସ୍ଥିତି ରେ ନିଜକୁ ବଞ୍ଚାଇବା ସହିତ ଲୋକଙ୍କ ଧନ , ଜୀବନ ରକ୍ଷା ବିଷୟରେ ତାଲିମ୍ ଦେବା, ଆଦର୍ଶ ଶିକ୍ଷକ ଭାବରେ ପିଲାଙ୍କ ସୁବିଧା, ଅସୁବିଧା ବିଷୟରେ ଧ୍ୟାନ ଦେବା ଆଦି ବିଷୟରେ ଜିଲ୍ଲା ପାଳ ମତବ୍ୟକ୍ତ କରିଥିଲେ ।
ବୈଠକ ଆରମ୍ଭ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ସ୍ୱାଗତ୍ ସଙ୍ଗୀତ ପରିବେଷଣ କରିଥିଲେ ।
ବୈଠକ ଶେଷରେ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ବିଶ୍ଵାଳ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031