Indus Valley Times

ବୌଦ୍ଧ ପୌର ନିର୍ବାଚନ, ଏଥର ତ୍ରିମୁଖି ପ୍ରତିଦ୍ୱନ୍ଦିତା

 Breaking News

ବୌଦ୍ଧ ପୌର ନିର୍ବାଚନ, ଏଥର ତ୍ରିମୁଖି ପ୍ରତିଦ୍ୱନ୍ଦିତା

ବୌଦ୍ଧ ପୌର ନିର୍ବାଚନ, ଏଥର ତ୍ରିମୁଖି ପ୍ରତିଦ୍ୱନ୍ଦିତା
March 22
10:28 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୨/୩: ୧୭ ଗୋଟି ୱାର୍ଡକୁ ନେଇ ଗଠିତ ବୌଦ୍ଧଗଡ ଏନଏସି ଚଳିତ ନିର୍ବାଚନରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେଉଥିବାର ବର୍ତ୍ତମାନ ପ୍ରଚାରରୁ ଜଣାପଡିଛି । ବିଜେଡି, ବିଜେପି ଓ କଂଗ୍ରେସ ଏହି ତିନିଦଳ ମୁଖ୍ୟତଃ ପ୍ରଚାର ଜୋରସୋରରେ ଆରମ୍ଭ କରିଦେଇଛନ୍ତି ।
ଗତ ତିନିଥର ଧରି ବିଜେଡି ବୌଦ୍ଧଗଡ ଏନଏସିରେ ଶାସନ କରି ଆସିଥିବାବେଳେ ବର୍ତ୍ତମାନ ପୁଣି ଏହି ଗଡକୁ ଅକ୍ତିଆର କରିବା ପାଇଁ ରଣ କୌଶଳ ଆରମ୍ଭ କରିଦେଇଛି । ଜିଲ୍ଳାର ଏକମାତ୍ର ଏହି ଏନଏସି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ରହିଥିବାରୁ ବୌଦ୍ଧ ବିଧାୟକଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି ।
ତେଣୁ ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ସିଧାସଳଖ ଭୋଟର ଚୟନ କରୁଥିବାରୁ ଦଳ ପକ୍ଷରୁ ଜଣେ ଅଭିଜ୍ଞ,ଦକ୍ଷ ଯୁବନେତା ତଥା ବର୍ତ୍ତମାନ ଦଳର ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ରଣାଙ୍ଗନାରେ ଠିଆ କରେଇଛି । ଶ୍ରୀମିଶ୍ର ଛାତ୍ର ସମୟରୁ ରାଜନୀତିରେ ପ୍ରବେଶ କରି ରଣାଙ୍ଗନାରେ ବିଭିନ୍ନ କୌଶଳ ପ୍ରୟୋଗକରି ଭୋଟରଙ୍କୁ ମନାଇବାରେ ମାହିର ରହିଛନ୍ତି ।
ତେଣୁ ଚଳିତ ନିର୍ବାଚନରେ ନମ୍ରତାରସହ ମତଦାତାଙ୍କ ନିକଟରେ ପହଞ୍ôଚ ସହରରେ ହୋଇଥିବା ବିକାଶ ଓ ନବିନ ସରକାରର ବିଭିନ୍ନ ଜନହିତକାରୀ ଯୋଜନାକୁ ମନ୍ତ୍ରକରି ନିର୍ବାଚନ ବୈତରଣୀ ପାର ହୋଇ ଗଡ ଅକ୍ତିଆର କରିବା ଲକ୍ଷ୍ୟ ରଖିଛନ୍ତି ।
ତାଙ୍କରି ପ୍ରଚାରରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ନିଜର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବାପାଇଁ ପ୍ରାର୍ଥୀ ଶ୍ରୀମିଶ୍ରଙ୍କୁ ବିଜୟୀ କରିବାପାଇଁ ମଙ୍ଗଧରି ରଣାଙ୍ଗନାରେ ଅବତୀର୍ଣ୍ଣ ହୋଇଛନ୍ତି । ସେହିପରି ବିଜେପି ଦଳ ମଧ୍ୟ ଜଣେ ଦୃଢମନା ଯୁବ ନେତୃତ୍ୱ ତଥା ସାମ୍ବାଦିକ ଯୁଗଳ କିଶୋର ସାମଲଙ୍କୁ ଅଧ୍ୟକ୍ଷ ପ୍ରାର୍ଥୀ କରିଛି ।
ଶ୍ରୀ ସାମଲ ମଧ୍ୟ ଛାତ୍ର ଅବସ୍ଥାରୁ ରାଜନୀତି କରି ବିଭିନ୍ନ ଅନୁଷ୍ଠାନରେ ନେତୃତ୍ୱ ନେଇ ସୁଚାରୁ ରୁପେ କାର୍ଯ୍ୟ ସଂପାଦନ କରିପାରିଛନ୍ତି । ବର୍ତ୍ତମାନ ଦୈନିକ ଓଡିଆ ଖବରକାଗଜ ହୀରାଞ୍ଚଳର ସଂପାଦକ ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି । ପୁର୍ବରୁ ଦୁଇଦୁଇଥର କାଉନସିଲର ସିଟକୁ ଅକ୍ତିଆର କରି ପାରିଥିବା ଶ୍ରୀସାମଲ ବୌଦ୍ଧ ଏନଏସି ଭୋଟରଙ୍କୁ ମନାଇବାରେ ମାହିର ।
ପରିବର୍ତ୍ତନର ନାରାଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦର୍ଶକୁ ପାଥେୟକରି ପ୍ରାଚୀନ କୀର୍ତ୍ତୀରାଜୀଭରା ବୌଦ୍ଧ ସହର ଓଡିଶା ମାନଚିତ୍ରରେ ଏକ ଉନ୍ନତ ସହରର ସ୍ୱପ୍ନ ମତଦାତାଙ୍କୁ ମନାଇବାରେ ଲାଗିପଡିଛନ୍ତି । ଦଳର ଅଭିଜ୍ଞ ନେତା ଓ କର୍ମିଙ୍କୁ ଏକତ୍ରିତଭାବେ ନିଜ ସାଙ୍ଗରେ ନେଇ ନିର୍ବାଚନ ରଣାଙ୍ଗନାରେ ଅବତିର୍ଣ୍ଣ ହୋଇଛନ୍ତି ।
ସେହପରି କଂଗ୍ରେସ ଦଳ ପକ୍ଷରୁ ସମାଜସେବୀ ଗଣେଷଲାଲ ଅଗ୍ରୱାଲାଙ୍କୁ ଦଳ ଏଥର ଅଧ୍ୟକ୍ଷ ପ୍ରର୍ଥୀଭାବେ ଛିଡା କରେଇଛି । ନିଜର ମେଳାପି ଓ ପରୋପକାର ଗୁଣକୁ ମନ୍ତ୍ର କରି ସହରର ବିକାଶ ତଥା ଗରିବଙ୍କୁ ସହାୟତା ତାଙ୍କର ମୁଳଲକ୍ଷ୍ୟ କରି ମତଦାତାଙ୍କର ନିକଟତର ହେବାକୁ ପ୍ରୟାସ ଜାରି ରଖିଛନ୍ତି ।
ଦଳର ଜିଲ୍ଲା ସଭାପତି ନବ ମିଶ୍ରଙ୍କଭଳି ଅଭିଜ୍ଞ ରାଜନେତା ତଥା ଆଇନଜୀବୀଙ୍କୁ ସାରଥିକରି ସେ ଏହି ରଣାଙ୍ଗନାରେ ଅବତୀର୍ଣ୍ଣ ହୋଇଛନ୍ତି । ମୋଟ ୮ଜଣ ଅଧ୍ୟକ୍ଷ ପ୍ରର୍ଥୀଙ୍କ ମଧ୍ୟରୁ ମୁଖ୍ୟତଃ ଏହି ତିନିଦଳର ପ୍ରର୍ଥୀଙ୍କ ମଧ୍ୟରେ କଡା ଟକର ହେଉଥିବା ବର୍ତ୍ତମାନ ପ୍ରଚାରରୁ ଜଣାପଡିଛି ।
ଅନ୍ୟ ପାଞ୍ଚଜଣ ପ୍ରାର୍ଥୀ ପ୍ରଚାର ମଇଦାନରେ ସକ୍ରିୟ ରହିଥିବାରୁ ମୁଖ୍ୟତଃ ସରକାରୀ ଦଳ ବିଜେଡି ପାଇଁ ଗଡ ଅକ୍ତିଆରରେ ଅଡୁଆ ହୋଇପାରେ ବୋଲି ସମିକ୍ଷକ ମତ ରଖିଛନ୍ତି । ସବୁ ଦଳିୟ ଓ ନିର୍ଦଳୀୟ ପ୍ରାର୍ଥୀ ଭୋଟରକୁ ମନାଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ।
ଘରକୁ ଘର ବୁଲି ମତଦାତାଙ୍କୁ ନିଜ ସପକ୍ଷରେ ମତଦାନ ପାଇଁ ପ୍ରବର୍ତ୍ତାଉଥିବା ଦେଖିବାକୁ ମିଳିଛି । ତେବେ ବୌଦ୍ଧଗଡ ବିଜ୍ଞାପିତ ଅଂଚଳର ୧୭ଗୋଟି ୱାର୍ଡରେ ୧୫୭୧୦ଜଣ ମତଦାତା ତାଙ୍କର ମତଦାନ କରି କାହାକୁ ଏହି ଗଡର ମୁଖିଆଭାବେ ଚୟନ କରୁଛନ୍ତି ତାହା ଆଗାମୀ ଦିନରେ ଦେଖିବା ବାକି ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031