Indus Valley Times

ବୌଦ୍ଧ: ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବନ୍ୟାଞ୍ଚଳରେ ଗୋଖାଦ୍ୟ ବଣ୍ଟନ

 Breaking News

ବୌଦ୍ଧ: ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବନ୍ୟାଞ୍ଚଳରେ ଗୋଖାଦ୍ୟ ବଣ୍ଟନ

August 24
10:54 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ ,୨୪/୮ :ବନ୍ୟା ପ୍ରଭାବିତ ଅଂଚଳରେ ଗୋପାଳକ ମାନଙ୍କୁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ସରସରା ପଂଚାୟତ ର ବନ୍ୟା ପ୍ରଭାବିତ ଅଂଚଳରେ ୧୦୫୦ କେଜି ଗୋଖାଦ୍ୟ ବଣ୍ଟନ କରାଯାଇଛି ।
କଲେଶ୍ୱର ଠାରେ ୩୧ ଜଣ, ମାଉଳସିଙ୍ଗା ୧୨, ସନବାଗବାର ୧୫, ବଡ଼ବଙ୍କାପଡା ୧୫, ସାନବଙ୍କାପଡା ୨୪ ଓ ବଘାରପାଲି ଠାରେ ୩୨ ଜଣ ଗୋପାଳକଙ୍କୁ ଗୋଖାଦ୍ୟ ବଣ୍ଟନ କରାଯାଇଛି ।
ଗୋଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ରେ ପ୍ରାଣୀଧନ ନିରୀକ୍ଷକ ବଢିଙ୍ଗା ଗୌରାଙ୍ଗ ସାହୁ, ସରସରା, ନିରଞ୍ଜନ ପାତ୍ର ଓ କୃତ୍ରିମ ପ୍ରଜନନକାରୀ ମୃଶୁଣ୍ଢୀ ରତନ କୁମାର କର୍ମୀ, ସରସରା ସରପଞ୍ଚ ହରି ନାଏକ, ବଡବଙ୍କାପଡା ୱାର୍ଡ ସଭ୍ୟ ଶୁଶାନ୍ତ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ବନ୍ୟ।ଞ୍ଚଳରେ ସରକାର ଙ୍କ ତରଫରୁ ଗୋଦାନା ବଣ୍ଟନ କରାଯାଇଛି ।
ଜିଆକଟା ଡକାୟତି ଘଟଣା: ଦୁଇମାସ ହେଲା ପୁରୁଣାକଟକ ପୋଲିସ ହାତ ଖାଲି, ନ୍ୟାୟ ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ
ବୌଦ୍ଧ,୨୪/୮ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ପୁରୁଣାକଟକ ଥାନା ଠାରୁ ୫ କିମିି ଦୁରତାରେ ଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ କଡରେ ଥିବା ଜିଆକଟା ଗ୍ରାମର ମାଗିରାମ ବେହେରାଙ୍କ ଘରୁ ଗତ ୫.୬.୨୦୨୨ରିଖରେ ଏକ ବଡ ଧରଣର ଡାକୟତି ହୋଇଥିବା ସହ ଡକାୟତ ମାନେ ମାଗିରାମଙ୍କ ପରିବାରକୁ ମାଡ ମାରି ସମସ୍ତ ସୁନାଗହଣା ସହ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଡକାୟତ ମାନେ ଲୁଟି ସାରିବା ପରେ ଫେରରା ହୋଇଯାଇଥିଲେ । ଏନେଇ ସକାଳୁ ମାଗିରାମ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ପୁରୁଣାକଟକ ଥାନା ପକ୍ଷରୁ ଥାନା କେସ ନଂ ୭୭/୨୨ ରେ ଏକ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଏହି ଡକାୟତି ଘଟଣାରେ ୭ ଜଣ ଡକାୟତ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଯାଣିବାକୁ ପାଇଥିଲା କିନ୍ତୁ ଏହି ଡକାୟତି ଘଟଣାକୁ ୨ ମାସର ଅଧିକ ଦିନ ବିତି ଯାଇଥିଲେ ସୁଧା ପୋଲିସ ଚୋରଙ୍କର କୌଣସି ଟେର ପାଇ ପାରୁନି ।
ଏନେଇ ମାଗିରାମ ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ନ୍ୟାୟ ପାଇ ଦ୍ୱାରସ୍ଥ ହୋଇଥିବା ସହ ପୁରୁଣାକଟକ ଥାନା ପକ୍ଷରୁ ତଦନ୍ତ ଠିକ ହେଉନଥିବା ନେଇ ଲିଖିତ ଅଭିଯୋକ କରିଛନ୍ତି । ଅଭିଯୋଗ ଅନୁଯାୟୀ ଏତେଲା ଦେବାର ୧୫ ଦିନ ପରେ ଗତ ୨୦.୬.୨୦୨୨ରେ ଥାନା ପକ୍ଷରୁ ମାଗିରାମକୁ ନୋଟିସ ହୋଇଥିଲା । ନୋଟିସ ପାଇବା ପରେ ମାଗିରାମ ଥାନାକୁ ଯାଇଥିବା ବେଳେ କିନ୍ତୁ କାହାକୁ ଦେଖା ହୋଇନଥିବା ଅଭିଯୋଗ କରିଛନ୍ତି । ଥାନାବାବୁ ଏହି ଘଟଣାରେ କିୀଛି ତଦନ୍ତ କରୁନଥିବା ନେଇ ମାଗିରାମ ଅଭିଯୋଗ କରିଛନ୍ତି । ଏଣୁ ତଦନ୍ତ କରି ନ୍ୟାୟ ଦେବାକୁ ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଦାବୀ କରିଛନ୍ତି ।
ଟ୍ରାନ୍ସଫରମର ଅଚଳ, ୧୫ଦିନ ହେଲା ଅନ୍ଧାରରେ ଟାଙ୍ଗୁରୁକୁପା ଗାଁ
ବୌଦ୍ଧ,୨୪/୮ : ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରୀବ ପରିବାର ଗୁଡିକ ମାଗଣାରେ ବିଜୁଳି ଯୋଗଇ ଦେବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କିନ୍ତୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ଛତରଙ୍ଗ ପଞ୍ଚାୟତର ଟାଙ୍ଗୁରୁକୁପା ଗାଁ ୧୫ ଦିନ ହେଲା ଅନ୍ଧରରେ ଥିବା ଜଣାପଡିଛି । ଗ୍ରାମବସୀ ମାନେ ବିଦ୍ୟୁତ ବିଭାଗ ପାଖରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ପାଇପାରୁନାହାନ୍ତି ।
ମିଳିଥିବା ସୁଚନା ମୁତାବକ ଛତରଙ୍ଗ ପଞ୍ଚାୟତର ଟାଙ୍ଗୁରୁକୁପା ଏକ ଛୋଟିଆ ଗାଁ ହୋଇଥିବା ବେଳେ ଗାଁଟି ବଣପାହାଡ ଘେରା ଅଟେ । ଦୀର୍ଘ ୧୫ ଦିନ ହେଲା ଗ୍ରାମର ବିଦ୍ୟୁତ ଟ୍ରାନସଫରମଟି ପୋଡି ଯାଇଥିବାରୁ ଗ୍ରାମବାସୀ ମାନେ ଏବେ ଅନ୍ଧାରରେ ଥିବା ବେଳେ ଡିବିରି ଆଲୁଆରେ ଚଳୁଛନ୍ତି । ବିଦ୍ୟୂୁତ ଟ୍ରାନସଫରମଟି ପୋଡି ଯିବା ପରେ ଗ୍ରାମବାସୀ ମାନେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ଜଣାଇଥିଲେ ଓ ବିଦ୍ୟୁତ ବିଭାଗ ପକ୍ଷରୁ ବକେୟା ବିଦ୍ୟୁତ ବିଲ ପଠେଇ କଲେ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି କହିଥିଲେ ।
ଗ୍ରାମବାସୀ ମାନେ ଗ୍ରାମର ଥିବା ବକେୟା ବିଦ୍ୟୁତ ବିଲ ପଠେଇ କରିବା ପରେ ମଧ୍ୟ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ ନେଇ କୌଣସି ପଦକ୍ଷେପ ନେଉନଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।
ଏପଟେ ବିଦ୍ୟୁତ ନଥିବାରୁ ଗ୍ରାମର ପିଲାମାନେ ପାଠ ପଢିପାରୁନଥିବା ବେଳେ ବର୍ତ୍ତମାନ ବର୍ଷା ଯୋଗୁଁ ପାହାଡରୁ ବିଷଧର ସାପ ଆସୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଫଳରେ ରାତି ହୋଇଗଲେ ଗ୍ରାମବାସୀ ଏକ ପ୍ର୍‌କାର ଭୟରେ ରହୁଥିବା ଜଣାପଡିଛି । ଏନେଇ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031