Indus Valley Times

ବୌଦ୍ଧ: ବଲାସିଙ୍ଗାର ୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ

 Breaking News

ବୌଦ୍ଧ: ବଲାସିଙ୍ଗାର ୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ

August 13
23:26 2020

Boudh Report: 3 Covid-19 patients return home after recovery

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ,୧୩/୮– ବୌଦ୍ଧବ୍ଲକ ବଢିଗାଁ ଗ୍ରାମପଂଚାୟତ ବଲାସିଙ୍ଗା ଗ୍ରାମରୁ ଗତ ୬ ତାରିଖରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା । ସମସ୍ତ ତିନି ଜଣ ଆକ୍ରାନ୍ତଙ୍କୁ ତହିଁ ପର ଦିନ ଅର୍ଥାତ୍ ୭ ତାରିଖ ସକାଳେ କୋଭିଡ ହେଲଥ ସେଣ୍ଟରକୁ ଅଣାଯାଇଥିଲା । ସେମାନେ ସେଠାରେ ଚିକିତ୍ସା ହେବା ପରେ ଆଜି ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ସେଥିପାଇଁ ଆତ୍ମୀୟ ସ୍ୱଜନ, ପରିବାର ଓ ଗ୍ରାମବାସୀ ତାଙ୍କୁ ସ୍ୱାଗତ କରିବା ଖୁସିବ୍ୟକ୍ତ କରିଛନ୍ତି । କରୋନାକୁ ଡରିବାର ନାହିଁ କେବଳ ସତର୍କତା ଓ ସଚେତନତା ଦରକାର ବୋଲି ସୁସ୍ଥ ହୋଇ ଫେରିଥିବା ଆକ୍ରାନ୍ତମାନେ ପ୍ରକାଶ କରିଛନ୍ତି ।

ବୌଦ୍ଧ ଜିଲ୍ଲାରେ ପୁଣି ୨୨ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟାହେଲା ୨୫୨

ବୌଦ୍ଧ,୧୩/୮ – ଦିନକୁ ଦିନ ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ୨୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେବା ପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୨ ରେ ପହଞ୍ଚିଛି । ଆଜି ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବୌଦ୍ଧବ୍ଲକ୍ ନାରାୟଣନଗର ଗ୍ରାମରୁ ୯, କଣ୍ଟାମାଳ ବ୍ଲକ୍ କେଉଁଟିପାଲି ଗ୍ରାମରୁ ୨, ଖଲିଆମୁଣ୍ଡା ଗ୍ରାମରୁ ୨ ଓ ବୀରସିଂପୁର ଗ୍ରାମରୁ ୧ ଜଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେହିପରି ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ପଞ୍ଚାୟତରୁ ୫ ଜଣ, ଧଳପୁର, ରାମଗଡ ଓ ଛତ୍ରଙ୍ଗ ଗ୍ରାମ ପଂଚାୟତ ମଧ୍ୟରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

———————
ଚକ ଦବିଯାଇ ଓଲଟିଲା ମାଟି ବୋଝେଇ ହାଇୱା
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/୮- ବୁଟୁପାଲି-ବଘିଆପଡା ରାସ୍ତାର ତେତେଲେଙ୍ଗା ମାତା ମଠ ନିକଟରେ ଆଜି ଦିନ ପ୍ରାୟ ସାଢେ ୧୧ଟା ସମୟରେ ଏକ ମାଟି ବୋଝେଇ ହାଇୱା ରାସ୍ତା କଡରେ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବଘିଆପଡା ପୂର୍ତ୍ତବିଭାଗ ରାସ୍ତା କାମ କରୁଥିବା ଠିକା ସଂସ୍ଥା ଗୋଟିଏ ହାଇୱାରେ ମାଟିବୋଝେଇ କରି ଅନଲୋଡ ପାଇଁ ରାସ୍ତା କଡରେ ସାଇଡ୍ କରୁଥିବା ବେଳେ ମାଟିରେ ଚକ ଦବିଯାଇ ଓଲଟି ପଡିଛି । ହେଲେ ଗାଡିର ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031