Indus Valley Times

ବୌଦ୍ଧ ବିଜୁ ଜନତାଦଳର ଜନ ସମ୍ପର୍କ ପଦଯାତ୍ରା

 Breaking News

ବୌଦ୍ଧ ବିଜୁ ଜନତାଦଳର ଜନ ସମ୍ପର୍କ ପଦଯାତ୍ରା

October 08
10:52 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୧୦ : ବିଜୁ ଜନତାଦଳର ସଭାପତି ମାନ୍ୟବର ନବୀନ ପଟନାୟକଙ୍କ ଆହ୍ୱାନରେ ଆଜି ବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଳେଶ୍ୱର ଠାରୁ ଚାରିଛକ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ସକାଳ ଦଶଘଟିକା ସମୟରେ ତିଳେଶ୍ୱର ବଜାର ଠାରୁ ଏହି ପଦଯାତ୍ରାକୁ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ତିଳେଶ୍ୱର ପୁରୁଣାକଟକ ବଜାର ଅତିକ୍ରମ କରି ଚାରିଛକ ଠାରେ ପହଁଚି ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପ୍ରଦାନ ପରେ ବ୍ଲକକାର୍ଯ୍ୟାଳୟ ସମ୍ମୁଖରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ବିଜୁ ଜନତାଦଳ ର ସମନ୍ୱୟ କମିଟିର ଅଧକ୍ଷ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଉଦବୋଧନ ଦେଈ ଡବଲ ଇଞ୍ଜିନ ସରକାର ଡବଲ ବିକାଶ ନାମରେ କିଭଳି ସାଧାରଣ ଲୋକଙ୍କୁ ପ୍ରତାରିତ କରିଛି ।
ଏ ଯାବତ ଶିକ୍ଷବୃତ୍ତି ପ୍ରଦାନ ଛାତ୍ର ଛାତ୍ରୀଙ୍କୁ ପୋଷାକ ପ୍ରଦାନ ତିନିଶହ ୟୁନିଟ ବିଜୁଳି ତିନି ହଜାର ଭତ୍ତା ଆଦି ଜୁମଲାରେ ପରିଣିତ ହୋଇଛି ସେ ସମ୍ପର୍କରେ ଅବଗତ କରାଇ ଏହା ବିରୁଦ୍ଧରେ ଆଜିଠାରୁ ବୌଦ୍ଧରେ ଲଢେଇ ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ପୂର୍ବତନ ବ୍ଲକ ଅଧକ୍ଷ ତଥା ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ବୌଦ୍ଧ ଏନଏସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଜିଲ୍ଲା ପର୍ଯ୍ୟବେକ୍ଷକ ଚିତ୍ତରଞ୍ଜନ କର୍ଣ୍ଣ ପ୍ରଦୀପ କୁମାର ସାହୁ ପ୍ରମୁଖ ଉଦବୋଧନ ଦେଈ ସମ୍ପ୍ରତି ବ୍ଲକ କାର‌୍ୟ୍ୟାଳୟ ଏ ସରକାର ସମୟରେ କିଭଳି ଦୁର୍ନୀତିର ପେଣ୍ଠସ୍ଥଳ ପାଲଟିଛି କହିବା ସହ ଏ ଲଢେଇକୁ ଆଉ ଥରେ ନବୀନ ପଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଓ ପ୍ରଦୀପ କୁମାର ଅମାତଙ୍କୁ ବିଧାୟକ ନହେବା ପର‌୍ୟ୍ୟନ୍ତ ଏ ଲଢେଇ ଚାଲୁ ରଖିବାକୁ ଉଦବୋଧନ ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ ରାଜ୍ୟ ଯୁଗ୍ନ ସମ୍ପାଦକ ଅଶୋକ ସାହୁ ଅଶୋକ ମେଣ୍ଡୁଳି ବସନ୍ତ ସ୍ୱାଇଁ ବିଦ୍ୟାଧର ସ୍ୱାଇଁ ସୁଶାନ୍ତ ପ୍ରଧାନ ଶ୍ରୀବନ୍ତ ମେହେର ନିହାର ଘୋଷ ରବି ନାରାୟଣ ପ୍ରଧାନ ରମାକାନ୍ତ ବଗର୍ତ୍ତି ନିକୁଞ୍ଜ ବେହେରା ଝୁନୁ ରାଣୀ ବେହେରା ଅଶୋକ ସେଠି ଜ୍ୟୋତିରଞ୍ଜନ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ତିନି ହଜାରରୁ ଉର୍ଦ୍ଧ ଜନସାଧାରଣ ଏହି ଜନସମ୍ପର୍କ ପଦଯାତ୍ରା ରେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031